ଟିକାକରଣ ନେଇ ସବୁ ରାଜ୍ୟକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: କରୋନା ଟିକାକରଣ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଟିକା ଘୋଷଣା ପରେ ଦେଶରେ ଦେଖାଦେଇଥିବା ଚହିଦା ମେଣ୍ଟାଇବାକୁ କେନ୍ଦ୍ର ସରକାରଙ୍କୁ ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଚିଠି ଲେଖି ଅନ୍ୟରାଜ୍ୟମାନଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ ପ୍ରସ୍ତାବ ଉପରେ ଅନ୍ୟ ରାଜ୍ୟମାନେ ମଧ୍ୟ ଆଲୋଚନା କରି ଏକ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ […]

ଭୁବନେଶ୍ୱର: କରୋନା ଟିକାକରଣ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଟିକା ଘୋଷଣା ପରେ ଦେଶରେ ଦେଖାଦେଇଥିବା ଚହିଦା ମେଣ୍ଟାଇବାକୁ କେନ୍ଦ୍ର ସରକାରଙ୍କୁ ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଚିଠି ଲେଖି ଅନ୍ୟରାଜ୍ୟମାନଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ ପ୍ରସ୍ତାବ ଉପରେ ଅନ୍ୟ ରାଜ୍ୟମାନେ ମଧ୍ୟ ଆଲୋଚନା କରି ଏକ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବରେ ଗ୍ଳୋବାଲ ମାର୍କେଟରୁ ଟିକା କଣି ରାଜ୍ୟମାନଙ୍କୁ ଯୋଗାଇଦେବା ସମ୍ପର୍କରେ ଉଲ୍ଲେଖ ରହିଛି । ଏଥିସହିତ ଟିକାକରଣ କାର୍ଯ୍ଯକ୍ରମର ବିକେନ୍ଦ୍ରୀକରଣ କରାଯାଇ ରାଜ୍ୟମାନଙ୍କୁ ଟିକାକରଣ ନେଇ ଅନୁମତି ଦେବାକୁ ମଧ୍ୟ ପତ୍ରରେ ଉଲ୍ଲେଖ ରହିଛି । ରାଜ୍ୟର ବହୁସ୍ଥାନରେ ସ୍ଥାନରେ ଇଣ୍ଟରନେଟର ସୁବିଧା ନଥିବାରୁ ଏବଂ ଅଧିବାସୀ ଅଧ୍ୟୁଷିତ ଅଞ୍ଚଳରେ ଟିକାକରଣ ନେଇ ପଞ୍ଜୀକରଣ କରିବାରେ ଅସୁବିଧା ହେଉଛି । ଏଣୁ ଏଭଳି ସ୍ଥିତିରେ ରାଜ୍ୟକୁ ଟିକାକରଣ ନେଇ ନିଜସ୍ୱ ମେକାନିଜମ୍ ଜରିଆରେ କାର୍ଯ୍ଯକ୍ରମକୁ ତ୍ୱରାନ୍ୱିତ କରିବାକୁ କ୍ଷମତା ଦେବା ପାଇଁ ଉଲ୍ଲେଖ ରହିଛି ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ଏହି ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିବା କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏ ନେଇ ଏକମତ ଥିବା ପତ୍ରରେ ଉଲ୍ଲେଖ ରହିଛି ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

02 Jun 2021 By The Sakala

ଟିକାକରଣ ନେଇ ସବୁ ରାଜ୍ୟକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କରୋନା ଟିକାକରଣ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଟିକା ଘୋଷଣା ପରେ ଦେଶରେ ଦେଖାଦେଇଥିବା ଚହିଦା ମେଣ୍ଟାଇବାକୁ କେନ୍ଦ୍ର ସରକାରଙ୍କୁ ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଚିଠି ଲେଖି ଅନ୍ୟରାଜ୍ୟମାନଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ ପ୍ରସ୍ତାବ ଉପରେ ଅନ୍ୟ ରାଜ୍ୟମାନେ ମଧ୍ୟ ଆଲୋଚନା କରି ଏକ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବରେ ଗ୍ଳୋବାଲ ମାର୍କେଟରୁ ଟିକା କଣି ରାଜ୍ୟମାନଙ୍କୁ ଯୋଗାଇଦେବା ସମ୍ପର୍କରେ ଉଲ୍ଲେଖ ରହିଛି । ଏଥିସହିତ ଟିକାକରଣ କାର୍ଯ୍ଯକ୍ରମର ବିକେନ୍ଦ୍ରୀକରଣ କରାଯାଇ ରାଜ୍ୟମାନଙ୍କୁ ଟିକାକରଣ ନେଇ ଅନୁମତି ଦେବାକୁ ମଧ୍ୟ ପତ୍ରରେ ଉଲ୍ଲେଖ ରହିଛି । ରାଜ୍ୟର ବହୁସ୍ଥାନରେ ସ୍ଥାନରେ ଇଣ୍ଟରନେଟର ସୁବିଧା ନଥିବାରୁ ଏବଂ ଅଧିବାସୀ ଅଧ୍ୟୁଷିତ ଅଞ୍ଚଳରେ ଟିକାକରଣ ନେଇ ପଞ୍ଜୀକରଣ କରିବାରେ ଅସୁବିଧା ହେଉଛି । ଏଣୁ ଏଭଳି ସ୍ଥିତିରେ ରାଜ୍ୟକୁ ଟିକାକରଣ ନେଇ ନିଜସ୍ୱ ମେକାନିଜମ୍ ଜରିଆରେ କାର୍ଯ୍ଯକ୍ରମକୁ ତ୍ୱରାନ୍ୱିତ କରିବାକୁ କ୍ଷମତା ଦେବା ପାଇଁ ଉଲ୍ଲେଖ ରହିଛି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ଏହି ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିବା କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏ ନେଇ ଏକମତ ଥିବା ପତ୍ରରେ ଉଲ୍ଲେଖ ରହିଛି ।

https://www.thesakala.in/latest-odisha-news/chief-minister-naveen-patnaik-has-written-to-the-chief-ministers-of-all-the-states-regarding-the-vaccination/article-2610
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର