ସ୍ୱାମୀର ଦ୍ୱିତୀୟ ବାହାଘରକୁ ବିରୋଧ କରିବାରୁ ବୋହୂକୁ ପିଟିଲେ ଶ୍ୱଶୁର ଓ ଦେଢ଼ଶୁର

The Sakala Picture
Published On

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ କାଣ୍ଡ। ସ୍ୱାମୀର ଦ୍ୱିତୀୟ ବାହାଘରକୁ ବିରୋଧ କରିବାରୁ ଶ୍ୱଶୁର ଓ ଦେଢ଼ଶୁର ବୋହୂକୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ତେବେ ଶ୍ୱଶୁର ଓ ଦେଢ଼ଶୁର ମାଡ଼ ମାରିବା ସହିତ ମୋବାଇଲ୍ ଭାଙ୍ଗିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବୋହୂ। ଅଭିଯୋଗ ଅନୁସାରେ ଗଂଜାମ ଜିଲ୍ଲାର ବିଷ୍ଣୁ ପ୍ରିୟା ଗୌଡ଼ ୨୦୧୫ରୁ ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର ହାଇଦର ଅଲ୍ଲୀଙ୍କୁ ପ୍ରେମ […]

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ କାଣ୍ଡ। ସ୍ୱାମୀର ଦ୍ୱିତୀୟ ବାହାଘରକୁ ବିରୋଧ କରିବାରୁ ଶ୍ୱଶୁର ଓ ଦେଢ଼ଶୁର ବୋହୂକୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

ତେବେ ଶ୍ୱଶୁର ଓ ଦେଢ଼ଶୁର ମାଡ଼ ମାରିବା ସହିତ ମୋବାଇଲ୍ ଭାଙ୍ଗିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବୋହୂ। ଅଭିଯୋଗ ଅନୁସାରେ ଗଂଜାମ ଜିଲ୍ଲାର ବିଷ୍ଣୁ ପ୍ରିୟା ଗୌଡ଼ ୨୦୧୫ରୁ ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର ହାଇଦର ଅଲ୍ଲୀଙ୍କୁ ପ୍ରେମ ପରେ ଗତ ୪ମାସ ତଳେ ବିବାହ କରିଥିଲେ। ତେବେ ଗତ କିଛି ମାସ ଧରି ପରିବାର ଲୋକେ ହାଇଦରଙ୍କର ଅନ୍ୟ ଜାଗାରେ ବିବାହ କରିବାକୁ ଯୋଜନା କରୁଥିଲେ। ପୂର୍ବରୁ ଏନେଇ ବିଷ୍ଣୁ ପ୍ରିୟା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

ଏବେ ପୁଣି ଥିରେ ସ୍ୱାମୀଙ୍କ ବିବାହ ହେଉଥିବା ଖବର ଶୁଣି ଯାଇଥିବା ବେଳେ ଶ୍ୱଶୁର ଓ ଦେଢଶୂର ଆକ୍ରମଣ କରିଥିଲେ । ମୋବାଇଲ୍ ଭାଙ୍ଗିବା ସହିତ ୨ଲକ୍ଷରୁ ଅଧିକ ଟଙ୍କା ନେଇଯାଇଥିବା ବୋହୂ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତରେ ପରିବର୍ତ୍ତନ, ନଭେମ୍ୱର ୪ରେ ଆସିପାରନ୍ତି ରାଷ୍ଟ୍ରପତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର