ଭୁବନେଶ୍ୱରରେ ଗ୍ଲୋବାଲ ଡେଲିଭର ସେଣ୍ଟର ପ୍ରତିଷ୍ଠା କରିବ ଆକ୍ସେଞ୍ଚର

The Sakala Picture
Published On

ଭୁବନେଶ୍ବର: ଆଇଟି କ୍ଷେତ୍ରରେ ଅନ୍ୟତମ ଅଗ୍ରଣୀ ବହୁ-ରାଷ୍ଟ୍ରୀୟ କମ୍ପାନି ଆକ୍ସେଞ୍ଚର ପକ୍ଷରୁ ଭୁବନେଶ୍ବରରେ ବୈଶ୍ୱିକ ସେବା ପ୍ରଦାନ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଆକ୍ସେଞ୍ଚରର କଣ୍ଟ୍ରି ମ୍ୟାନେଜିଂ ଡାଇରେକ୍ଟର ଅଜୟ ବିଜଙ୍କ ନେତୃତ୍ଵରେ ଏକ ବରିଷ୍ଠ ପ୍ରତିନିଧି ଦଳ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରାଜ୍ୟ ପାଇଁ କମ୍ପାନିର ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଆକ୍ସେଞ୍ଚର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ଗଭର୍ଣ୍ଣମେଣ୍ଟ ରିଲେସନ୍ ଲିଡ୍ […]

ଭୁବନେଶ୍ବର: ଆଇଟି କ୍ଷେତ୍ରରେ ଅନ୍ୟତମ ଅଗ୍ରଣୀ ବହୁ-ରାଷ୍ଟ୍ରୀୟ କମ୍ପାନି ଆକ୍ସେଞ୍ଚର ପକ୍ଷରୁ ଭୁବନେଶ୍ବରରେ ବୈଶ୍ୱିକ ସେବା ପ୍ରଦାନ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଆକ୍ସେଞ୍ଚରର କଣ୍ଟ୍ରି ମ୍ୟାନେଜିଂ ଡାଇରେକ୍ଟର ଅଜୟ ବିଜଙ୍କ ନେତୃତ୍ଵରେ ଏକ ବରିଷ୍ଠ ପ୍ରତିନିଧି ଦଳ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରାଜ୍ୟ ପାଇଁ କମ୍ପାନିର ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଆକ୍ସେଞ୍ଚର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ଗଭର୍ଣ୍ଣମେଣ୍ଟ ରିଲେସନ୍ ଲିଡ୍ ପୁନୀତ ଜେ କୁମାର ଏବଂ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ବୁରାଇ, ରାଜ୍ୟ ସରକାରଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଏବଂ ସ୍ବତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଶ୍ରୀ ଭିଜ୍ କହିଛନ୍ତି ଯେ, ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଓଡ଼ିଶାର ଆଇଟି ଇକୋସିଷ୍ଟମ ଏବଂ ପ୍ରତିଭା ପରିପୂର୍ଣ୍ଣ ମାନବ ସମ୍ବଳ ସହର ଭୁବନେଶ୍ବରରେ ଆମର ନୂତନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ। ଏହି ନୂତନ କେନ୍ଦ୍ର ସମଗ୍ର ବିଶ୍ବର ଗ୍ରାହକଙ୍କୁ ବୈଷୟିକ ସେବା ଯୋଗାଇବାରେ ସହାୟକ ହେବ ଏବଂ ରାଜ୍ୟର ଯୁବପିଢିମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ। ଓଡ଼ିଶାରେ ଆକ୍ସେଞ୍ଚରର ନୂତନ ପ୍ରୟୋଗ କେନ୍ଦ୍ର ପ୍ରତିଷ୍ଠା ତଥା ଏହାର ସଂପ୍ରସାରଣ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ଆକ୍ସେଞ୍ଚର ହେଉଛି ବିଶ୍ବର ଅନ୍ୟତମ ବୃହତ୍ ବୃତ୍ତିଗତ ବୈଷୟିକ ସେବା କମ୍ପାନି। ଏହି କମ୍ପାନି ୧୨୦ରୁ ଅଧିକ ଦେଶରେ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି। ବିଭିନ୍ନ ସଂସ୍ଥାକୁ ସେମାନଙ୍କ ବ୍ୟବସାୟର ପୁନରୁଦ୍ଧାର କରିବା, ସେମାନଙ୍କ କାର୍ୟ୍ୟକୁ ସର୍ବୋଚ୍ଚ ଶିଖରକୁ ନେଇଯିବା ଏବଂ ବ୍ୟାପକ ସେବା, ସମମସ୍ୟାର ସମାଧାନ ତଥା ସେମାନଙ୍କ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରିବାରେ ସାହାଯ୍ୟ କରିଆସୁଛି।
ଭୁବନେଶ୍ବରରେ ପ୍ରତିଷ୍ଠିତ ହେବାକୁ ଯାଉଥ‌ିବା ଆକ୍ସେଞ୍ଚରର ଏହି ଅତ୍ୟାଧୁନିକ ସେବାକେନ୍ଦ୍ର କମ୍ପାନିର ଗ୍ଲୋବାଲ ଡେଲିଭରି ନେଟୱାର୍କକୁ ସମ୍ପ୍ରସାରିତ କରିବ ଏବଂ ଶିଳ୍ପ କ୍ଷେତ୍ରର ଗ୍ରାହକଙ୍କ ପାଇଁ ଏହା ଅବଶ୍ୟକୀୟ ଟେକ୍ନୋଲୋଜି ସେବା ଯୋଗାଇଦେବ। ଆକ୍ସେଞ୍ଚର ଓଡ଼ିଶାରେ ୧,୨୦୦ରୁ ଅଧିକ ଦକ୍ଷ କର୍ମଚାରୀଙ୍କୁ ନେଇ ତାହାର ଗ୍ଲୋବାଲ୍ ଡେଭଲପମେଣ୍ଟ ସେଣ୍ଟର ପରିଚାଳନା କରିବାପାଇଁ ଲକ୍ଷ୍ୟ ରଖୁଛି। ସୂଚନାଯୋଗ୍ୟ ଯେ ଏହି ଅନୁଷ୍ଠାନ ଖୁବଶୀଘ୍ର ଓଡିଶାରେ ୭୫,୦୦୦ ବର୍ଗ ଫୁଟ ବିଶିଷ୍ଟ ଏକ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା-ସମୃଦ୍ଧ କେନ୍ଦ୍ର ସ୍ଥାପନ କରିବ। ଏଥନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି।

ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧ୍ ଦଳ ଭାରତର ବେଙ୍ଗାଲୁରୁ ଓ ହାଇଦ୍ରାବାଦ ଏବଂ ଜାପାନ ଓ ଆମେରିକାରେ ରୋଡ୍ ସୋ’ କରିବା ସହ ବିଶ୍ବର ପ୍ରମୁଖ ଆଇଟି ଓ ସେମିକଣ୍ଡକ୍ଟର କମ୍ପାନିଗୁଡ଼ିକର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛନ୍ତି। ଫଳରେ ଆଇବିଏମ୍, ପିଡବ୍ଲ୍ୟୁସି, ଡେଲଏଟ୍, ହାପିଏଷ୍ଟ ମାଇଣ୍ଡସ ଓ କନସେଟ୍ରିକ୍ସ ଆଦି ବହୁରାଷ୍ଟ୍ରୀୟ କମ୍ପାନି ଭୁବନେଶ୍ବରରେ ସେମାନଙ୍କ କେନ୍ଦ୍ର ସ୍ଥାପନ କରି ରାଜ୍ୟର ଆଇଟି କ୍ଷେତ୍ରରେ ୧୦,୦୦୦ରୁ ଅଧ‌ିକ ଲୋକଙ୍କୁ ନୂତନ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିପାରିଛନ୍ତି । ଓଡ଼ିଶାରେ ଆକ୍ସେଞ୍ଚରର ପୁଞ୍ଜିନିବେଶ ଯୋଜନା ହେଉଛି ରାଜ୍ୟ ସରକାରଙ୍କ ଉତ୍ସର୍ଗୀକୃତ ପ୍ରୟାସର ଅନ୍ୟତମ ପ୍ରତିଫଳ।

ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଓଡ଼ିଶାରେ ଆକ୍ସଞ୍ଚରର ପ୍ରବେଶକୁ ସ୍ବାଗତ କରି କହିଲେ, “ଏହା ରାଜ୍ୟ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ମାଇଲଖୁଣ୍ଟ” ଏବଂ ଓଡିଶା ଆଇଟି କମ୍ପାନୀମାନଙ୍କ ନିବେଶସ୍ଥଳ ଭାବରେ ରାଜ୍ୟର ପ୍ରତିଷ୍ଠାକୁ ଆହୁରି ସୁଦୃଢ଼ କରିଛି । ଓଡ଼ିଶାର ନିବେଶକ-ଅନୁକୂଳ ନୀତି, ଆଇଟି ଇକୋସିଷ୍ଟମ, ଅବଶ୍ୟକୀୟ ଭିତ୍ତିଭୂମି, ପ୍ରତିଭା ପରିପୂର୍ଣ୍ଣ ମାନବ ସମ୍ବଳ ତଥା ରାଜ୍ୟ ସରକାରଙ୍କ ସହଯୋଗ ଫଳରେ ଏହା ସମ୍ଭବ ହୋଇଛି। ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ, ନିକଟ ଭବିଷ୍ୟତରେ ଓଡ଼ିଶା ଏକ ଗ୍ଲୋବାଲ ଆଇଟି ଏବଂ ସେମିକଣ୍ଡକ୍ଟର ହବରେ ପରିଣତ ହେବା ସହିତ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ମିଶ୍ର ଉଲ୍ଲେଖ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର