ବିଦେଶରୁ ରାଜ୍ୟ ପାଇଁ ଟିକା କିଣୁ କେନ୍ଦ୍ର , ଅର୍ଥ ଦେବାକୁ ଓଡ଼ିଶା ପ୍ରସ୍ତୁତ

The Sakala Picture
Published On

ଭୁବନେଶ୍ୱର : ଓଡ଼ିଶାବାସୀଙ୍କୁ ମାଗଣାରେ ଟିକା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଟିକା ନିମନ୍ତେ ରାଜ୍ୟ ସରକାର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଟିକା ନିମନ୍ତେ କମ୍ପାନୀକୁ ଆଗୁଆ ଅର୍ଥ ପ୍ରଦାନ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି; କିନ୍ତୁ କେନ୍ଦ୍ର ସରକାରଙ୍କ ଜଟିଳ ନିୟମ ଓ ବୈଷୟିକ ସମସ୍ୟା ଯୋଗୁଁ କମ୍ପାନୀଗୁଡ଼ିକ ସିଧାସଳଖ ରାଜ୍ୟକୁ ଟିକା ଯୋଗାଇବାକୁ ସକ୍ଷମ ହୋଇପାରୁନାହାନ୍ତି। ଏହାଯୋଗୁଁ ଓଡ଼ିଶା ସମେତ ଅନ୍ୟ […]

ଭୁବନେଶ୍ୱର : ଓଡ଼ିଶାବାସୀଙ୍କୁ ମାଗଣାରେ ଟିକା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଟିକା ନିମନ୍ତେ ରାଜ୍ୟ ସରକାର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଟିକା ନିମନ୍ତେ କମ୍ପାନୀକୁ ଆଗୁଆ ଅର୍ଥ ପ୍ରଦାନ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି; କିନ୍ତୁ କେନ୍ଦ୍ର ସରକାରଙ୍କ ଜଟିଳ ନିୟମ ଓ ବୈଷୟିକ ସମସ୍ୟା ଯୋଗୁଁ କମ୍ପାନୀଗୁଡ଼ିକ ସିଧାସଳଖ ରାଜ୍ୟକୁ ଟିକା ଯୋଗାଇବାକୁ ସକ୍ଷମ ହୋଇପାରୁନାହାନ୍ତି। ଏହାଯୋଗୁଁ ଓଡ଼ିଶା ସମେତ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିସ୍ଥଳେ ଟିକା କ୍ରୟ କ୍ଷେତ୍ରରେ କେନ୍ଦ୍ର ସରକାର ମଧ୍ୟସ୍ଥତା କରିବା ଆବଶ୍ୟକ। ତେବେ ଓଡ଼ିଶା ଅନ୍ୟ ରାଜ୍ୟ ପରି କେନ୍ଦ୍ରଠାରୁ ବିନା ମୂଲ୍ୟରେ ଟିକା ଚାହୁଁନାହିଁ; ଏ ବାବଦ ସମ୍ପୂର୍ଣ୍ଣ ଅର୍ଥ ରାଜ୍ୟ ସରକାର ବହନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ତେଣୁ ବିଦେଶରୁ ଟିକା କ୍ରୟ ବ୍ୟବସ୍ଥାରେ ନୋଡାଲ ଏଜେନ୍ସି ଭାବରେ କେନ୍ଦ୍ର କାର୍ଯ୍ୟ କରୁ ବୋଲି ଅନୁରୋଧ କରିଛନ୍ତି ରାଜ୍ୟ ସରକାର।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଏହି ମର୍ମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ନିଜ ପାଇଁ ବିଦେଶରୁ ଆମଦାନୀ ହେଉଥିବା ଟିକାର ସବୁ ଖର୍ଚ୍ଚ ବହନ କରିବ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛି। ସମ୍ଭାବ୍ୟ ତୃତୀୟ ଲହରକୁ ରୋକିବା ନିମନ୍ତେ ଟିକାକରଣ ଏକମାତ୍ର ବିକଳ୍ପ। ଲୋକଙ୍କ ଜୀବନ ରକ୍ଷା ଓ ଅନୁରୂପ ଭାବରେ ଅର୍ଥନୀତିକୁ ବଜାୟ ରଖିବା ନିମନ୍ତେ ଟିକାକରଣ ଅତି ଆବଶ୍ୟକ। ତୃତୀୟ ଲହର ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସବୁ ଲୋକଙ୍କ ଟିକାକରଣ କରି ଜୀବନର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ୱାରୋପ କରି ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଟିକା ଯୋଗାଡ଼ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ହୋଇଛି। ଯୁକ୍ତ ୨ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ବିଶେଷ ଭାବରେ ଓଡ଼ିଶାରେ ପାହାଡ଼ିଆ, ଦୁର୍ଗମ ଇଲାକାରେ ରହୁଥିବା ଲୋକଙ୍କ ପାଖରେ ଇଣ୍ଟରନେଟ୍‍ , କମ୍ପ୍ୟୁଟର, ମୋବାଇଲ୍‍ ଫୋନ୍‍ର ସାଧନ ନାହିଁ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ଏହି ଲୋକମାନଙ୍କ ଟିକାକରଣ ନିମନ୍ତେ ପଞ୍ଜୀକରଣ ନିୟମ କୋହଳ କରିବା ସହ ରାଜ୍ୟର ସ୍ଥାନୀୟ ପରିସ୍ଥିତି ଅନୁସାରେ ଟିକାକରଣରେ ପ୍ରାଥମିକତା ନିମନ୍ତେ ରାଜ୍ୟ ସରକାରଙ୍କୁ ସ୍ୱାଧୀନତା ଦିଆଯାଉ ବୋଲି ମଧ୍ୟ ଶ୍ରୀ ଦାସ ଅନୁରୋଧ କରିଛନ୍ତି। ବିଦେଶରୁ ଟିକା କିଣିବା କ୍ଷେତ୍ରରେ ପ୍ରସ୍ତୁତକାରୀ କମ୍ପାନୀଙ୍କ ନିମନ୍ତେ କେନ୍ଦ୍ର ସରକାରଙ୍କ ଅନୁମତି ନେବା ବାଧ୍ୟତାମୂଳକ ନିୟମ ରହିଛି। ପୁନଶ୍ଚ ଟିକା ଯୋଗାଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଜଟିଳ ନିୟମ ଯୋଗୁଁ ସେମାନେ ସିଧାସଳଖ ରାଜ୍ୟଗୁଡ଼ିକୁ ଟିକା ବିକିବା ପାଇଁ ଅକ୍ଷମତା ପ୍ରକାଶ କରୁଛନ୍ତି। ବୈଷୟିକ ସମସ୍ୟା ଓ କେନ୍ଦ୍ର ଅନୁମୋଦନ ଜରୁରୀ ଥିବାରୁ ଟିକା କିଣିବା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ ସତ୍ୱେ ରାଜ୍ୟ ଆବଶ୍ୟକ ସଂଖ୍ୟକ ବିଡର୍‍ ପାଉ ନାହାନ୍ତି। ତେଣୁ ଏହି ସମସ୍ୟା ଦୂର କରିବା ନିମନ୍ତେ କେନ୍ଦ୍ର ସରକାର ଦେଶ ବାହାରୁ ଟିକା ଆମଦାନୀ ଦାୟିତ୍ୱ ନିଅନ୍ତୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ପ୍ରାରମ୍ଭରୁ ଓଡ଼ିଶା କୋଭିଡ୍‍ ଟିକାକରଣରେ ଅଗ୍ରଣୀ ରାଜ୍ୟ ହୋଇ ରହି ଆସିଛି। ରାଜ୍ୟରେ ଟିକା ନଷ୍ଟ ପରିମାଣ ବିଯୁକ୍ତ ୪ % ଯାହା କି ଜାତୀୟ ସ୍ତରରେ ବହୁତ କମ୍‍। ଆମର ସୁଚିନ୍ତିତ ରଣନୀତି ଫଳରେ ଏପ୍ରିଲ ମାସରେ ଆମେ ଦୈନିକ ୨ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେଇ ପାରୁଥିଲୁ। ଏବେ ଆମେ ଦୈନିକ ୩ ଲକ୍ଷରୁ ଅଧିକ ଡୋଜ୍‍ ଟିକାକରଣ କରିବା ପାଇଁ ପୂର୍ଣ୍ଣ ସମର୍ଥ। ଆମ ରାଜ୍ୟରେ ଏପ୍ରିଲ ସୁଦ୍ଧା ୬୧,୦୬, ୪୧୫ ଲୋକ ପ୍ରଥମ ଡୋଜ୍‍ ଟିକା ନେଇ ସାରିଛନ୍ତି। କିନ୍ତୁ ଟିକାର ଉତ୍କଟ ଅଭାବ ଯୋଗୁଁ ସମ୍ପ୍ରତି ଦୈନିକ ୬୦ ହଜାରରୁ ୭୦ ହଜାର ମଧ୍ୟରେ ଲୋକଙ୍କୁ ଟିକା ଦିଆଯାଇପାରୁଛି। ୧୮ରୁ ୪୪ ବର୍ଷ ବର୍ଗର ହିତାଧିକାରୀଙ୍କୁ ମାଗଣାରେ ଟିକା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ରାଜ୍ୟ ସରକାର ସେରମ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡିିଆକୁ ୨ କୋଟି ୨୦ ଲକ୍ଷ ଡୋଜ୍‍ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍‍କୁ ୧୦ ଲକ୍ଷ ୩୪ ହଜାର ଡୋଜ୍‍ କୋଭାକ୍ସିନ୍‍ ଟିକା ଯୋଗାଇ ଦେବା ପାଇଁ ବରାଦ କରିଥିଲେ।

ତେବେ ସେରମ୍‍ ପକ୍ଷରୁ ଓଡ଼ିଶାକୁ ୫, ୭୮, ୪୮୦ ଡୋଜ୍‍ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍‍ ମାତ୍ର ୧,୬୫,୪୯୦ ଡୋଜ୍‍ କୋଭାକ୍ସିନ୍‍ ଯୋଗାଇବାକୁ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଟିକାର ଚାହିଦା ବହୁତ ବଢ଼଼ି ଯାଇଥିବା ବେଳେ ସ୍ୱଳ୍ପ ଯୋଗାଣ ସମଗ୍ର ରାଜ୍ୟରେ ପରିସ୍ଥିତିକୁ ବେଶ୍‍ ଜଟିଳ କରିଛିି। ଲୋକଙ୍କ ଜୀବନ ଜୀବିକା ଦୃଷ୍ଟିରୁ ତ୍ୱରିତ ଟିକାକରଣ ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି ବୋଲି ଶ୍ରୀ ଦାସ ଚିଠିରେ ଉଲ୍ଲେଖ କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ୍‍ ଟିକା ଆଣିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିଲାଗି କ୍ୟାବିନେଟର ଅନୁମୋଦନକ୍ରମେ ଓଡ଼ିଶା ଗ୍ଲୋବାଲ୍‍ ଟେଣ୍ଡର ଆହ୍ୱାନ କରିଛି। ଏହା ସହିତ ଟିକା ନିମନ୍ତେ କମ୍ପାନୀଗୁଡ଼ିକୁ ଅଗ୍ରୀମ ଅର୍ଥ ପ୍ରଦାନଠାରୁ ଆରମ୍ଭ କରି ଅନେକ ସର୍ତ୍ତ କୋହଳ କରିଛି। ଏହା ସତ୍ୱେ ଆବେଦନକାରୀଙ୍କ ସଂଖ୍ୟା ନଗଣ୍ୟ ରହିଛି। ଏପରିକି ସେରମ୍‍ କିମ୍ବା ଭାରତ ବାୟୋଟେକ୍‍ ମଧ୍ୟ ଏଥିରେ ଅଂଶଗ୍ରହଣ କରି ନାହାନ୍ତି। ଫାଇଜର୍‍ ଅବା ମଡେର୍ଣ୍ଣା ଭଳି ବିଦେଶୀ କମ୍ପାନୀ ଭାରତ ସରକାରଙ୍କ ଗ୍ୟାରେଣ୍ଟି ଚାହୁଁଛନ୍ତି।।

ଓଡ଼ିଶା ଭଳି ଅନେକ ରାଜ୍ୟ ମଧ୍ୟ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ଜଟିଳ ନିୟମ ପାଇଁ ଟିକା ନିର୍ମାତା କମ୍ପାନୀ ରାଜ୍ୟମାନଙ୍କୁ ସିଧାସଳଖ ଟିକା ବିକିବା ପାଇଁ ପ୍ରସ୍ତୁତ ହେଉ ନାହାନ୍ତି; ବରଂ କେନ୍ଦ୍ର ସରକାରଙ୍କ ଜରିଆରେ ଟିକା ବିକ୍ରୟ ନିମନ୍ତେ ସେମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ଯଦି ରାଜ୍ୟମାନଙ୍କ ପାଇଁ କେନ୍ଦ୍ର ସରକାର ଟିକା କ୍ରୟ କରନ୍ତେ, ତା’ହେଲେ କମ୍‍ ଦରରେ ଏହା ମିଳିପାରନ୍ତା ଏବଂ ଟିକା ଯୋଗାଣ ତ୍ୱରାନ୍ୱିତ ହୋଇ ପାରନ୍ତା। ଏଥିପାଇଁ କେନ୍ଦ୍ର ସରକାର ଦାୟିତ୍ୱ ନେବାକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର