ଦୁଇ ବର୍ଷରେ ସାପ କାମୁଡାରେ ୧୩୩୬, ବଜ୍ରାଘାତରେ ୪୨୪, କୁମ୍ଭୀର ଆକ୍ରମଣରେ ୧୧ ଓ ହାତୀ ଆକ୍ରମଣରେ ୨୫୯ ଜଣଙ୍କର ମୃତ୍ୟୁ ଘଟିଛି

The Sakala Picture
Published On

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ୫ମ ଦିନ । ତେବେ ଆଜି ସ୍ୱାଭାବିକ ଭାବେ ଚାଲିଛି ଗୃହ କାର୍ଯ୍ୟ। ବିଧାୟକ ନିତ୍ୟାନନ୍ଦ ଗଣ୍ଡ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ଏକ ପ୍ରଶ୍ନ କରିଥିଲ। ରାଜ୍ୟରେ ସାପକାମୁଡାରେ, ବଜ୍ରପାତରେ, ବାଘ ଓ କୁମ୍ଭୀର ଖାଇ ମାରିଦେବା, ହାତୀ ଆକ୍ରମଣରେ କେତେ ଜଣ ଗତ ୨ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି । ସେବାବଦକୁ ସରକାର କ୍ଷତିପୂରଣ ଓ ଅନୁକମ୍ପାମୂଳକ ସହାୟତା ରାଶି କେତେ ଜଣଙ୍କୁ କେତେ […]

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ୫ମ ଦିନ । ତେବେ ଆଜି ସ୍ୱାଭାବିକ ଭାବେ ଚାଲିଛି ଗୃହ କାର୍ଯ୍ୟ। ବିଧାୟକ ନିତ୍ୟାନନ୍ଦ ଗଣ୍ଡ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ଏକ ପ୍ରଶ୍ନ କରିଥିଲ। ରାଜ୍ୟରେ ସାପକାମୁଡାରେ, ବଜ୍ରପାତରେ, ବାଘ ଓ କୁମ୍ଭୀର ଖାଇ ମାରିଦେବା, ହାତୀ ଆକ୍ରମଣରେ କେତେ ଜଣ ଗତ ୨ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି । ସେବାବଦକୁ ସରକାର କ୍ଷତିପୂରଣ ଓ ଅନୁକମ୍ପାମୂଳକ ସହାୟତା ରାଶି କେତେ ଜଣଙ୍କୁ କେତେ ଟଙ୍କା ଲେଖାଏଁ ଅନୁଦାନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଏହାର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିକହିଥିଲେ ଯେ, ବିଗତ ୨ ବର୍ଷ ମଧ୍ୟରେ (୨୦୨୧- ୨୨ ରୁ ୨୦୨୨-୨୩) ରାଜ୍ୟରେ ସାପ କାମୁଡାରେ ୧୩୩୬ ଜଣ ମୃତ୍ୟୁବରଣ କରିଥିବା ବେଳେ ୪୨୪ ଜଣ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ପାଣ୍ଡିରୁ କ୍ଷତିଗ୍ରସ୍ତ ପରିବାରକୁ ଜଣଙ୍କ ପିଛା ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଅଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ପାଣିରେ ବୁଡି ମୃତ୍ୟୁବରଣ କଲେ ସରକାର ଜଣଙ୍କ ପିଛା ୪ ଲକ୍ଷ ଟଙ୍କା ଲେଖାଏଁ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରୁଛନ୍ତି । ଆତ୍ମହତ୍ୟା କରିବା ପାଇଁ ନଦୀକୁ ଡେଇଁବା ଜନିତ ମୃତ୍ୟୁ ଏବଂ ବିଷଖାଇ ମୃତ୍ୟୁବରଣ କଲେ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ କୌଣସି ସହାୟତା ରାଶି ପ୍ରଦାନ କରାଯାଇ ନ ଥାଏ ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ବିଗତ ୨ ବର୍ଷ ମଧ୍ୟରେ (୨୦୨୧-୨୨ ରୁ ୨୦୨୨-୨୩) ବାଘ ଆକ୍ରମଣରେ କେହି ମୃତାହତ ହୋଇନଥିବା ବେଳେ, କୁମ୍ଭୀର ଆକ୍ରମଣରେ ୧୧ ଜଣ ଓ ହାତୀ ଆକ୍ରମଣରେ ୨୫୯ ଜଣ ମୃତ୍ୟୁବରଣ କରିଛନ୍ତି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପ୍ରତ୍ୟେକ ମୃତ ବ୍ୟକ୍ତିପିଛା ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଅଛି । ଚଳିତ ବର୍ଷ ‘ମଇ’୨୨ ଠାରୁ ଅନୁକମ୍ପାମୂଳକ ସହାୟତା ରାଶି ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି ।

28 Sep 2023 By The Sakala

ଦୁଇ ବର୍ଷରେ ସାପ କାମୁଡାରେ ୧୩୩୬, ବଜ୍ରାଘାତରେ ୪୨୪, କୁମ୍ଭୀର ଆକ୍ରମଣରେ ୧୧ ଓ ହାତୀ ଆକ୍ରମଣରେ ୨୫୯ ଜଣଙ୍କର ମୃତ୍ୟୁ ଘଟିଛି

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ୫ମ ଦିନ । ତେବେ ଆଜି ସ୍ୱାଭାବିକ ଭାବେ ଚାଲିଛି ଗୃହ କାର୍ଯ୍ୟ। ବିଧାୟକ ନିତ୍ୟାନନ୍ଦ ଗଣ୍ଡ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ଏକ ପ୍ରଶ୍ନ କରିଥିଲ। ରାଜ୍ୟରେ ସାପକାମୁଡାରେ, ବଜ୍ରପାତରେ, ବାଘ ଓ କୁମ୍ଭୀର ଖାଇ ମାରିଦେବା, ହାତୀ ଆକ୍ରମଣରେ କେତେ ଜଣ ଗତ ୨ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି । ସେବାବଦକୁ ସରକାର କ୍ଷତିପୂରଣ ଓ ଅନୁକମ୍ପାମୂଳକ ସହାୟତା ରାଶି କେତେ ଜଣଙ୍କୁ କେତେ ଟଙ୍କା ଲେଖାଏଁ ଅନୁଦାନ ଦେଇଛନ୍ତି।

ଏହାର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିକହିଥିଲେ ଯେ, ବିଗତ ୨ ବର୍ଷ ମଧ୍ୟରେ (୨୦୨୧- ୨୨ ରୁ ୨୦୨୨-୨୩) ରାଜ୍ୟରେ ସାପ କାମୁଡାରେ ୧୩୩୬ ଜଣ ମୃତ୍ୟୁବରଣ କରିଥିବା ବେଳେ ୪୨୪ ଜଣ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ପାଣ୍ଡିରୁ କ୍ଷତିଗ୍ରସ୍ତ ପରିବାରକୁ ଜଣଙ୍କ ପିଛା ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଅଛି ।

ପାଣିରେ ବୁଡି ମୃତ୍ୟୁବରଣ କଲେ ସରକାର ଜଣଙ୍କ ପିଛା ୪ ଲକ୍ଷ ଟଙ୍କା ଲେଖାଏଁ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରୁଛନ୍ତି । ଆତ୍ମହତ୍ୟା କରିବା ପାଇଁ ନଦୀକୁ ଡେଇଁବା ଜନିତ ମୃତ୍ୟୁ ଏବଂ ବିଷଖାଇ ମୃତ୍ୟୁବରଣ କଲେ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ କୌଣସି ସହାୟତା ରାଶି ପ୍ରଦାନ କରାଯାଇ ନ ଥାଏ ।

ବିଗତ ୨ ବର୍ଷ ମଧ୍ୟରେ (୨୦୨୧-୨୨ ରୁ ୨୦୨୨-୨୩) ବାଘ ଆକ୍ରମଣରେ କେହି ମୃତାହତ ହୋଇନଥିବା ବେଳେ, କୁମ୍ଭୀର ଆକ୍ରମଣରେ ୧୧ ଜଣ ଓ ହାତୀ ଆକ୍ରମଣରେ ୨୫୯ ଜଣ ମୃତ୍ୟୁବରଣ କରିଛନ୍ତି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପ୍ରତ୍ୟେକ ମୃତ ବ୍ୟକ୍ତିପିଛା ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଅଛି । ଚଳିତ ବର୍ଷ ‘ମଇ’୨୨ ଠାରୁ ଅନୁକମ୍ପାମୂଳକ ସହାୟତା ରାଶି ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି ।

https://www.thesakala.in/latest-odisha-news/in-two-years-1336-people-died-in-snake-bites-424-in-lightning-strikes-11-in-crocodile-attacks-and-259-in-elephant-attacks/article-25855
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର