ୟସ ପୋଛିନେଲା ସିଂଥି ସିନ୍ଦୂର, ବାପ ଛେଉଣ୍ଡ ହୋଇଗଲେ ତିନି ନାବାଳିକା

The Sakala Picture
Published On

ଔପଦା/ବାଲେଶ୍ୱର : ସଧବା ସିଂଥିରୁ ସିନ୍ଦୁର ପୋଛି ନେଲା ବାତ୍ୟା ୟସ ର କରାଳ ଗତି। ଏପଟେ ବାପ ଛେଉଣ୍ଡ ହେଇଗଲେ ୩ ନାବାଳିକା। ନା ଅଛି ଖାଇବାକୁ, ନା ବାସ ଅଛି ମୁଣ୍ଡ ଗୁଞ୍ଜିବାକୁ । ଶୁଦ୍ଧିକ୍ରିୟା ପାଇଁ ବି ଅର୍ଥ ମିଳୁନି। ନିଷ୍ଠୁର ବିଧାତାର ଅଙ୍କ ଏମାନଙ୍କ ପାଇଁ ଭୁଲ ହୋଇଯାଇଛି।। ବିଧବା ପତ୍ନୀ ଆଉ ନାବାଳିକା କନ୍ୟା ଙ୍କ ଆଖିରୁ ଲୁହ ଯେପରି ବିରାମ ନେଉନି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ […]

ଔପଦା/ବାଲେଶ୍ୱର : ସଧବା ସିଂଥିରୁ ସିନ୍ଦୁର ପୋଛି ନେଲା ବାତ୍ୟା ୟସ ର କରାଳ ଗତି। ଏପଟେ ବାପ ଛେଉଣ୍ଡ ହେଇଗଲେ ୩ ନାବାଳିକା। ନା ଅଛି ଖାଇବାକୁ, ନା ବାସ ଅଛି ମୁଣ୍ଡ ଗୁଞ୍ଜିବାକୁ । ଶୁଦ୍ଧିକ୍ରିୟା ପାଇଁ ବି ଅର୍ଥ ମିଳୁନି। ନିଷ୍ଠୁର ବିଧାତାର ଅଙ୍କ ଏମାନଙ୍କ ପାଇଁ ଭୁଲ ହୋଇଯାଇଛି।। ବିଧବା ପତ୍ନୀ ଆଉ ନାବାଳିକା କନ୍ୟା ଙ୍କ ଆଖିରୁ ଲୁହ ଯେପରି ବିରାମ ନେଉନି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ବ୍ଳକ ତଳକିଆ ପଞ୍ଚାୟତ ର ତଳକିଆ ଗ୍ରାମ ରେ । ଏହି ଗ୍ରାମର ସ୍ବର୍ଗତ ଉପେନ୍ଦ୍ର ନାୟକ ଙ୍କ ପୁତ୍ର ତଥା ଅଟୋ ଡ୍ରାଇଭର ଜମିବାଡ଼ି ଶୂନ୍ୟ ବିଜୟ କୁମାର ନାୟକ (୪୫) ଅଟୋ ଚଳାଇ ୭ ପ୍ରାଣୀ କୁଟୁମ୍ବ ପ୍ରତି ପୋଷଣ କରନ୍ତି । ୫ ଟି ଝିଅ ରୁ ଦୁଇ ଝିଅ କୁ ଧାର କରଜ କରି ଏଇ କିଛି ଦିନ ହେବ ବିବାହ କରାଇଛନ୍ତି । ହଠାତ ଦଇବ ବାଧକ ସାଜିଲା । ବାତ୍ୟା ୟସ ର ତାଣ୍ଡବ ରେ ଘର କାନ୍ଥ ପଡି ମେ ମାସ ୨୬ ତାରିଖ ବୁଧବାର ମୃତ୍ୟୁ ବରଣ କଲେ ଅଟୋ ଡ୍ରାଇଭର ବିଜୟ । ସେହି ଦିନ ଠାରୁ ବିଭାଗୀୟ ତରଫରୁ ତଦନ୍ତ ହୋଇ ଥିଲେହେଁ ଆଜି ସାତ ଦିନ ପୁରିଲା ପରେ ଅଭିଯୋଗ କଲାରୁ ତହସିଲ କିରାଣୀ ଦିଲୀପ ମଢେଇ ପହଁଚି ଖଣ୍ଡେ ପଲିଥିନ ଦେଇ ଖୁବ ଶୀଘ୍ର ସରକାରୀ ସହାୟତା ମିଳିବାର ପ୍ରତିଶୃତି ଦେଇ ଚାଲି ଯାଇଥିଲେ ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

ତିନୋଟି ନାବାଳିକା ମଧ୍ୟରୁ ଜଣେ ୧୦ମ ଶ୍ରେଣୀ, ଜଣେ ଷଷ୍ଠ ଶ୍ରେଣୀ ଓ ଅନ୍ୟ ଜଣେ ଦ୍ୱିତୀୟ ଶ୍ରେଣୀ ରେ ପଢୁଥିବାର ଜଣାଯାଇଛି । ବିଧବା ପତ୍ନୀ ଆଉ ତିନି ନାବାଳିକା ଙ୍କ ଆଖିରେ ଅସରନ୍ତି ଲୁହର ଧାର। ବିଧବା ପତ୍ନୀ ମମତା ଙ୍କ ପାଖରେ ଶୁଦ୍ଧି ହେବା ପାଇଁ ବି ଅର୍ଥ ନାହିଁ, ଖାଇବାକୁ ଘରେ ଦାନା ନାହିଁ । ଯାହା ଥିଲା ବାତ୍ୟା ରେ ସବୁ ଧୋଇ ହୋଇ ଯାଇଛି ବୋଲି ମମତା କହିଛନ୍ତି । ଏଭଳି ଅସହାୟ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବୀ ହେଉଛି ।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର