‘ସମ୍ବାଦ’ ବ୍ୟାଙ୍କ ଋଣ ସ୍କାମ୍‌: କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରେ EOW, ଚାଲିଛି ଛାନଭିନ୍

The Sakala Picture
Published On

ଭୁବନେଶ୍ୱର: ‘ସମ୍ୱାଦ ଋଣ ସ୍କାମ’ ମାମଲାରେ ତଦନ୍ତକୁ ଅଧିକ ତୀବ୍ର କରିଛି ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା)। କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରେ EOW ପହଞ୍ଚିଛି । ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଗୋଟିଏ ଟିମ୍ କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରେ ଛାନ ବିନ ଆରମ୍ଭ କରିଛି।  ଅଭିଯୋଗକାରୀଙ୍କ ପୂର୍ବତନ କର୍ମଚାରୀଙ୍କ ESI କୁ ନେଇ ଛନଭିନ କରିଛି EOW। କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟକୁ ଯାଇ ତଥ୍ୟ ସଂଗ୍ରହ କରୁଛି EOW । ସୂଚନା […]

ଭୁବନେଶ୍ୱର: ‘ସମ୍ୱାଦ ଋଣ ସ୍କାମ’ ମାମଲାରେ ତଦନ୍ତକୁ ଅଧିକ ତୀବ୍ର କରିଛି ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା)। କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରେ EOW ପହଞ୍ଚିଛି । ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଗୋଟିଏ ଟିମ୍ କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରେ ଛାନ ବିନ ଆରମ୍ଭ କରିଛି।  ଅଭିଯୋଗକାରୀଙ୍କ ପୂର୍ବତନ କର୍ମଚାରୀଙ୍କ ESI କୁ ନେଇ ଛନଭିନ କରିଛି EOW। କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟକୁ ଯାଇ ତଥ୍ୟ ସଂଗ୍ରହ କରୁଛି EOW ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ସୂଚନା ଅନୁଯାୟୀ, ଗୁରୁବାର ଇଓଡବ୍ଲ୍ୟୁର ଅତିରିକ୍ତ ଏସ୍‌‌ପି ସୀମାଞ୍ଚଳ ଗନ୍ତାୟତଙ୍କ ନେତୃତ୍ୱରେ ‘ସମ୍ବାଦ’ କାର୍ଯ୍ୟାଳୟରେ ପ୍ରାୟ ୧୧ ଘଣ୍ଟା ଯାଞ୍ଚ କରାଯାଇଥିଲା। ଦୀର୍ଘ ସମୟ ଯାଞ୍ଚ ପରେ ଗତକାଲି ବିଳମ୍ବିତ ରାତିରେ ଅଧିକାରୀମାନେ ଫେରିଥିଲେ। ଯାଞ୍ଚ ସମୟରେ ‘ସମ୍ବାଦ’ ଅଫିସରୁ କଂପ୍ୟୁଟର ହାର୍ଡଡିସ୍କ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌‌କୁ ଇଓଡବ୍ଲ୍ୟୁ ଜବତ କରିଛି। ଋଣ ଜାଲିଆତିର ସବୁ କଳାଚିଠା ଏହି ହାର୍ଡଡିସ୍କରେ ଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ କର୍ମଚାରୀଙ୍କ ନାମରେ ‘ସମ୍ବାଦ’ କର୍ତ୍ତୃପକ୍ଷ ବିପୁଳ ଋଣ ଉଠାଇଥିବା ଜୟଦେବ ବିହାରସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କୁ ଆଜି ଜେରା କରିଥିଲା ଇଓଡବ୍ଲ୍ୟୁ। ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜରଙ୍କ ସମେତ ତିନି କର୍ମଚାରୀ ଇଓଡବ୍ଲ୍ୟୁରେ ହାଜର ହେବା ପରେ ସେମାନଙ୍କୁ ପ୍ରାୟ ୩ ଘଣ୍ଟା ଜେରା କରାଯାଇଥିଲା। ଏହି ବ୍ୟାଙ୍କରୁ ପ୍ରାୟ ୩୫୦ ଜଣ କର୍ମଚାରୀ ଓ ପୂର୍ବତନ କର୍ମଚାରୀଙ୍କ ନାମରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଋଣ ଉଠାଇଥିବା ଅଭିଯୋଗ ହୋଇଛି। ତେଣୁ ଋଣ ପ୍ରଦାନ ସମୟରେ ‘ସମ୍ବାଦ’ କର୍ତ୍ତୃପକ୍ଷ ଦାଖଲ କରିଥିବା ତଥ୍ୟ ଦାଖଲ କରିବାକୁ ଇଓଡବ୍ଲ୍ୟୁ ନିର୍ଦ୍ଦେଶ ଦେଇଛି। ସେହିପରି ଜେରା ପାଇ ପୁଣି ୭ଜଣଙ୍କୁ ନୋଟିସ ପଠାଇଛି ଅର୍ଥନୈତିକ ଅପରାଧ ଶାଖା।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

ଏପଟେ ଜଣକ ପରେ ଜଣେ ପୂର୍ବତନ କର୍ମଚାରୀ ‘ସମ୍ୱାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସୌମ୍ୟଙ୍କ ସମେତ ପ୍ରକାଶକ ତଥା ସିଓଓ କମଳାକାନ୍ତ ମହାପାତ୍ର, ପୂର୍ବତନ ଡିଜିଏମ ବିନୋଦ ଚନ୍ଦ୍ର ପଣ୍ଡା ଏବଂ ମାନବ ସମ୍ୱଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କ ବିରୋଧରେ ଇଓଡବ୍ଲୁରେ ଅଭିଯୋଗ ହୋଇଛି। ‘ସମ୍ବାଦ’ର ପୂର୍ବତନ ଜିଲ୍ଲା ପ୍ରତିନିଧି ତଥା ‘ପ୍ରମେୟ’ର ଡିଜିଏମ୍‌‌ ପୂର୍ଣ୍ଣଚନ୍ଦ୍ର ଦେଓ, ‘ସମ୍ବାଦ’ର ପୂର୍ବତନ ଜିଲ୍ଲା ପ୍ରତିନିଧି ଭୈରବ ବ୍ରହ୍ମା, ପୂର୍ବତନ ସହ ସମ୍ପାଦକ ରଶ୍ମୀରଞ୍ଜନ ମୁଦୁଲି, ପୂର୍ବତନ କର୍ମଚାରୀ ଗୌରାଙ୍ଗ ଚରଣ ଦାସ, ଏଜେଣ୍ଟ ମିତ୍ରଭାନୁ ମହାପାତ୍ର ପ୍ରମୁଖ ଇଓଡ଼ବ୍ଲ୍ୟୁର ଦ୍ୱାରସ୍ଥ ହୋଇଛନ୍ତି। ଇଓଡବ୍ଲ୍ୟୁ ଏସପି ଦିଲୀପ ତ୍ରିପାଠୀ କହିଛନ୍ତି ଯେ ଅଭିଯୋଗର ସଂଖ୍ୟା ଦିନକୁ ଦିନ ବଢ଼଼ିବାରେ ଲାଗିଛି। ତେଣୁ ଆଇନ ପରିସରରେ ରହି ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼଼ାଯାଉଛି। ‘ସମ୍ବାଦ’ ଅଫିସରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ଓ ଇଲେକ୍ଟ୍ରୋନିକ ସାମଗ୍ରୀ ଜବତ ହୋଇଛି। ଏହାର ସିଜର ଲିଷ୍ଟ ସେମାନଙ୍କୁ ପ୍ରଦାନ କରାଯାଇଛି। ଆସନ୍ତାକାଲି ହାଜର ହେବାକୁ ବହୁ ଲୋକଙ୍କୁ ସମନ ଜାରି ହୋଇଛି। ତଦନ୍ତ ଜାରି ରହିଛି, ଖୁବ୍‌‌ ଶୀଘ୍ର ବହୁ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

ଅନ୍ୟପକ୍ଷରେ, ଦେବଗଡ଼ ଜିଲ୍ଲାର ମିତ୍ରଭାନୁ ମହାପାତ୍ର ‘ସମ୍ବାଦ’ ଓ ଏହାର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। କେବଳ କର୍ମଚାରୀ ନୁହନ୍ତି; ସାଧାରଣ ଏଜେଣ୍ଟମାନଙ୍କ ପ୍ରତି କିପରି ‘ସମ୍ବାଦ’ କର୍ତ୍ତୃପକ୍ଷ ବିଶ୍ୱାସଘାତକତା କରିଛନ୍ତି, ତାହାର ଉଦାହରଣ ସେ ରଖିଛନ୍ତି। ସେ କହିଛନ୍ତି ଯେ ୫ ବର୍ଷ କାର୍ଯ୍ୟ କରିବା ପରେ ଅକସ୍ମାତ ତାଙ୍କ ଏଜେନ୍ସି କାଟି ଦିଆଗଲା। ଏ ସମ୍ପର୍କରେ ସେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଏଜେନ୍ସି ବାବଦ ଅର୍ଥ ସେ ଫେରି ପାଇ ନାହାନ୍ତି। ଅନୁରୂପ ଭାବରେ ‘ସମ୍ୱାଦ’ର ପୂର୍ବତନ କର୍ମଚାରୀ ଗୌରାଙ୍ଗ ଚରଣ ଦାସ ସୌମ୍ୟଙ୍କ ଲୋନ୍‌‌ ସ୍କାମର ଶିକାର ହୋଇଥିବା ଇଓଡ଼ବ୍ଲ୍ୟୁରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ୧୯୯୯ ମସିହାରେ ସମ୍ୱାଦରେ ବରିଷ୍ଠ ପ୍ରସାର ନିର୍ବାହୀ ଭାବେ ଅନୁଗୁଳରେ ଯୋଗଦେଇଥିଲେ। ସେତେବେଳେ ତାଙ୍କ ଦରମା ଥିଲା ୩ ହଜାର ଟଙ୍କା। ୨୦୦୨ରେ ସମ୍ୱାଦର ମାନବସମ୍ବଳ ବିଭାଗ ଅଧିକାରୀ ବୈଜୟନ୍ତୀ କର ତାଙ୍କୁ ଫୋନ କରି କଟକ ଅରୁଣୋଦୟ ମାର୍କେଟର ଷ୍ଟେଟବ୍ୟାଙ୍କ ଶାଖାରେ ଆକାଉଣ୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କମଳାକାନ୍ତ ମହାପାତ୍ର (ଏବର ସମ୍ୱାଦ ସିଓଓ) ତାଙ୍କୁ ଚାକିରି ଯିବାର ଭୟ ଦେଖାଇ ଋଣ ନେବାକୁ ଚାପ ପକାଇଥିଲେ। ପରେ ବ୍ଲାଙ୍କ ଲୋନ୍‌‌ ଆକାଉଣ୍ଟ ଓପନିଂ ଫର୍ମରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା। ଲୋନ ସମ୍ପର୍କରେ ଜାଣିବାକୁ ବ୍ୟାଙ୍କ ଅଧିକାରୀଙ୍କୁ ପଚରାଉଚରା କରିବାକୁ ତାଙ୍କୁ ସୁଯୋଗ ଦେଇ ନ ଥିଲେ ଏଚଆର୍‌‌ ବୈଜୟନ୍ତୀ କର ଏବଂ ଜୟପୁର ଏଡିସନର ତତ୍‌‌କାଳୀନ ଏଜିଏମ ବିନୋଦ ପଣ୍ଡା। ଆକାଉଣ୍ଟକୁ ଲୋନ୍‌‌ ଟଙ୍କା ଆସିବା ପରେ ସମ୍ୱାଦ କର୍ତ୍ତୃପକ୍ଷ ବ୍ଲାଙ୍କ୍‌‌ ୱିଇଡ୍ରାଲ ଫର୍ମରେ ଦସ୍ତଖତ ନେଇ ପାଖାପାଖି ୫ ଲକ୍ଷ ଟଙ୍କା ନେଇ ଯାଇଥିଲେ। ପ୍ରଥମ ଋଣ ସୁଝାସରିନଥିବା ବେଳେ ପୁଣି ୨୦୦୩ ମସିହାରେ ଦ୍ୱିତୀୟ ଲୋନ୍‌‌ କରିବାକୁ ଗୌରାଙ୍ଗଙ୍କୁ ବାଧ୍ୟ କରାଯାଇଥିଲା। ପୁଣିଥରେ ଗୌରାଙ୍ଗଙ୍କ ଆକାଉଣ୍ଟରେ ପ୍ରାୟ ୫ଲକ୍ଷ ଟଙ୍କା ଲୋନ୍‌‌ କରାଯାଇଥିଲା ଏବଂ ଏଥିରୁ ତାଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଅବଶିଷ୍ଟ ଅର୍ଥ ସେମାନେ ନେଇ ଯାଇଥିଲେ। ଏହାର ଠିକ୍‌‌ ୬ମାସ ପରେ କଟକ ମଙ୍ଗଳାବାଗ ଏସବିଆଇରୁ ପୁଣି ଗୌରାଙ୍ଗଙ୍କ ନାଁରେ ପୁଣି ୫ ଲକ୍ଷ ଟଙ୍କାର ଋଣ କରାଯାଇଥିଲା ଏବଂ ଏଥିରେ ତାଙ୍କ ବେତନ ପ୍ରମାଣପତ୍ରକୁ ଜାଲିଆତି କରି ଅଧିକ ପରିମାଣ କରାଯାଇଥିବା ସେ ଜାଣି ପାରିଥିଲେ। ଚାକିରି ଯିବା ଭୟରେ ସେ ଚାପର ବଶୀଭୂତ ହୋଇ ଋଣ ଫର୍ମରେ କେବଳ ସ୍ୱାକ୍ଷର କରିଥିଲେ ଏବଂ ସମସ୍ତ ଟଙ୍କା ‘ସମ୍ବାଦ’ କର୍ତ୍ତୃପକ୍ଷ ନେଇ ଯାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

22 Sep 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର