‘ସମ୍ବାଦ’ ବ୍ୟାଙ୍କ ଋଣ ସ୍କାମ୍‌: ରାଜ୍ୟବ୍ୟାପୀ ନିନ୍ଦା, ‘ଏହା ଏକ ଧର୍ତ୍ତବ୍ୟ ଅପରାଧ’

The Sakala Picture
Published On

କର୍ମଚାରୀଙ୍କ ନାଁରେ ଋଣ କରାଇ ତାକୁ ବ୍ୟକ୍ତିଗତ ସ୍ବାର୍ଥ ହାସଲରେ ବ୍ୟବହାର କରିବା ନେଇ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଓ ମାନବ ସମ୍ବଳ ବିଭାଗ ମୁଖ୍ୟ ବୈଜୟନ୍ତୀ କରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଇଓଡବ୍ଲ୍ୟୁ ଏହାର ଜୋରସୋର୍‌ରେ ତଦନ୍ତ କରୁଥିବା ବେଳେ ଦିନକୁ ଦିନ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା‌ ପ୍ରକାଶ ପାଇଛି। ସ୍ୱଳ୍ପ ବେତନଭୋଗୀ […]

କର୍ମଚାରୀଙ୍କ ନାଁରେ ଋଣ କରାଇ ତାକୁ ବ୍ୟକ୍ତିଗତ ସ୍ବାର୍ଥ ହାସଲରେ ବ୍ୟବହାର କରିବା ନେଇ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଓ ମାନବ ସମ୍ବଳ ବିଭାଗ ମୁଖ୍ୟ ବୈଜୟନ୍ତୀ କରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଇଓଡବ୍ଲ୍ୟୁ ଏହାର ଜୋରସୋର୍‌ରେ ତଦନ୍ତ କରୁଥିବା ବେଳେ ଦିନକୁ ଦିନ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା‌ ପ୍ରକାଶ ପାଇଛି। ସ୍ୱଳ୍ପ ବେତନଭୋଗୀ କର୍ମଚାରୀଙ୍କୁ ଚାକିରି ନେଇଯିବାର ଭୟ ଦେଖାଇ ତାଙ୍କ ନାଁରେ ଋଣ କରାଇବା ଓ ସେ ଟଙ୍କାକୁ ଅନ୍ୟ କାମରେ ଲଗାଇବା, ଆଦୌ ଠିକ୍‌ ନୁହେଁ। ଏହା ଏକ ଧର୍ତ୍ତବ୍ୟ ଅପରାଧ। ତେଣୁ ଏହାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀମାନଙ୍କୁ ଶୀଘ୍ର ଦଣ୍ଡ ଦିଆଯାଉ ବୋଲି ଦାବି କରାଯାଇଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଖାଲି ଓଡ଼ିଶା ନୁହେଁ, ପୂରା ବିଶ୍ବର ଗଣମାଧ୍ୟମରେ ଏଭଳି ଜାଲିଆତି ପୂର୍ବରୁ ହୋଇଥିବାର କେବେ ନଜିର ନାହିଁ ବୋଲି ଲୋକେ କହିଛନ୍ତି। ଅପରପକ୍ଷେ, ତଦନ୍ତର ସମ୍ମୁଖୀନ ହେବା ପରିବର୍ତ୍ତେ ସୌମ୍ୟବାବୁ ତାଙ୍କ ଦ୍ବାରା ପରିଚାଳିତ ଦୁଇ ଗଣମାଧ୍ୟମ ସଂସ୍ଥା‌ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ଜରିଆରେ ରାଜ୍ୟବାସୀଙ୍କୁ ଯେପରି ଭ୍ରମିତ କରିବାକୁ ଅପଚେଷ୍ଟା କରୁଛନ୍ତି, ତାହାକୁ ମଧ୍ୟ ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି। ଏହାଦ୍ବାରା ଅଯଥାରେ ଗଣମାଧ୍ୟମ କଳୁଷିତ ହେଉଛି ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

‌କର୍ମଚାରୀଙ୍କ ଋଣ ଟଙ୍କାକୁ ନିଜ ସ୍ବାର୍ଥରେ ବିନିଯୋଗ କରିବା ସାଙ୍ଘାତିକ ଅପରାଧ
କର୍ମଚାରୀଙ୍କ ନାଁରେ ଋଣ କରି ସେ ଟଙ୍କାକୁ ମାଲିକ ନିଜ ସ୍ବାର୍ଥରେ ଲଗାଇବା ଏକ ସାଂଘାତିକ ଅପରାଧ। ତେଣୁ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରୀ। କିନ୍ତୁ ଦୁର୍ଭାଗ୍ୟର କଥା ଯେ, ସୌମ୍ୟବାବୁ ନିଜ ଦୋଷ ଲୁଚାଇବାକୁ ସରକାରଙ୍କୁ ଆକ୍ଷେପ କରୁଛନ୍ତି। ଯଦି ସେ ସଚ୍ଚୋଟ ଓ ଏଭଳି କିଛି ଜାଲିଆତି କରିନାହାନ୍ତି ବୋଲି କହୁଛନ୍ତି, ତେବେ ତଦନ୍ତକୁ ସାମ୍ନା କରନ୍ତୁ।
– ତ୍ରିନାଥ ପାତିକା, ସମାଜସେବୀ, କୋରାପୁଟ

କର୍ମଚାରୀଙ୍କୁ ଶୋଷଣ ଏକ ଧର୍ତ୍ତବ୍ୟ ଅପରାଧ
‘ସମ୍ବାଦ’ ସଂପାଦକ ଓ କର୍ତ୍ତୃପକ୍ଷଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ତାହା ସାଙ୍ଘାତିକ। କର୍ମଚାରୀଙ୍କୁ ଏଭଳି ଶୋଷଣ କରିବା ଏକ ଧର୍ତ୍ତବ୍ୟ ଅପରାଧ। ଏହାର ସଠିକ୍‌‌ ଓ ନିରପେକ୍ଷ ତଦନ୍ତ ହେବା ସହ ଦୋଷୀ ଦଣ୍ଡ ପାଇବା ଆବଶ୍ୟକ। ଏହି ବେଆଇନ କାମରେ ସହଯୋଗ କରିଥିବା ବ୍ୟାଙ୍କ୍‌‌ ଅଫିସରମାନଙ୍କୁ ବି ଶୀଘ୍ର ତଦନ୍ତ ପରିସରଭୁକ୍ତ କରାଯିବା ଉଚିତ।
– ଦିଲ୍ଲୀପ ଦାଶ, ସାମାଜିକ କର୍ମୀ, କଳାହାଣ୍ଡି

‌‌ଯେତେ ନିନ୍ଦା କଲେ ବି କମ୍‌ ହେବ
କର୍ମଚାରୀଙ୍କ ନାମରେ ଋଣ ଉଠାଇ ନିଜ ସ୍ବାର୍ଥରେ ବିନିଯୋଗ କରିବା ଭଳି ଅଭିଯୋଗ; ପୂରା ବିଶ୍ୱ ଗଣମାଧ୍ୟମ ଜଗତରେ କେଉଁଠି ବି ଏଭଳି ଘଟଣା ଘଟିବାର ନଜିର ନାହିଁ। ଯେଉଁ କର୍ମଚାରୀଟିଏ ନିଜର ପରିବାର ପ୍ରତିପୋଷଣ ଲାଗି ତୁମ ପାଖରେ ଆସି କାମ କରୁଛି, ତାକୁ ଏମିତି ହଇରାଣ କରିବା ଅତ୍ୟନ୍ତ ଅମାନବୀୟ କାର୍ଯ୍ୟ। ଏହା କରି ସୌମ୍ୟବାବୁ କର୍ମଚାରୀଙ୍କ ମାନବାଧିକାର କ୍ଷୁଣ୍ଣ କରିଛନ୍ତି। ଏହାକୁ ଯେତେ ନିନ୍ଦା କଲେ ବି କମ୍‌‌ ହେବ। ସୌମ୍ୟବାବୁଙ୍କର ଏତାଦୃଶ କାର୍ଯ୍ୟ ସମଗ୍ର ଗଣମାଧ୍ୟମ ଜଗତର ନୈତିକତା ଉପରେ ପ୍ରଶ୍ନ ଉଠାଇଛି ବୋଲି ମୋର ସ୍ପଷ୍ଟ ମତ।
-ରାଜେନ୍ଦ୍ର ରାଉଳ, ସାମ୍ୱାଦିକ, ଗାଳ୍ପିକ

ନିନ୍ଦନୀୟ ଘଟଣା
କୌଣସି ସଂସ୍ଥାର ମାଲିକ ତାଙ୍କର କର୍ମଚାରୀଙ୍କୁ ଶୋଷଣ କରିବା ଗ୍ରହଣଯୋଗ୍ୟ ନୁହେଁ। ଏହା ଏକ ନିନ୍ଦନୀୟ ଘଟଣା। ଏହାର ଉପଯୁକ୍ତ ତଦନ୍ତ ସହ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ।
– ସୁମନ କୁମାର ସାହୁ, ବ୍ୟବସାୟୀ

ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ
ଜଣେ ସ୍ୱଳ୍ପ ବେତନଭୋଗୀ କର୍ମଚାରୀକୁ ଭୟଭୀତ କରି ତାଙ୍କ ନାଁରେ ଋଣ କରାଇବା ଓ ସେ ଟଙ୍କାକୁ ଅନ୍ୟ କାମରେ ଲଗାଇବା, ଆଦୌ ଠିକ୍‌ ନୁହେଁ। ଆଇନ ସମସ୍ତଙ୍କ ପାଇଁ ସମାନ। ଇଓଡବ୍ଲ୍ୟୁ ତଦନ୍ତ କରୁଛି। ଯିଏ ଦୋଷୀ ତା’ ବିରୋଧରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ହେବା ଦରକାର।
-ରଜନୀକାନ୍ତ ତ୍ରିପାଠୀ, ଆଇନଜୀବୀ, ନିମାପଡ଼ା, ପୁରୀ

‌‌ସୌମ୍ୟବାବୁଙ୍କୁ ବି ତଦନ୍ତ ପରିସରଭୁକ୍ତ କରାଯାଉ
କର୍ମଚାରୀଙ୍କ ନାଁରେ ଋଣ ଉଠାଯିବା ଅଭିଯୋଗ ଅତି ସାଂଘାତିକ। ତେଣୁ ଏହାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ସଂସ୍ଥାର ମାଲିକ ସୌମ୍ୟ ପଟ୍ଟନାୟକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ।
-ଦେବାଶିଷ ପଟ୍ଟନାୟକ, ଛାତ୍ର ନେତା

ଆଇନକୁ ତା’ ବାଟରେ ଯିବାକୁ ଦିଅନ୍ତୁ ସୌମ୍ୟରଞ୍ଜନ
‘ସମ୍ୱାଦ’ର ପୂର୍ବତନ କର୍ମଚାରୀମାନେ କରିଥିବା ଅଭିଯୋଗ ସମ୍ପୃକ୍ତ ସଂସ୍ଥାର ଆଭ୍ୟନ୍ତରୀଣ ବ୍ୟାପାର। ଇଓଡବ୍ଲୁ ତାର ତଦନ୍ତ କରୁଛି। ତଦନ୍ତ ପରେ ସତ ପଦାକୁ ଆସିବ। ଏପରିସ୍ଥଳେ ସୌମରଞ୍ଜନ ଓ ତାଙ୍କ ସଂସ୍ଥାର ଅଭିଯୁକ୍ତ ଅଧିକାରୀ/କର୍ମଚାରୀ ତଦନ୍ତରେ ସହାୟତା କରନ୍ତୁ। ଯଦି କୌଣସି ଅନିୟମିତତା ନାହିଁ, ତେବେ ତାହାକୁ ନେଇ ପ୍ରସଙ୍ଗ କାହିଁକି କରୁଛନ୍ତି ସୌମ୍ୟ ରଞ୍ଜନ। ମାମଲା ବାବଦରେ ନିଜର ମତାମତ ରଖନ୍ତୁ। ଇଓଡବ୍ଲୁ ପକ୍ଷରୁ ଦାଏର ଦଫା ଅନୁସାରେ ଅଭିଯୋଗ ସତ ହେଲେ ସର୍ବନିମ୍ନ ୧୦ ବର୍ଷରୁ ଆଜୀବନ କାରାଦଣ୍ଡ ହୋଇପାରେ। ଏଣୁ ଜଣେ ଦାୟିତ୍ୱବାନ ବ୍ୟକ୍ତି, ବିଧାୟକ ଓ ସମ୍ୱାଦର ସମ୍ପାଦକ ଭାବରେ ଆଇନକୁ ତା’ ବାଟରେ ଯିବାକୁ ଦିଅନ୍ତୁ।
– କୃଷ୍ଣଚନ୍ଦ୍ର ଦାସ, ଆଇନଜୀବୀ, ବାରିପଦା

‌ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ
ସୌମ୍ୟରଞ୍ଜନ ପଟ୍ଟନାୟକ ‘ସମ୍ୱାଦ’ର କର୍ମଚାରୀମାନଙ୍କ ନାମରେ ଜାଲିଆତି କରି ଋଣ ନେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ। କର୍ମଚାରୀଙ୍କ ଅଜ୍ଞାତରେ ତାଙ୍କ ନାମରେ ଋଣ ଉଠାଇବା ଘଟଣାକୁ ଗୁରୁତ୍ବର ସହ ନେଇ ଇଓଡବ୍ଲୁ ତଦନ୍ତ କରି ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ସୌମ୍ୟ ରଞ୍ଜନଙ୍କ ସମେତ ଯେଉଁ ବ୍ୟାଙ୍କ କର୍ମଚାରୀ ଓ ‘ସମ୍ୱାଦ’ ଅଧିକାରୀ ଏ ଘୋଟାଲରେ ଜଡ଼ିତ ଅଛନ୍ତି, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ନରେନ୍ଦ୍ର ସେନାପତି, ଅବସରପ୍ରାପ୍ତ ଶିକ୍ଷକ, ବାରିପଦା

ଧର୍ତ୍ତବ୍ୟ ଅପରାଧ, ଉପଯୁକ୍ତ ତଦନ୍ତ ହେଉ
ମିଥ୍ୟା ସାଲାରି ସ୍ଲିପ୍‌ ଦେଖାଇ କର୍ମଚାରୀଙ୍କ ନାଁରେ ବ୍ୟାଙ୍କରୁ ଋଣ ଉଠାଣ ନିହାତି ଭାବେ ଏକ ଧର୍ତ୍ତବ୍ୟ ଅପରାଧ। ତାଙ୍କର ନିଜର ସଂସ୍ଥାର ପୂର୍ବତନ କର୍ମଚାରୀ ଅଭିଯୋଗ କରିବାରୁ ଏହି ଜାଲିଆତି ସର୍ବସମ୍ମୁଖକୁ ଆସିଛି। ଏହାର ଉପଯୁକ୍ତ ତଦନ୍ତ ହେଉ। ‘ସମ୍ବାଦ’ କର୍ତ୍ତୃପକ୍ଷଙ୍କ ବିରୋଧରେ ଆସିଥିବା ଅଭିଯୋଗ ଯଦି ମିଛ, ତେବେ ଏନେଇ ସେମାନେ ଉପଯୁକ୍ତ ତଥ୍ୟ ଉପସ୍ଥାପନ କରନ୍ତୁ।
– ସୁନୀଲ କୁମାର ନାୟକ, ଛାତ୍ର ନେତା, ବାରିପଦା

‌ସରକାରଙ୍କୁ ଅଯଥାରେ ଦୋଷ ଦିଆନଯାଉ
ପ୍ରକୃତ ସତ୍ୟ ଅନୁସନ୍ଧାନ କରାଯାଉ। ଆଇନ ସମସ୍ତଙ୍କ ପାଇଁ ସମାନ। ପୁରାତନ କର୍ମଚାରୀଙ୍କ ଅଭିଯୋଗକୁ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିପାଇଁ ସରକାର କିମ୍ବା ସରକାରୀ ଅଧିକାରୀଙ୍କୁ ଦୋଷ ଦିଆ ନଯାଉ।
– ଗୋପାଳ ଚନ୍ଦ୍ର ପାତ୍ର, ସଭାପତି, ଢେଙ୍କାନାଳ ଓକିଲ ସଂଘ

କର୍ମଚାରୀଙ୍କ ନାଁରେ ସଂସ୍ଥା ଋଣ ନେବା ଅପରାଧିକ କାର୍ଯ୍ୟକଳାପ
କୌଣସି ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ନାମରେ କିମ୍ବା ତାଙ୍କ ଉପରେ ଚାପ ପକାଇ ସେହି ସଂସ୍ଥା ପକ୍ଷରୁ ଋଣ ନେବା ଓ ଏହା ବିଷୟରେ ସମ୍ପୃକ୍ତ କର୍ମଚାରୀଙ୍କୁ ଅନ୍ଧାରରେ ରଖିବା ଏକ ଧର୍ତ୍ତବ୍ୟ ଅପରାଧ। ‘ସମ୍ବାଦ’ କର୍ତ୍ତୃପକ୍ଷଙ୍କ ବିରୋଧରେ ଆସୁଥିବା ଏଭଳି ଅଭିଯୋଗର ଉଚିତ ତଦନ୍ତ କରାଯିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା‌ ଆବଶ୍ୟକ।
-ବି. ଶ୍ରୀନିବାସ ପାତ୍ର, ସାମାଜିକ କର୍ମୀ, ମାଲକାନଗିରି

‌ଦୋଷୀଙ୍କ ବିରୋଧ‌ରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
ଏଭଳି ଗୁରୁତର ଅଭିଯୋଗ ସତ ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟଙ୍କ ବିରୋଧରେ ତାଙ୍କ ପୂର୍ବତନ କର୍ମଚାରୀ ଏଭଳି ଅଭିଯୋଗ ଆଣିବା ତାଙ୍କ ବ୍ୟକ୍ତିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
-ଆଡମା ରାବା, ଜିଲ୍ଲା ଏସଡିସି ଅଧକ୍ଷ, ମାଲକାନଗିରି

ଚାକିରି ପାଇଁ କର୍ମଚାରୀଙ୍କୁ ଋଣ ପାଇଁ ବାଧ୍ୟ କରିବା ଗ୍ରହଣୀୟ ନୁହେଁ
ଚାକିରି ଦେବା ଆଳରେ କର୍ମଚାରୀଙ୍କୁ ଋଣ ଜାଲରେ ଛନ୍ଦିବା ଆଦୌ ଗ୍ରହଣୀୟ କିମ୍ବା କ୍ଷମଣୀୟ ନୁହେଁ। ଦୋଷୀ ଯେତେ ବଡ଼ ବ୍ୟକ୍ତି ହେଲେ ବି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ।
-କାଦମ୍ବିନୀ ମୁନୀ, ଯୁବ ସାମ୍ବାଦିକ,କୋରାପୁଟ

ନିନ୍ଦନୀୟ ଘଟଣା

‘ସମ୍ବାଦ’ ଭଳି ସଂସ୍ଥା ନିଜ କର୍ମଚାରୀଙ୍କ ନାଁରେ ଏପରି ଋଣ ଉଠାଇବା ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଏଭଳି ଦୋଷ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିତାନ୍ତ ଆବଶ୍ୟକ।
-ପ୍ରଶାନ୍ତ ସାମନ୍ତରାୟ, ଡେରାବିଶ

‘ସମ୍ବାଦ’ ଭଳି ସଂସ୍ଥାଠାରୁ ଏହା ଆଶା କରାଯାଉ ନ ଥିଲା
ଚାକିରି ଦେବାକୁ କହି ବିଭିନ୍ନ ଠକ ସଂସ୍ଥା ଲୋକଙ୍କଠାରୁ ଟଙ୍କା ଠକି ନେବା ପୁରୁଣା ଘଟଣା, ହେଲେ ‘ସମ୍ବାଦ’ ଭଳି ଏକ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ନିଜ କର୍ମଚାରୀଙ୍କ ନାମରେ ବ୍ୟାଙ୍କ ଋଣ କରି ନିଜେ ହଡ଼ପ କରିବା ଅତି ନିନ୍ଦନୀୟ ଘଟଣା। ଯଦି ଏ ଅଭିଯୋଗ ସତ ପ୍ରମାଣିତ ହୁଏ, ତା ହେଲେ ଅଭିଯୁକ୍ତଙ୍କୁ ଜେଲ ପଠାଇବା ଦରକାର।
– ଅମିତ ହୋତା, ବରିଷ୍ଠ ସାମ୍ବାଦିକ, କୋରାପୁଟ

ଇଓଡବ୍ଲୁ ନିରପେକ୍ଷ ସଂସ୍ଥା, କୌଣସି ଦଳର ନୁହେଁ
ଇଓଡବ୍ଲୁ ଏକ ନିରପେକ୍ଷ ସଂସ୍ଥା। ଅଭିଯୋଗ ହେବା ପରେ ତଦନ୍ତ କରୁଛି। ଏଥିରେ କୌଣସି ଦଳର ଭୂମିକା ନାହିଁ। ଦାୟିତ୍ବସଂପନ୍ନ ଗଣମାଧ୍ୟମ ଏଭଳି ଋଣ କେଳଙ୍କାରୀ କରିଥିବା ଅଭିଯୋଗ ବିଶ୍ୱାସ ହେଉନି। ଯଦି ସୌମ୍ୟ ବାବୁ ନିର୍ଦ୍ଦୋଷ, ତେବେ ସେ ତଦନ୍ତକୁ ସାମ୍ନା କରନ୍ତୁ ଏବଂ ଅଧିକାରୀଙ୍କୁ ସହଯୋଗ କରନ୍ତୁ। କିନ୍ତୁ ନିଜ ସମ୍ବାଦପତ୍ର ଜରିଆରେ ସରକାରଙ୍କୁ ବିରୋଧ କରିବା ଉଚିତ ନୁହେଁ।
-ଦେବାଶିଷ ଖାଡ଼ଙ୍ଗା, ଯୁବ ବିଜେଡି ସଭାପତି

ବ୍ୟାଙ୍କକୁ ବି ଠକାଯାଇଛି
‘ସମ୍ବାଦ’ ଭଳି ସଂସ୍ଥା ତା’ର କର୍ମଚାରୀ ନାଁରେ ଏକାଧିକଥର ଋଣ ଉଠାଣ ଓ କର୍ମଚାରୀଙ୍କ ବେତନ ପ୍ରମାଣପତ୍ରରେ ଜାଲିଆତି କରି ଋଣ ନିଆଯିବା ଘଟଣା ଏକ ସୁଚିନ୍ତିତ ଓ ସଂଗଠିତ ବ୍ୟାଙ୍କ ଠକେଇ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ତେଣୁ ଦୋଷୀମାନଙ୍କ ବିରୋଧରେ ତଦନ୍ତ କରି ତୁରନ୍ତ ଦଣ୍ଡବିଧାନ କରାଯାଉ।
-ଯୋଗାନନ୍ଦ ମହାନ୍ତି, ପୂର୍ବତନ ସରପଞ୍ଚ, ମୁକୁନ୍ଦପୁର ପଞ୍ଚାୟତ, ଡେରାବିଶ

ଗଣମାଧ୍ୟମର କଣ୍ଠରୋଧ ହେଉନାହିଁ, ସତ ସାମ୍ନାକୁ ଆସିବ
କର୍ମଚାରୀଙ୍କ ନାମରେ ଋଣ ଉଠାଇ ସେହି ଟଙ୍କାକୁ ସେ ନିଜେ ବିନିଯୋଗ କରିଛନ୍ତି। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଗଣମାଧ୍ୟମ ସଂସ୍ଥାରେ ଏଭଳି ଦୁର୍ନୀତି ହୋଇଛି। ସଂସ୍ଥାର କର୍ମଚାରୀମାନେ ହିଁ ଏସବୁ ଘଟଣା ସାମ୍ନାକୁ ଆଣିଛନ୍ତି। ଏଣୁ ଏହା ପଛରେ କୌଣସି ରାଜନୀତି ନାହିଁ। କର୍ମଚାରୀଙ୍କୁ ଠକିବା ଧର୍ତ୍ତବ୍ୟ ଅପରାଧ। ପୁରୁଣା କର୍ମଚାରୀମାନଙ୍କ ଅଭିଯୋଗ ଅନୁସାରେ ତଦନ୍ତ ଚାଲିଛି। ଏଥିରେ ବିଧାୟକ ଶ୍ରୀ ପଟ୍ଟନାୟକ ପୂର୍ଣ୍ଣ ସହଯୋଗ କରନ୍ତୁ। ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବାର କୌଣସି ଆବଶ୍ୟକତା ନାହିଁ। ଗଣମାଧ୍ୟମର କଣ୍ଠରୋଧ କରାଯାଉନାହିଁ। ସତ ତାହା ଖୁବ ଶୀଘ୍ର ସାମ୍ନାକୁ ଆସିବ।
– ଆସିଫ ଅମିନ, ଛାତ୍ର ବିଜେଡି ଜିଲ୍ଲା ସଭାପତି

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ବ୍ୟକ୍ତିଗତ ସ୍ୱାର୍ଥରେ ବ୍ୟବହାର କରିବା ଅନୁଚିତ
ଗଣତନ୍ତ୍ରର ମନ୍ଦିରରେ ବସି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ନିମନ୍ତେ ବ୍ୟବହାର କରିବା କେତେ ଦୂର ଠିକ୍‌, ତାହା ସୌମ୍ୟରଞ୍ଜନ ବାବୁ ନିଜେ ଆତ୍ମସମୀକ୍ଷା କରିବା ଉଚିତ। କର୍ମଚାରୀଙ୍କ ନାଁରେ ଋଣ କରିବା ଏକ ଅପରାଧ। କର୍ମଚାରୀମାନେ ଏହାଦ୍ୱାର ଶୋଷଣର ଶିକାର ହେଉଛନ୍ତି। ତଦନ୍ତ ସହ ଇଷ୍ଟର୍ଣ୍ଣ ମିଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ସରକାରୀ ଦଳର ବିଧାୟକ ହୋଇ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ନିଜ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ନିମନ୍ତେ ବାରମ୍ୱାର ଅଙ୍ଗୁଳି ନିର୍ଦ୍ଦେଶ କରିବା ଉଚିତ ନୁହେଁ।
– ସୁପ୍ରୀତି ନାଥଶର୍ମା, ରାଜ୍ୟ ସମ୍ପାଦିକା, ବିଜୁ ଛାତ୍ର ଜନତା ଦଳ

ସରକାରଙ୍କୁ ସମାଲୋଚନା ଦୁର୍ଭାଗ୍ୟଜନକ
ନିଜ ଦୋଷକୁ ଲୁଚାଇବା ପାଇଁ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବେ ସରକାରଙ୍କୁ ଯେଉଁ ସମାଲୋଚନା କରୁଛନ୍ତି, ତାହା ଦୁର୍ଭାଗ୍ୟଜନକ। ନିଜ ସଂସ୍ଥାର କର୍ମଚାରୀମାନଙ୍କୁ ସେ ଠକିଛନ୍ତି ବୋଲି ମାଳମାଳ ଅଭିଯୋଗ ସାମ୍ନାକୁ ଆସୁଛି। କିନ୍ତୁ ସୌମ୍ୟରଂଜନ ତଦନ୍ତରେ ସହଯୋଗ କରିବା ପରିବର୍ତ୍ତେ ଆକ୍ରୋଶମୂଳକ ଭାବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି, ଯାହାକି ଭିତ୍ତିହୀନ ଓ ଅମୂଳକ।
-ସନ୍ତୋଷ ମହାପାତ୍ର, ସାଧାରଣ ସମ୍ପାଦକ,ରାଜ୍ୟ ଛାତ୍ର ବିଜେଡି

‌‌ସୌମ୍ୟବାବୁ ଜଣେ ବିଶୃଙ୍ଖଳିତ ବ୍ୟକ୍ତି
ସୌମ୍ୟବାବୁ ଆରମ୍ଭରୁ ଜଣେ ବିଶୃଙ୍ଖଳିତ ବ୍ୟକ୍ତି। ରାଜନୀତିରେ ତାଙ୍କ ଚରିତ୍ର କାହାକୁ ଅଛପା ନାହିଁ। ସେ କାହାକୁ ବିଶ୍ୱାସକୁ ନିଅନ୍ତି ନାହିଁ। ଦଳବିରୋଧୀ କାର୍ଯ୍ୟ ଯୋଗୁଁ ତାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ସେ ସରକାରଙ୍କୁ ବଦନାମ କରିବାକୁ ଅପଚେଷ୍ଟା କରିବାକୁ ଉଦ୍ୟମ କରୁଛନ୍ତି। ସୌମ୍ୟବାବୁଙ୍କ ଉତ୍ପତ୍ତି ଦୁର୍ନୀତିରୁ। ଏ ସବୁକୁ ଘୋଡ଼ାଇବାକୁ ଯାଇ ନିଜ ଦ୍ୱାରା ପରିଚାଳିତ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ଭଳି ଗଣମାଧ୍ୟମକୁ ଢାଲ ଭଳି ବ୍ୟବହାର କରି ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ସେ ଅପଚେଷ୍ଟା କରୁଛନ୍ତି।
-ରଞ୍ଜନ ପଲାଇ, ଯୁବନେତା, କବିସୂର୍ଯ୍ୟନଗର

ସତ୍‌ସାହସ ଥିଲେ ତଦନ୍ତକୁ ସାମ୍ନା କରନ୍ତୁ
ସୌମ୍ୟବାବୁ ଜଣେ ସୁବିଧାବାଦୀ ଲୋକ। ଏହା ସମସ୍ତେ ଜାଣନ୍ତି ଓ ପରୀକ୍ଷିତ ମଧ୍ୟ। ନିଜର ବ୍ୟବସାୟିକ ସ୍ବାର୍ଥରେ ଆଞ୍ଚ ଆସିଲେ ସେ ସବୁ କିଛି କରିପାରନ୍ତି। ନିଜ କର୍ମଚାରୀଙ୍କ ନାମରେ ଋଣ ନେଇ ସେମାନଙ୍କୁ ମାନସିକ ନିର୍ଯାତନା ଦେବା ଓ ଶୋଷଣ କରିବା, ଏପରିକି ପ୍ରତିବାଦ କଲେ ନାଲି ଆଖି ଦେଖାଇବା ତାଙ୍କ ପାଇଁ ଏହା କିଛି ନୂଆ କଥା ନୁହେଁ। ନିଜ ଅଧୀନରେ ଥିବା ଉଭୟ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମକୁ ଢାଲ କରି ସେ ନିଜର ସାମ୍ରାଜ୍ୟ ବିସ୍ତାର କରିଛନ୍ତି। ସବୁବେଳେ ବ୍ଲାକମେଲ କରି ନିଜର ରାଜନୈତିକ ସ୍ୱାର୍ଥ ହାସଲ କରିବାକୁ ମଧ୍ୟ ଚାହିଛନ୍ତି। ଯେଉଁଠି ନିଜର ସ୍ୱାର୍ଥ ହାସଲରେ ବାଧା ଉପୁଜୁଛି, ସେ ବିଚଳିତ ହୋଇପଡୁଛନ୍ତି। ବିଳମ୍ବରେ ହେଲେ ମଧ୍ୟ ତାଙ୍କର ସାମ୍ରାଜ୍ୟ ଧ୍ୱଂସ ହେବାର ବେଳ ଆସିଛି। ଏଣୁ ସେ ବ୍ୟସ୍ତ ଓ ବିବ୍ରତ ହୋଇ ଏଣେତେଣେ ଗପୁଛନ୍ତି ଓ ସରକାରକୁ ଆକ୍ଷେପ କରିବାକୁ ପଛାଉ ନାହାନ୍ତି। ତେଣୁ ତାଙ୍କର ଯଦି ସତ୍ ସାହାସ ଅଛି ସେ ତଦନ୍ତର ସମ୍ମୁଖୀନ ହୁଅନ୍ତୁ।
-ଏସ୍.କିଶୋର ଚନ୍ଦ୍ର ରେଡୀ, ପୁରୁଷୋତ୍ତମପୁର

ସ୍ୱାର୍ଥପର ଓ ସୁବିଧାବାଦୀ ଲୋକ ସୌମ୍ୟବାବୁ
ସୌମ୍ୟବାବୁ ଜଣେ ସ୍ୱାର୍ଥପର ଓ ସୁବିଧାବାଦୀ ଲୋକ। ରାଜନୀତି ହେଉ କି ବ୍ୟବସାୟ, ସବୁଠି ତାଙ୍କର ଚିନ୍ତାଧାରା ସମାନ। ଅଭିଯୋଗ ଆଧାରରେ ତାଙ୍କର କଳା ସାମ୍ରାଜ୍ୟର ତଦନ୍ତ ଚାଲିଥିବା ବେଳେ ଏହାକୁ ସମ୍ମୁଖୀନ ହେବା ପରିବର୍ତ୍ତେ ଭୋକ ବିକଳରେ ତାଟିଆ କାମୁଡ଼ିବା ନ୍ୟାୟରେ ରୋଷ ଓଗାଳିବା ଆଦୌ ଗ୍ରହଣୀୟ ନୁହେଁ। ଓଡ଼ିଶାବାସୀ ସୌମ୍ୟବାବୁଙ୍କୁ ଓ ତାଙ୍କର ନୈତିକତା ସମ୍ପର୍କରେ ଭଲ ଭାବେ ଅବଗତ ଅଛନ୍ତି। ନିଜ କର୍ମଚାରୀଙ୍କୁ ବର୍ଷ ବର୍ଷ ଧରି ଶୋଷଣ କରିବା ଓ ନାଲି ଆଖି ଦେଖାଇ କରିଥିବା ଋଣ ଘୋଟାଲାର ତଦନ୍ତ ଇଓଡବ୍ଲ୍ୟୁ ନୁହେଁ ବରଂ ଏହାର ତଦନ୍ତ ଇଡି ଦ୍ୱାରା ହେବା ଆବଶ୍ୟକ।
-ସ୍ୱରାଜ୍ୟ ପାଣିଗ୍ରାହୀ, ଆଇନଜୀବୀ

ତଦନ୍ତକୁ ପ୍ରଭାବିତ କରିବାକୁ ଗଣମାଧ୍ୟମକୁ ଢାଲ କରୁଛନ୍ତି
ଗଣମାଧ୍ୟମ ସଂସ୍ଥାର କାମ ଲୋକଙ୍କ ହିତସାଧନ କରିବା ପାଇଁ। ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ଭଳି ରହି ଲୋକଙ୍କ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା। କିନ୍ତୁ ଏସବୁକୁ ଛାଡ଼ି ପଥଭ୍ରଷ୍ଟ ହୋଇଛନ୍ତି ସୌମ୍ୟବାବୁ ଓ ତାଙ୍କ ଦ୍ୱାରା ପରିଚାଳିତ ଗଣମାଧ୍ୟମ ସଂସ୍ଥା। ନିଜ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ନିଜ କର୍ମଚାରୀଙ୍କ ଉପରେ ମାନସିକ ନିର୍ଯାତନା ଓ ଶୋଷଣ କରାଯିବା ଭଳି ଘଟଣା ଆଦୌ ସ୍ପୃହଣୀୟ ନୁହେଁ। ଏନେଇ ଅଭିଯୋଗ ପରେ ଚାଲିଥିବା ତଦନ୍ତକୁ ସମ୍ମୁଖୀନ ନକରି ପାଲଟା ନିଜ ଗଣମାଧ୍ୟମକୁ ଢାଲ ଭାବେ ବ୍ୟବହାର କରି ସରକାରଙ୍କୁ ବଦ୍‌ନାମ କରିବା ଓ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ସୌମ୍ୟବାକୁ କେବଳ ଏକ ଅପଚେଷ୍ଟା କରୁଛନ୍ତି। ତଦନ୍ତ ପରେ ସବୁ କିଛି କ୍ଷୀର ଓ ପାଣି ଭଳି ଅଲଗା ହୋଇଯିବ।
-ନିରଞ୍ଜନ ଜେନା, ପୂର୍ବତନ ଉପନଗରପାଳ, ବ୍ରହ୍ମପୁର

‌ଦୋଷୀକୁ କଠୋର୍‌ ଶାସ୍ତି ମିଳିବା ଉଚିତ
‘ସମ୍ବାଦ’ର ଅନେକ କର୍ମଚାରୀଙ୍କ ନାଁରେ ଋଣ ଘୋଟାଲା ସମ୍ପର୍କରେ ତଦନ୍ତ ଚାଲିଛି। ସୌମ୍ୟ ବାବୁ ‘ସମ୍ବାଦ’ର ମାଲିକ ହୋଇ କର୍ମଚାରୀଙ୍କ ନାଁରେ ଋଣ କରିବା ପାଇଁ ବାଧ୍ୟ କରିବା ଘୋର୍‌ ଅନ୍ୟାୟ ଓ ଧର୍ତ୍ତବ୍ୟ ଅପରାଧ। ‘ସମ୍ବାଦ’ର ଅନେକ କର୍ମଚାରୀ ଅଭିଯୋଗ କରିବା ପରେ ଅନୁସନ୍ଧାନ ଚାଲିଛି। ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ କଠୋର ଶାସ୍ତି ମିଳିବା ଉଚିତ।
-ସୁବାସ ପାଣିଗ୍ରାହୀ, ସଭାପତି,ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ

ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ
‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟଙ୍କ ନାଁରେ ସଂଗିନ୍‌ ଅଭିଯୋଗ ହୋଇଛି। ସେ ସମ୍ବାଦର କର୍ମଚାରୀଙ୍କ ନାଁରେ ଋଣ କରି ସେହି ଅର୍ଥକୁ ନିଜେ ଆତ୍ମସାତ କରିଥିବା ସମ୍ପର୍କରେ ହୋଇଥିବା ବିଭିନ୍ନ ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଅଭିଯୋଗ ଅଧାରରେ ଅର୍ଥନୈତିକ ଅପରାଧ ଶାଖା ସମ୍ବାଦ ଓ କନକଟିଭି ଅଫିସ ଉପରେ ଚଢ଼ଉ କରି ତଦନ୍ତ କରିଛି। ଏ ସମ୍ପର୍କରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଅବଶ୍ୟକତା ରହିଛି।
-ନିରଞ୍ଜନ ବାରିକ, ସାମ୍ବାଦିକ, ଜଗତସିଂହପୁର

ପ୍ରକୃତ ସତ୍ୟ ପଦାକୁ ଆସିବା ଦରକାର
ଅନେକ ସମାଜସେବା ପାଇଁ ସାମ୍ବାଦିକତାକୁ ବୃତ୍ତି ଭାବେ ଆପଣାଇଥାନ୍ତି। ଏଭଳି ବୃତ୍ତିଧାରୀଙ୍କୁ ମାଲିକ ଋଣଗ୍ରସ୍ତ କରିବା ଦୁଃଖଦାୟକ। ଏପରି ଘଟଣା ଭବିଷ୍ୟତରେ ପୁନରାବୃତ୍ତି ନ ହେବା ଉଚିତ। ଉକ୍ତ ଘଟଣା ତଦନ୍ତ ପରିସରଭୁକ୍ତ ଥିବାରୁ ଏହାର ସତ୍ୟତା ନିଶ୍ଚିତ ପଦାକୁ ଆସିବ।
ତ୍ରିବିକ୍ରମ ପ୍ରଧାନ, ସଭାପତି, ସମ୍ବଲପୁର ପ୍ରେସ୍‌ କ୍ଲବ୍‌

ସୌମ୍ୟଙ୍କୁୁ ତୁରନ୍ତ ଗିରଫ କରାଯାଉ
‘ସମ୍ବାଦ’ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ନିଜ ସଂସ୍ଥାର କର୍ମଚାରୀଙ୍କ ନାଁରେ ଋଣ କରି ସେହି ଅର୍ଥକୁ ହଡ଼ପ କରିଛନ୍ତି। ଏହା ଚିଟ୍‌‌ଫଣ୍ଡ ଦୁର୍ନୀତିଠାରୁ କୌଣସି ଗୁଣରେ କମ୍‌‌ ନୁହେଁ। ତାଙ୍କ ବିରୋଧରେ ଏ ସମ୍ପର୍କରେ ୧୪ ଦିନ ମଧ୍ୟରେ ୨୫ରୁ ଅଧିକ ଅଭିଯୋଗ ହେବା ପରେ ଇଓଡବ୍ଲୁ ସମ୍ବାଦ ଓ କନକ ନ୍ୟୁଜ୍‌ କାର୍ଯ୍ୟାଳୟରେ ଚଢ଼ଉ କରିଛି। ସୌମ୍ୟଙ୍କୁୁ ତୁରନ୍ତ ଗିରଫ କରାଯିବା ଆବଶ୍ୟକ।
-ବିଜୟ ରାଉତ, ଜଗତସିଂହପୁର

‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ଆକ୍ରୋଶମୂଳକ ଖବର ପରିବେଷଣ କରୁଛନ୍ତି
ସମ୍ବାଦ ଓ କନକ ଟିଭିରେ କିଛିଦିନ ଧରି ଅଭିସନ୍ଧି ଓ ଆକ୍ରୋଶମୂଳକ ଖବର ପ୍ରକାଶ ପାଇ ଆସୁଛି। ଏହି ସଂସ୍ଥା କର୍ମଚାରୀଙ୍କୁ ଶୋଷଣ ଓ ନିର୍ଯାତନା ନେଇ ବହୁ ଅଭିଯୋଗ ହୋଇଛି। ଅର୍ଥନୈତିକ ଅପରାଧିକ ଶାଖା ଏ ସମ୍ପର୍କରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ସମ୍ବାଦ କାର୍ଯ୍ୟାଳୟରେ ପହଞ୍ଚି ତନଖି କରିଛି। ଆଇନ ସମସ୍ତଙ୍କ ଲାଗି ସମାନ ହୋଇଥିବାରୁ ଏହି କ୍ଷେତ୍ରରେ ପ୍ରଭାବଶାଳୀ ସମ୍ପାଦକ ଓ ତାଙ୍କ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସମସ୍ତେ ଅନୁଭବ କରୁଛନ୍ତି।
-ଶରତ ବାରିକ, ଜଗତସିଂହପୁର

ଆଇନର ଊର୍ଦ୍ଧ୍ବରେ କେହି ନୁହଁନ୍ତି
ମୁଁ ‘ସମ୍ବାଦ’ର ଜଣେ ନିୟମିତ ପାଠକ। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଖଣ୍ଡପଡ଼ାର ବିଧାୟକ ଭାବେ ବିଜେଡିରୁ ନିର୍ବାଚିତ ହେବା ପରର ‘ସମ୍ବାଦ’ ଓ ବର୍ତ୍ତମାନ କିଛି ଦିନର ‘ସମ୍ବାଦ’ ମଧ୍ୟରେ ଆକାଶ-ପାତାଳ ପ୍ରଭେଦ ରହିଛି। ମୋ ସହ ଅନ୍ୟ ପାଠକ ବି ଏହା ଅନୁଭବ କରୁଥିବେ। ସେତେବେଳେ କ’ଣ ଛାପୁଥିଲେ, ଆଉ ଏବେ କ’ଣ ଛାପୁଛନ୍ତି। କାହିଁକି ହଠାତ୍‌ ଏ ପରିବର୍ତ୍ତନ ରାଜ୍ୟବାସୀ ନିଶ୍ଚୟ ବିଚାର କରିବେ। ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଛି। ତତ୍କାଳୀନ ବ୍ୟାଙ୍କ ପରିଚାଳକଙ୍କ ସହ ମିଶି ‘ସମ୍ବାଦ’ କର୍ମଚାରୀଙ୍କ ନାଁରେ ଋଣ ଅର୍ଥ ଉଠାଇ ନେଇଥିବା ଅଭିଯୋଗ ହେଉଛି। ତେବେ ଆଇନର ଊର୍ଦ୍ଧ୍ବରେ କେହି ନୁହନ୍ତି। ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ।
-ଲକ୍ଷ୍ମଣ ଦାସ, ରଘୁନାଥପୁର

22 Sep 2023 By The Sakala

https://www.thesakala.in/latest-odisha-news/sambad-bank-loan-scam-statewide-condemnation-people-say-its-a-crime/article-25646
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର