ସମ୍ବାଦ ଲୋନ୍ ସ୍କାମର ମହାଖୁଲାସା: HR ମୁଖ୍ୟ ବୈଜୟନ୍ତୀ କର କହିଲେ ଲୋନ ଜାଲିଆତିର ଗୁମର କଥା

The Sakala Picture
Published On

ଭୁବନେଶ୍ବର: ନିଜକୁ ସ୍ବାଭିମାନୀ, ସ୍ପଷ୍ଟବାଦୀ ଏବଂ ନିଜ ଖବରକାଗଜକୁ ଏକନମ୍ବର ଦାବି କରି ଆସୁଥିବା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କିପରି ସଂସ୍ଥାର କର୍ମଚାରୀଙ୍କ ନାଁରେ ଲୋନ୍‌ ନେଇ ବଡ଼ ଲୋକ ହୋଇଛନ୍ତି ତାହା ଧିରେଧିରେ ପଦାକୁ ଆସୁଛି। ସଂସ୍ଥାର ମାନବସମ୍ବଳ ବିଭାଗର (HR) ଅଧିକାରୀ ବୈଜୟନ୍ତୀ କରଙ୍କୁ ଗତକାଲି ଅର୍ଥନୈତିକ ଅପରାଧ ଶାଖା ( EOW ) ପଚରାଉଚୁରା କରିଥିବା ବେଳେ ଆଜି ମଧ୍ୟ ପଚରାଉଚୁରା କରିଛି। ଏହି ଜେରା ସମୟରେ EOWକୁ ମିଳିଛି ବହୁ […]

ଭୁବନେଶ୍ବର: ନିଜକୁ ସ୍ବାଭିମାନୀ, ସ୍ପଷ୍ଟବାଦୀ ଏବଂ ନିଜ ଖବରକାଗଜକୁ ଏକନମ୍ବର ଦାବି କରି ଆସୁଥିବା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କିପରି ସଂସ୍ଥାର କର୍ମଚାରୀଙ୍କ ନାଁରେ ଲୋନ୍‌ ନେଇ ବଡ଼ ଲୋକ ହୋଇଛନ୍ତି ତାହା ଧିରେଧିରେ ପଦାକୁ ଆସୁଛି। ସଂସ୍ଥାର ମାନବସମ୍ବଳ ବିଭାଗର (HR) ଅଧିକାରୀ ବୈଜୟନ୍ତୀ କରଙ୍କୁ ଗତକାଲି ଅର୍ଥନୈତିକ ଅପରାଧ ଶାଖା ( EOW ) ପଚରାଉଚୁରା କରିଥିବା ବେଳେ ଆଜି ମଧ୍ୟ ପଚରାଉଚୁରା କରିଛି। ଏହି ଜେରା ସମୟରେ EOWକୁ ମିଳିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

ଜେରାର ଦ୍ବିତୀୟ ଦିନରେ ସମ୍ବାଦ ବ୍ୟାଙ୍କ ସ୍କାମର ମହାଖୁଲାସ ହୋଇଛି। ପ୍ରେସ ରିଲିଜ ଜାରି କରି ମହାଖୁଲାସା କରିଛି   EOW । ସ୍କାମ ପୀଡିତାଙ୍କ ଠାରୁ EOW ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି। ଋଣ/ ବ୍ୟାଙ୍କ ସମ୍ପର୍କିତ ଡକ୍ୟୁମେଣ୍ଟ EOWର ହସ୍ତଗତ ହୋଇଛି। ଏହାକୁ ସୁଚିନ୍ତିତ ଓ ଯୋଜନାବଦ୍ଧ ଠକେଇ ବୋଲି କହିଛି EOW । ଫର୍ଜରୀ କରି କୋଟିକୋଟି ଟଙ୍କାର ବ୍ୟାଙ୍କ ଋଣ ହାତେଇଛନ୍ତି। ଗତ କିଛି ବର୍ଷରେ ସମ୍ବାଦ/ EMLର ୩୫୦ କର୍ମାଚାରୀ ନେଇଛନ୍ତି ଋଣ।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

ଆଇଆରସି ଭିଲେଜ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ନେଇଛନ୍ତି ଋଣ। ଏସବିଆଇ ଓ ଅନ୍ୟ ବ୍ୟାଙ୍କରୁ ନେଇଥିବା ଲୋନ ନେଇ ଯାଞ୍ଚ ଚାଲିଛି। ସବୁ ଯାଞ୍ଚ ପରେ ମୋଟ ଲୋନର ପରିମାଣ ବହୁ ଅଧିକ ହେବାର ସମ୍ଭାବନା ରହିଛି। ପ୍ରାୟତଃ ଗୋଟିଏ ଶୈଳିରେ ସବୁ ଲୋନ ଉଠାଯାଇଛି। ଘର ନିର୍ମାଣ ଓ ମରାମତି ନାଁରେ ୫ ଲକ୍ଷ ଯାଏ ଋଣ ଉଠାଣ ହୋଇଛି। ଋଣ ପାଇଁ ସମ୍ବାଦ ପକ୍ଷରୁ  ଜାଲ କାଗଜପତ୍ର ଦାଖଲ କରାଯାଇଛି। ଋଣ ଉଠାଣରେ ସମ୍ବାଦ/EML ପକ୍ଷରୁ ନକଲି ସାଲାରି ସ୍ଲିପ ବ୍ୟବହାର କରଯାଇଛି। ପ୍ରକୃତ ସାଲାରି ସ୍ଲିପ ଓ ବ୍ୟାଙ୍କକୁ ଦିଆଯାଇଥିବା ସ୍ଲିପ ମଧ୍ୟରେ ଫରକ ରହିଛି। ଲୋନ ଫର୍ମ ଅନ୍ୟ କାହା ଦ୍ବାରା ପ୍ରସ୍ତୁତ କରାଯାଇଛି। ଫର୍ମରେ ଋଣ ଗ୍ରହୀତା ନାମକୁ ମାତ୍ର ଦସ୍ତଖତ କରିଥିବା ଜଣାପଡୁଛି। ସମସ୍ତ ଋଣ ଟଙ୍କା ନଗଦ ଆକାରରେ ଉଠାଣ କରାଯାଇଛି। ପ୍ରକୃତ ଋଣ ଗ୍ରହୀତ ଋଣ ରାଶିରୁ ଟଙ୍କାଟିଏ ବି ପାଇନାହାନ୍ତି। ଥରେ ନୁହେଁ ୨ରୁ ୩ ଥର ଉଠାଣ ପାଇଁ କିଛି କର୍ମଚାରୀଙ୍କ ଉପରେ ଚାପ ପକାଯାଇଛି। ୬୦ ଥରରେ ସମ୍ବାଦ /EML ଏହି ଋଣ ପରିଶୋଧ କରିଥାଏ। କର୍ମଚାରୀ ଚାକିରିରୁ ଯିବା ପରେ ବି ଋଣ ପରିଶୋଧ କରାଯାଇଛି। ଏହା ଏକ ଯୋଜନାବଦ୍ଧ ଠକେଇର ସୁଚିତିନ୍ତି ଷଡଯନ୍ତ୍ର ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

ସମ୍ବାଦ ଋଣ ଠକେଇ ମାମଲା ନେଇ EOW ଏସପି ପ୍ରତିକ୍ରିୟା ରଖିଛନ୍ତି। ୨୦ ରୁ ୨୫ ଜଣଙ୍କ ଅଭିଯୋଗ ଗ୍ରହଣ କରାଗଲାଣି । ଆହୁରି ଅଭିଯୋଗ ବଢିବାର ସମ୍ଭାବନା ରହିଛି । ଆସନ୍ତା କାଲି ଆହୁରି ଅଧିକ ଲୋକଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ । ତଦନ୍ତ ଚାଲିଛି । ବହୁତ୍ କମ୍ ବ୍ୟାଙ୍କ୍ ଯାଞ୍ଚ କରାଯାଇଛି । ଆହୁରି ଅଧିକ ବ୍ୟାଙ୍କ୍ ଯାଞ୍ଚ କରିବା ପ୍ରକ୍ରିୟା ବାକି ରହିଛି  ବୋଲି EOW ଏସପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି।

19 Sep 2023 By The Sakala

ସମ୍ବାଦ ଲୋନ୍ ସ୍କାମର ମହାଖୁଲାସା: HR ମୁଖ୍ୟ ବୈଜୟନ୍ତୀ କର କହିଲେ ଲୋନ ଜାଲିଆତିର ଗୁମର କଥା

ଭୁବନେଶ୍ବର: ନିଜକୁ ସ୍ବାଭିମାନୀ, ସ୍ପଷ୍ଟବାଦୀ ଏବଂ ନିଜ ଖବରକାଗଜକୁ ଏକନମ୍ବର ଦାବି କରି ଆସୁଥିବା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କିପରି ସଂସ୍ଥାର କର୍ମଚାରୀଙ୍କ ନାଁରେ ଲୋନ୍‌ ନେଇ ବଡ଼ ଲୋକ ହୋଇଛନ୍ତି ତାହା ଧିରେଧିରେ ପଦାକୁ ଆସୁଛି। ସଂସ୍ଥାର ମାନବସମ୍ବଳ ବିଭାଗର (HR) ଅଧିକାରୀ ବୈଜୟନ୍ତୀ କରଙ୍କୁ ଗତକାଲି ଅର୍ଥନୈତିକ ଅପରାଧ ଶାଖା ( EOW ) ପଚରାଉଚୁରା କରିଥିବା ବେଳେ ଆଜି ମଧ୍ୟ ପଚରାଉଚୁରା କରିଛି। ଏହି ଜେରା ସମୟରେ EOWକୁ ମିଳିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ।

ଜେରାର ଦ୍ବିତୀୟ ଦିନରେ ସମ୍ବାଦ ବ୍ୟାଙ୍କ ସ୍କାମର ମହାଖୁଲାସ ହୋଇଛି। ପ୍ରେସ ରିଲିଜ ଜାରି କରି ମହାଖୁଲାସା କରିଛି   EOW । ସ୍କାମ ପୀଡିତାଙ୍କ ଠାରୁ EOW ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି। ଋଣ/ ବ୍ୟାଙ୍କ ସମ୍ପର୍କିତ ଡକ୍ୟୁମେଣ୍ଟ EOWର ହସ୍ତଗତ ହୋଇଛି। ଏହାକୁ ସୁଚିନ୍ତିତ ଓ ଯୋଜନାବଦ୍ଧ ଠକେଇ ବୋଲି କହିଛି EOW । ଫର୍ଜରୀ କରି କୋଟିକୋଟି ଟଙ୍କାର ବ୍ୟାଙ୍କ ଋଣ ହାତେଇଛନ୍ତି। ଗତ କିଛି ବର୍ଷରେ ସମ୍ବାଦ/ EMLର ୩୫୦ କର୍ମାଚାରୀ ନେଇଛନ୍ତି ଋଣ।

ଆଇଆରସି ଭିଲେଜ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ନେଇଛନ୍ତି ଋଣ। ଏସବିଆଇ ଓ ଅନ୍ୟ ବ୍ୟାଙ୍କରୁ ନେଇଥିବା ଲୋନ ନେଇ ଯାଞ୍ଚ ଚାଲିଛି। ସବୁ ଯାଞ୍ଚ ପରେ ମୋଟ ଲୋନର ପରିମାଣ ବହୁ ଅଧିକ ହେବାର ସମ୍ଭାବନା ରହିଛି। ପ୍ରାୟତଃ ଗୋଟିଏ ଶୈଳିରେ ସବୁ ଲୋନ ଉଠାଯାଇଛି। ଘର ନିର୍ମାଣ ଓ ମରାମତି ନାଁରେ ୫ ଲକ୍ଷ ଯାଏ ଋଣ ଉଠାଣ ହୋଇଛି। ଋଣ ପାଇଁ ସମ୍ବାଦ ପକ୍ଷରୁ  ଜାଲ କାଗଜପତ୍ର ଦାଖଲ କରାଯାଇଛି। ଋଣ ଉଠାଣରେ ସମ୍ବାଦ/EML ପକ୍ଷରୁ ନକଲି ସାଲାରି ସ୍ଲିପ ବ୍ୟବହାର କରଯାଇଛି। ପ୍ରକୃତ ସାଲାରି ସ୍ଲିପ ଓ ବ୍ୟାଙ୍କକୁ ଦିଆଯାଇଥିବା ସ୍ଲିପ ମଧ୍ୟରେ ଫରକ ରହିଛି। ଲୋନ ଫର୍ମ ଅନ୍ୟ କାହା ଦ୍ବାରା ପ୍ରସ୍ତୁତ କରାଯାଇଛି। ଫର୍ମରେ ଋଣ ଗ୍ରହୀତା ନାମକୁ ମାତ୍ର ଦସ୍ତଖତ କରିଥିବା ଜଣାପଡୁଛି। ସମସ୍ତ ଋଣ ଟଙ୍କା ନଗଦ ଆକାରରେ ଉଠାଣ କରାଯାଇଛି। ପ୍ରକୃତ ଋଣ ଗ୍ରହୀତ ଋଣ ରାଶିରୁ ଟଙ୍କାଟିଏ ବି ପାଇନାହାନ୍ତି। ଥରେ ନୁହେଁ ୨ରୁ ୩ ଥର ଉଠାଣ ପାଇଁ କିଛି କର୍ମଚାରୀଙ୍କ ଉପରେ ଚାପ ପକାଯାଇଛି। ୬୦ ଥରରେ ସମ୍ବାଦ /EML ଏହି ଋଣ ପରିଶୋଧ କରିଥାଏ। କର୍ମଚାରୀ ଚାକିରିରୁ ଯିବା ପରେ ବି ଋଣ ପରିଶୋଧ କରାଯାଇଛି। ଏହା ଏକ ଯୋଜନାବଦ୍ଧ ଠକେଇର ସୁଚିତିନ୍ତି ଷଡଯନ୍ତ୍ର ବୋଲି କୁହାଯାଇଛି।

ସମ୍ବାଦ ଋଣ ଠକେଇ ମାମଲା ନେଇ EOW ଏସପି ପ୍ରତିକ୍ରିୟା ରଖିଛନ୍ତି। ୨୦ ରୁ ୨୫ ଜଣଙ୍କ ଅଭିଯୋଗ ଗ୍ରହଣ କରାଗଲାଣି । ଆହୁରି ଅଭିଯୋଗ ବଢିବାର ସମ୍ଭାବନା ରହିଛି । ଆସନ୍ତା କାଲି ଆହୁରି ଅଧିକ ଲୋକଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ । ତଦନ୍ତ ଚାଲିଛି । ବହୁତ୍ କମ୍ ବ୍ୟାଙ୍କ୍ ଯାଞ୍ଚ କରାଯାଇଛି । ଆହୁରି ଅଧିକ ବ୍ୟାଙ୍କ୍ ଯାଞ୍ଚ କରିବା ପ୍ରକ୍ରିୟା ବାକି ରହିଛି  ବୋଲି EOW ଏସପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର