ସେପ୍ଟେମ୍ବର ୧୧ରୁ ବିଜେଡି କର୍ମୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ, ପରିଚାଳନା କରିବେ ସାଂସଦ ମାନସ ମଙ୍ଗରାଜ

The Sakala Picture
Published On

ଭୁବନେଶ୍ବର: ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ବିଜେଡି କର୍ମୀଙ୍କୁ ଦିଗଦର୍ଶନ ଦିଆଯିବ। ଆସନ୍ତା ସେପ୍ଟେମ୍ବର ୧୧ ତାରିଖରୁ ବିଜେଡି କର୍ମୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଦଳର ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ସୂଚନା ଦେଇଛନ୍ତି । ଏହି ଦିଗଦର୍ଶନ କାର୍ଯ୍ୟକ୍ରମ ୩୭ରୁ ୪୦ ଦିନ ଚାଲିବ । ଦଳର ସଭାପତିଙ୍କ ନିର୍ଦ୍ଦେଶରେ ପ୍ରତି ନିର୍ବାଚନମଣ୍ଡଳୀରୁ ନାଁ ଆସିବ । ଏହାକୁ ପରିଚାଳନା କରିବେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ । […]

ଭୁବନେଶ୍ବର: ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ବିଜେଡି କର୍ମୀଙ୍କୁ ଦିଗଦର୍ଶନ ଦିଆଯିବ। ଆସନ୍ତା ସେପ୍ଟେମ୍ବର ୧୧ ତାରିଖରୁ ବିଜେଡି କର୍ମୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଦଳର ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ସୂଚନା ଦେଇଛନ୍ତି । ଏହି ଦିଗଦର୍ଶନ କାର୍ଯ୍ୟକ୍ରମ ୩୭ରୁ ୪୦ ଦିନ ଚାଲିବ । ଦଳର ସଭାପତିଙ୍କ ନିର୍ଦ୍ଦେଶରେ ପ୍ରତି ନିର୍ବାଚନମଣ୍ଡଳୀରୁ ନାଁ ଆସିବ । ଏହାକୁ ପରିଚାଳନା କରିବେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ । କାର୍ଯ୍ୟକ୍ରମକୁ ସହଯୋଗ କରିବେ ସାଂସଦ ସସ୍ମିତ ପାତ୍ର ଓ ପ୍ୟାନେଲିଷ୍ଟ । ଦଳର ବରିଷ୍ଠ ନେତା ବି ରହିବେ । ଯୁବ ଓ ଛାତ୍ରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବେ ବିଧାୟକ ପ୍ରଣବ ବଳବନ୍ତରାୟ । ମହାବାତ୍ୟା ପରେ ଆସିଥିବା ଚ୍ୟାଲେଞ୍ଜର ମୁକାବିଲା କରି ବିଜେଡି ସରକାର ସଫଳ କାହାଣୀ ଲେଖିଛନ୍ତି । ୨୦୩୬ରେ ଓଡ଼ିଶା ପ୍ରଦେଶକୁ ଶହେ ବର୍ଷ ପୂରିବ । ରାଜ୍ୟ ସରକାର ବହୁ ସଫଳ କାମ କରିଛନ୍ତି ବୋଲି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

09 Sep 2023 By The Sakala

ସେପ୍ଟେମ୍ବର ୧୧ରୁ ବିଜେଡି କର୍ମୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ, ପରିଚାଳନା କରିବେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ବର: ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ବିଜେଡି କର୍ମୀଙ୍କୁ ଦିଗଦର୍ଶନ ଦିଆଯିବ। ଆସନ୍ତା ସେପ୍ଟେମ୍ବର ୧୧ ତାରିଖରୁ ବିଜେଡି କର୍ମୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଦଳର ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ସୂଚନା ଦେଇଛନ୍ତି । ଏହି ଦିଗଦର୍ଶନ କାର୍ଯ୍ୟକ୍ରମ ୩୭ରୁ ୪୦ ଦିନ ଚାଲିବ । ଦଳର ସଭାପତିଙ୍କ ନିର୍ଦ୍ଦେଶରେ ପ୍ରତି ନିର୍ବାଚନମଣ୍ଡଳୀରୁ ନାଁ ଆସିବ । ଏହାକୁ ପରିଚାଳନା କରିବେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ । କାର୍ଯ୍ୟକ୍ରମକୁ ସହଯୋଗ କରିବେ ସାଂସଦ ସସ୍ମିତ ପାତ୍ର ଓ ପ୍ୟାନେଲିଷ୍ଟ । ଦଳର ବରିଷ୍ଠ ନେତା ବି ରହିବେ । ଯୁବ ଓ ଛାତ୍ରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବେ ବିଧାୟକ ପ୍ରଣବ ବଳବନ୍ତରାୟ । ମହାବାତ୍ୟା ପରେ ଆସିଥିବା ଚ୍ୟାଲେଞ୍ଜର ମୁକାବିଲା କରି ବିଜେଡି ସରକାର ସଫଳ କାହାଣୀ ଲେଖିଛନ୍ତି । ୨୦୩୬ରେ ଓଡ଼ିଶା ପ୍ରଦେଶକୁ ଶହେ ବର୍ଷ ପୂରିବ । ରାଜ୍ୟ ସରକାର ବହୁ ସଫଳ କାମ କରିଛନ୍ତି ବୋଲି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର