ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ବସ୍ତିର ଆଲୋକବର୍ତ୍ତିକା ଶକୁନ୍ତଳା

The Sakala Picture
Published On

ଭୁବନେଶ୍ୱର କରୋନା ଯୋଗୁଁ ଶିକ୍ଷା ଅଧିକ ପ୍ରଭାବିତ ହୋଇଛି। ଅନ୍‍ଲାଇନ୍‍ ପାଠପଢ଼଼ାର ସୁବିଧା ନ ଥିବାରୁ ଅନେକ ପିଲା ପଢ଼଼ାରୁ ବଞ୍ଚିତ ହେଉଛନ୍ତି। ଏଭଳି ପରିସ୍ଥିତିରେ ବସ୍ତି ପିଲାଙ୍କ ପାଇଁ ଭିନ୍ନ ଏକ ସମାଜସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି ଜଣେ ଝିଅ। ସୃଷ୍ଟି କରିଛନ୍ତି ନିଆରା ଦୃଷ୍ଟାନ୍ତ। ସେ ହେଉଛନ୍ତି ସାଲିଆ ସାହିର ଶକୁନ୍ତଳା ନାୟକ। ବୟସ ୨୩। ଦାରିଦ୍ର୍ୟର ତାଡ଼ନା ହେଉ ଅବା ପାରିବାରିକ ଦୁଃସ୍ଥିତି ଯୋଗୁଁ ପାଠପଢ଼଼ାରୁ ବିଚ୍ୟୁତ ହେଉଥିବା ପିଲାଙ୍କ ପାଖରେ ପହଞ୍ଚି […]

ଭୁବନେଶ୍ୱର କରୋନା ଯୋଗୁଁ ଶିକ୍ଷା ଅଧିକ ପ୍ରଭାବିତ ହୋଇଛି। ଅନ୍‍ଲାଇନ୍‍ ପାଠପଢ଼଼ାର ସୁବିଧା ନ ଥିବାରୁ ଅନେକ ପିଲା ପଢ଼଼ାରୁ ବଞ୍ଚିତ ହେଉଛନ୍ତି। ଏଭଳି ପରିସ୍ଥିତିରେ ବସ୍ତି ପିଲାଙ୍କ ପାଇଁ ଭିନ୍ନ ଏକ ସମାଜସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି ଜଣେ ଝିଅ। ସୃଷ୍ଟି କରିଛନ୍ତି ନିଆରା ଦୃଷ୍ଟାନ୍ତ। ସେ ହେଉଛନ୍ତି ସାଲିଆ ସାହିର ଶକୁନ୍ତଳା ନାୟକ। ବୟସ ୨୩। ଦାରିଦ୍ର୍ୟର ତାଡ଼ନା ହେଉ ଅବା ପାରିବାରିକ ଦୁଃସ୍ଥିତି ଯୋଗୁଁ ପାଠପଢ଼଼ାରୁ ବିଚ୍ୟୁତ ହେଉଥିବା ପିଲାଙ୍କ ପାଖରେ ପହଞ୍ଚି ସେମାନଙ୍କୁ ବଞ୍ଚିବାର ରାହା ଦେଖାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବାକୁ ଆରମ୍ଭ କରିଛନ୍ତି ଉଦ୍ୟମ। ଭିନ୍ନ ଏକ ମହତ୍‍ ଚିନ୍ତାରେ ଅନୁପ୍ରାଣିତ ହୋଇ ଶକୁନ୍ତଳା ସୃଷ୍ଟି କରିପାରିଛନ୍ତି ନିଆରା ଦୃଷ୍ଟାନ୍ତ। କରୋନା କଟକଣା ଯୋଗୁଁ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ସମୟଧରି ସ୍କୁଲ କଲେଜ ବନ୍ଦ ରହିବା ଦ୍ୱାରା ବସ୍ତିରେ ରହୁଥିବା ଛାତ୍ର ଛାତ୍ରୀମାନେ ମଧ୍ୟ ଗଭୀର ମାନସିକ ଚାପ ମଧ୍ୟରେ ଗତି କରୁଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଅନେକ ଗରିବ ଛାତ୍ର ଛାତ୍ରୀ ମାନେ ଅଧାରୁ ପାଠ ଛାଡିଦେବାର ନଜିର ମଧ୍ୟ ରହିଛି। ଏହି ସମୟରେ ପିଲାମାନଙ୍କ ପାଇଁ ହାତ ବଢ଼଼ାଇଛନ୍ତି ସେ। ସାଲିଆ ସାହି ବସ୍ତିର ପ୍ରାୟ ୩ଶହ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଖରେ ସେହି ବସ୍ତିରେ ରହୁଥିବା ଶକୁନ୍ତଳା ପହଞ୍ଚି ସେମାନଙ୍କୁ ବିଭିନ୍ନ ସୃଜନାତ୍ମକ କାର୍ଯ୍ୟରେ ନିୟୋଜିତ କରି ପିଲାମାନଙ୍କର ମାନସିକ ଚାପ ହ୍ରାସ କରିବାର ପ୍ରଚେଷ୍ଟା ଜାରିରଖିଛନ୍ତି। ସାଲିଆ ସାହି ବସ୍ତିର ୮ଟି ସାହିକୁ ଯାଇ ସକାଳୁ ସଞ୍ଜ ଯାଏଁ ପିଲାଙ୍କୁ ପାଠପଢ଼଼ାଉଛନ୍ତି। ସବୁ ପିଲାମାନଙ୍କ ଘରକୁ ଯାଇ ସେମାନଙ୍କ ପାଠପଢ଼଼ା କଥା ବୁଝିବା ଏବଂ ଚିତ୍ରାଙ୍କନ, ବିଭିନ୍ନ ବର୍ଜ୍ୟବସ୍ତୁକୁ ବ୍ୟବହାର କରି କଳାକୃତି ତିଆରି କରିବା, କବିତା ଏବଂ ଗଳ୍ପ ରଚନା କରିବା ଇତ୍ୟାଦି ଶିକ୍ଷା ଦେଉଛନ୍ତି। ଏଥି ସହିତ ପିଲାମାନଙ୍କୁ ବିଭିନ୍ନ ନୈତିକ ଶିକ୍ଷା ଏବଂ ପରସ୍ପର ମଧ୍ୟରେ ଶାନ୍ତି ଓ ସଦ୍‍ଭାବନାର ବାର୍ତ୍ତା ବାଣ୍ଟୁଛନ୍ତି ଶକୁନ୍ତଳା। କରୋନା ମହାମାରୀରୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ପ୍ରତିଷେଧକମୂଳକ ପଦକ୍ଷେପ ନେବାପାଇଁ ସଚେତନ ମଧ୍ୟ କରୁଛନ୍ତି। ଏହି ମହାମାରୀ ସମୟରେ ଧୈର୍ଯ୍ୟ ନ ହରାଇ ମାନସିକ ସ୍ତରରେ ସୁଦୃଢ଼ ରହିବା ପାଇଁ ଦୈନଦିନ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସହିତ ସବୁସମୟରେ ସକାରାତ୍ମକ ଚିନ୍ତାଧାରା ରଖିବା ପାଇଁ ସେ ସବୁପିଲା ମାନଙ୍କୁ ବୁଝାଉଛନ୍ତି।

ଆହୁରି ପଢ଼ନ୍ତୁ: ବ୍ରହ୍ମପୁର ଗିରିରୋଡରେ ଅମାନୁଷିକ ଆକ୍ରମଣ ଘଟଣାକୁ ନିନ୍ଦା କଲେ ନବୀନ, କହିଲେ 'ରାଜ୍ୟରେ ବିଜେପିର ଶାସନ ନୁହେଁ ତ ଲାଗୁଛି ଗୁଣ୍ଡାରାଜ୍ ଚାଲିଛି'

ଶକୁନ୍ତଳା ଛୋଟବେଳୁ ବସ୍ତିରେ କାମକରୁଥିବା ସ୍ୱେଚ୍ଛାସେବୀ ସଂସ୍ଥା ‘ସ୍ନେହ’ର ସାହାଯ୍ୟ ଓ ସହଯୋଗ ଯୋଗୁଁ ସ୍କୁଲ ଏବଂ କଲେଜରେ ପାଠ ପଢ଼଼ି ଜଣେ ସ୍ନାତକ ହୋଇପାରିଛନ୍ତି। ଏହାସହିତ ଗୋଷ୍ଠୀ ସଚେତକ ସ୍ୱେଚ୍ଛସେବୀ ଭାବେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ସନ୍ଧ୍ୟାରେ ଗରିବ ବସ୍ତି ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରିଆସୁଛନ୍ତି। ‘ଏହି ମହାମାରୀ ସଂକଟ ସମୟରେ ସମାଜରେ ଥିବା ଅବହେଳିତ ବର୍ଗର ଶିଶୁ ଏବଂ କିଶୋର ମାନଙ୍କୁ ସେବା ଯୋଗାଇ ମୁଁ ନିଜକୁ ଗର୍ବିତ ମନେକରୁଛି ବୋଲି କୁହନ୍ତି ସେ। ପାଠପଢ଼଼ା ପାଇଁ ଭାଙ୍ଗି ଯାଉଥିବା ଶୈଶବକୁ ସାକାର ରୂପ ଦେବା ପାଇଁ ଅଦମ୍ୟ ଉତ୍ସାହର ସହ ସମର୍ପିତ ସେବାରେ ନିୟୋଜିତ ଶକୁନ୍ତଳା ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆହୁରି ପଢ଼ନ୍ତୁ: ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣା: ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ମୁକେଶ ସାହୁ ଆହତ

31 May 2021 By The Sakala

ବସ୍ତିର ଆଲୋକବର୍ତ୍ତିକା ଶକୁନ୍ତଳା

ଭୁବନେଶ୍ୱର କରୋନା ଯୋଗୁଁ ଶିକ୍ଷା ଅଧିକ ପ୍ରଭାବିତ ହୋଇଛି। ଅନ୍‍ଲାଇନ୍‍ ପାଠପଢ଼଼ାର ସୁବିଧା ନ ଥିବାରୁ ଅନେକ ପିଲା ପଢ଼଼ାରୁ ବଞ୍ଚିତ ହେଉଛନ୍ତି। ଏଭଳି ପରିସ୍ଥିତିରେ ବସ୍ତି ପିଲାଙ୍କ ପାଇଁ ଭିନ୍ନ ଏକ ସମାଜସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି ଜଣେ ଝିଅ। ସୃଷ୍ଟି କରିଛନ୍ତି ନିଆରା ଦୃଷ୍ଟାନ୍ତ। ସେ ହେଉଛନ୍ତି ସାଲିଆ ସାହିର ଶକୁନ୍ତଳା ନାୟକ। ବୟସ ୨୩। ଦାରିଦ୍ର୍ୟର ତାଡ଼ନା ହେଉ ଅବା ପାରିବାରିକ ଦୁଃସ୍ଥିତି ଯୋଗୁଁ ପାଠପଢ଼଼ାରୁ ବିଚ୍ୟୁତ ହେଉଥିବା ପିଲାଙ୍କ ପାଖରେ ପହଞ୍ଚି ସେମାନଙ୍କୁ ବଞ୍ଚିବାର ରାହା ଦେଖାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବାକୁ ଆରମ୍ଭ କରିଛନ୍ତି ଉଦ୍ୟମ। ଭିନ୍ନ ଏକ ମହତ୍‍ ଚିନ୍ତାରେ ଅନୁପ୍ରାଣିତ ହୋଇ ଶକୁନ୍ତଳା ସୃଷ୍ଟି କରିପାରିଛନ୍ତି ନିଆରା ଦୃଷ୍ଟାନ୍ତ। କରୋନା କଟକଣା ଯୋଗୁଁ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ସମୟଧରି ସ୍କୁଲ କଲେଜ ବନ୍ଦ ରହିବା ଦ୍ୱାରା ବସ୍ତିରେ ରହୁଥିବା ଛାତ୍ର ଛାତ୍ରୀମାନେ ମଧ୍ୟ ଗଭୀର ମାନସିକ ଚାପ ମଧ୍ୟରେ ଗତି କରୁଛନ୍ତି।

ଅନେକ ଗରିବ ଛାତ୍ର ଛାତ୍ରୀ ମାନେ ଅଧାରୁ ପାଠ ଛାଡିଦେବାର ନଜିର ମଧ୍ୟ ରହିଛି। ଏହି ସମୟରେ ପିଲାମାନଙ୍କ ପାଇଁ ହାତ ବଢ଼଼ାଇଛନ୍ତି ସେ। ସାଲିଆ ସାହି ବସ୍ତିର ପ୍ରାୟ ୩ଶହ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଖରେ ସେହି ବସ୍ତିରେ ରହୁଥିବା ଶକୁନ୍ତଳା ପହଞ୍ଚି ସେମାନଙ୍କୁ ବିଭିନ୍ନ ସୃଜନାତ୍ମକ କାର୍ଯ୍ୟରେ ନିୟୋଜିତ କରି ପିଲାମାନଙ୍କର ମାନସିକ ଚାପ ହ୍ରାସ କରିବାର ପ୍ରଚେଷ୍ଟା ଜାରିରଖିଛନ୍ତି। ସାଲିଆ ସାହି ବସ୍ତିର ୮ଟି ସାହିକୁ ଯାଇ ସକାଳୁ ସଞ୍ଜ ଯାଏଁ ପିଲାଙ୍କୁ ପାଠପଢ଼଼ାଉଛନ୍ତି। ସବୁ ପିଲାମାନଙ୍କ ଘରକୁ ଯାଇ ସେମାନଙ୍କ ପାଠପଢ଼଼ା କଥା ବୁଝିବା ଏବଂ ଚିତ୍ରାଙ୍କନ, ବିଭିନ୍ନ ବର୍ଜ୍ୟବସ୍ତୁକୁ ବ୍ୟବହାର କରି କଳାକୃତି ତିଆରି କରିବା, କବିତା ଏବଂ ଗଳ୍ପ ରଚନା କରିବା ଇତ୍ୟାଦି ଶିକ୍ଷା ଦେଉଛନ୍ତି। ଏଥି ସହିତ ପିଲାମାନଙ୍କୁ ବିଭିନ୍ନ ନୈତିକ ଶିକ୍ଷା ଏବଂ ପରସ୍ପର ମଧ୍ୟରେ ଶାନ୍ତି ଓ ସଦ୍‍ଭାବନାର ବାର୍ତ୍ତା ବାଣ୍ଟୁଛନ୍ତି ଶକୁନ୍ତଳା। କରୋନା ମହାମାରୀରୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ପ୍ରତିଷେଧକମୂଳକ ପଦକ୍ଷେପ ନେବାପାଇଁ ସଚେତନ ମଧ୍ୟ କରୁଛନ୍ତି। ଏହି ମହାମାରୀ ସମୟରେ ଧୈର୍ଯ୍ୟ ନ ହରାଇ ମାନସିକ ସ୍ତରରେ ସୁଦୃଢ଼ ରହିବା ପାଇଁ ଦୈନଦିନ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସହିତ ସବୁସମୟରେ ସକାରାତ୍ମକ ଚିନ୍ତାଧାରା ରଖିବା ପାଇଁ ସେ ସବୁପିଲା ମାନଙ୍କୁ ବୁଝାଉଛନ୍ତି।

ଶକୁନ୍ତଳା ଛୋଟବେଳୁ ବସ୍ତିରେ କାମକରୁଥିବା ସ୍ୱେଚ୍ଛାସେବୀ ସଂସ୍ଥା ‘ସ୍ନେହ’ର ସାହାଯ୍ୟ ଓ ସହଯୋଗ ଯୋଗୁଁ ସ୍କୁଲ ଏବଂ କଲେଜରେ ପାଠ ପଢ଼଼ି ଜଣେ ସ୍ନାତକ ହୋଇପାରିଛନ୍ତି। ଏହାସହିତ ଗୋଷ୍ଠୀ ସଚେତକ ସ୍ୱେଚ୍ଛସେବୀ ଭାବେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ସନ୍ଧ୍ୟାରେ ଗରିବ ବସ୍ତି ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରିଆସୁଛନ୍ତି। ‘ଏହି ମହାମାରୀ ସଂକଟ ସମୟରେ ସମାଜରେ ଥିବା ଅବହେଳିତ ବର୍ଗର ଶିଶୁ ଏବଂ କିଶୋର ମାନଙ୍କୁ ସେବା ଯୋଗାଇ ମୁଁ ନିଜକୁ ଗର୍ବିତ ମନେକରୁଛି ବୋଲି କୁହନ୍ତି ସେ। ପାଠପଢ଼଼ା ପାଇଁ ଭାଙ୍ଗି ଯାଉଥିବା ଶୈଶବକୁ ସାକାର ରୂପ ଦେବା ପାଇଁ ଅଦମ୍ୟ ଉତ୍ସାହର ସହ ସମର୍ପିତ ସେବାରେ ନିୟୋଜିତ ଶକୁନ୍ତଳା ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ କହିଲେ ଅତ୍ୟୁକ୍ତି ହେବ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର