ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା, ନବୀନ ପଟ୍ଟନାୟକଙ୍କ ହାତରେ ସୁରକ୍ଷିତ ମଣୁଛନ୍ତି ସାଢ଼େ ଚାରି କୋଟି ଓଡ଼ିଆ

The Sakala Picture
Published On

ଭୁବନେଶ୍ୱର: ୧୯୯୯ ମହାବାତ୍ୟା। ୨୬୦ କିଲୋମିଟର ବେଗରେ ପବନ। ପାରାଦୀପ-ଏରସମା ଅଞ୍ଚଳରେ ଲ୍ୟାଣ୍ଡଫଲ୍। ୧୦ ହଜାର ଲୋକଙ୍କ ମୃତ୍ୟୁ। ୨୦୧୩ରେ ଫାଇଲିନ୍। ପ୍ରାୟ ୨୪୦ କିଲୋମିଟର ବେଗରେ ପବନ। ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଲ୍ୟାଣ୍ଡଫଲ୍। ହେଲେ କାଜୁଆଲଟି ୨୧ରେ ସୀମିତ। ନବୀନ ପଟ୍ଟନାୟକ ଶାସନ ଭାର ସମ୍ଭାଳିବା ପରଠାରୁ ତାଙ୍କ ପଲିଟିକାଲ କମିଟମେଣ୍ଟ ଏବଂ ବିପର୍ଯ୍ୟୟ ବେଳେ ମୃତାହତ ସଂଖ୍ୟା କମାଇବା ପାଇଁ ପ୍ରସ୍ତୁତିକୁ ଜାତିସଂଘ ପୂର୍ବରୁ ପ୍ରଶଂସା କରିଥିଲା। ଏବେ ‘ୟାସ’ର ସଫଳ ପରିଚାଳନାକୁ ପ୍ରଶଂସା […]

ଭୁବନେଶ୍ୱର: ୧୯୯୯ ମହାବାତ୍ୟା। ୨୬୦ କିଲୋମିଟର ବେଗରେ ପବନ। ପାରାଦୀପ-ଏରସମା ଅଞ୍ଚଳରେ ଲ୍ୟାଣ୍ଡଫଲ୍। ୧୦ ହଜାର ଲୋକଙ୍କ ମୃତ୍ୟୁ। ୨୦୧୩ରେ ଫାଇଲିନ୍। ପ୍ରାୟ ୨୪୦ କିଲୋମିଟର ବେଗରେ ପବନ। ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଲ୍ୟାଣ୍ଡଫଲ୍। ହେଲେ କାଜୁଆଲଟି ୨୧ରେ ସୀମିତ। ନବୀନ ପଟ୍ଟନାୟକ ଶାସନ ଭାର ସମ୍ଭାଳିବା ପରଠାରୁ ତାଙ୍କ ପଲିଟିକାଲ କମିଟମେଣ୍ଟ ଏବଂ ବିପର୍ଯ୍ୟୟ ବେଳେ ମୃତାହତ ସଂଖ୍ୟା କମାଇବା ପାଇଁ ପ୍ରସ୍ତୁତିକୁ ଜାତିସଂଘ ପୂର୍ବରୁ ପ୍ରଶଂସା କରିଥିଲା। ଏବେ ‘ୟାସ’ର ସଫଳ ପରିଚାଳନାକୁ ପ୍ରଶଂସା କରିଛି। ଜାତିସଂଘ ଡିଜାଷ୍ଟର ରିସ୍କ ରିଡକ୍ସନର ମୁଖ୍ୟ ମାମି ମିଜୁତୋରି ଟ୍ୱିଟ୍ କରିଛନ୍ତି ଯେ ବିପର୍ଯ୍ୟୟର ଭୟାବହତା ନେଇ ଲୋକଙ୍କୁ ସଚେତନ କରିବା ସାଙ୍ଗକୁ ସ୍ଥିତିକୁ ଆଗୁଆ ଆକଳନ କରି ମୁକବିଲା ଲାଗି ସବୁ ସ୍ତରରେ ପ୍ରସ୍ତୁତ ରହିବା ଭଳି କୌଶଳ ଓଡ଼ିଶାଠାରୁ ଶିଖିବା ଦରକାର।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟାସ୍‌ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଆସିଥିବା ବେଳେ ଓଡ଼ିଶାର ପଦକ୍ଷେପକୁ ପ୍ରଶାଂସା କରିଥିଲେ। ଆଜି ବି ମନ୍ କି ବାତ୍ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକଙ୍କୁ ମୋଦି ପ୍ରଶଂସା କରିଛନ୍ତି। ନବୀନଙ୍କ ମିଶନ ଜିରୋ କାଜୁଆଲଟି, ଲୋକଙ୍କ ସହଭାଗିତା, ସବୁବେଳେ ସଜାଗ ପ୍ରଶାସନ ସାଙ୍ଗକୁ ସମସ୍ତଙ୍କ ବିଶ୍ୱାସ ଜିତିବା ଯୋଗୁଁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସୁନାମ ଅର୍ଜନ କରିଛି। ଓଡ଼ିଶାକୁ ପ୍ରଶଂସା, ସାଢେ ଚାରିକୋଟି ଓଡ଼ିଆଙ୍କ ପାଇଁ ଗର୍ବ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି। ୧୯୯୯ରେ ଅର୍ଥ, ମାନବସମ୍ବଳ, ବୈଷୟିକ ଜ୍ଞାନକୌଶଳ ଓ ସର୍ବୋପରି ମନୋବଳ ମଧ୍ୟ ନଥିଲା। କିନ୍ତୁ ଆଜି ଓଡ଼ିଶା ସାରା ବିଶ୍ୱ ପାଇଁ ଆଦର୍ଶ ପାଲଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ସାଢ଼େ ଚାରିକୋଟି ଜୀବନ ସୁରକ୍ଷିତ ବୋଲି ସମସ୍ତେ ଅନୁଭବ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଫିଲ୍ମଷ୍ଟାର ମାଧବନ୍‌, ପୂର୍ବତନ କେନ୍ଦ୍ରୀୟ ସଚିବ ଅନୀଲ ସ୍ୱରୁପଙ୍କ ସମେତ ବହୁ ବିଶିଷ୍ଟ ମୁଖ୍ୟମନ୍ତ୍ରୀଙ୍କୁ ସାମୁଦ୍ରିକ ଝଡ଼ ‘ୟାସ୍‌’ର ସଫଳ ମୁକାବିଲା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର