୫-ଟି ଉପକ୍ରମରେ ମୟୂରଭଞ୍ଜବାସୀଙ୍କ ଅଭିଳାଷକୁ ପୂର୍ଣ୍ଣ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ବାରିପଦା:  ୫-ଟି ଉପକ୍ରମରେ ମୟୂରଭଞ୍ଜବାସୀଙ୍କ ଅଭିଳାଷକୁ ପୂର୍ଣ୍ଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଗତ ମାର୍ଚ୍ଚ ୨ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତକରି ଜିଲ୍ଲାବାସୀଙ୍କ ପକ୍ଷରୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଗୁଡିକର ପରିଦର୍ଶନ କରି ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ସେଥି ମଧ୍ୟରୁ ୧୩ଟି ପ୍ରମୁଖ ପ୍ରକଳ୍ପ ପାଇଁ ମୋଟ ୩୫୭.୬୪ କୋଟି ଟଙ୍କା ବ୍ୟୟ ଅଟକଳ ମଞ୍ଜୁର କରିଛନ୍ତି । ସେଗୁଡିକ ହେଲା […]

ବାରିପଦା:  ୫-ଟି ଉପକ୍ରମରେ ମୟୂରଭଞ୍ଜବାସୀଙ୍କ ଅଭିଳାଷକୁ ପୂର୍ଣ୍ଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଗତ ମାର୍ଚ୍ଚ ୨ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତକରି ଜିଲ୍ଲାବାସୀଙ୍କ ପକ୍ଷରୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଗୁଡିକର ପରିଦର୍ଶନ କରି ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ସେଥି ମଧ୍ୟରୁ ୧୩ଟି ପ୍ରମୁଖ ପ୍ରକଳ୍ପ ପାଇଁ ମୋଟ ୩୫୭.୬୪ କୋଟି ଟଙ୍କା ବ୍ୟୟ ଅଟକଳ ମଞ୍ଜୁର କରିଛନ୍ତି ।
ସେଗୁଡିକ ହେଲା

ବୁଢ଼ାବଳଙ୍ଗ ନଦୀର ବନ୍ୟା ନିୟନ୍ତ୍ରଣ ପାଇଁ ନଦୀ ବନ୍ଧ ଏବଂ ବାରିପଦା ରିଂ ରୋଡ୍ ନିର୍ମାଣ ପାଇଁ ୧୫୪,୦୦କୋଟି ଟଙ୍କା, ବାରିପଦା ଷ୍ଟାଡ଼ିୟମ୍‌ର ଉନ୍ନତିକରଣ ପାଇଁ ୧.୯୬କୋଟି ଟଙ୍କା ଓ ବାରିପଦାସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବାସଗୃହର ନବୀକରଣ ପାଇଁ ୧କୋଟି ଟଙ୍କା, ବାଙ୍ଗିରିପୋଷି ଓ ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚନ୍ଦନପୁର-ଯୋକା- ଶଙ୍ଖାଭଙ୍ଗା-ବିଶୋଇ ବିକଳ୍ପ ଘାଟୀ ରାସ୍ତା ନିର୍ମାଣ ପାଇଁ ୮୨.୧୫କୋଟି ଟଙ୍କା, ଉଦଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦେବକୁଣ୍ଡ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୧୪.୨୦କୋଟି ଟଙ୍କା, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାଣ୍ଡବୋଷସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ୧୦.୬୦କୋଟି ଟଙ୍କା, ବହଳଦାର ଝରାଡିହିରୁ ଲାଇଲମ ଘାଟି ରାସ୍ତା ନିର୍ମାଣ ପାଇଁ ୮.୫୦କୋଟି ଟଙ୍କା,ଯଶିପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖିଚିଂ ସ୍ଥିତ ମା’କୀଚକେଶ୍ୱରୀ ମନ୍ଦିରର ଉନ୍ନୟନ ପାଇଁ ୮.୯୯କୋଟି ଓ ସଂଗ୍ରହାଳୟର ଭିତ୍ତିଭୂମି ବିକାଶ ପାଇଁ ୧.୨୮କୋଟି ଟଙ୍କା, କରଞ୍ଜିଆ ନିର୍ବାଚନ ମଣ୍ଡଳୀର ଠାକୁରମୁଣ୍ଡା ନିକଟ ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ ପାଇଁ ୭.୪୬କୋଟି ଟଙ୍କା, ବଡ଼ସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାଣତ୍ରୀ ବାବା କଖାରୁଆ ବୈଦନାଥ ଶିବ ମନ୍ଦିରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୧କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

ସେହିପରି ସମଗ୍ର ଜିଲ୍ଲାର ୧୦୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ରୂପାନ୍ତରଣ ପାଇଁ ୬୦.୭୫କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ୨୯ଟି ଧାର୍ମିକ ଓ ଗୋଷ୍ଠୀ ଅନୁଷ୍ଠାନର ରୂପାନ୍ତରଣ ପାଇଁ ୫.୭୫କୋଟି ଟଙ୍କା ଅନୁଦାନ ଘୋଷଣା ହୋଇଛି । ଖବର ଜଣାପଡିବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

11 Aug 2023 By The Sakala

୫-ଟି ଉପକ୍ରମରେ ମୟୂରଭଞ୍ଜବାସୀଙ୍କ ଅଭିଳାଷକୁ ପୂର୍ଣ୍ଣ କଲେ ମୁଖ୍ୟମନ୍ତ୍ରୀ

ବାରିପଦା:  ୫-ଟି ଉପକ୍ରମରେ ମୟୂରଭଞ୍ଜବାସୀଙ୍କ ଅଭିଳାଷକୁ ପୂର୍ଣ୍ଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଗତ ମାର୍ଚ୍ଚ ୨ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତକରି ଜିଲ୍ଲାବାସୀଙ୍କ ପକ୍ଷରୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଗୁଡିକର ପରିଦର୍ଶନ କରି ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ସେଥି ମଧ୍ୟରୁ ୧୩ଟି ପ୍ରମୁଖ ପ୍ରକଳ୍ପ ପାଇଁ ମୋଟ ୩୫୭.୬୪ କୋଟି ଟଙ୍କା ବ୍ୟୟ ଅଟକଳ ମଞ୍ଜୁର କରିଛନ୍ତି ।
ସେଗୁଡିକ ହେଲା

ବୁଢ଼ାବଳଙ୍ଗ ନଦୀର ବନ୍ୟା ନିୟନ୍ତ୍ରଣ ପାଇଁ ନଦୀ ବନ୍ଧ ଏବଂ ବାରିପଦା ରିଂ ରୋଡ୍ ନିର୍ମାଣ ପାଇଁ ୧୫୪,୦୦କୋଟି ଟଙ୍କା, ବାରିପଦା ଷ୍ଟାଡ଼ିୟମ୍‌ର ଉନ୍ନତିକରଣ ପାଇଁ ୧.୯୬କୋଟି ଟଙ୍କା ଓ ବାରିପଦାସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବାସଗୃହର ନବୀକରଣ ପାଇଁ ୧କୋଟି ଟଙ୍କା, ବାଙ୍ଗିରିପୋଷି ଓ ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚନ୍ଦନପୁର-ଯୋକା- ଶଙ୍ଖାଭଙ୍ଗା-ବିଶୋଇ ବିକଳ୍ପ ଘାଟୀ ରାସ୍ତା ନିର୍ମାଣ ପାଇଁ ୮୨.୧୫କୋଟି ଟଙ୍କା, ଉଦଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦେବକୁଣ୍ଡ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୧୪.୨୦କୋଟି ଟଙ୍କା, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାଣ୍ଡବୋଷସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ୧୦.୬୦କୋଟି ଟଙ୍କା, ବହଳଦାର ଝରାଡିହିରୁ ଲାଇଲମ ଘାଟି ରାସ୍ତା ନିର୍ମାଣ ପାଇଁ ୮.୫୦କୋଟି ଟଙ୍କା,ଯଶିପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖିଚିଂ ସ୍ଥିତ ମା’କୀଚକେଶ୍ୱରୀ ମନ୍ଦିରର ଉନ୍ନୟନ ପାଇଁ ୮.୯୯କୋଟି ଓ ସଂଗ୍ରହାଳୟର ଭିତ୍ତିଭୂମି ବିକାଶ ପାଇଁ ୧.୨୮କୋଟି ଟଙ୍କା, କରଞ୍ଜିଆ ନିର୍ବାଚନ ମଣ୍ଡଳୀର ଠାକୁରମୁଣ୍ଡା ନିକଟ ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ ପାଇଁ ୭.୪୬କୋଟି ଟଙ୍କା, ବଡ଼ସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାଣତ୍ରୀ ବାବା କଖାରୁଆ ବୈଦନାଥ ଶିବ ମନ୍ଦିରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୧କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି ।

ସେହିପରି ସମଗ୍ର ଜିଲ୍ଲାର ୧୦୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ରୂପାନ୍ତରଣ ପାଇଁ ୬୦.୭୫କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ୨୯ଟି ଧାର୍ମିକ ଓ ଗୋଷ୍ଠୀ ଅନୁଷ୍ଠାନର ରୂପାନ୍ତରଣ ପାଇଁ ୫.୭୫କୋଟି ଟଙ୍କା ଅନୁଦାନ ଘୋଷଣା ହୋଇଛି । ଖବର ଜଣାପଡିବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର