ଏମ୍‌ସ ଭୁବନେଶ୍ୱରରେ ୧୩ତମ ଭାରତୀୟ ଅଙ୍ଗଦାନ ଦିବସ ଉତ୍ସାହ ଓ ପ୍ରତିବଦ୍ଧତାର ସହ ପାଳିତ

The Sakala Picture
Published On

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଆଜି ଉତ୍ସାହ ଏବଂ ପ୍ରତିବଦ୍ଧତାର ସହିତ ୧୩ତମ ଭାରତୀୟ ଅଙ୍ଗଦାନ ଦିବସ (ଆଇଓଡିଡି) ପାଳିତ ହୋଇଯାଇଛି। ଅଙ୍ଗଦାନ ଏବଂ ଅଙ୍ଗ ପ୍ରତିରୋପଣର ଆବଶ୍ୟକତା ଥିବା ରୋଗୀଙ୍କ ନିମନ୍ତେ ଏହି ଜୀବନ ପ୍ରଦାନକାରୀ ମହତ ଦିବସ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏମ୍‌ସ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ଏମ୍‌ସ ଓପିଡି ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚିକିତ୍ସକ, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଜନସାଧାରଣ ଅଙ୍ଗଦାନ କରିବାକୁ ଶପଥ ନେଇଥିଲେ। ସେହିପରି […]

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଆଜି ଉତ୍ସାହ ଏବଂ ପ୍ରତିବଦ୍ଧତାର ସହିତ ୧୩ତମ ଭାରତୀୟ ଅଙ୍ଗଦାନ ଦିବସ (ଆଇଓଡିଡି) ପାଳିତ ହୋଇଯାଇଛି। ଅଙ୍ଗଦାନ ଏବଂ ଅଙ୍ଗ ପ୍ରତିରୋପଣର ଆବଶ୍ୟକତା ଥିବା ରୋଗୀଙ୍କ ନିମନ୍ତେ ଏହି ଜୀବନ ପ୍ରଦାନକାରୀ ମହତ ଦିବସ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏମ୍‌ସ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଆଜି ଏମ୍‌ସ ଓପିଡି ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚିକିତ୍ସକ, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଜନସାଧାରଣ ଅଙ୍ଗଦାନ କରିବାକୁ ଶପଥ ନେଇଥିଲେ। ସେହିପରି ଏମ୍‌ସ ନର୍ସିଂ କଲେଜ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଦର୍ଶିତ ଚମତ୍କାର ନାଟ୍ୟାଅଭିନୟ କାର୍ଯ୍ୟକ୍ରମ ଅଙ୍ଗଦାନର ମହତ୍ତ୍ବ ବିଷୟରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏଥିସହିତ ଆକର୍ଷଣୀୟ କଳାଚାତୁରୀ ପ୍ରଦର୍ଶନ କରି ଅଙ୍ଗଦାନ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ଥିବା ଅନ୍ଧବିଶ୍ବାସ, ଭ୍ରାନ୍ତଧାରଣା ଏବଂ ଅଜ୍ଞତାକୁ ଦୂର କରିବାରେ ସହାୟକ ହୋଇଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଡିନ୍‌ ତଥା ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ପି ଆର୍‌ ମହାପାତ୍ର, ମେଡିକାଲ୍ ଅଧୀକ୍ଷକ ଡ. ଡି କେ ପରିଡ଼ାଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତିଙ୍କ ଅଙ୍ଗଦାନ କିପରି ଏକାଧିକଙ୍କୁ ଜୀବନଦାନ ଦେଇଥାଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ ଉପସ୍ଥିତ ଅତିଥିବୃନ୍ଦ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଡ. ସଞ୍ଜୀବ ଭୋଇ (ନ୍ୟୁରୋଲୋଜି), ଡ. ଆଶିଷ ପଟ୍ଟନାୟକ (ନ୍ୟୁରୋ ସର୍ଜରୀ), ଡ. ସଙ୍ଗୀତା ସାହୁ (ଟ୍ରମା ଏବଂ ଜରୁରୀକାଳୀନ ବିଭାଗ), ଡ. ଭାଗିରଥୀ ଦ୍ୱିବେଦୀ (ଶିଶୁରୋଗ), ଡ. ପ୍ରଭାସ ରଂଜନ ତ୍ରିପାଠୀ (ଆନାଟୋମି) ପ୍ରମୁଖ ବରିଷ୍ଠ ଚିକିତ୍ସକମାନେ ଅଙ୍ଗଦାନର ବର୍ତ୍ତମାନ ସମୟରେ ରହିଥିବା ତାତ୍ପର୍ଯ୍ୟପୂର୍ଣ୍ଣ ଆହ୍ବାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସେହିପରି ଡ. ସନ୍ଦୀପ ପଣ୍ଡା (ନେଫ୍ରୋଲୋଜି) ଏବଂ ଡ. ମନୋଜ ଦାସ (ୟୁରୋଲୋଜି) ଏମ୍‌ସ ଭୁବନେଶ୍ୱରରେ ସଫଳତାରେ ସହିତ ଜାରି ରହିଥିବା କିଡ୍‌ନୀ ପ୍ରତିରୋପଣ ପ୍ରସଙ୍ଗରେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। କଲେଜ ଅଫ୍ ନର୍ସିଂର ଡ. ଧରିତ୍ରୀ ସ୍ବାଇଁ ଅଙ୍ଗଦାନ କ୍ଷେତ୍ରରେ ନର୍ସିଂ କେୟାରର ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ।
ଡ. ବ୍ରହ୍ମଦତ୍ତ ପଟ୍ଟନାୟକ (ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି)ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଙ୍ଗ ଦାନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ଦସ୍ତଖତ ଅଭିଯାନର ଶୁଭାରମ୍ଭ କରିଥିଲେ ଅତିଥିବୃନ୍ଦ।
ଏହି ଅବସରରେ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏପରି ଏକ ସଫଳ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିସହିତ ଅଙ୍ଗଦାନ ଏବଂ ପ୍ରତିରୋପଣକୁ ଉତ୍ସାହିତ କରିବା ନିମନ୍ତେ ଏମ୍‌ସ ସଦାସର୍ବଦା ପ୍ରତିବଦ୍ଧ ଥିବା ନେଇ ଡ. ବିଶ୍ବାସ ପ୍ରକାଶ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଏମ୍‌ସ ଭୁବନେଶ୍ୱର ଏହି କ୍ଷେତ୍ରରେ ବେଶ୍‌ ଉତ୍ସାହଜନକ କାର୍ଯ୍ୟକ୍ରମମାନ ହାତକୁ ନେଇଛି। ଏହି ଜାତୀୟ ଅନୁଷ୍ଠାନରେ ସଫଳତାର ସହିତ ବୃକକ୍ ପ୍ରତିରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ସୁଲଭ ମୂଲ୍ୟରେ ହେଉଥିବା କିଡ୍‌ନୀ ପ୍ରତିରୋପଣ ଏହି ରୋଗରେ ପୀଡ଼ିତ ରୋଗୀଙ୍କୁ ନୂତନ ଆଶା ପ୍ରଦାନ କରିଛି। ସେହିପରି ଏମ୍‌ସ ଭୁବନେଶ୍ୱରରେ ଶୀଘ୍ର କ୍ୟାଡେଭେରିକ୍ ଅଙ୍ଗଦାନ କାର୍ଯ୍ୟକ୍ରମ ଏବଂ ଯକୃତ ପ୍ରତିରୋପଣ ଆରମ୍ଭ ହେବାକୁ ଯାଉଛି। ଯାହାକି ରାଜ୍ୟ ତଥା ପଡ଼ୋଶୀ ରାଜ୍ୟବାସୀଙ୍କୁ ଉପକୃତ କରିବା ସହିତ ଅଙ୍ଗଦାତାଙ୍କୁ ଉତ୍ସାହିତ କରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର