ସିଲିକନ୍‌‌ ଭ୍ୟାଲିରେ ପ୍ରବାସୀ ଓଡ଼ିଆଙ୍କ ସହ ଭାବ ବିନିମୟ କଲେ ‘୫-ଟି’ ସଚିବ

The Sakala Picture
Published On

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ଭଳି ପ୍ରତିକୂଳ ପରିସ୍ଥିତିକୁ ଓଡ଼ିଶା ସୁଯୋଗରେ ପରିଣତ କରିଛି। ଯେଉଁ ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଅଣ୍ଟା ଭାଙ୍ଗି ଦେଉଥିଲା, ଆଜି ସେହି ବିପର୍ଯ୍ୟୟ ସହ ଲଢ଼ିବାରେ ଓଡ଼ିଶା ନିପୁଣ ହୋଇଛି। ଓଡ଼ିଶାର ଘରେ ଘରେ ବିପର୍ଯ୍ୟୟ ଯୋଦ୍ଧା ତିଆରି ହୋଇଛନ୍ତି। ଆମେ କେବଳ ବିପର୍ଯ୍ୟୟର ମୁକାବିଲା କରିବା ଶିଖିନାହୁଁ; ବରଂ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ରଣନୀତି ସମଗ୍ର ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ‘୫-ଟି’ ସଚିବ ଭି କେ ପାଣ୍ଡିଆନ୍‌‌ […]

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ଭଳି ପ୍ରତିକୂଳ ପରିସ୍ଥିତିକୁ ଓଡ଼ିଶା ସୁଯୋଗରେ ପରିଣତ କରିଛି। ଯେଉଁ ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଅଣ୍ଟା ଭାଙ୍ଗି ଦେଉଥିଲା, ଆଜି ସେହି ବିପର୍ଯ୍ୟୟ ସହ ଲଢ଼ିବାରେ ଓଡ଼ିଶା ନିପୁଣ ହୋଇଛି। ଓଡ଼ିଶାର ଘରେ ଘରେ ବିପର୍ଯ୍ୟୟ ଯୋଦ୍ଧା ତିଆରି ହୋଇଛନ୍ତି। ଆମେ କେବଳ ବିପର୍ଯ୍ୟୟର ମୁକାବିଲା କରିବା ଶିଖିନାହୁଁ; ବରଂ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ରଣନୀତି ସମଗ୍ର ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ‘୫-ଟି’ ସଚିବ ଭି କେ ପାଣ୍ଡିଆନ୍‌‌ କହିଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଆମେରିକାର ସିଲିକନ୍‌‌ ଭ୍ୟାଲିରେ ଆୟୋଜିତ ପ୍ରବାସୀ ଓଡ଼ିଆ ସମ୍ମିଳନୀକୁ ସମ୍ବୋଧିତ କରି ‘୫-ଟି’ ସଚିବ କହିଛନ୍ତି ଯେ ଦୁଇ ଦଶନ୍ଧି ପୂର୍ବରୁ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ଶହ ଶହ ଲୋକଙ୍କ ଜୀବନ ନେଉଥିଲା। ବନ୍ୟା, ବାତ୍ୟା ଆଗରେ ଆମ ରାଜ୍ୟ ସମ୍ପୂର୍ଣ୍ଣ ଅସହାୟ ଥିଲା। କିନ୍ତୁ ଆଜି ସେ ଦିନ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଶୂନ୍ୟ ଜୀବନ ହାନୀ’ ସଂକଳ୍ପକୁ ଆମେ ବାସ୍ତବରେ ପରିଣତ କରି ଦେଖାଇଛୁ। ୨୦୧୩ ମସିହାରେ ଫାଇଲିନ୍‌‌ କୌଣସି ମହାବାତ୍ୟା ଠାରୁ କମ୍‌‌ ନଥିଲା। ଏହାକୁ ଆମେ ଆହ୍ୱାନ ଭାବେ ଗ୍ରହଣ କରିଥିଲୁ। ବିପର୍ଯ୍ୟୟ ମୁକାବିଲା ପୂର୍ବରୁ ଆମେ କେବଳ ଗୋଟିଏ ଅନୁଷ୍ଠାନର ପୂର୍ବାନୁମାନକୁ ଗ୍ରହଣ କରି ନଥିଲୁ। ଆମେରିକା ନୌସେନା, ୟୁରୋପର ଜଳବାୟୁ ବିଜ୍ଞାନ ଅନୁଷ୍ଠାନ ଠାରୁ ଆରମ୍ଭ କରି ଦେଶ ବିଦେଶର ଖ୍ୟାତନାମା ସଂସ୍ଥାର ପାଣିପାଗ ପୂର୍ବନୁମାନ ରିପୋର୍ଟ ଅନୁଧ୍ୟାନ କରୁଥିଲୁ। ତେବେ ଅଧିକାଂଶ ରିପୋର୍ଟରେ ଓଡ଼ିଶାରେ ଫାଇଲିନ୍‌‌ ବ୍ୟାପକ କ୍ଷତି କରିବ ବୋଲି ପୂର୍ବାନୁମାନ କରାଯାଇଥିଲା। ବାତ୍ୟାର ପ୍ରକୋପ ଏତେ ଭୟଙ୍କର ରହିବ ଯେ ଓଡ଼ିଶାର ଅଧିକାଂଶ ଅଞ୍ଚଳ ନିଶ୍ଚିହ୍ନ ହୋଇଯିବ ବୋଲି ମଧ୍ୟ କିଛି ସଂସ୍ଥା ପୂର୍ବାନୁମାନ କରିଥିଲେ। ହେଲେ ଆମେ ଧୈର୍ଯ୍ୟର ସହିତ ବାତ୍ୟାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲୁ। ଜିଲ୍ଲାମାନଙ୍କୁ ପ୍ରତି ମୁହୂର୍ତ୍ତର ଖବର ସଂଗ୍ରହ କରାଯାଉଥିଲା। ଆଉ ମୁକାବିଲା ପାଇଁ ଆମ ହାତରେ ମାତ୍ର ୨୪ ଘଣ୍ଟାର ସମୟ ଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆମେ ଠିକ୍‌‌ ସମୟରେ ଉଚିତ ପଦକ୍ଷେପ ନେଇ ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲୁ। ଫଳରେ ଫାଇଲିନ୍‌‌ ଭଳି ପ୍ରଚଣ୍ଡ ବାତ୍ୟାରେ ଜଣେ ହେଲେ ବି ଲୋକଙ୍କ ଜୀବନ ଯାଇ ନ ଥିଲା। ଏହା ପରେ ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରିଛି। ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ଥିବା ଓଡ଼ିଶା ଏବେ ସେହି ରାଜ୍ୟମାନଙ୍କୁ ସହଯୋଗର ହାତ ବଢ଼଼ାଉଛି। ବିଶ୍ୱର ବିଭିନ୍ନ ଦେଶ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲକୁ ଅନୁସରଣ କରୁଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ଶ୍ରୀ ପାଣ୍ଡିଆନ୍‌‌ କହିଛନ୍ତି ଯେ ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶା ବିକାଶ ମାର୍ଗରେ ଅଗ୍ରସର ହେଉଛି। ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, କ୍ରୀଡ଼ା, ଦକ୍ଷ ପ୍ରଶାସନ, ପୁଞ୍ଜିନିବେଶ, ସବୁଥିରେ ରୂପାନ୍ତରଣ ସୁନିଶ୍ଚିତ ହୋଇପାରିଛି। ତେବେ ଏହି ଯାତ୍ରା ଏତେ ସହଜ ନ ଥିଲା। ପ୍ରତ୍ୟେକ ଓଡ଼ିଶାବାସୀଙ୍କୁ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓଡ଼ିଶାକୁ ଆଜି ବିଶ୍ୱ ଦରବାରରେ ନୂଆ ପରିଚୟ ଦେଇଛି। ଏହା ହେଉଛି ରୂପାନ୍ତରିତ ଓଡ଼ିଶା।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ଶ୍ରୀ ପାଣ୍ଡିଆନ୍‌‌ ଆହୁରି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ‘୫-ଟି’ ଉପକ୍ରମ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଆଜି ପ୍ରତ୍ୟେକ ଜୀବନକୁ ଛୁଇଁ ପାରିଛି। ବିକାଶ ସହିତ ଆମେ ସର୍ବଦା ଆମ ସଂସ୍କୃତି, ପରମ୍ପରାକୁ ଗୁରୁତ୍ୱ ଦେଇଛୁ। ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଯେ ଆମର ଐତିହ୍ୟ, ପରମ୍ପରାକୁ ବାଦ୍‌‌ ଦେଇ କୌଣସି ଜାତି ଅଗ୍ରଗତି କରିପାରିବ ନାହିଁ। ସେଥିପାଇଁ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସୁରକ୍ଷା ତଥା ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ବିହିତ ପଦକ୍ଷେପ ନେଉଛନ୍ତି। ‘୫-ଟି’ ଉପକ୍ରମ ଅଧୀନରେ ଏବେ ରାଜ୍ୟର ପ୍ରମୁଖ ଧାର୍ମିକ ସ୍ଥଳର ରୂପାନ୍ତରଣ କରାଯାଉଛି। ନୃସିଂହନାଥ, ହରିଶଙ୍କର, ଗୁପ୍ତେଶ୍ୱରଙ୍କ ଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ଧାର୍ମିକ ସ୍ଥଳର ବିକାଶ ହାତକୁ ନିଆଯାଇଛି। ଆପଣମାନେ ଆମେରିକାରୁ ଓଡ଼ିଶା ଫେରିଲେ ନିଶ୍ଚିତ ଭାବେ ଏହି ରୂପାନ୍ତରଣ ଚିତ୍ର ସ୍ପଷ୍ଟ ଭାବେ ଦେଖିପାରିବେ ବୋଲି ଶ୍ରୀ ପାଣ୍ଡିଆନ୍‌‌ କହିବା ସହିତ ଓଡ଼ିଶାର ରୂପାନ୍ତରଣ ପର୍ବରେ ସାମିଲ ହେବା ଲାଗି ପ୍ରବାସୀ ଓଡ଼ିଆଙ୍କୁ ଆହ୍ୱାନ ଜଣାଇଛନ୍ତି। ଏହି ଅବସରରେ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉନ୍ନୟନ କମିଶନର ଅନୁ ଗର୍ଗ ଓଡ଼ିଶା ରୂପାନ୍ତରଣ ଯାତ୍ରା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ସମ୍ମିଳନୀରେ ଆମେରିକାରେ ରହୁଥିବା ୯୦୦ରୁ ଅଧିକ ଓଡ଼ିଆ ଅଂଶଗ୍ରହଣ କରିଥିଲେ। ଏଥିରେ ସେଠାକାର କନସୁଲ ଜେନେରାଲ ମଧ୍ୟ ଅଂଶଗ୍ରହଣ କରିଥିଲେ। ଓଡ଼ିଶାର ରୂପାନ୍ତରଣ ଯାତ୍ରା ସମ୍ପର୍କରେ ଅଧିକ ଜାଣିବା ପାଇଁ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଥିବା ଯୁବ ବର୍ଗ ବେଶ୍‌‌ ଉତ୍ସାହିତ ଥିବା ଦେଖାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର