ବାତ୍ୟା ‘ୟଶ’ କୁ ନେଇ ତାଜା ଅପଡେଟ୍ ଦେଲେ ଏସଆରସି : ୨୬ରେ ଛୁଇଁବ ସ୍ଥଳଭାଗ, କାଲିଠୁ ପ୍ରଚୁର ବର୍ଷା । ବାଲେଶ୍ୱର-ଭଦ୍ରକ ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ

The Sakala Picture
Published On

ବାତ୍ୟା ୟଶ କୁ ନେଇ ତାଜା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ‘ୟଶ’ର ଗତିପଥ ଏବଂ ବେଗକୁ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ତାଜା ଅପଡେଟ୍ ଦେଇଛନ୍ତି । ବାତ୍ୟା ୟଶ ୨୬ ତାରିଖରେ ସ୍ଥଳଭାଗ ଛୁଇଁପାରେ । ଏନେଇ କାଲିଠାରୁ ପବନର ବେଗ ବଢିବା ସହ ବର୍ଷା ମଧ୍ୟ ହେବ । ଏପରି ସ୍ଥିତିରେ କିଭଳି ସାଧାରଣ ଧନ ଜୀବନ ସୁରକ୍ଷିତ ରହିବେ ସେନେଇ ଜନସାଧରଣଙ୍କୁ ସତର୍କ କରାଛନ୍ତି ଏସଆରସି […]

ବାତ୍ୟା ୟଶ କୁ ନେଇ ତାଜା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ‘ୟଶ’ର ଗତିପଥ ଏବଂ ବେଗକୁ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ତାଜା ଅପଡେଟ୍ ଦେଇଛନ୍ତି । ବାତ୍ୟା ୟଶ ୨୬ ତାରିଖରେ ସ୍ଥଳଭାଗ ଛୁଇଁପାରେ । ଏନେଇ କାଲିଠାରୁ ପବନର ବେଗ ବଢିବା ସହ ବର୍ଷା ମଧ୍ୟ ହେବ । ଏପରି ସ୍ଥିତିରେ କିଭଳି ସାଧାରଣ ଧନ ଜୀବନ ସୁରକ୍ଷିତ ରହିବେ ସେନେଇ ଜନସାଧରଣଙ୍କୁ ସତର୍କ କରାଛନ୍ତି ଏସଆରସି ପ୍ରଦୀପ ଜେନା ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ସେପଟେ ବାତ୍ୟା ୟଶ ସମୁଦ୍ର ଭିତରେ ଘଣ୍ଟାକୁ 4 କି.ମି. ବେଗରେ ଆସୁଛି । ଏନଡିଆରଏଫ୍ ଏବଂ ଓଡ୍ରାଫ ଟିମକୁ ବିଭିନ୍ନ ଜିଲ୍ଲାକୁ ପଠାଯିବା ସହିତ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାଲେଶ୍ବର ପାଖାପାଖି ସ୍ଥଳଭାଗ ଛୁଇଁପାରେ ଏ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । 26 ତାରିଖ 11ଟାରୁ 2ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ୟଶ । ବାତ୍ୟା ପ୍ରଭାବରେ 4 ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବ । ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଅଧିକ ପ୍ରଭାବିତ ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର । ତା ସହ ବାଲେଶ୍ୱରରେ ୪ ଫୁଟ ଉଚ୍ଚର ସମୁଦ୍ର ଜୁଆର ଉଠିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ବାତ୍ୟାକୁ ମୁକାବିଲା କରିବା ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଏସଆରସି । ବାତ୍ୟା ସମୟରେ ଲୋକମାନେ ସୁରକ୍ଷିତ ସ୍ଥାନରେ ରୁହନ୍ତୁ । ପ୍ରଶାସନ ମଧ୍ୟ ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯିବା ସହିତ ସେଠାରେ ସେମାନଙ୍କୁ ମାସ୍କ, ସାନିଟାଇଜର ଓ ସାବୁନ୍ ଆଦି ଯୋଗାଇଦିଆଯିବ ବୋଲି ସେ କହିଛନ୍ତି । ସେହିପରି କୋଭିଡ୍ ସମୟରେ ଯେଉଁ କରୋନା ଆକ୍ରାନ୍ତମାନେ କଚ୍ଚା ଘରେ ରହୁଛନ୍ତି ସେମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଟିଏମସିରେ ଆଣି ରଖିବାକୁ ଯୋଜନା ପ୍ରସ୍ତୁତ ହେଉଥିବା ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

24 May 2021 By The Sakala

ବାତ୍ୟା ‘ୟଶ’ କୁ ନେଇ ତାଜା ଅପଡେଟ୍ ଦେଲେ ଏସଆରସି : ୨୬ରେ ଛୁଇଁବ ସ୍ଥଳଭାଗ, କାଲିଠୁ ପ୍ରଚୁର ବର୍ଷା । ବାଲେଶ୍ୱର-ଭଦ୍ରକ ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ

ବାତ୍ୟା ୟଶ କୁ ନେଇ ତାଜା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ‘ୟଶ’ର ଗତିପଥ ଏବଂ ବେଗକୁ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ତାଜା ଅପଡେଟ୍ ଦେଇଛନ୍ତି । ବାତ୍ୟା ୟଶ ୨୬ ତାରିଖରେ ସ୍ଥଳଭାଗ ଛୁଇଁପାରେ । ଏନେଇ କାଲିଠାରୁ ପବନର ବେଗ ବଢିବା ସହ ବର୍ଷା ମଧ୍ୟ ହେବ । ଏପରି ସ୍ଥିତିରେ କିଭଳି ସାଧାରଣ ଧନ ଜୀବନ ସୁରକ୍ଷିତ ରହିବେ ସେନେଇ ଜନସାଧରଣଙ୍କୁ ସତର୍କ କରାଛନ୍ତି ଏସଆରସି ପ୍ରଦୀପ ଜେନା ।

ସେପଟେ ବାତ୍ୟା ୟଶ ସମୁଦ୍ର ଭିତରେ ଘଣ୍ଟାକୁ 4 କି.ମି. ବେଗରେ ଆସୁଛି । ଏନଡିଆରଏଫ୍ ଏବଂ ଓଡ୍ରାଫ ଟିମକୁ ବିଭିନ୍ନ ଜିଲ୍ଲାକୁ ପଠାଯିବା ସହିତ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାଲେଶ୍ବର ପାଖାପାଖି ସ୍ଥଳଭାଗ ଛୁଇଁପାରେ ଏ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । 26 ତାରିଖ 11ଟାରୁ 2ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ୟଶ । ବାତ୍ୟା ପ୍ରଭାବରେ 4 ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବ । ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଅଧିକ ପ୍ରଭାବିତ ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର । ତା ସହ ବାଲେଶ୍ୱରରେ ୪ ଫୁଟ ଉଚ୍ଚର ସମୁଦ୍ର ଜୁଆର ଉଠିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ବାତ୍ୟାକୁ ମୁକାବିଲା କରିବା ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଏସଆରସି । ବାତ୍ୟା ସମୟରେ ଲୋକମାନେ ସୁରକ୍ଷିତ ସ୍ଥାନରେ ରୁହନ୍ତୁ । ପ୍ରଶାସନ ମଧ୍ୟ ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯିବା ସହିତ ସେଠାରେ ସେମାନଙ୍କୁ ମାସ୍କ, ସାନିଟାଇଜର ଓ ସାବୁନ୍ ଆଦି ଯୋଗାଇଦିଆଯିବ ବୋଲି ସେ କହିଛନ୍ତି । ସେହିପରି କୋଭିଡ୍ ସମୟରେ ଯେଉଁ କରୋନା ଆକ୍ରାନ୍ତମାନେ କଚ୍ଚା ଘରେ ରହୁଛନ୍ତି ସେମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଟିଏମସିରେ ଆଣି ରଖିବାକୁ ଯୋଜନା ପ୍ରସ୍ତୁତ ହେଉଥିବା ସେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର