ବାହାନଗା ଟ୍ରେନ୍ ଟ୍ରାଜେଡି: ଗିରଫ ୩ ଅଭିଯୁକ୍ତଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେଲା ସିବିଆଇ

The Sakala Picture
Published On

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ପୁଣି ରିମାଣ୍ଡରେ ଗଲେ ଗିରଫ ୩ ଅଭିଯୁକ୍ତ । ୩ ଅଭିଯୁକ୍ତଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେଲା ସିବିଆଇ । ରିମାଣ୍ଡରେ ନେବାକୁ ଅନୁମତି ଦେଲେ ସ୍ପେଶାଲ କୋର୍ଟ । ୫ ଦିନିଆ ରିମାଣ୍ଡ ସରିବା ପରେ ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ତିନି ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିନିୟର ଅମିର ଖାନ, ଟେକ୍ନସିଆନ ପପୁ କୁମାରଙ୍କୁ […]

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ପୁଣି ରିମାଣ୍ଡରେ ଗଲେ ଗିରଫ ୩ ଅଭିଯୁକ୍ତ । ୩ ଅଭିଯୁକ୍ତଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେଲା ସିବିଆଇ । ରିମାଣ୍ଡରେ ନେବାକୁ ଅନୁମତି ଦେଲେ ସ୍ପେଶାଲ କୋର୍ଟ । ୫ ଦିନିଆ ରିମାଣ୍ଡ ସରିବା ପରେ ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ତିନି ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିନିୟର ଅମିର ଖାନ, ଟେକ୍ନସିଆନ ପପୁ କୁମାରଙ୍କୁ ଆହୁରି ୪ ଦିନ ପାଇଁ ଦ୍ବିତୀୟ ପର୍ଯାୟ ରିମାଣ୍ଡରେ ନେବ ସିବିଆଇ ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଅନ୍ୟପଟେ ଦୁଇ ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ ଏବଂ ସେକ୍ସନ ଇଞ୍ଜିନିୟର ଅମିର ଖାନ ଜାମିନ ଆବେଦନ କରିଥିବା ସୂଚନା ରହିଛି । ପୂର୍ବରୁ ଅଭିଯୁକ୍ତଙ୍କୁ ଜେରା ପାଇଁ ସିବିଆଇ ୭ ଦିନିଆ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ୫ ଦିନର ରିମାଣ୍ଡ ଅନୁମତି ଦେଇଥିଲେ । ଯାହା ଆଜି ଶେଷ ହୋଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର