ଗାଁ ଓ ସହର ମଧ୍ୟରେ ଦୂର ହେବ ବ୍ୟବଧାନ: ଓଡ଼ିଶା ଗ୍ରାମୀଣ-ସହରୀ ରୂପାନ୍ତରଣ ନୀତିକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ସହରଗୁଡିକ ସହିତ ଲାଗିଥିବା ଗ୍ରାମୀଣ ଅଞ୍ଚଳଗୁଡିକର ଦ୍ରୁତ ଅଭିବୃଦ୍ଧି ଜନିତ ଗ୍ରାମାଞ୍ଚଳ ଓ ସହର ମଧ୍ୟରେରେ ଉପୁଜୁଥିବା ପାର୍ଥକ୍ୟ ଅତିକ୍ରମ କରି ସମସ୍ତ ନାଗରିକ ମାନଙ୍କୁ ଅତ୍ୟାବଶକୀୟ ସହରୀ ଭିତ୍ତିଭୂମି ଏବଂ ସେବା ଯୋଗାଇବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି” କୁ ଅନୁମୋଦନ କରିଛନ୍ତି। ଏଭଳି ନୀତି ପ୍ରଣୟନ କରିବାରେ ଓଡିଶା ପ୍ରଥମ ଏବଂ ଏତଦ୍ଦ୍ଵାରା ଅଣଯୋଜନାବଦ୍ଧ ଓ ଅନିୟମିତ ସହରୀକରଣ ଦ୍ଵାରା ସୃଷ୍ଟି ହେଉଥିବା ସମସ୍ୟାଗୁଡିକୁ […]

ଭୁବନେଶ୍ବର: ସହରଗୁଡିକ ସହିତ ଲାଗିଥିବା ଗ୍ରାମୀଣ ଅଞ୍ଚଳଗୁଡିକର ଦ୍ରୁତ ଅଭିବୃଦ୍ଧି ଜନିତ ଗ୍ରାମାଞ୍ଚଳ ଓ ସହର ମଧ୍ୟରେରେ ଉପୁଜୁଥିବା ପାର୍ଥକ୍ୟ ଅତିକ୍ରମ କରି ସମସ୍ତ ନାଗରିକ ମାନଙ୍କୁ ଅତ୍ୟାବଶକୀୟ ସହରୀ ଭିତ୍ତିଭୂମି ଏବଂ ସେବା ଯୋଗାଇବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି” କୁ ଅନୁମୋଦନ କରିଛନ୍ତି। ଏଭଳି ନୀତି ପ୍ରଣୟନ କରିବାରେ ଓଡିଶା ପ୍ରଥମ ଏବଂ ଏତଦ୍ଦ୍ଵାରା ଅଣଯୋଜନାବଦ୍ଧ ଓ ଅନିୟମିତ ସହରୀକରଣ ଦ୍ଵାରା ସୃଷ୍ଟି ହେଉଥିବା ସମସ୍ୟାଗୁଡିକୁ ବିଭିନ୍ନ ପ୍ରଗତିଶୀଳ ଏବଂ ପ୍ରୟୋଗାତ୍ମକ ପଦକ୍ଷେପ ମାଧ୍ୟମରେ ସମାଧାନ କରାଯାଇପାରିବ ।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରସଙ୍ଗରେ ନବୀନଙ୍କ କଡ଼ା ସମାଲୋଚନା: ଓଡ଼ିଶାର ନ୍ୟାଯ୍ୟ ଅଧିକାର ସହ ସାଲିସ୍‌ କରିଛି ରାଜ୍ୟ ବିଜେପି

ବର୍ତ୍ତମାନର ଗ୍ରାମୀଣ ଅଞ୍ଚଳ କୁ ସହରାଞ୍ଚଳ ଭାବରେ ବିଜ୍ଞାପିତ କରିବା ପ୍ରଚଳିତ ପ୍ରଣାଳୀ ରାଜନୈତିକ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଆକସ୍ମିକ ପରିବର୍ତ୍ତନ ଆଣି ନାଗରିକଙ୍କ ସାମାଜିକ-ଅର୍ଥନୈତିକ ଅବସ୍ଥା ଉପରେ ପ୍ରଭାବ ପକାଉଥିବା ଅନୁଭବ କରାଯାଉଛି ଜ୍ଝକାରଣ ଏଭଳି ପରିବର୍ତ୍ତନକୁ ଗ୍ରହଣ କରି ଆଗେଇ ଯିବା ପାଇଁ ସେପରି କିଛି ବ୍ୟବସ୍ଥା ନାହିଁ । ପ୍ରଚଳିତ ପ୍ରଣାଳୀରେ ଲୋକମାନଙ୍କ ସହଭାଗିତା ଏବଂ ଅନ୍ତର୍ଭୂକ୍ତିକରଣକୁ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଇନାହିଁ , ଯାହା ପ୍ରାୟତଃ ପ୍ରତିରୋଧ ଏବଂ ବିରୋଧାବାସକୁ ପ୍ରଶ୍ରୟ ଦେଉଛି ।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ବର୍ତ୍ତମାନ ଓଡିଶାର ଜନସଂଖ୍ୟାର ୧୯ ଶତକଡା ସହରାଞ୍ଚଳରେ ବାସକରୁଥିବାବେଳେ ଏହା ୨୦୩୧ ସୁଦ୍ଧା ୨୧ ଶତକଡାରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । ଜନଗଣନାରେ ନାମିତ ସହର ଗୁଡିକ ଅଥବା ସହର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଗୁଡିକରେ ପ୍ରାୟ ୪୦ ଶତକଡା ଅଭିବୃଦ୍ଧି ହିଁ ସହରୀକରଣର ମୁଖ୍ୟକାରଣ ଓ ଅବଶ୍ୟ, ଏହି ସହରାଞ୍ଚଳ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଗୁଡିକ ସମୟକ୍ରମେ ସହରାଞ୍ଚଳ ଭାବରେ ବିଜ୍ଞପ୍ତି ପାଉଥିଲେ ମଧ୍ୟ ସାମାଜିକ ଭିତ୍ତିଭୂମି ତଥା ନାଗରିକ ସୁବିଧା ତଥା ସେବାରେ ଅନେକ ପାର୍ଥକ୍ୟ ରହିଆସୁଅଛି। ଯୋଜନାବଦ୍ଧ ସହରୀକରଣକୁ ହାସଲ କରିବା ପାଇଁ ବିଶେଷଜ୍ଞ ଏବଂ ଏହି କାର୍ଯ୍ୟରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ସହ ପରାମର୍ଶ ପରେ ଏହା ଜଣାପଡିଛି ଯେ ଏକ ବିଶେଷ ନୀତି ଏବଂ ଆବଶ୍ୟକୀୟ ଅନୁଷ୍ଠାନଗୁଡିକର ଅନୁପସ୍ଥିତି ଏହି ପରିସ୍ଥିତିର ମୂଳ କାରଣ ଅଟେ ।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

ଗ୍ରାମୀଣ-ସହରାଞ୍ଚଳ ରୂପାନ୍ତରଣ ନୀତିର ଲକ୍ଷ୍ୟ ହେଉଛି ଯେ ଆନୁଷ୍ଠାନିକ ଭାବରେ ଚିହ୍ନଟ ହୋଇଥିବା ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସହରାଞ୍ଚଳ ନାଗରିକ ଭଳି ସୁବିଧା, ସେବା ଏବଂ ଭିତ୍ତିଭୂମି ଯୋଗାଇଦେଇ ଏହି ଅଞ୍ଚଳଗୁଡିକୁ ସହରାଞ୍ଚଳ ଭାବରେ ବିଜ୍ଞାପିତ କରାଇବା ।  ଭିତ୍ତିଭୂମି ପ୍ରକଳ୍ପର କାର‌୍ୟ୍ୟକାରୀ ତଥା ସେବା ପ୍ରଦାନ ପାଇଁ ସ୍ୱତନ୍ତ୍ର ବଜେଟ୍ ବ୍ୟବସ୍ଥା, ନିର୍ବାଚିତ ପ୍ରତିନିଧୀ, ଅଧିକାରୀ ଏବଂ ଅନ୍ୟ ସମସ୍ତ ହିତାଧିକାରୀଙ୍କୁ ଏହି ପରିବର୍ତ୍ତନ ପ୍ରକ୍ରିୟାର ଯୋଜନା, କାର‌୍ୟ୍ୟକାରିତା ଏବଂ ତଦାରଖରେ ସକ୍ରିୟ ଭାବରେ ଜଡିତ କରିବା ଏହି ନୀତିର ଅନ୍ୟତମ ଲକ୍ଷ୍ୟ ।

ଏହି ନୀତି ଅନୁଯାୟୀ, ଚିହ୍ନଟ ଗ୍ରାମାଞ୍ଚଳଗୁଡିକର ବିଦ୍ୟମାନ ନିର୍ବାଚିତ ପ୍ରତିନିଧୀଙ୍କ କାର‌୍ୟ୍ୟକାଳ ସମାପ୍ତ ହେବାପରେ ହିଁ ସେଗୁଡିକୁ ସହରାଞ୍ଚଳ ଭାବରେ ଘୋଷଣା କରାଯିବ । ସେହି ମଧ୍ୟବର୍ତ୍ତୀ ସମୟରେ, ଚିହ୍ନିତ ଗ୍ରାମାଞ୍ଚଳରେ, ସଂଲଗ୍ନ ସହରାଞ୍ଚଳ ଭଳି ସମସ୍ତ ସହରୀ ସେବା ଯୋଗାଇବା ପାଇଁ ଭିତ୍ତିଭୂମି ଉନ୍ନତିକରଣ କରାଯିବ । ପରିବର୍ତ୍ତନ ଅବଧି ମଧ୍ୟରେ ୱାର୍ଡ ଚିହ୍ନଟକରଣ ଏବଂ ଅନ୍ୟାନ୍ୟ ପ୍ରଶାସନିକ ପଦକ୍ଷେପ ନିଆଯିବ ଯାହା ଦ୍ୱାରା ଘୋଷିତ ତାରିଖ ଠାରୁ ଏହି କ୍ଷେତ୍ର ସମସ୍ତ ଆବଶ୍ୟକୀୟ ସହରାଞ୍ଚଳ ଭିତ୍ତିଭୂମି ଏବଂ ସେବା ସହିତ ଏକ ପୂର୍ଣ୍ଣ ସହରାଞ୍ଚଳ ଭାବରେ କାର‌୍ୟ୍ୟ ଆରମ୍ଭ କରିପାରିବ ।

ଏହି ନୀତିରେ ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ କାର‌୍ୟ୍ୟକ୍ଷେତ୍ରରୁ ଆସିଥିବା ବିଶେଷଜ୍ଞଙ୍କ ଯଥା ସହରୀ ଯୋଜନା, ଅର୍ଥ, ଇଞ୍ଜିନିୟରିଂ, ପରିଚାଳନା, ଆଇଟି, ଇତ୍ୟାଦି ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ପରିଚାଳନା ଏବଂ କାର‌୍ୟ୍ୟକାରିତା କମିଟି ଗଠନ ପାଇଁ ବ୍ୟବସ୍ଥା ରହିଛି । ସରକାରୀ ଯୋଜନା ଗୁଡିକର ସମ୍ମିଳିତ କାର‌୍ୟ୍ୟାନ୍ୱୟନ ଏବଂ ଆନ୍ତଃ ବିଭାଗୀୟ ସମନ୍ୱୟ ସୁନିଶ୍ଚିତ କରିବା ସହିତ ସହର ପାଶ୍ଵବର୍ତ୍ତୀ ଅଞ୍ଚଳ ଗୁଡିକୁ ଏହି ନୀତି ଅଛି ବିନା ବାଧାବିଘ୍ନରେ ସଂପୂର୍ଣ୍ଣ ସହରାଞ୍ଚଳରେ ରୂପାନ୍ତରିତ କରିବ ।

ଏହି ନୀତିକୁ କାର‌୍ୟ୍ୟାନ୍ୱୟନ କରିବା ନିମନ୍ତେ ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା ଏବଂ ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥା ସହିତ ବିକାଶ କର୍ତ୍ତୃପକ୍ଷ ଗୁଡିକ ହବ ଏବଂ ସ୍ପୋକ ଭାବରେ କାର୍ଯ୍ୟ କରିବେ ଓ ଅଭିବୃଦ୍ଧି ଏବଂ ସ୍ଥାୟୀତ୍ୱର ଆବଶ୍ୟକତାକୁ ସନ୍ତୁଳିତ କରିବା ସହିତ ଏହି ନୀତି ସହରୀ ଦୃଶ୍ୟପଟ୍ଟରେ ମହତ୍ତ୍ଵପୂର୍ଣ୍ଣ ପରିବର୍ତ୍ତନ ଆଣିବାରେ ସହାୟକ ହେବ ।

10 Jul 2023 By The Sakala

ଗାଁ ଓ ସହର ମଧ୍ୟରେ ଦୂର ହେବ ବ୍ୟବଧାନ: ଓଡ଼ିଶା ଗ୍ରାମୀଣ-ସହରୀ ରୂପାନ୍ତରଣ ନୀତିକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସହରଗୁଡିକ ସହିତ ଲାଗିଥିବା ଗ୍ରାମୀଣ ଅଞ୍ଚଳଗୁଡିକର ଦ୍ରୁତ ଅଭିବୃଦ୍ଧି ଜନିତ ଗ୍ରାମାଞ୍ଚଳ ଓ ସହର ମଧ୍ୟରେରେ ଉପୁଜୁଥିବା ପାର୍ଥକ୍ୟ ଅତିକ୍ରମ କରି ସମସ୍ତ ନାଗରିକ ମାନଙ୍କୁ ଅତ୍ୟାବଶକୀୟ ସହରୀ ଭିତ୍ତିଭୂମି ଏବଂ ସେବା ଯୋଗାଇବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି” କୁ ଅନୁମୋଦନ କରିଛନ୍ତି। ଏଭଳି ନୀତି ପ୍ରଣୟନ କରିବାରେ ଓଡିଶା ପ୍ରଥମ ଏବଂ ଏତଦ୍ଦ୍ଵାରା ଅଣଯୋଜନାବଦ୍ଧ ଓ ଅନିୟମିତ ସହରୀକରଣ ଦ୍ଵାରା ସୃଷ୍ଟି ହେଉଥିବା ସମସ୍ୟାଗୁଡିକୁ ବିଭିନ୍ନ ପ୍ରଗତିଶୀଳ ଏବଂ ପ୍ରୟୋଗାତ୍ମକ ପଦକ୍ଷେପ ମାଧ୍ୟମରେ ସମାଧାନ କରାଯାଇପାରିବ ।

ବର୍ତ୍ତମାନର ଗ୍ରାମୀଣ ଅଞ୍ଚଳ କୁ ସହରାଞ୍ଚଳ ଭାବରେ ବିଜ୍ଞାପିତ କରିବା ପ୍ରଚଳିତ ପ୍ରଣାଳୀ ରାଜନୈତିକ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଆକସ୍ମିକ ପରିବର୍ତ୍ତନ ଆଣି ନାଗରିକଙ୍କ ସାମାଜିକ-ଅର୍ଥନୈତିକ ଅବସ୍ଥା ଉପରେ ପ୍ରଭାବ ପକାଉଥିବା ଅନୁଭବ କରାଯାଉଛି ଜ୍ଝକାରଣ ଏଭଳି ପରିବର୍ତ୍ତନକୁ ଗ୍ରହଣ କରି ଆଗେଇ ଯିବା ପାଇଁ ସେପରି କିଛି ବ୍ୟବସ୍ଥା ନାହିଁ । ପ୍ରଚଳିତ ପ୍ରଣାଳୀରେ ଲୋକମାନଙ୍କ ସହଭାଗିତା ଏବଂ ଅନ୍ତର୍ଭୂକ୍ତିକରଣକୁ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଇନାହିଁ , ଯାହା ପ୍ରାୟତଃ ପ୍ରତିରୋଧ ଏବଂ ବିରୋଧାବାସକୁ ପ୍ରଶ୍ରୟ ଦେଉଛି ।

ବର୍ତ୍ତମାନ ଓଡିଶାର ଜନସଂଖ୍ୟାର ୧୯ ଶତକଡା ସହରାଞ୍ଚଳରେ ବାସକରୁଥିବାବେଳେ ଏହା ୨୦୩୧ ସୁଦ୍ଧା ୨୧ ଶତକଡାରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । ଜନଗଣନାରେ ନାମିତ ସହର ଗୁଡିକ ଅଥବା ସହର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଗୁଡିକରେ ପ୍ରାୟ ୪୦ ଶତକଡା ଅଭିବୃଦ୍ଧି ହିଁ ସହରୀକରଣର ମୁଖ୍ୟକାରଣ ଓ ଅବଶ୍ୟ, ଏହି ସହରାଞ୍ଚଳ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଗୁଡିକ ସମୟକ୍ରମେ ସହରାଞ୍ଚଳ ଭାବରେ ବିଜ୍ଞପ୍ତି ପାଉଥିଲେ ମଧ୍ୟ ସାମାଜିକ ଭିତ୍ତିଭୂମି ତଥା ନାଗରିକ ସୁବିଧା ତଥା ସେବାରେ ଅନେକ ପାର୍ଥକ୍ୟ ରହିଆସୁଅଛି। ଯୋଜନାବଦ୍ଧ ସହରୀକରଣକୁ ହାସଲ କରିବା ପାଇଁ ବିଶେଷଜ୍ଞ ଏବଂ ଏହି କାର୍ଯ୍ୟରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ସହ ପରାମର୍ଶ ପରେ ଏହା ଜଣାପଡିଛି ଯେ ଏକ ବିଶେଷ ନୀତି ଏବଂ ଆବଶ୍ୟକୀୟ ଅନୁଷ୍ଠାନଗୁଡିକର ଅନୁପସ୍ଥିତି ଏହି ପରିସ୍ଥିତିର ମୂଳ କାରଣ ଅଟେ ।

ଗ୍ରାମୀଣ-ସହରାଞ୍ଚଳ ରୂପାନ୍ତରଣ ନୀତିର ଲକ୍ଷ୍ୟ ହେଉଛି ଯେ ଆନୁଷ୍ଠାନିକ ଭାବରେ ଚିହ୍ନଟ ହୋଇଥିବା ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସହରାଞ୍ଚଳ ନାଗରିକ ଭଳି ସୁବିଧା, ସେବା ଏବଂ ଭିତ୍ତିଭୂମି ଯୋଗାଇଦେଇ ଏହି ଅଞ୍ଚଳଗୁଡିକୁ ସହରାଞ୍ଚଳ ଭାବରେ ବିଜ୍ଞାପିତ କରାଇବା ।  ଭିତ୍ତିଭୂମି ପ୍ରକଳ୍ପର କାର‌୍ୟ୍ୟକାରୀ ତଥା ସେବା ପ୍ରଦାନ ପାଇଁ ସ୍ୱତନ୍ତ୍ର ବଜେଟ୍ ବ୍ୟବସ୍ଥା, ନିର୍ବାଚିତ ପ୍ରତିନିଧୀ, ଅଧିକାରୀ ଏବଂ ଅନ୍ୟ ସମସ୍ତ ହିତାଧିକାରୀଙ୍କୁ ଏହି ପରିବର୍ତ୍ତନ ପ୍ରକ୍ରିୟାର ଯୋଜନା, କାର‌୍ୟ୍ୟକାରିତା ଏବଂ ତଦାରଖରେ ସକ୍ରିୟ ଭାବରେ ଜଡିତ କରିବା ଏହି ନୀତିର ଅନ୍ୟତମ ଲକ୍ଷ୍ୟ ।

ଏହି ନୀତି ଅନୁଯାୟୀ, ଚିହ୍ନଟ ଗ୍ରାମାଞ୍ଚଳଗୁଡିକର ବିଦ୍ୟମାନ ନିର୍ବାଚିତ ପ୍ରତିନିଧୀଙ୍କ କାର‌୍ୟ୍ୟକାଳ ସମାପ୍ତ ହେବାପରେ ହିଁ ସେଗୁଡିକୁ ସହରାଞ୍ଚଳ ଭାବରେ ଘୋଷଣା କରାଯିବ । ସେହି ମଧ୍ୟବର୍ତ୍ତୀ ସମୟରେ, ଚିହ୍ନିତ ଗ୍ରାମାଞ୍ଚଳରେ, ସଂଲଗ୍ନ ସହରାଞ୍ଚଳ ଭଳି ସମସ୍ତ ସହରୀ ସେବା ଯୋଗାଇବା ପାଇଁ ଭିତ୍ତିଭୂମି ଉନ୍ନତିକରଣ କରାଯିବ । ପରିବର୍ତ୍ତନ ଅବଧି ମଧ୍ୟରେ ୱାର୍ଡ ଚିହ୍ନଟକରଣ ଏବଂ ଅନ୍ୟାନ୍ୟ ପ୍ରଶାସନିକ ପଦକ୍ଷେପ ନିଆଯିବ ଯାହା ଦ୍ୱାରା ଘୋଷିତ ତାରିଖ ଠାରୁ ଏହି କ୍ଷେତ୍ର ସମସ୍ତ ଆବଶ୍ୟକୀୟ ସହରାଞ୍ଚଳ ଭିତ୍ତିଭୂମି ଏବଂ ସେବା ସହିତ ଏକ ପୂର୍ଣ୍ଣ ସହରାଞ୍ଚଳ ଭାବରେ କାର‌୍ୟ୍ୟ ଆରମ୍ଭ କରିପାରିବ ।

ଏହି ନୀତିରେ ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ କାର‌୍ୟ୍ୟକ୍ଷେତ୍ରରୁ ଆସିଥିବା ବିଶେଷଜ୍ଞଙ୍କ ଯଥା ସହରୀ ଯୋଜନା, ଅର୍ଥ, ଇଞ୍ଜିନିୟରିଂ, ପରିଚାଳନା, ଆଇଟି, ଇତ୍ୟାଦି ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ପରିଚାଳନା ଏବଂ କାର‌୍ୟ୍ୟକାରିତା କମିଟି ଗଠନ ପାଇଁ ବ୍ୟବସ୍ଥା ରହିଛି । ସରକାରୀ ଯୋଜନା ଗୁଡିକର ସମ୍ମିଳିତ କାର‌୍ୟ୍ୟାନ୍ୱୟନ ଏବଂ ଆନ୍ତଃ ବିଭାଗୀୟ ସମନ୍ୱୟ ସୁନିଶ୍ଚିତ କରିବା ସହିତ ସହର ପାଶ୍ଵବର୍ତ୍ତୀ ଅଞ୍ଚଳ ଗୁଡିକୁ ଏହି ନୀତି ଅଛି ବିନା ବାଧାବିଘ୍ନରେ ସଂପୂର୍ଣ୍ଣ ସହରାଞ୍ଚଳରେ ରୂପାନ୍ତରିତ କରିବ ।

ଏହି ନୀତିକୁ କାର‌୍ୟ୍ୟାନ୍ୱୟନ କରିବା ନିମନ୍ତେ ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା ଏବଂ ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥା ସହିତ ବିକାଶ କର୍ତ୍ତୃପକ୍ଷ ଗୁଡିକ ହବ ଏବଂ ସ୍ପୋକ ଭାବରେ କାର୍ଯ୍ୟ କରିବେ ଓ ଅଭିବୃଦ୍ଧି ଏବଂ ସ୍ଥାୟୀତ୍ୱର ଆବଶ୍ୟକତାକୁ ସନ୍ତୁଳିତ କରିବା ସହିତ ଏହି ନୀତି ସହରୀ ଦୃଶ୍ୟପଟ୍ଟରେ ମହତ୍ତ୍ଵପୂର୍ଣ୍ଣ ପରିବର୍ତ୍ତନ ଆଣିବାରେ ସହାୟକ ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର