ଆଜି ରଜ ପର୍ବର ଦ୍ଵିତୀୟ ଦିନ; ଉତ୍ସବମୁଖର ପୁରପଲ୍ଲୀ, ଘରେ ଘରେ ପିଠାପଣାର ଆସର

The Sakala Picture
Published On

ଭୁବନେଶ୍ୱର: ଆଜି ରଜ ସଂକ୍ରାନ୍ତି । ତିନି ଦିନିଆ ରଜ ଉତ୍ସବର ଦ୍ଵିତୀୟ ଦିନ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ ହୁଏ। ଆଜି ରଜ ସଂକ୍ରାନ୍ତିରେ ପୁରପଲ୍ଲୀରେ ସକାଳୁ ସକାଳୁ ଶୁଭୁଛି ରଜଗୀତ । ସହରର ବିଭିନ୍ନ ପାର୍କରେ ଦୋଳି, ପାନ ଓ ପୀଠା ଭିତରେ ରଜର ଆସର […]

ଭୁବନେଶ୍ୱର: ଆଜି ରଜ ସଂକ୍ରାନ୍ତି । ତିନି ଦିନିଆ ରଜ ଉତ୍ସବର ଦ୍ଵିତୀୟ ଦିନ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ ହୁଏ। ଆଜି ରଜ ସଂକ୍ରାନ୍ତିରେ ପୁରପଲ୍ଲୀରେ ସକାଳୁ ସକାଳୁ ଶୁଭୁଛି ରଜଗୀତ । ସହରର ବିଭିନ୍ନ ପାର୍କରେ ଦୋଳି, ପାନ ଓ ପୀଠା ଭିତରେ ରଜର ଆସର ଜମିଛି । ପରମ୍ପରା ସମ୍ପନ୍ନ ରଜଗୀତରେ ଉତ୍ସବମୁଖର ପୁରପଲ୍ଲୀ । ବିଭିନ୍ନ ସ୍ଥାନରେ ବାଜୁଛି ରଜଗୀତ, ଝିଅ ବୋହୂ ଦୋଳି ଖେଳୁଛନ୍ତି । ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ପାରମ୍ପରିକ ପିଠା, ମିଠା, ପାନ ଏବଂ ଖାଦ୍ୟର ଧାଡି ଧାଡି ଷ୍ଟଲ ଲାଗିଛି । କିଛି କିଛି ପାର୍କରେ ମଧ୍ୟ ଲାଗିଛି ରଜଦୋଳି । ସକାଳୁ ସକାଳୁ ପାର୍କରେ ରଜ ଦୋଳି ଖେଳର ମଜା ନେଉଛନ୍ତି ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଓଡ଼ିଶାର ଗଣପର୍ବ ରଜ ପାଇଁ ଆଜି ବି ଉତ୍ସବମୁଖର ଗାଁଠୁ ସହର । ଅଳତା, କୁଙ୍କୁମ, ମେହେନ୍ଦି ଲଗାଇ ସଜେଇ ହୋଇ ଦୋଳି ଖେଳୁଛନ୍ତି ଝିଅ ବୋହୂ । ରଜ ସଜବାଜ ହୋଇ ନୂଆ ଡ୍ରେସ୍‌ ପିନ୍ଧି ଗାଁ ବୁଲୁଛନ୍ତି। ଘରେ ଘରେ ପିଠାପଣାର ମହକ । ପୋଡପିଠା, ଚକୁଳି, ଇଡଲି, ଛୁଞ୍ଚିପତ୍ର, ଆରାସିି, କାକରା ଭଳିକି ଭଳି ପିଠାପଣା ପ୍ରସ୍ତୁତ ହୋଇ ରହିଛି। ଜମିଛି ତାସ୍‌, ଲୁଡୁ ଏବଂ ଚେସ୍‌ ଖେଳର ଆସର। ପ୍ରସ୍ତୁତ ହୋଇ ରହିଛି ରଜ ପାନ। ଘରେ ଘରେ ଜମିଛି ବନ୍ଧୁବାନ୍ଧବଙ୍କ ଭିଡ଼ । ରଜ ଓଡ଼ିଶାର ଏକ ପାରମ୍ପରିକ କୃଷି ଭିତ୍ତିକ ପର୍ବ ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର