ଘରୋଇ ଆମ୍ବୁଲାନ୍ସ ପାଇଁ ଭଡ଼ା ଧାର୍ଯ୍ୟ କଲେ ପରିବହନ ବିଭାଗ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏପରି ସ୍ଥିତିରେ ପରିବହନ ବିଭାଗ ନେଇଛି ଏକ ବଡ ନିଷ୍ପତି । ଘରୋଇ ଆମ୍ବୁଲାନ୍ସ ରୋଗୀ ପରିବହନ ପାଇଁ କେତେ ଭଡା ନେବ ତାହା ଧାର୍ଯ୍ୟ କରିଛି ବିଭାଗ । ପରିବହନ ବିଭାଗର ନିଷ୍ପତି ମୁତାବକ ରୋଗୀ ପରିବହନ ପାଇଁ ମାରୁତି ଓମିନି ଆମ୍ବୁଲାନ୍ସ ଭଡ଼ା ବାବଦରେ ୭୫୦ଟଙ୍କା ନେଇପାରିବେ […]

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏପରି ସ୍ଥିତିରେ ପରିବହନ ବିଭାଗ ନେଇଛି ଏକ ବଡ ନିଷ୍ପତି । ଘରୋଇ ଆମ୍ବୁଲାନ୍ସ ରୋଗୀ ପରିବହନ ପାଇଁ କେତେ ଭଡା ନେବ ତାହା ଧାର୍ଯ୍ୟ କରିଛି ବିଭାଗ । ପରିବହନ ବିଭାଗର ନିଷ୍ପତି ମୁତାବକ ରୋଗୀ ପରିବହନ ପାଇଁ ମାରୁତି ଓମିନି ଆମ୍ବୁଲାନ୍ସ ଭଡ଼ା ବାବଦରେ ୭୫୦ଟଙ୍କା ନେଇପାରିବେ ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ସେହିପରି ମାରୁତି ଓମିନି ଲାଇଫ ସପୋର୍ଟ ଆମ୍ଭୁଲାନ୍ସ ଭଡ଼ା ଆକାରରେ ୧୦୦୦ଟଙ୍କା ନେଇପାରିବେ। ମହିନ୍ଦ୍ରା ବୋଲେରୋ ଶ୍ରେଣୀର ଆମ୍ବୁଲାନ୍ସ ଭଡ଼ା ୧୦୦୦ଟଙ୍କା । ମହିନ୍ଦ୍ରା ବୋଲେରୋ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଭଡ଼ା ୧୫୦୦ଟଙ୍କା ରହିଛି । ସେହିଭଳି ଓ୍ୱିଙ୍ଗର ଶ୍ରେଣୀଭୁକ୍ତ ଆମ୍ବୁଲାନ୍ସ ଭଡ଼ା ୧୨୫୦ ଟଙ୍କା ହୋଇଥିବାବେଳେ ଓ୍ୱିଙ୍ଗର ଶ୍ରେଣୀଭୁକ୍ତ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଭଡ଼ା ୨୦୦୦ଟଙ୍କା କରାଯାଇଛି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ଆମ୍ବୁଲାନ୍ସ ନେବା ପାଇଁ ଚଢା ଦର ଦାବି କରୁଥିବା ବେଳେ ପରିବହନ ବିଭାଗ ଏନେଇ ନିଷ୍ପତି ନେଇଛନ୍ତି। ନିଷ୍ପତି ମୁତାବକ ଧାର୍ଯ୍ୟ ହୋଇଥିବା ଦର ଠାରୁ କୌଣସି ଆମ୍ବୁଲାନ୍ସ ଅଧିକ ଟଙ୍କା ନେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର