ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ବିପର୍ଯ୍ୟୟ ପରିଚାଳନାର ଅନ୍ୟ ଏକ ଉଦାହରଣ, ଓଡ଼ିଶାକୁ ପ୍ରଶଂସାର ସୁଅ

The Sakala Picture
Published On

ବିପର୍ଯ୍ୟୟ କେତେବେଳେ କେଉଁ ରୂପରେ ଆସିବ ତାହା ପୂର୍ବାନୁମାନ କଷ୍ଟକର। ବାତ୍ୟା, ବନ୍ୟା ପରି ବିପର୍ଯ୍ୟୟ ସମ୍ପର୍କରେ ହୁଏତ ପୂର୍ବ ସୂଚନା ମିଳିପାରେ; ମାତ୍ର ବାହାନଗା ବଜାରରେ ଘଟିଥିବା ଆକସ୍ମିକ ଦୁର୍ଘଟଣା ପରିଚାଳନାରେ ବିଶେଷ ସହାୟକ ହୋଇଛି ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରାକ୍‌‌ ପ୍ରସ୍ତୁତି ଓ ପୂର୍ବ ଅଭିଜ୍ଞତା। ଦୁର୍ଘଟଣା ଘଟିବାର କେଇ ମିନିଟ୍‌‌ ମଧ୍ୟରେ ରାଜ୍ୟ ସରକାର ତୁରନ୍ତ ଉଦ୍ଧାର ଓ ଥଇଥାନ ପାଇଁ ଯେପରି ପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁ ସାରା […]

ବିପର୍ଯ୍ୟୟ କେତେବେଳେ କେଉଁ ରୂପରେ ଆସିବ ତାହା ପୂର୍ବାନୁମାନ କଷ୍ଟକର। ବାତ୍ୟା, ବନ୍ୟା ପରି ବିପର୍ଯ୍ୟୟ ସମ୍ପର୍କରେ ହୁଏତ ପୂର୍ବ ସୂଚନା ମିଳିପାରେ; ମାତ୍ର ବାହାନଗା ବଜାରରେ ଘଟିଥିବା ଆକସ୍ମିକ ଦୁର୍ଘଟଣା ପରିଚାଳନାରେ ବିଶେଷ ସହାୟକ ହୋଇଛି ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରାକ୍‌‌ ପ୍ରସ୍ତୁତି ଓ ପୂର୍ବ ଅଭିଜ୍ଞତା। ଦୁର୍ଘଟଣା ଘଟିବାର କେଇ ମିନିଟ୍‌‌ ମଧ୍ୟରେ ରାଜ୍ୟ ସରକାର ତୁରନ୍ତ ଉଦ୍ଧାର ଓ ଥଇଥାନ ପାଇଁ ଯେପରି ପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁ ସାରା ଦେଶ ପ୍ରଶଂସା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ମନ୍ତ୍ରକୁ କାର୍ଯ୍ୟକାରୀ କରିବାରେ ଓଡ଼୍ରାଫ୍‌‌ ଓ ଓସଡ଼ମା ଯେପରି ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି ତାହାକୁ ଯାତ୍ରୀମାନେ ମଧ୍ୟ ଭୁରିଭୁରି ପ୍ରଶଂସା କରିଛନ୍ତି। ସ୍ଥାନୀୟ ଜନସାଧାରଣ, ସ୍ୱେଚ୍ଛାସେବୀ, ବିଜୁ ଯୁବ ବାହିନୀ, ‘ଓଡ଼ିଶା-ମୋ ପରିବାର’ର ସଦସ୍ୟଙ୍କ ସହ ମିଶି ଓଡ଼୍ରାଫ୍‌‌ ଓ ଓସଡ଼ମାର ଜବାନଙ୍କ ଆପତକାଳୀନ କାର୍ଯ୍ୟ ଅନେକ ଯାତ୍ରୀଙ୍କ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଛି। ଯାହାକୁ ରାଜ୍ୟ ସହ ଦେଶ ଓ ଅନ୍ତର୍ଜାତୀୟସ୍ତରରେ ମିଳିଛି ପ୍ରଶଂସା। ଆନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ମଧ୍ୟ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ତ୍ୱରିତ ବୋଲି ଉଲ୍ଲେଖ କରିଛି। ସନ୍ଧ୍ୟା ୭ଟାରେ ଦୁର୍ଘଟଣା ଘଟିବା ପରେ ମାତ୍ର ୧୫ ମିନିଟ୍‌‌ ମଧ୍ୟରେ ଯାତ୍ରୀମାନଙ୍କୁ ଉଦ୍ଧାର ଓ ଚିକିତ୍ସା ନିମନ୍ତେ ପଦକ୍ଷେପ ପ୍ରଶଂସନୀୟ ବୋଲି ଜାତୀୟ ଗଣମାଧ୍ୟମଗୁଡ଼ିକ ମଧ୍ୟ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌‌.କେ.ଷ୍ଟାଲିନ୍‌‌, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ଓଡ଼ିଶାର ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ
ବାହାନଗା ରେଳ ଦୁର୍ଘଟଣାରେ ମୃତାହତଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିବା ବର୍ତ୍ତମାନ ସରକାରଙ୍କ ପାଇଁ ବଡ଼ ଆହ୍ୱାନ ପାଲଟିଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଷ୍ଟେସନ୍‌‌ ପାଇଁ ହେଲ୍ପଲାଇନ୍‌‌ ନମ୍ବର ଜାରି ହୋଇଥିବା ବେଳେ ହସ୍ପିଟାଲଗୁଡ଼ିକରେ ମଧ୍ୟ ହେଲ୍ପ ଡେସ୍କ ଖୋଲିଛି। ଏମିତି କି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ନିଜେ ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ୍‌‌ ରୁମ୍‌‌ରେ ବସି ସ୍ଥିତି ଉପରେ ନଜର ରଖିଛନ୍ତି। ରାଜୀବ ଭବନରେ ଥିବା ଏସ୍‌‌ଆରସିଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ୍‌‌ ଖୋଲାଯାଇଛି। ଏହି କଣ୍ଟ୍ରୋଲରୁମ୍‌‌ ସାରା ରାଜ୍ୟ ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକ ସମେତ ଯୋଗାଯୋଗରେ ରହୁଛି। ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ହସ୍ପିଟାଲ ଓ ଦୁର୍ଘଟଣା ସ୍ଥଳରେ କିପରି ଉଦ୍ଧାର କାର୍ଯ୍ୟ ଚାଲିଛି ତାହା ମଧ୍ୟ ଏଠାରେ ତଥ୍ୟ ସଂଗ୍ରହ କରାଯାଉଛି। ଏଥିପାଇଁ ଏହି କେନ୍ଦ୍ରରେ ବରିଷ୍ଠ ଆଇଏଏସ୍‌‌ମାନଙ୍କୁ ନିୟୋଜିତ କରାଯିବା ସହିତ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମୁଖ୍ୟ ସଚିବ ଏଠାରେ ରହି ଅଧିକାରୀଙ୍କ ସହ ଆଲୋଚନା କରିବା ସହ ମୁକାବିଲା କାମକୁ ତ୍ୱରାନ୍ୱିତ କରାଇଛନ୍ତି। ଏହି କଣ୍ଟ୍ରୋଲ୍‌‌ରୁମ୍‌‌ରେ ଉନ୍ନୟନ କମିସନର ଅନୁ ଗର୍ଗ, ପରିବହନ ଉଷା ପାଢ଼ୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ସଚିବ ସଞ୍ଜୟ ସିଂଙ୍କ ସମେତ ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏଠାରେ ଡେରା ପକାଇ ପୂରା ବ୍ୟବସ୍ଥାକୁ ତଦାରକ କରୁଛନ୍ତି। ଅନ୍ୟପଟେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଅଧିକାରୀମାନେ ନିଜର ଆବଶ୍ୟକତା ସମ୍ପର୍କରେ ତୁରନ୍ତ ଏହି ଟିମ୍‌‌କୁ ଅବଗତ କରାଇବା ପରେ ଟିମ୍‌‌ର ଆବଶ୍ୟକତା ଅନୁଯାୟୀ ମାନବ ସମ୍ବଳ ଓ ଆବଶ୍ୟକ ସାରଞ୍ଜମ ଯୋଗାଇ ଦେଉଥିବା ଜଣାପଡ଼ିଛି।

ସେବା ଓ ସୁରକ୍ଷା ଦାୟିତ୍ୱରେ ‘ଓଡ଼ିଶା ପୁଲିସ’
ଦୁର୍ଘଟଣା ପରେ ରାତିରେ ଗୁରୁତର ଯାତ୍ରୀଙ୍କ ସହ ଶବକୁ ଉଦ୍ଧାର କରିଥିଲେ। ସକାଳୁ ଭିଭିଆଇପି ଓ ଭିଆଇପି ଘନ ଘନ ଗସ୍ତ। ବାଲେଶ୍ୱରର ବାହାନଗା ଗୋଟିଏ ଦିନରେ ଦେଖିଥିଲା ସର୍ବୋଚ୍ଚ ରାଜନେତା ଓ ପ୍ରଶାସକ। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ସମେତ ବହୁନେତାଙ୍କ ଗସ୍ତକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଓଡ଼ିଶା ପୁଲିସ ଲାଗି ଥିଲା ଆହ୍ୱାନ। ଏଣୁ ସୁରକ୍ଷା ଦାୟିତ୍ୱରେ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। କାହାକୁ ଭିଆଇପିଙ୍କ ସୁରକ୍ଷା ତ ଆଉ କିଏ ହସ୍ପିଟାଲରେ ଜଗିଥିଲେ ଶବ। ଟ୍ରାଫିକ ପରିଚାଳନା, ଗ୍ରୀନ୍‌‌ କରିଡରରେ ଆମ୍ବୁଲାନ୍ସ ଗମନାଗମନ, ଯାତ୍ରୀଙ୍କୁ ସେବା ପ୍ରଦାନ, ସୁରକ୍ଷା ଓ ଟ୍ରେନ୍‌‌କୁ ଉଦ୍ଧାରକାର୍ଯ୍ୟରେ ପୁଲିସ କର୍ମଚାରୀ ଯୋଗାଇଥିଲେ ନିରନ୍ତର ସେବା। ସେଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାହାନଗା ଗସ୍ତ ସମୟରେ ୫୦୦ ନବ ନିଯୁକ୍ତ କନଷ୍ଟେବଳଙ୍କୁ ସୁରକ୍ଷା ଲାଗି ମୁତୟନ ହୋଇଥିଲେ। ବାହାନଗାରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ, ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡଙ୍ଗୀ, ପରିବହନ କମିସନର ଅମିତାଭ ଠାକୁର, ଗୁଇନ୍ଦା ଡିଆଇଜି ଅନୁପ ସାହୁ, ରେଞ୍ଜ ଆଇଜିଙ୍କ ସମେତ ୪ଜିଲ୍ଲାର ଏସ୍‌‌ପି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସୁରକ୍ଷା ଦାୟିତ୍ୱର ବନ୍ଦୋବସ୍ତ କରୁଛନ୍ତି। ସେହିପରି ଟ୍ରେନ୍‌‌ ଦୁର୍ଘଟଣା ପରେ ଲୋଡା ପଡ଼ିଥିଲେ ଉଦ୍ଧାରକାରୀ ଦଳ। ୫ଟି ଓଡ୍ରାଫ୍‌‌ ୟୁନିଟ୍‌‌ର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ୧୧୭ କର୍ମଚାରୀ।। ବାଲେଶ୍ୱର ଜିଲ୍ଲାର ଓଡ୍ରାଫ୍‌‌ରେ ୧୫, ବାରିପଦା ଓଏସ୍‌‌ଏପି ୫ମ ବାଟାଲିୟନ ୩୩, ତୃତୀୟ ବାଟାଲିୟନ ଯାଜପୁରର ୨୨, କଟକ ଓଏସ୍‌‌ଏପି ୭ମ ବାଟାଲିୟନ ୨୧ ଓ ଢ଼େଙ୍କାନାଳ ଓଏସ୍‌‌ଏପି ପ୍ରଥମ ବାଟାଲିୟନ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିଲା। ଏଥିରେ ଏସ୍‌‌ଆଇ, କନଷ୍ଟେବଳ, ହାବିଲଦାର, ସୁବେଦାର ଓ ଗାଡ଼ି ଚାଳକମାନେ ରାତିରୁ ଯୋଗାଇଛନ୍ତି ନିରନ୍ତର ସେବା।

ଉଦ୍ଧାର ଓ ସ୍ଥାନାନ୍ତରରେ ନିୟୋଜିତ ‘ଆଗ୍ନିକ’
ରେଳ ଦୁର୍ଘଟଣା ପରେ ସର୍ବପ୍ରଥମେ ଖୋଜା ପଡ଼ିଥିଲେ‘ଆଗ୍ନିକ’ ବା ଅଗ୍ନିଶମ କର୍ମଚାରୀ। ତୁରନ୍ତ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀଙ୍କ ସହ ବରିଷ୍ଠ ଅଧିକାରୀ କ୍ଷେତ୍ରକୁ ପଳାଇଥିଲେ। ସ୍ଥାନୀୟଲୋକଙ୍କ ସହ ଉଦ୍ଧାର କାର୍ଯ୍ୟରେ ଯୋଡି ହୋଇଥିଲେ ଆଗ୍ନିକ। ୨୪ଟି ଅଗ୍ନିଶମ ୟୁନିଟ୍‌‌ର ୨୫୦ଜଣ କର୍ମଚାରୀ ଦେବଦୂତ ସାଜି ଉଦ୍ଧାର କରିଥିଲେ। ବାଲେଶ୍ୱର, ଭଦ୍ରକ, ଓ ଯାଜପୁର ଜିଲ୍ଲାର ଅଗ୍ନିଶମ କର୍ମଚାରୀଙ୍କ ସହ ଭୁବନେଶ୍ୱରରୁ ଯାଇଥିଲେ ସ୍ୱତନ୍ତ୍ର ଟିମ୍‌‌। ଷ୍ଟ୍ରାଇକିଂ ଫୋର୍ସ, ଭୁବନେଶ୍ୱର ଟ୍ରେନିଂ ୟୁନିଟ୍‌‌, ନରାଜ ଟ୍ରେନିଂ ୟୁନିଟ୍‌‌ର ବଛା ବଛା ଆଗ୍ନିକ ଉଦ୍ଧାରକାରୀ ଦଳରେ ରହିଥିଲେ। ଭୟାନକ ଦୁର୍ଘଟଣାରେ ମରଣମୁହଁରୁ ଯାତ୍ରୀଙ୍କୁ ଉଦ୍ଧାର କରିବା ଆଗ୍ନିକଙ୍କ ଲାଗି ଥିଲା ଆହ୍ୱାନ। ଲୌହଦାନବ ପଞ୍ଝାରେ ଝୁଲୁଥିବା ଗଦା ଗଦା ଶବ ଭିତରୁ ଗୁରୁତର ଯାତ୍ରୀଙ୍କ ନୂଆ ଜୀବନ ଦେବା ଲାଗି ଆଗ୍ନିକଙ୍କ ଲାଗି ପ୍ରାଥମିକତା। ଧ୍ୱସ୍ତ ବିଧ୍ୱସ୍ତ ଟ୍ରେନ୍‌‌ ଭିତରେ ୧୩୫ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କାହାର ହାତ ନଥିଲା ତ ଆଉ କାହାର ଗୋଡ। ସେଭଳି ଜୀବନମରଣ ମଧ୍ୟରେ ଝୁଲୁଥିବା ୪୫୦ଜଣ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ଟ୍ରେନ୍‌‌ର ବଗିରେ ଆଗ୍ନିକ ପଶିବା ପରେ ‘ମତେ ଆଗେ ଉଦ୍ଧାର କାର’ର ବୁକୁଫଟା ଚିତ୍କାର ସେମାନଙ୍କ ମନକୁ କରିଥିଲା ଆନ୍ଦୋଳିତ। ଲୁହାର ଚଦରକୁ ତାଡି ଯାତ୍ରୀଙ୍କୁ ଦେଇଥିଲେ ନୂଆ ଜୀବନ। ସେହିପରି ଯାତ୍ରୀଙ୍କୁ ଉଦ୍ଧାର କରିବାରେ କାମ ଦେଇଥିଲା ଅତ୍ୟାଧୁନିକ ଜ୍ଞାନକୌଶଳ ନିର୍ମିତ ମେସିନ୍‌‌। ଲୁହାର ଶିକୁଳି ବନ୍ଧା ପଡ଼ିଥିବା ଯାତ୍ରୀଙ୍କ ଉଦ୍ଧାର କରିବା ଲାଗି ଆଡଭାନ୍ସ ରିସ୍କ୍ୟୁ ଟେଣ୍ଡ୍‌‌ର, ଆଡଭାନ୍ସ ରିସ୍କ୍ୟୁ ଗିଅର, ପ୍ଲାଜମା କଟର, ଷ୍ଟେଚର, ଭିଏଚ୍‌‌ଏଫ୍‌‌ ଓ ରାତିର ଆଲୁଅ ଲାଗି ଆସ୍କା ଲାଇଟ୍‌‌ ବ୍ୟବସ୍ଥା କରିଥିଲେ ଆଗ୍ନିକ। ଅନ୍ୟପଟେ ଦୁର୍ଘଟଣାର ୫ ଘଣ୍ଟା ପରେ ଗୋଟିଏ ପରିବାରକୁ ସୁରକ୍ଷିତ ଉଦ୍ଧାର କରିବା ଥିଲା ଆଗ୍ନିକଙ୍କ ଲାଗି ସ୍ମରଣୀୟ ମୁହୂର୍ତ୍ତ।

ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ, ବଞ୍ଚିଗଲା ଶହଶହ ଜୀବନ
ସ୍ଥାନୀୟ ସମୟ ପ୍ରାୟ ୭ଟା ବେଳେ ଘଟିଥିଲା ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା। ମାତ୍ର ଦୁର୍ଘଟଣା ପରେ ମୃତାହତଙ୍କ ଉଦ୍ଧାର, ଚିକିତ୍ସା, ଯତ୍ନ ନିମନ୍ତେ ରାଜ୍ୟ ସରକାର ପ୍ରଦର୍ଶନ କରିଥିବା ଅଭୂତପୂର୍ବ ତତ୍ପରତା ଯୋଗୁଁ ବଞ୍ଚି ଯାଇଥିଲା ଶହଶହ ଜୀବନ। ଘଟଣା ସମ୍ପର୍କରେ ସୂଚନା ପାଇବା ସଙ୍ଗେସଙ୍ଗେ ଜିଲ୍ଲାପାଳ ଓ ଏସ୍‌‌ପି ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ୧୫ ମିନିଟ୍‌‌ ମଧ୍ୟରେ ରାଜ୍ୟ ମୁଖ୍ୟ ରିଲିଫ୍‌‌ କମିଶନରଙ୍କ ନିର୍ଦ୍ଦେଶକ୍ରମେ ୫ ୟୁନିଟ୍‌‌ ଓଡ଼୍ରାଫ୍‌‌ ଟିମ୍‌‌ ଉଦ୍ଧାର କାର୍ଯ୍ୟ ନିମନ୍ତେ ଘଟଣାସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସେହିପରି ୩୦ ମିନିଟ୍‌‌ ମଧ୍ୟରେ ଆହତ ଯାତ୍ରୀମାନଙ୍କ ଚିକିତ୍ସା ଓ ସହାୟତା ନିମନ୍ତେ ବାଲେଶ୍ୱର ଓ ଭଦ୍ରକରେ ସ୍ଥାପନ କରାଯାଇଥିଲା ଦୁଇଟି ସହାୟତା କେନ୍ଦ୍ର।

ଅଗ୍ନିଶମ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିଲେ ୨୪ଟି ଅଗ୍ନିଶମ ଓ ଆପାତଃ ନିରାପତ୍ତା ବାହିନୀର କର୍ମଚାରୀ। ଅନ୍ଧାରରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାତ୍ରିକାଳିନ ଆଲୋକ ବ୍ୟବସ୍ଥା ମଧ୍ୟ କରାଗଲା।

ଦୁର୍ଘଟଣା ଘଟିବା ଖବର ପାଇବାକ୍ଷଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାତ୍ରୀମାନଙ୍କ ଉଦ୍ଧାର ଓ ଚିକିତ୍ସା ଅନୁଧ୍ୟାନ କରିବାକୁ ଘଟଣାସ୍ଥଳକୁ ଯିବା ନିମନ୍ତେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଏସ୍‌‌ଆର୍‌‌ସି ସତ୍ୟବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦେଲେ। ନିଜେ ମୁଖ୍ୟମନ୍ତ୍ରୀ ଏସ୍‌‌ଆର୍‌‌ସିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ସମୀକ୍ଷା ଆରମ୍ଭ କଲେ। ମୁଖ୍ୟ ସଚିବ, ଉନ୍ନୟନ କମିଶନର, ୫-ଟି ସଚିବ ପ୍ରମୁଖ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏସ୍‌‌ଆରସିଙ୍କ କାର୍ଯ୍ୟାଳୟରେ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କ ଚିକିତ୍ସା ଓ ମୃତ ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟକୁ ଅନୁଧ୍ୟାନ କରି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।

ଉଦ୍ଧାର କାର୍ଯ୍ୟରେ ୨୦୦ ଆମ୍ବୁଲାନ୍ସ
ଦୁର୍ଘଟଣା ଘଟିବା ଖବର ମିଳିବାକ୍ଷଣି ଘଟଣାସ୍ଥଳକୁ ତୁରନ୍ତ ସ୍ଥାନୀୟ ଅଞ୍ଚଳରୁ ୧୭ଟି ଆମ୍ବୁଲାନ୍‌‌ସକୁ ପଠା ଯାଇଥିଲା। ମାତ୍ର ଦୁର୍ଘଟଣାର ବାସ୍ତବିକତା ଜଣାପଡ଼ିବା ପରେ ଆବଶ୍ୟକତା ଦୃଷ୍ଟିରୁ ଭଦ୍ରକ, ବାଲେଶ୍ୱର, ଯାଜପୁର ସହ କଟକ ଓ ଭୁବନେଶ୍ୱରୁ ପ୍ରାୟ ୨୦୦ ଆମ୍ବୁଲାନ୍ସକୁ ଘଟଣାସ୍ଥଳକୁ ପଠାଯାଇଥିଲା। ଯାହା ଫଳରେ ଉଦ୍ଧାର ଆହତଯାତ୍ରୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଓ ସେମାନଙ୍କ ତ୍ୱରିତ ଚିକିତ୍ସା ସମ୍ଭବ ହୋଇ ପାରିଥିଲା।

ମାଗଣା ଚିକିତ୍ସା, ୧୦୦ ଡାକ୍ତରୀ ଟିମ୍‌‌
ଦୁର୍ଘଟଣାଗ୍ରସ୍ତ ଦୁଇ ଟ୍ରେନ୍‌‌ର ଆହତଯାତ୍ରୀମାନଙ୍କ ଚିକିତ୍ସା ନିମନ୍ତେ ଘଟଣାସ୍ଥଳ ସମେତ ବିଭିନ୍ନ ଡାକ୍ତରଖାନାରେ ନିୟୋଜିତ ହୋଇଛନ୍ତି ପ୍ରାୟ ୧୦୦ ଡାକ୍ତରୀ ଦଳ। ଏହି ଡାକ୍ତରୀ ଦଳରେ ଡାକ୍ତର, ପାରା ମେଡ଼ିକାଲ ଷ୍ଟାଫ୍‌‌ ମଧ୍ୟ ରହିଛନ୍ତି। ଗୁରୁତର ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତିକରାଯାଇଛି। ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌‌ର ସମସ୍ତ ଆହତ ଯାତ୍ରୀଙ୍କ ମାଗଣା ଚିକିତ୍ସା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ସେମାନଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ସେମାନଙ୍କର ଚିକିତ୍ସା ବାବଦ ସମୟ ଦେୟ ରାଜ୍ୟ ସରକାର ବହନ କରିବେ ଏବଂ ଏଥିପାଇଁ ଆହତମାନଙ୍କୁ ଟଙ୍କାଟିଏ ମଧ୍ୟ ବ୍ୟୟ କରିବାକୁ ପଡ଼ିବ ନାହିଁ।

ପ୍ରତୀକ୍ଷାରତ ଯାତ୍ରୀଙ୍କୁ ଖାଦ୍ୟପାନୀୟ
ବାହାନଗା ଦୁର୍ଘଟଣା ପରେ ଦକ୍ଷିଣପୂର୍ବ ରେଳପଥର ପ୍ରାୟ ୩୩ଟି ଟ୍ରେନ୍‌‌ ବାତିଲ କରାଯାଇଥିଲା ଓ ୩୬ ଟ୍ରେନ୍‌‌ର ଗତିପଥ ପରିବର୍ତ୍ତନ କରାଯାଇଥିଲା। ଫଳରେ ବିଭିନ୍ନ ଷ୍ଟେସନରେ ହଜାର ହଜାର ଯାତ୍ରୀ ଅଟକି ରହିଥିଲେ। ଏହି ଯାତ୍ରୀମାନଙ୍କୁ ସରକାରଙ୍କ ପକ୍ଷରୁ ଶୁଖିଲା ଖାଦ୍ୟ, ପାନୀୟ ଯୋଗାଇବା ପାଇ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।

ଯାତ୍ରୀଙ୍କ ପାଇଁ ମାଗଣା ବସ୍‌‌ ବ୍ୟବସ୍ଥା
ଭଦ୍ରକରୁ ବାଲେଶ୍ୱର ମଧ୍ୟମରେ ଟ୍ରେନ୍‌‌ ସେବା ବ୍ୟାହତ ହେବା କାରଣରୁ ଉଭୟ ଭୁବନେଶ୍ୱର ଏବଂ କଟକ ରେଳ ଷ୍ଟେସନରେ ସହ ସହ ଯାତ୍ରୀ ଶୁକ୍ରବାର ରାତିଠାରୁ ଅଟକି ରହିଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଘର ବାଲେଶ୍ୱର ଏବଂ ଭଦ୍ରକ ଅଞ୍ଚଳର ହୋଇଥିବା ବେଳେ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ସେମାନଙ୍କ ନିକଟରେ କୌଣସି ବ୍ୟବସ୍ଥା ନ ଥିଲା। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପ୍ରଶାସନ ତୁରନ୍ତ ସକ୍ରିୟ ହୋଇ ଉଠିଥିଲା। ଫଳସ୍ୱରୂପ ଶୁକ୍ରବାର ରାତିଠାରୁ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ୭୯ରୁ ଅଧିକ ବସରେ ଶହ ଶହ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ନିଜ ନିଜ ଘରକୁ ପଠାଇ ଦିଆଯାଇଛି। ଖୋର୍ଦ୍ଧା ଏବଂ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ବିଧାୟକ ଅନନ୍ତ ନାରାୟଣ ଜେନା ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ରହି ଏହାର ତଦାରଖ କରିଥିଲେ। ସରକାରଙ୍କ ଏପରି ବ୍ୟବସ୍ଥାକୁ ଉଭୟ ଯାତ୍ରୀ ଏବଂ ସାଧାରଣ ଲୋକେ ବେଶ୍‌‌ ପ୍ରଶଂସା କରିଛନ୍ତି।

04 Jun 2023 By The Sakala

https://www.thesakala.in/latest-odisha-news/balasore-train-accident-entire-country-has-praised-the-odisha-government-for-its-immediate-rescue-and-rehabilitation-measures/article-22284
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର