ଦିନକ ପରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀମନ୍ଦିରକୁ ଆଜି ପ୍ରବେଶ କଲେ ଦଇତାପତି ସେବକ
ପୁରୀ: ଆସନ୍ତା ରବିବାର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନ ମଣ୍ଡପରେ ପ୍ରତ୍ୟେକ୍ଷ ସ୍ନାନ କରିବେ ମହାପ୍ରଭୁ । ୧୦୮ ଗରା ଜଳରେ ସ୍ନାନ କରିବା ପରେ ଆରମ୍ଭ ହେବ ଦାରୁବିଗ୍ରହଙ୍କ ଅଣସର ନୀତି । ମହାପ୍ରଭୁଙ୍କର ଏହି ଗୁପ୍ତ ନୀତିକୁ ସମ୍ପାଦନ କରିବେ ଶ୍ରୀଅଙ୍ଗ ଲାଗି ସେବକ ଦଇତାପତି । ତେଣୁ ଶୁକ୍ରବାର ମଙ୍ଗଳ ଆଳତି ପରେ ଦଇତାପତି ସେବକମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି । ସ୍ନାନଯାତ୍ରାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସେବାରେ ନିମଗ୍ନ ରହିବେ ଦଇତାପତି […]
ପୁରୀ: ଆସନ୍ତା ରବିବାର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନ ମଣ୍ଡପରେ ପ୍ରତ୍ୟେକ୍ଷ ସ୍ନାନ କରିବେ ମହାପ୍ରଭୁ । ୧୦୮ ଗରା ଜଳରେ ସ୍ନାନ କରିବା ପରେ ଆରମ୍ଭ ହେବ ଦାରୁବିଗ୍ରହଙ୍କ ଅଣସର ନୀତି । ମହାପ୍ରଭୁଙ୍କର ଏହି ଗୁପ୍ତ ନୀତିକୁ ସମ୍ପାଦନ କରିବେ ଶ୍ରୀଅଙ୍ଗ ଲାଗି ସେବକ ଦଇତାପତି । ତେଣୁ ଶୁକ୍ରବାର ମଙ୍ଗଳ ଆଳତି ପରେ ଦଇତାପତି ସେବକମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି । ସ୍ନାନଯାତ୍ରାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସେବାରେ ନିମଗ୍ନ ରହିବେ ଦଇତାପତି । ଗୋଷ୍ଠୀଗତ ଭାବେ ଠାକୁରଙ୍କ ସମସ୍ତ ନୀତିକାନ୍ତି ସମ୍ପାଦନ କରିବେ । ଆଜି ରାତିରେ ଶ୍ରୀମୁଖ ଖଣ୍ଡୁଆ ପଡ଼ିବା ପରେ ଦଇତାପତିମାନେ ଶ୍ରୀଅଙ୍ଗ ସୁରକ୍ଷା ଲାଗି ବାହୁଟକଣ୍ଟ କରିବେ । ଶ୍ରୀସୁଦର୍ଶନଙ୍କୁ ବଡ଼ବାଡ଼ ଖଟୁଲି ଉପରେ ବିଜେ କରିବା ପରେ କୋଠ ସୁଆଁସିଆମାନେ ରତ୍ନସିଂହାସନ ନିକଟକୁ ଯାଇ ମହାପ୍ରଭୁଙ୍କ ପହଣ୍ଡି ପାଇଁ ଚାରବାଡ଼ ବାନ୍ଧିବେ । ଶ୍ରୀଅଙ୍ଗ ସୁରକ୍ଷା ଲାଗି ଦଇତାପତିମାନେ ଶନିବାର ସେନାପଟା ଲାଗି କରିବେ ।