ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା; ରାଜ୍ୟରେ କ୍ରୀଡ଼ା ରୂପାନ୍ତରଣ ବଦଳାଇଦେଇଛି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଯୁବପିଢ଼ିଙ୍କ ମାନସିକତା

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାରେ କ୍ରୀଡ଼ା ରୂପାନ୍ତରଣ ବଦଳାଇଦେଇଛି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଯୁବପିଢ଼ିଙ୍କ ମାନସିକତା। କ୍ରୀଡ଼ାକୁ ବୃତ୍ତି ଭାବେ ଗ୍ରହଣ କରି ସାମାଜିକ ପ୍ରତିଷ୍ଠା ଲାଭ ଯେ ସମ୍ଭବ ଏହି ବାର୍ତ୍ତା ପ୍ରତ୍ୟେକ ଅଭିଭାବକ ଓ ସଚେତନ ନାଗରିକଙ୍କ ମନକୁ ଛୁଇଁ ପାରିଛି। ପିଲାମାନଙ୍କ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖୁଥିବା ପ୍ରତ୍ୟେକ ବାପାମାଆଙ୍କ ପାଇଁ ଏହା ମଧ୍ୟ ଏକ ନିଆରା ଅନୁଭବ ଆଣିଛି। ନିଜ ପିଲାମାନଙ୍କ ପାଇଁ ସାଧାରଣ ଶିକ୍ଷା ସହିତ କ୍ରୀଡ଼ାକୁ ସମଦୃଷ୍ଟିରେ ଆଦରିବାକୁ କୁଣ୍ଠାବୋଧ କରୁଥିବା […]

ଭୁବନେଶ୍ୱର: ଓଡ଼ିଶାରେ କ୍ରୀଡ଼ା ରୂପାନ୍ତରଣ ବଦଳାଇଦେଇଛି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଯୁବପିଢ଼ିଙ୍କ ମାନସିକତା। କ୍ରୀଡ଼ାକୁ ବୃତ୍ତି ଭାବେ ଗ୍ରହଣ କରି ସାମାଜିକ ପ୍ରତିଷ୍ଠା ଲାଭ ଯେ ସମ୍ଭବ ଏହି ବାର୍ତ୍ତା ପ୍ରତ୍ୟେକ ଅଭିଭାବକ ଓ ସଚେତନ ନାଗରିକଙ୍କ ମନକୁ ଛୁଇଁ ପାରିଛି। ପିଲାମାନଙ୍କ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖୁଥିବା ପ୍ରତ୍ୟେକ ବାପାମାଆଙ୍କ ପାଇଁ ଏହା ମଧ୍ୟ ଏକ ନିଆରା ଅନୁଭବ ଆଣିଛି। ନିଜ ପିଲାମାନଙ୍କ ପାଇଁ ସାଧାରଣ ଶିକ୍ଷା ସହିତ କ୍ରୀଡ଼ାକୁ ସମଦୃଷ୍ଟିରେ ଆଦରିବାକୁ କୁଣ୍ଠାବୋଧ କରୁଥିବା ଅଭିଭାବକଙ୍କ ମନୋଭାବରେ କ୍ରୀଡ଼ା କ୍ଷେତ୍ରରେ ରୂପାନ୍ତରଣର ପ୍ରଭାବ ଆଣିଛି ଏକ ବିରାଟ ପରିବର୍ତ୍ତନ। ଫଳତଃ ରାଜ୍ୟରେ ଶିକ୍ଷା ସହିତ କ୍ରୀଡ଼ାକୁ ମଧ୍ୟ ପ୍ରାଥମିକତା ଦେବାର ଧାରା ସାଧାରଣରେ ପରିଲକ୍ଷିତ ହେଉଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଗାଁଠାରୁ ସହର ପର୍ଯ୍ୟନ୍ତ ସବୁ ପ୍ରକାର କ୍ରୀଡ଼ା ଭିତ୍ତିଭୂମିର ବିକାଶ କରି ରାଜ୍ୟ ସରକାର ପିଲାମାନଙ୍କୁ ଖେଳକୁଦ ପ୍ରତି ଆକୃଷ୍ଟ କରିଛନ୍ତି। ଆଥ୍‌‌ଲେଟିକ୍‌‌ ଠାରୁ ନେଇ ହକି, ଫୁଟବଲରୁ ନେଇ ସନ୍ତରଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଉନ୍ନତ ଭିତ୍ତିଭୂମି ସହ ଉପଯୁକ୍ତ ତାଲିମ ଓ କ୍ରୀଡ଼ା ପ୍ରୋତ୍ସାହନ ଯୋଗୁଁ ଗାଁ ଦାଣ୍ଡର ଖେଳକୁଦରେ ସୀମିତ ଥିବା ଗାଁର ପିଲା ଆଜି ଅନ୍ତର୍ଜାତୀୟ ମଞ୍ଚରେ ନିଜ କ୍ରୀଡ଼ା ପ୍ରତିଭା ପଦର୍ଶନ କରି ରାଜ୍ୟ ତଥା ଦେଶକୁ ଗର୍ବିତ କରୁଛି। କ୍ରୀଡ଼ା ସଂଗଠନ ଏବଂ କ୍ରୀଡ଼ାବିତ୍‌‌ଙ୍କ ପାଇଁ ସମ୍ପ୍ରତି ଓଡ଼ିଶା ପ୍ରଥମ ପସନ୍ଦ ପାଲଟିଛି। ଗତ ଦଶନ୍ଧି ମଧ୍ୟରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ରୂପାନ୍ତରଣର ପ୍ରଭାବ ସିଧାସଳଖ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାଙ୍କ ଉପରେ ପଡ଼ିଛି। ରାଜ୍ୟର ଯୁବପିଢ଼ି ଆଜି କ୍ରୀଡ଼ାକୁ ନିଜର ବୃତ୍ତି ବା କ୍ୟାରିୟର୍‌‌ ଭାବେ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସଫଳ କ୍ରୀଡ଼ାବିତ୍‌‌ଙ୍କ ପାଇଁ ଚାକିରି, ଆର୍ଥିକ ପ୍ରୋତ୍ସାହନ, ପଦକ ବିଜେତାଙ୍କୁ ସମ୍ମାନ ଦେଇ ରାଜ୍ୟ ସରକାର ସେମାନଙ୍କ ମନୋବଳ ବଢ଼଼ାଇବା ସହ ଉତ୍ସାହିତ କରୁଛନ୍ତି। ଏ ପ୍ରକାର କ୍ରୀଡ଼ା ଅନୁକୂଳ ବାତାବରଣ ମଧ୍ୟରେ ରାଜ୍ୟର ଯୁବପିଢ଼ି କ୍ରୀଡ଼ା କ୍ଷେତ୍ରରେ ନିଜର ଏକ ସୁନେଲୀ ଭବିଷ୍ୟତକୁ ଦେଖିପାରୁଛନ୍ତି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ରାଜଧାନୀ ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମ୍‌‌, ରାଉରକେଲାରେ ବିଶ୍ୱ ସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌‌ ଓ ଇନ୍‌‌ଡୋର୍‌‌ ଷ୍ଟାଡିୟମ୍‌‌ ସହ ଜିଲ୍ଲା ସ୍ତରରେ ଇନ୍‌‌ଡୋର୍‌‌ ଷ୍ଟାଡିୟମ୍‌‌ ଭଳି ନିର୍ମାଣ କରି ରାଜ୍ୟ ସରକାର କ୍ରୀଡ଼ା କ୍ଷେତ୍ରରେ ନୂଆ କୀର୍ତ୍ତିମାନ କରିଛନ୍ତି। ଅନ୍ତର୍ଜାତୀୟମାନର ଷ୍ଟାଡିୟମ, ବହୁମୁଖୀ ଆନ୍ତଃ କ୍ରୀଡ଼ାଙ୍ଗନ, ଫୁଟ୍‌‌ବଲ ଓ ହକି ପ୍ରଶିକ୍ଷଣ କେନ୍ଦ୍ର ଏବଂ ମିନି ଷ୍ଟାଡିୟମମାନ ନିର୍ମାଣ କରାଯାଇଛି। ପ୍ରତିଭାବାନ୍‌‌ ସନ୍ତରଣକାରୀଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରଦାନ ପାଇଁ କଳିଙ୍ଗ ଷ୍ଟାଡିୟମ୍‌‌ରେ ଉଚ୍ଚ ମାନର ସନ୍ତରଣାଗାର(ସୁଇମିଙ୍ଗ୍‌‌ ପୁଲ୍‌‌) ନିର୍ମାଣ କରିବା ସହ ରାଜ୍ୟ ସରକାର ଅନ୍ତର୍ଜାତୀୟ ସ୍ତରର ପ୍ରଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। କେବଳ ସନ୍ତରଣ ନୁହେଁ; ହକିଠାରୁ ଆରମ୍ଭ କରି ତୀର ଚାଳନା, ଲନ୍‌‌ ଟେନିସ୍‌‌, ରଗ୍‌‌ବୀ ଆଦି କ୍ରୀଡ଼ାରେ ଦେଶବିଦେଶରେ ସ୍ୱନାମ ଅର୍ଜନ କରିଥିବା ପ୍ରଶିକ୍ଷକ(କୋଚ୍‌‌) ନିଯୁକ୍ତ କରାଯାଇଛି। ଫଳରେ ଓଡ଼ିଶାର ପିଲାମାନେ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ପାଇଁ ଖ୍ୟାତି ଅର୍ଜନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

କେବଳ ସରକାର ନୁହନ୍ତି; କର୍ପୋରେଟ୍‌‌ ଏବଂ ବେସରକାରୀ ସଂସ୍ଥା ମଧ୍ୟ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ଆଗେଇ ଆସୁଛନ୍ତି। ସାମାଜିକ ଦାୟିତ୍ୱବୋଧ ସ୍ୱରୂପ ବିଭିନ୍ନ କ୍ରୀଡ଼ାକୁ ସେମାନେ ଗୁରୁତ୍ୱ ଦେଇ ତାହାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରୁଛନ୍ତି। ଉଚ୍ଚତର ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଉଛି। କୃତୀ କ୍ରୀଡ଼ାବିତ୍‌‌ଙ୍କୁ ପ୍ରଶିକ୍ଷଣ ସକାଶେ ବିଦେଶ ପଠାଇବା ପାଇଁ ପଦକ୍ଷେପ ନିଆଯାଉଛି। କେବଳ ପ୍ରଶିକ୍ଷଣ ନୁହେଁ; ହଷ୍ଟେଲରେ ରଖି ସେମାନଙ୍କ ଖାଦ୍ୟପେୟ, ଯାତାୟାତ, ଆବଶ୍ୟକ କ୍ରୀଡ଼ା ସାମଗ୍ରୀ ପ୍ରଦାନ ଆଦି ସୁନିଶ୍ଚିତ କରାଯାଉଛି। ଦିନ ଥିଲା, ରାଜ୍ୟ ଓ ଦେଶ ବାହାର ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଓଡ଼ିଆ କ୍ରୀଡ଼ାବିତ୍‌‌ଙ୍କୁ ଅର୍ଥ ବାଧକ ସାଜୁଥିଲା। ହେଲେ ଆଜି ଏଥିପାଇଁ ସରକାରୀ ପ୍ରୋତ୍ସାହନର ଅଭାବ ନାହିଁ। କେଉଁଠି ବି କ୍ରୀଡ଼ାବିତ୍‌‌ଟିଏ ଆର୍ଥିକ ସମସ୍ୟାରେ ପଡ଼ୁଛି, ଗୋଟିଏ ଟୁଇଟ୍‌‌ରେ ସରକାର ତାଙ୍କ ପାଖରେ ପହଞ୍ଚି ଯାଉଛନ୍ତି।

‘ମୋ ସରକାର’ ଓ ‘୫-ଟି’ ଉପକ୍ରମ ଅଧୀନରେ କ୍ରୀଡ଼ାର ବିକାଶ ପାଇଁ ସରକାର ନେଇଥିବା ପଦକ୍ଷେପର ସୁଫଳ ମିଳିବା ଆରମ୍ଭ ହୋଇଛି। ଓଡ଼ିଶା ଏଫ୍‌‌ସି ଜାତୀୟ ସ୍ତରରେ ଚାମ୍ପିଅନ ହେବାର ସୌଭାଗ୍ୟ ଅର୍ଜନ କରିଛି। କ୍ରୀଡ଼ା ଭିତ୍ତିମୂମି ଓ ପ୍ରଶିକ୍ଷଣର ଭରପୂର ସୁଯୋଗ ନେଇ ଅଲିମ୍ପିକ ପଦକ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପିଲମ।।ନଙ୍କୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ଓ ବଳିଷ୍ଠ ନେତୃତ୍ୱରେ ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟ କ୍ରୀଡ଼ା ଭିତ୍ତିଭୂମିରେ ବୈପ୍ଳବିକ ପରିବର୍ତ୍ତନ ସୁନିଶ୍ଚିତ ହୋଇଛି। ଅନ୍ତର୍ଜାତୀୟ ହକି ଫେଡେରେସନ୍‌‌ ଓଡ଼ିଶାର କ୍ରୀଡ଼ା ପରିବେଶକୁ ସ୍ୱୀକୃତି ଦେଇଛି। ଥରେ ନୁହେଁ; ଓଡ଼ିଶା କ୍ରମାଗତ ଦୁଇଥର ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ୍‌‌ ଆୟେଜାନ କରିବାର ସୁଯୋଗ ପାଇଛି। ବିଶ୍ୱର ପ୍ରଥମ ଓ ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ଏହି ସମ୍ମାନଜନକ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରି ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି। ଏଥିସହ ୨୦୧୭ରେ ଏସୀୟ ଦୌଡ଼କୁଦ ଚାମ୍ପିଅନ୍‌‌ସିପ୍‌‌, ୨୦୧୪ରେ ହକି ଚାମ୍ପିଅନ୍‌‌ସିପ୍‌‌, କନିଷ୍ଠ ହକି ବିଶ୍ୱକପ୍‌‌, ବିଡବ୍ଲ୍ୟୁଏଫ୍‌‌ ବ୍ୟାଡ୍‌‌ମିଣ୍ଟନ ପ୍ରତିଯୋଗିତା ଆୟୋଜନ କରି ଓଡ଼ିଶା ଦେଶର କ୍ରୀଡ଼ା ରାଜଧାନୀର ମାନ୍ୟତା ଲାଭ କରିସାରିଛି।

କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ୬୯୩.୩୫ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜିଲ୍ଲାରେ ୮୯ଟି ବହୁମୁଖୀ ଇନ୍‌‌ଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ଏଠାରେ ବ୍ୟାଡ୍‌‌ମିଣ୍ଟନ, ଟେବଲ୍‌‌ ଟେନିସ ଓ ଭାରୋତ୍ତୋଳନ ଆଦିରେ ତାଲିମ ପ୍ରଦାନ କରାଯିବ। କ୍ରୀଡ଼ାବିତ୍‌‌ଙ୍କୁ ଭବିଷ୍ୟତରେ ଆତ୍ମନିର୍ଭର କରିବା ଲାଗି ରାଜ୍ୟ ସରକାର ଓଡ଼ିଶା ପୁଲିସ୍‌‌ରେ ୧୦୦ରୁ ଊର୍ଦ୍ଧ୍ବ କ୍ରୀଡ଼ାବିତ୍‌‌ଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥା, ସରକାରୀ ଉଦ୍ୟୋଗରେ ଶ୍ରେଷ୍ଠ ସଫଳତା ପାଇଥିବା ୩୧ ଜଣ କ୍ରୀଡ଼ାବିତ୍‌‌ଙ୍କୁ ନିଯୁକ୍ତି ମିଳିଛି। କ୍ରୀଡ଼ା ପ୍ରତିଭାମାନଙ୍କୁ ତରୁଣ ବୟସରୁ ଚିହ୍ନଟ କରି ବିଭିନ୍ନ କ୍ରୀଡ଼ାଶୃଙ୍ଖଳାରେ ସେମାନଙ୍କୁ ପ୍ରଶିକ୍ଷଣ, ବୃତ୍ତି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ ପ୍ରଦାନ ପାଇଁ ରାଜ୍ୟ ସରକାର ବହୁବିଧ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର