ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲାର ଅନ୍ତ: ଲୋକଙ୍କ ଭାବନା ସହ ଜଡିତ ଥିବାରୁ ରତ୍ନଭଣ୍ଡାର ନେଇ କୌଣସି ରାୟ ଦେବାକୁ ମନାକଲେ କୋର୍ଟ

The Sakala Picture
Published On

ଭୁବନେଶ୍ବର: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲାର ଅନ୍ତ ଘଟିଛି। ଶ୍ରୀମନ୍ଦିର ସମ୍ପର୍କୀତ ମାମଲାର ଆଜି ଅନ୍ତ ଘଟାଇଛନ୍ତି ସୁପ୍ରିମକୋର୍ଟ। ମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ହୋଇଥିବା ଆଫିଡେଭିଟକୁ ବିଚାରକୁ ନେବା ପରେ ମୃଲାଲିନି ପାଢ଼ୀଙ୍କ ଦ୍ଵାରା ଦାଖଲ ହୋଇଥିବା ମୂଳ ପିଟିସନକୁ ସମାପ୍ତ କରିବାର ନିଷ୍ପତି ନେଇଛନ୍ତି କୋର୍ଟ। ଦୀର୍ଘ ୫ ବର୍ଷରେ ୨୬ଟି ଶୁଣାଣି ପରେ ମାମଲାର ଅନ୍ତ ଘଟିଛି। ମାମଲାର ଅନ୍ତ ପରେ ବି ଆବେଦନକାରୀ କୋର୍ଟଙ୍କୁ ଜଣାଇପାରିବେ। କିଛି ନିର୍ଦ୍ଦେଶ ଅମାନ୍ୟ ଦେଖିଲେ ହାଇକୋର୍ଟରେ ଜଣାଇପାରିବେ। ସୁପ୍ରିମକୋର୍ଟଙ୍କ […]

ଭୁବନେଶ୍ବର: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲାର ଅନ୍ତ ଘଟିଛି। ଶ୍ରୀମନ୍ଦିର ସମ୍ପର୍କୀତ ମାମଲାର ଆଜି ଅନ୍ତ ଘଟାଇଛନ୍ତି ସୁପ୍ରିମକୋର୍ଟ। ମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ହୋଇଥିବା ଆଫିଡେଭିଟକୁ ବିଚାରକୁ ନେବା ପରେ ମୃଲାଲିନି ପାଢ଼ୀଙ୍କ ଦ୍ଵାରା ଦାଖଲ ହୋଇଥିବା ମୂଳ ପିଟିସନକୁ ସମାପ୍ତ କରିବାର ନିଷ୍ପତି ନେଇଛନ୍ତି କୋର୍ଟ। ଦୀର୍ଘ ୫ ବର୍ଷରେ ୨୬ଟି ଶୁଣାଣି ପରେ ମାମଲାର ଅନ୍ତ ଘଟିଛି। ମାମଲାର ଅନ୍ତ ପରେ ବି ଆବେଦନକାରୀ କୋର୍ଟଙ୍କୁ ଜଣାଇପାରିବେ। କିଛି ନିର୍ଦ୍ଦେଶ ଅମାନ୍ୟ ଦେଖିଲେ ହାଇକୋର୍ଟରେ ଜଣାଇପାରିବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ନହେଲେ ହାଇକୋର୍ଟରେ ଜଣାଇପାରିବ । ନିର୍ଦ୍ଦେଶ ଅନୁପାଳନ ହେଉଛି କି ନାହିଁ ହାଇକୋର୍ଟ ମନିଟର କରିବେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଲୋକଙ୍କ ଭାବନା ସହ ରତ୍ନ ଭଣ୍ଡାର ଜଡ଼ିତ ଥିବାରୁ ଏହା ଉପରେ କୌଣସି ରାୟ ଦେବୁନି ବୋଲି କୋର୍ଟ କହିଥିଲେ। ଯାହାର ଯାହା ଆପତ୍ତି ଅଭିଯୋଗ ରହିଛି, ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୁଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ବିଚାରପତି ଏମ୍ ଆର ଶାହା ଏବଂ ବିଚାରପତି ସି.ଟି ରବି କୁମାରଙ୍କ ଖଣ୍ଡପୀଠରେ ମାମଲାରେ ଶୁଣାଣି କରିଥିଲେ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର