ରାଜ୍ୟରେ କମିବ କାଳବୈଶାଖୀ, ବଢ଼ିବ ତାତି

The Sakala Picture
Published On

ଭୁବନେଶ୍ବର: କମିବ କାଳବୈଶାଖୀ, ବଢିବ ତାତି। ତାପମାତ୍ରା ୪-୫ ଡ଼ିଗ୍ରୀ ଯାଏଁ ବଢ଼ିବ । ୪୦-୪୧ଡିଗ୍ରୀ ଯାଏଁ ତାପମାତ୍ରା ଛୁଇଁପାରେ । ବର୍ତ୍ତମାନ ସ୍ଥିତିରେ ଆଭ୍ୟନ୍ତରୀଣ ଓ ଉପକୁଳ ଏବଂ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ କମିଛି। ଏହା ଧୀରେ ଧୀରେ ସ୍ବାଭାବିକ ହେବା ପରେ କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ହେବା ନେଇ ପାଣିପାଗ ବିଭାଗ କହିଛି । ଏଥିସହ ଜଳୀୟବାଷ୍ପ ମତ୍ରା ଅଧିକ ରହୁଥିବାରୁ ରାଜ୍ୟରେ ଗୁଳୁଗୁଳି ମାତ୍ତ୍ରା ଅଧିକ ଅନୁଭୂତ ହେବ । ସେପଟେ […]

ଭୁବନେଶ୍ବର: କମିବ କାଳବୈଶାଖୀ, ବଢିବ ତାତି। ତାପମାତ୍ରା ୪-୫ ଡ଼ିଗ୍ରୀ ଯାଏଁ ବଢ଼ିବ । ୪୦-୪୧ଡିଗ୍ରୀ ଯାଏଁ ତାପମାତ୍ରା ଛୁଇଁପାରେ । ବର୍ତ୍ତମାନ ସ୍ଥିତିରେ ଆଭ୍ୟନ୍ତରୀଣ ଓ ଉପକୁଳ ଏବଂ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ କମିଛି। ଏହା ଧୀରେ ଧୀରେ ସ୍ବାଭାବିକ ହେବା ପରେ କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ହେବା ନେଇ ପାଣିପାଗ ବିଭାଗ କହିଛି । ଏଥିସହ ଜଳୀୟବାଷ୍ପ ମତ୍ରା ଅଧିକ ରହୁଥିବାରୁ ରାଜ୍ୟରେ ଗୁଳୁଗୁଳି ମାତ୍ତ୍ରା ଅଧିକ ଅନୁଭୂତ ହେବ ।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପାଇଁ କୌଣସି ୱାର୍ଣ୍ଣିଂ ଜାରି ହୋଇନି। ଦକ୍ଷିଣ ପୂର୍ବ ବଙ୍ଗୋସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ୭ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋସାଗର ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହି ସମୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଦକ୍ଷିଣ ପଶ୍ଚିମ ବଙ୍ଗୋସାଗର ଆଣ୍ଡାମାନ ସାଗର ଏବଂ କେନ୍ଦ୍ରୀୟ ବଙ୍ଗୋପାଗର ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବ। ଯେଉଁଠି ପବନର ବେଗ ୪୦-୫୦ ଏପରିକି ୬୦ମଧ୍ୟ ଛୁଇଁପାରେ । ତେଣୁ ଏ ସମସ୍ତ ଅଞ୍ଚଲରେ ଗଭୀର ସମୁଦ୍ରକୁ ଯିବା ପାଇଁ ବାରଣ ହୋଇଛି । ମୁଖ୍ୟତଃ ଉପକୂଳ ଅଞ୍ଚାଲରେ ବିଶେଷ ଅନୁଭୂତ ହେବ। ତେବେ ଲଘୁଚାପ ଜନିତ କ୍ଷେତ୍ର ସୃଷ୍ଟି ପରେ ବାତ୍ୟାର ଦିଗ ଓ ଲ୍ୟାଣ୍ଡ ଫଲ ସମ୍ପର୍କରେ ସୂଚନା ଦିଆଯିବ ବୋଲି ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂଜା ଗେଟ୍ ଏବଂ ତୋରଣ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର