ରାଜ୍ୟରେ କମିବ କାଳବୈଶାଖୀ, ବଢ଼ିବ ତାତି

The Sakala Picture
Published On

ଭୁବନେଶ୍ବର: କମିବ କାଳବୈଶାଖୀ, ବଢିବ ତାତି। ତାପମାତ୍ରା ୪-୫ ଡ଼ିଗ୍ରୀ ଯାଏଁ ବଢ଼ିବ । ୪୦-୪୧ଡିଗ୍ରୀ ଯାଏଁ ତାପମାତ୍ରା ଛୁଇଁପାରେ । ବର୍ତ୍ତମାନ ସ୍ଥିତିରେ ଆଭ୍ୟନ୍ତରୀଣ ଓ ଉପକୁଳ ଏବଂ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ କମିଛି। ଏହା ଧୀରେ ଧୀରେ ସ୍ବାଭାବିକ ହେବା ପରେ କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ହେବା ନେଇ ପାଣିପାଗ ବିଭାଗ କହିଛି । ଏଥିସହ ଜଳୀୟବାଷ୍ପ ମତ୍ରା ଅଧିକ ରହୁଥିବାରୁ ରାଜ୍ୟରେ ଗୁଳୁଗୁଳି ମାତ୍ତ୍ରା ଅଧିକ ଅନୁଭୂତ ହେବ । ସେପଟେ […]

ଭୁବନେଶ୍ବର: କମିବ କାଳବୈଶାଖୀ, ବଢିବ ତାତି। ତାପମାତ୍ରା ୪-୫ ଡ଼ିଗ୍ରୀ ଯାଏଁ ବଢ଼ିବ । ୪୦-୪୧ଡିଗ୍ରୀ ଯାଏଁ ତାପମାତ୍ରା ଛୁଇଁପାରେ । ବର୍ତ୍ତମାନ ସ୍ଥିତିରେ ଆଭ୍ୟନ୍ତରୀଣ ଓ ଉପକୁଳ ଏବଂ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ କମିଛି। ଏହା ଧୀରେ ଧୀରେ ସ୍ବାଭାବିକ ହେବା ପରେ କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ହେବା ନେଇ ପାଣିପାଗ ବିଭାଗ କହିଛି । ଏଥିସହ ଜଳୀୟବାଷ୍ପ ମତ୍ରା ଅଧିକ ରହୁଥିବାରୁ ରାଜ୍ୟରେ ଗୁଳୁଗୁଳି ମାତ୍ତ୍ରା ଅଧିକ ଅନୁଭୂତ ହେବ ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପାଇଁ କୌଣସି ୱାର୍ଣ୍ଣିଂ ଜାରି ହୋଇନି। ଦକ୍ଷିଣ ପୂର୍ବ ବଙ୍ଗୋସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ୭ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋସାଗର ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହି ସମୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଦକ୍ଷିଣ ପଶ୍ଚିମ ବଙ୍ଗୋସାଗର ଆଣ୍ଡାମାନ ସାଗର ଏବଂ କେନ୍ଦ୍ରୀୟ ବଙ୍ଗୋପାଗର ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବ। ଯେଉଁଠି ପବନର ବେଗ ୪୦-୫୦ ଏପରିକି ୬୦ମଧ୍ୟ ଛୁଇଁପାରେ । ତେଣୁ ଏ ସମସ୍ତ ଅଞ୍ଚଲରେ ଗଭୀର ସମୁଦ୍ରକୁ ଯିବା ପାଇଁ ବାରଣ ହୋଇଛି । ମୁଖ୍ୟତଃ ଉପକୂଳ ଅଞ୍ଚାଲରେ ବିଶେଷ ଅନୁଭୂତ ହେବ। ତେବେ ଲଘୁଚାପ ଜନିତ କ୍ଷେତ୍ର ସୃଷ୍ଟି ପରେ ବାତ୍ୟାର ଦିଗ ଓ ଲ୍ୟାଣ୍ଡ ଫଲ ସମ୍ପର୍କରେ ସୂଚନା ଦିଆଯିବ ବୋଲି ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

05 May 2023 By The Sakala

ରାଜ୍ୟରେ କମିବ କାଳବୈଶାଖୀ, ବଢ଼ିବ ତାତି

ଭୁବନେଶ୍ବର: କମିବ କାଳବୈଶାଖୀ, ବଢିବ ତାତି। ତାପମାତ୍ରା ୪-୫ ଡ଼ିଗ୍ରୀ ଯାଏଁ ବଢ଼ିବ । ୪୦-୪୧ଡିଗ୍ରୀ ଯାଏଁ ତାପମାତ୍ରା ଛୁଇଁପାରେ । ବର୍ତ୍ତମାନ ସ୍ଥିତିରେ ଆଭ୍ୟନ୍ତରୀଣ ଓ ଉପକୁଳ ଏବଂ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ କମିଛି। ଏହା ଧୀରେ ଧୀରେ ସ୍ବାଭାବିକ ହେବା ପରେ କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ହେବା ନେଇ ପାଣିପାଗ ବିଭାଗ କହିଛି । ଏଥିସହ ଜଳୀୟବାଷ୍ପ ମତ୍ରା ଅଧିକ ରହୁଥିବାରୁ ରାଜ୍ୟରେ ଗୁଳୁଗୁଳି ମାତ୍ତ୍ରା ଅଧିକ ଅନୁଭୂତ ହେବ ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପାଇଁ କୌଣସି ୱାର୍ଣ୍ଣିଂ ଜାରି ହୋଇନି। ଦକ୍ଷିଣ ପୂର୍ବ ବଙ୍ଗୋସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ୭ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋସାଗର ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହି ସମୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଦକ୍ଷିଣ ପଶ୍ଚିମ ବଙ୍ଗୋସାଗର ଆଣ୍ଡାମାନ ସାଗର ଏବଂ କେନ୍ଦ୍ରୀୟ ବଙ୍ଗୋପାଗର ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବ। ଯେଉଁଠି ପବନର ବେଗ ୪୦-୫୦ ଏପରିକି ୬୦ମଧ୍ୟ ଛୁଇଁପାରେ । ତେଣୁ ଏ ସମସ୍ତ ଅଞ୍ଚଲରେ ଗଭୀର ସମୁଦ୍ରକୁ ଯିବା ପାଇଁ ବାରଣ ହୋଇଛି । ମୁଖ୍ୟତଃ ଉପକୂଳ ଅଞ୍ଚାଲରେ ବିଶେଷ ଅନୁଭୂତ ହେବ। ତେବେ ଲଘୁଚାପ ଜନିତ କ୍ଷେତ୍ର ସୃଷ୍ଟି ପରେ ବାତ୍ୟାର ଦିଗ ଓ ଲ୍ୟାଣ୍ଡ ଫଲ ସମ୍ପର୍କରେ ସୂଚନା ଦିଆଯିବ ବୋଲି ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର