ମା’ ପେଟରୁ ଶିଶୁଙ୍କୁ ମିଳିବ ସଞ୍ଜୀବନୀ; ଗର୍ଭବତୀଙ୍କୁ ଦିଆଯିବ ସ୍ବତନ୍ତ୍ର ଇଞ୍ଜେକ୍ସନ୍, ନୂଆ ଜୀବନ ପାଇବେ ସମୟ ପୂର୍ବରୁ ଜନ୍ମିତ ଶିଶୁ

The Sakala Picture
Published On

ଭୁବନେଶ୍ୱର: ମା’ ପେଟରୁ ଶିଶୁଙ୍କୁ ମିଳିବ ସଞ୍ଜୀବନୀ । ନୂଆ ଜୀବନ ପାଇବେ ସମୟ ପୂର୍ବରୁ ଜନ୍ମିତ ଶିଶୁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗବେଷଣା ଆଧାରରେ ଗର୍ଭବତୀ ମାଆଙ୍କୁ ମାଗଣାରେ ଦିଆଯିବ ଆଣ୍ଟି ନାଟାଲ୍ କର୍ଟିକୋ ଷ୍ଟେରଏଡ୍ ଇଞ୍ଜେକ୍ସନ୍ । ଜଣେ ମାଆ ୩୭ ସପ୍ତାହରୁ ୪୦ ସପ୍ତାହ ଭିତରେ ସ୍ବାଭାବିକ ଭାବେ ଶିଶୁକୁ ଜନ୍ମ ଦେଇଥାଏ । ଏବେ ୩୪ରୁ ୩୬ ସପ୍ତାହ ୫ ଦିନ ମଧ୍ୟରେ ଜନ୍ମ ହେବାକୁ ଥିବା ଶିଶୁର ମାଆକୁ […]

ଭୁବନେଶ୍ୱର: ମା’ ପେଟରୁ ଶିଶୁଙ୍କୁ ମିଳିବ ସଞ୍ଜୀବନୀ । ନୂଆ ଜୀବନ ପାଇବେ ସମୟ ପୂର୍ବରୁ ଜନ୍ମିତ ଶିଶୁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗବେଷଣା ଆଧାରରେ ଗର୍ଭବତୀ ମାଆଙ୍କୁ ମାଗଣାରେ ଦିଆଯିବ ଆଣ୍ଟି ନାଟାଲ୍ କର୍ଟିକୋ ଷ୍ଟେରଏଡ୍ ଇଞ୍ଜେକ୍ସନ୍ । ଜଣେ ମାଆ ୩୭ ସପ୍ତାହରୁ ୪୦ ସପ୍ତାହ ଭିତରେ ସ୍ବାଭାବିକ ଭାବେ ଶିଶୁକୁ ଜନ୍ମ ଦେଇଥାଏ । ଏବେ ୩୪ରୁ ୩୬ ସପ୍ତାହ ୫ ଦିନ ମଧ୍ୟରେ ଜନ୍ମ ହେବାକୁ ଥିବା ଶିଶୁର ମାଆକୁ ପ୍ରିମାଚ୍ୟୁର୍ଡ ଶିଶୁଙ୍କ ପାଇଁ ହେବ ଗବେଷଣା । ସେମାନଙ୍କ ଫୁସଫୁସ୍ ସ୍ବାଭାବିକ ଅବସ୍ଥାରେ ନଥିବାରୁ ଶ୍ବାସ ପ୍ରଶ୍ବାସ ନେବାରେ ଶିଶୁକୁ କଷ୍ଟ ହୋଇଥାଏ । ଶିଶୁଙ୍କର ମାଆ ଗର୍ଭରେ କିମ୍ବା ଜନ୍ମ ପରେ ପ୍ରାଣହାନୀ ଘଟେ । ଏପରି ଶିଶୁଙ୍କ ଜୀବନ ପ୍ରତି ଥିବା ବିପଦକୁ ଦୂର କରିବା ପାଇଁ ସ୍ବଳ୍ପ ପରିମାଣର ଷ୍ଟେରଏଡ୍ ଆସନ୍ନ ପ୍ରସବା ମାଆକୁ ଜନ୍ମ ଦେବାର ୩ ରୁ ୪ ଘଣ୍ଟା ପୂର୍ବରୁ ଦିଆଯାଇପାରିବ । ଏହି ଷ୍ଟେରଏଡର ପ୍ରୟୋଗାତ୍ମକ ଗବେଷଣା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ୫ଟି ଦେଶରେ ୨୫ଟି କେନ୍ଦ୍ର ଖୋଲାଯାଇଛି । ଭାରତରେ କର୍ଣ୍ଣାଟକର ବେଲଗାଓଁ ଏବଂ ହୁବୁଳିରେ ଦୁଇଟି କେନ୍ଦ୍ର ରହିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଦୁଇଜଣିଆ ଟିମ୍ ଆଜି କ୍ୟାପିଟାଲ୍ ହସ୍ପିଟାଲ ବୁଲିବା ପରେ ଡିଏମଇଟିଙ୍କ ସହ ଆଲୋଚନା କରିଛନ୍ତି । କ୍ୟାପିଟାଲ ହସ୍ପିଟାଲକୁ ତୃତୀୟ ଗବେଷଣା କେନ୍ଦ୍ର କରିବାକୁ ଏକ ପ୍ରକାର ଦେଇଛନ୍ତି ଗ୍ରୀନ୍ ସିଗନାଲ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହାୟତାରେ ଦୁଇବର୍ଷ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏହି ଗବେଷଣା ଚାଲିବ । ସଫଳତା ମିଳିଲେ ସାରା ଦେଶରେ ଗର୍ଭବତୀ ମାଙ୍କୁ ଏହି ଇଞ୍ଜେକ୍ସନ୍ ଦିଆଯିବ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଦୁର୍ଘଟଣା ହେଉ କି ସ୍ବାସ୍ଥ୍ୟଗତ କାରଣ । ବିଶ୍ବରେ ଜନ୍ମ ନେଉଛନ୍ତି ସମୟ ପୂର୍ବରୁ ଶିଶୁ । ସେମାନଙ୍କ ଭିତରୁ କେତେକ ବଞ୍ଚନ୍ତି ଆଉ କେତେକ ମାଆ ଗର୍ଭରେ ନଷ୍ଟ ହୋଇଯାନ୍ତି । ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବାରେ ଓଡ଼ିଶା ସରକାର ଜାତୀୟ ସ୍ତରରେ ରେକର୍ଡ କରିଛନ୍ତି । ପୂର୍ବରୁ ଏସସିବି ମେଡିକାଲ କଲେଜରେ ସମୟ ପୂର୍ବରୁ ଜନ୍ମ ନେଉଥିବା ଶିଶୁଙ୍କ ଜୀବନ ବଞ୍ଚାଇବା ପାଇଁ ୨୦୧୭-୧୮ରେ ଆକସନ୍- ୧ ଓ ଆକ୍ସନ୍ -୨ କାର୍ଯ୍ୟକ୍ରମ ହୋଇଥିଲା । ଏହି ଦୁଇଟି ଗବେଷଣାରେ ୩୨ ରୁ ୩୬ ସପ୍ତାହ ଭିତରେ ଜନ୍ମ ଦେବାକୁ ଥିବା ଗର୍ଭବତୀ ମାଙ୍କୁ ଷ୍ଟେରଏଡ୍ ଇଞ୍ଜେକନ୍ସନ୍ ଦିଆଯାଉଥିଲା । ସେଥିରେ ଅଭୂତପୂର୍ବ ସଫଳତା ମିଳିଛି । ଆକ୍ସନ୍ -୩ କାର୍ଯ୍ୟକ୍ରମ କ୍ୟାପିଟାଲ ହସ୍ପିଟାଲରେ ହେବ । ଏ ନେଇ ଆଇସିଏମ୍ଆର୍ ବି ଅନୁମତି ପ୍ରଦାନ କରିଛି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

04 May 2023 By The Sakala

ମା’ ପେଟରୁ ଶିଶୁଙ୍କୁ ମିଳିବ ସଞ୍ଜୀବନୀ; ଗର୍ଭବତୀଙ୍କୁ ଦିଆଯିବ ସ୍ବତନ୍ତ୍ର ଇଞ୍ଜେକ୍ସନ୍, ନୂଆ ଜୀବନ ପାଇବେ ସମୟ ପୂର୍ବରୁ ଜନ୍ମିତ ଶିଶୁ

ଭୁବନେଶ୍ୱର: ମା’ ପେଟରୁ ଶିଶୁଙ୍କୁ ମିଳିବ ସଞ୍ଜୀବନୀ । ନୂଆ ଜୀବନ ପାଇବେ ସମୟ ପୂର୍ବରୁ ଜନ୍ମିତ ଶିଶୁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗବେଷଣା ଆଧାରରେ ଗର୍ଭବତୀ ମାଆଙ୍କୁ ମାଗଣାରେ ଦିଆଯିବ ଆଣ୍ଟି ନାଟାଲ୍ କର୍ଟିକୋ ଷ୍ଟେରଏଡ୍ ଇଞ୍ଜେକ୍ସନ୍ । ଜଣେ ମାଆ ୩୭ ସପ୍ତାହରୁ ୪୦ ସପ୍ତାହ ଭିତରେ ସ୍ବାଭାବିକ ଭାବେ ଶିଶୁକୁ ଜନ୍ମ ଦେଇଥାଏ । ଏବେ ୩୪ରୁ ୩୬ ସପ୍ତାହ ୫ ଦିନ ମଧ୍ୟରେ ଜନ୍ମ ହେବାକୁ ଥିବା ଶିଶୁର ମାଆକୁ ପ୍ରିମାଚ୍ୟୁର୍ଡ ଶିଶୁଙ୍କ ପାଇଁ ହେବ ଗବେଷଣା । ସେମାନଙ୍କ ଫୁସଫୁସ୍ ସ୍ବାଭାବିକ ଅବସ୍ଥାରେ ନଥିବାରୁ ଶ୍ବାସ ପ୍ରଶ୍ବାସ ନେବାରେ ଶିଶୁକୁ କଷ୍ଟ ହୋଇଥାଏ । ଶିଶୁଙ୍କର ମାଆ ଗର୍ଭରେ କିମ୍ବା ଜନ୍ମ ପରେ ପ୍ରାଣହାନୀ ଘଟେ । ଏପରି ଶିଶୁଙ୍କ ଜୀବନ ପ୍ରତି ଥିବା ବିପଦକୁ ଦୂର କରିବା ପାଇଁ ସ୍ବଳ୍ପ ପରିମାଣର ଷ୍ଟେରଏଡ୍ ଆସନ୍ନ ପ୍ରସବା ମାଆକୁ ଜନ୍ମ ଦେବାର ୩ ରୁ ୪ ଘଣ୍ଟା ପୂର୍ବରୁ ଦିଆଯାଇପାରିବ । ଏହି ଷ୍ଟେରଏଡର ପ୍ରୟୋଗାତ୍ମକ ଗବେଷଣା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ୫ଟି ଦେଶରେ ୨୫ଟି କେନ୍ଦ୍ର ଖୋଲାଯାଇଛି । ଭାରତରେ କର୍ଣ୍ଣାଟକର ବେଲଗାଓଁ ଏବଂ ହୁବୁଳିରେ ଦୁଇଟି କେନ୍ଦ୍ର ରହିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଦୁଇଜଣିଆ ଟିମ୍ ଆଜି କ୍ୟାପିଟାଲ୍ ହସ୍ପିଟାଲ ବୁଲିବା ପରେ ଡିଏମଇଟିଙ୍କ ସହ ଆଲୋଚନା କରିଛନ୍ତି । କ୍ୟାପିଟାଲ ହସ୍ପିଟାଲକୁ ତୃତୀୟ ଗବେଷଣା କେନ୍ଦ୍ର କରିବାକୁ ଏକ ପ୍ରକାର ଦେଇଛନ୍ତି ଗ୍ରୀନ୍ ସିଗନାଲ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହାୟତାରେ ଦୁଇବର୍ଷ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏହି ଗବେଷଣା ଚାଲିବ । ସଫଳତା ମିଳିଲେ ସାରା ଦେଶରେ ଗର୍ଭବତୀ ମାଙ୍କୁ ଏହି ଇଞ୍ଜେକ୍ସନ୍ ଦିଆଯିବ ।

ଦୁର୍ଘଟଣା ହେଉ କି ସ୍ବାସ୍ଥ୍ୟଗତ କାରଣ । ବିଶ୍ବରେ ଜନ୍ମ ନେଉଛନ୍ତି ସମୟ ପୂର୍ବରୁ ଶିଶୁ । ସେମାନଙ୍କ ଭିତରୁ କେତେକ ବଞ୍ଚନ୍ତି ଆଉ କେତେକ ମାଆ ଗର୍ଭରେ ନଷ୍ଟ ହୋଇଯାନ୍ତି । ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବାରେ ଓଡ଼ିଶା ସରକାର ଜାତୀୟ ସ୍ତରରେ ରେକର୍ଡ କରିଛନ୍ତି । ପୂର୍ବରୁ ଏସସିବି ମେଡିକାଲ କଲେଜରେ ସମୟ ପୂର୍ବରୁ ଜନ୍ମ ନେଉଥିବା ଶିଶୁଙ୍କ ଜୀବନ ବଞ୍ଚାଇବା ପାଇଁ ୨୦୧୭-୧୮ରେ ଆକସନ୍- ୧ ଓ ଆକ୍ସନ୍ -୨ କାର୍ଯ୍ୟକ୍ରମ ହୋଇଥିଲା । ଏହି ଦୁଇଟି ଗବେଷଣାରେ ୩୨ ରୁ ୩୬ ସପ୍ତାହ ଭିତରେ ଜନ୍ମ ଦେବାକୁ ଥିବା ଗର୍ଭବତୀ ମାଙ୍କୁ ଷ୍ଟେରଏଡ୍ ଇଞ୍ଜେକନ୍ସନ୍ ଦିଆଯାଉଥିଲା । ସେଥିରେ ଅଭୂତପୂର୍ବ ସଫଳତା ମିଳିଛି । ଆକ୍ସନ୍ -୩ କାର୍ଯ୍ୟକ୍ରମ କ୍ୟାପିଟାଲ ହସ୍ପିଟାଲରେ ହେବ । ଏ ନେଇ ଆଇସିଏମ୍ଆର୍ ବି ଅନୁମତି ପ୍ରଦାନ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର