କୋଭିଡ ନିୟମ ଉଲଂଘନ କରି ଜରିମାନା ଗଣିଲେ ଦୋକାନ ମାଲିକ

The Sakala Picture
Published On

ଧର୍ମଶାଳା : ଗତ ୫ ତାରିଖରୁ ଲକ ଡାଉନ ବଳବତ୍ତର ରହିଛି। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସହିତ, ଆମିଷ, ଫଳ, କ୍ଷୀର, ପରିବା, ଗ୍ୟାରେଜ୍, ଗ୍ୟାସ, ବହି ଦୋକାନ ସହ ସରକାରଙ୍କ ଦ୍ୱାରା ସ୍ଥିରିକୁତ କେତେକ ନିର୍ଦ୍ଧିଷ୍ଟ କଟକଣା ମୁକ୍ତ ଦୋକାନ ଖୋଲା ରହିବ। ଲୋକମାନେ ଚାଲିଚାଲି ଆସି ନିଜର ଜିନିଷ ପତ୍ର କିଣିପାରିବେ। ମାତ୍ର ସରକାରଙ୍କ ଏସବୁ କଟକଣା ଧର୍ମଶାଳା ବ୍ଲକର ଜାରକା ଅଞ୍ଚଳରେ ଲାଗୁନଥିବା ପରି ମନେହୁଏ। […]

ଧର୍ମଶାଳା : ଗତ ୫ ତାରିଖରୁ ଲକ ଡାଉନ ବଳବତ୍ତର ରହିଛି। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସହିତ, ଆମିଷ, ଫଳ, କ୍ଷୀର, ପରିବା, ଗ୍ୟାରେଜ୍, ଗ୍ୟାସ, ବହି ଦୋକାନ ସହ ସରକାରଙ୍କ ଦ୍ୱାରା ସ୍ଥିରିକୁତ କେତେକ ନିର୍ଦ୍ଧିଷ୍ଟ କଟକଣା ମୁକ୍ତ ଦୋକାନ ଖୋଲା ରହିବ। ଲୋକମାନେ ଚାଲିଚାଲି ଆସି ନିଜର ଜିନିଷ ପତ୍ର କିଣିପାରିବେ। ମାତ୍ର ସରକାରଙ୍କ ଏସବୁ କଟକଣା ଧର୍ମଶାଳା ବ୍ଲକର ଜାରକା ଅଞ୍ଚଳରେ ଲାଗୁନଥିବା ପରି ମନେହୁଏ। ସକାଳ ୬ରୁ ଦିନ ୧୨ ପର୍ଯ୍ୟନ୍ତ ଜାରକା ବଜାର ଗହଳି ଚହଳି ଦେଖିବାକୁ ମିଳୁଛି। ଅମାନିଆଙ୍କ କାମ ଥାଉ ନଥାଉ ବଜାରରେ ୧୨ ପର୍ଯ୍ୟନ୍ତ ବୁଲାବୁଲି କରୁଛନ୍ତି। ଯାନବାହାନ ଯାତାୟତ ପ୍ରତି କୌଣସି କଟକଣା ନାହିଁ। ଯିଏ ଯେଉଁଠି ପାଇଲା ବାଇକ ଚଢି ଗଲା। କୌଣସି ଦୋକାନ ଆଗରେ ସାମାଜିକ ଦୂରତା ରହୁ ନାହିଁ। ବଜାରରେ ପୁଲିସ ପ୍ରହରା ଥାଇବି କଟକଣାକୁ ପାଳନ କରିବା କ୍ଷେତ୍ରରେ କୋହଳ ମନଭାବ ରଖୁଛି। ଲକ ଡାଉନର ପ୍ରଥମ ଦୁଇତିନି ଦିନ ଲୋକେ ସଚେତନ ହୋଇ ବାହାରକୁ ବାହାରି ନଥିଲେ। କିନ୍ତୁ ଏବେ ସବୁ ଖୁଲମଖୁଲା।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ସଟ ଡାଉନରେ ସବୁ ଦୋକାନ ବଜାର ବନ୍ଦ ରହୁଥିବାରୁ ଶନିବାର ଓ ରବିବାର ବନ୍ଦର ପ୍ରଭାବ ରହୁଛି। କିନ୍ତୁ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଲକ ଡାଉନର କୌଣସି ପ୍ରଭାବ ଦେଖିବାକୁ ମିଳୁ ନାହିଁ। ଏହାବାଦ କଟକଣା ମୁକ୍ତ ନଥିବା କେତେକ ଦୋକାନ ଖୁଲମଖୁଲା ଦୋକାନ ଖୋଲି ବେପାର କରୁଛନ୍ତି। ବିଶେଷ କରି ଜାରକା ଅଞ୍ଚଳରେ ଥିବା ଲୁଗା, ଡ୍ରେସ, ଜୋତା ଓ ସୁନା ଦୋକାନ ଆଦି ଆଗ ବନ୍ଦ ରଖି ପଛ ବାଟରେ ବେପାର କରୁଛନ୍ତି। କେହି କେହି ଗ୍ରାହକଙ୍କୁ ଭିତରେ ପଶାଇ ଆଗ ସଟର ବନ୍ଦ ରଖି ବେପାର କରୁଥିବା ଦେଖାଦେଇଛି। ଏ ନେଇ ଆଜି ପ୍ରଶାସନ ପକ୍ଷରୁ ଚଢାଉକୁ ଯୋରଦାର କରାଯାଇଥିଲା। ଜାରକା ଠାରେ ଶ୍ରୀମାନ ଶ୍ରୀମତୀ ଲୁଗା ଦୋକାନ ଉପରେ ପ୍ରଶାସନ ପକ୍ଷରୁ ଦୋକାନ ଖୋଲି ବେପାର କରୁଥିବା ଅଭିଯୋଗରେ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ସୁଭଦ୍ରା ଡ୍ରେସ ହାଉସ ଓ ସାବିତ୍ରୀ ଷ୍ଟେସନାରୀ ଦୋକାନ ଠାରୁ ଠାରୁ ୫ଶହ ଟଙ୍କା ଲେଖାଏ ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି। ସେହିପରି ଶାନ୍ତି ବଜାର ଠାରେ ଏକ ମାଂସ ଦୋକାନରେ ସାମାଜିକ ଦୂରତା ନଥିବାରୁ ଦୋକାନୀ ଠାରୁ ମଧ୍ୟ ପ୍ରଶାସନ ୨ଶହ ଟଙ୍କା ଜରିମାନା ଆଦାୟ କରିଥିବା ଜଣାଯାଇଛି। ଏହାବାଦ ଆରୁହା ହାଟ ଓ ଗାଁ ଗହଳିରେ ମଧ୍ୟ ଚଢାଉ କରାଯାଇ ମାକ୍ସ ପାଇଁ ଜରିମାନା ଆଦାୟ କରାଯାଇଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

12 May 2021 By The Sakala

କୋଭିଡ ନିୟମ ଉଲଂଘନ କରି ଜରିମାନା ଗଣିଲେ ଦୋକାନ ମାଲିକ

ଧର୍ମଶାଳା : ଗତ ୫ ତାରିଖରୁ ଲକ ଡାଉନ ବଳବତ୍ତର ରହିଛି। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସହିତ, ଆମିଷ, ଫଳ, କ୍ଷୀର, ପରିବା, ଗ୍ୟାରେଜ୍, ଗ୍ୟାସ, ବହି ଦୋକାନ ସହ ସରକାରଙ୍କ ଦ୍ୱାରା ସ୍ଥିରିକୁତ କେତେକ ନିର୍ଦ୍ଧିଷ୍ଟ କଟକଣା ମୁକ୍ତ ଦୋକାନ ଖୋଲା ରହିବ। ଲୋକମାନେ ଚାଲିଚାଲି ଆସି ନିଜର ଜିନିଷ ପତ୍ର କିଣିପାରିବେ। ମାତ୍ର ସରକାରଙ୍କ ଏସବୁ କଟକଣା ଧର୍ମଶାଳା ବ୍ଲକର ଜାରକା ଅଞ୍ଚଳରେ ଲାଗୁନଥିବା ପରି ମନେହୁଏ। ସକାଳ ୬ରୁ ଦିନ ୧୨ ପର୍ଯ୍ୟନ୍ତ ଜାରକା ବଜାର ଗହଳି ଚହଳି ଦେଖିବାକୁ ମିଳୁଛି। ଅମାନିଆଙ୍କ କାମ ଥାଉ ନଥାଉ ବଜାରରେ ୧୨ ପର୍ଯ୍ୟନ୍ତ ବୁଲାବୁଲି କରୁଛନ୍ତି। ଯାନବାହାନ ଯାତାୟତ ପ୍ରତି କୌଣସି କଟକଣା ନାହିଁ। ଯିଏ ଯେଉଁଠି ପାଇଲା ବାଇକ ଚଢି ଗଲା। କୌଣସି ଦୋକାନ ଆଗରେ ସାମାଜିକ ଦୂରତା ରହୁ ନାହିଁ। ବଜାରରେ ପୁଲିସ ପ୍ରହରା ଥାଇବି କଟକଣାକୁ ପାଳନ କରିବା କ୍ଷେତ୍ରରେ କୋହଳ ମନଭାବ ରଖୁଛି। ଲକ ଡାଉନର ପ୍ରଥମ ଦୁଇତିନି ଦିନ ଲୋକେ ସଚେତନ ହୋଇ ବାହାରକୁ ବାହାରି ନଥିଲେ। କିନ୍ତୁ ଏବେ ସବୁ ଖୁଲମଖୁଲା।

ସଟ ଡାଉନରେ ସବୁ ଦୋକାନ ବଜାର ବନ୍ଦ ରହୁଥିବାରୁ ଶନିବାର ଓ ରବିବାର ବନ୍ଦର ପ୍ରଭାବ ରହୁଛି। କିନ୍ତୁ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଲକ ଡାଉନର କୌଣସି ପ୍ରଭାବ ଦେଖିବାକୁ ମିଳୁ ନାହିଁ। ଏହାବାଦ କଟକଣା ମୁକ୍ତ ନଥିବା କେତେକ ଦୋକାନ ଖୁଲମଖୁଲା ଦୋକାନ ଖୋଲି ବେପାର କରୁଛନ୍ତି। ବିଶେଷ କରି ଜାରକା ଅଞ୍ଚଳରେ ଥିବା ଲୁଗା, ଡ୍ରେସ, ଜୋତା ଓ ସୁନା ଦୋକାନ ଆଦି ଆଗ ବନ୍ଦ ରଖି ପଛ ବାଟରେ ବେପାର କରୁଛନ୍ତି। କେହି କେହି ଗ୍ରାହକଙ୍କୁ ଭିତରେ ପଶାଇ ଆଗ ସଟର ବନ୍ଦ ରଖି ବେପାର କରୁଥିବା ଦେଖାଦେଇଛି। ଏ ନେଇ ଆଜି ପ୍ରଶାସନ ପକ୍ଷରୁ ଚଢାଉକୁ ଯୋରଦାର କରାଯାଇଥିଲା। ଜାରକା ଠାରେ ଶ୍ରୀମାନ ଶ୍ରୀମତୀ ଲୁଗା ଦୋକାନ ଉପରେ ପ୍ରଶାସନ ପକ୍ଷରୁ ଦୋକାନ ଖୋଲି ବେପାର କରୁଥିବା ଅଭିଯୋଗରେ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ସୁଭଦ୍ରା ଡ୍ରେସ ହାଉସ ଓ ସାବିତ୍ରୀ ଷ୍ଟେସନାରୀ ଦୋକାନ ଠାରୁ ଠାରୁ ୫ଶହ ଟଙ୍କା ଲେଖାଏ ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି। ସେହିପରି ଶାନ୍ତି ବଜାର ଠାରେ ଏକ ମାଂସ ଦୋକାନରେ ସାମାଜିକ ଦୂରତା ନଥିବାରୁ ଦୋକାନୀ ଠାରୁ ମଧ୍ୟ ପ୍ରଶାସନ ୨ଶହ ଟଙ୍କା ଜରିମାନା ଆଦାୟ କରିଥିବା ଜଣାଯାଇଛି। ଏହାବାଦ ଆରୁହା ହାଟ ଓ ଗାଁ ଗହଳିରେ ମଧ୍ୟ ଚଢାଉ କରାଯାଇ ମାକ୍ସ ପାଇଁ ଜରିମାନା ଆଦାୟ କରାଯାଇଥିବା ଜଣାଯାଇଛି।

https://www.thesakala.in/latest-odisha-news/shop-owner-was-fined-for-violating-covids-rule/article-2133
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର