ବିଧାନସଭାରେ ତେଲ ତାତି : ବିରୋଧୀ ଦଳ ଉପନେତା କହିଲେ ତେଲ ଦର ନକମିବା ଉଚିତ

The Sakala Picture
Published On

ଭୁବନେଶ୍ବର : ଦେଶରେ ହୁ ହୁ ହୋଇ ତେଲ ଦର ବୃଦ୍ଧି ପାଉଛି। ଲଗାତର ତୈଳ ଦର ବୃଦ୍ଧି କାରଣରୁ ଦେଶରେ ପ୍ରବଳ ଅସନ୍ତୋସ ଦେଖାଦେଇଥିବା ବେଳେ ରାଜ୍ୟ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ତେଲ ଦରକୁ ନେଇ ବିତଣ୍ଡା ଯୁକ୍ତି କରିଛନ୍ତି। ଆଜି ବିଧାନସଭାରେ ଗଣମାଧ୍ୟମ ପ୍ରତିନିଧୀମାନଙ୍କ ତେଲ ଦର ବୃଦ୍ଧି ନେଇ ତାଙ୍କ ମନ୍ତବ୍ୟ ଜାଣିବାକୁ ଚାହିଁବାରୁ ସେ ବିତଣ୍ଡା ଯୁକ୍ତି କରିଥିଲେ।  ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ ଦେଶରେ […]

ଭୁବନେଶ୍ବର : ଦେଶରେ ହୁ ହୁ ହୋଇ ତେଲ ଦର ବୃଦ୍ଧି ପାଉଛି। ଲଗାତର ତୈଳ ଦର ବୃଦ୍ଧି କାରଣରୁ ଦେଶରେ ପ୍ରବଳ ଅସନ୍ତୋସ ଦେଖାଦେଇଥିବା ବେଳେ ରାଜ୍ୟ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ତେଲ ଦରକୁ ନେଇ ବିତଣ୍ଡା ଯୁକ୍ତି କରିଛନ୍ତି। ଆଜି ବିଧାନସଭାରେ ଗଣମାଧ୍ୟମ ପ୍ରତିନିଧୀମାନଙ୍କ ତେଲ ଦର ବୃଦ୍ଧି ନେଇ ତାଙ୍କ ମନ୍ତବ୍ୟ ଜାଣିବାକୁ ଚାହିଁବାରୁ ସେ ବିତଣ୍ଡା ଯୁକ୍ତି କରିଥିଲେ।  ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ ଦେଶରେ ତେଲ ଦର କମିବାର କୌଣସି ଆବଶ୍ୟକତା ନାହିଁ। ତୈଳ ଦର ଯେତିକି ଅଛି ସେତିକି ଥାଉ। ଦେଶର ଉନ୍ନତି ପାଇଁ ତେଲ ଦର ବଢୁଥିବା ବିଷ୍ଣୁ ସେଠୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ସେ ଆହୁରି ମଧ୍ୟ କହିଛନ୍ତି ଜର୍ମାନି ଓ ଫ୍ରାନ୍ସରେ ତେଲ ଦର ୧୦୦ ଉପରେ ରହୁଛି। ଆମ ଦେଶରେ ସେମିତି ୧୦୦ ଟପିଛି। ଏଥିରେ କୌଣସି ଅସୁବିଧା ନାହିଁ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ତୈଳଦର ବୃଦ୍ଧିକୁ ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ହୋଇଛି । ତୈଳ ଦର ବୃଦ୍ଧି ନେଇ କଂଗ୍ରେସର ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ବେଳେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, ୨୦୧୬ରେ ୧୦୧ତମ ସମ୍ବିଧାନ ସଂଶୋଧନ ଅଧିନିୟମ ଅନୁସାରେ ଅଶୋଧିତ ତୈଳ, ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ, ଗ୍ୟାସ ଓ ମଦକୁ ଜିଏସ୍‌ଟିରୁ ବାଦ୍ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଅତିରିକ୍ତ ସେସ ଯୋଗୁ ବଢୁଛି ତୈଳଦର। ୨୦୧୪ କୁ ଯଦି ମୂଳ ବର୍ଷ ଧରାଯାଏ ତେବେ ଇତିମଧ୍ୟରେ କେନ୍ଦ୍ର ସରକାର ପେଟ୍ରୋଲରେ ୨୪୭.୪୧ ପ୍ରତିଶତ ଓ ଡିଜେର୍ଲରେ ୭୯୩.୨୬ ପ୍ରତିଶତ ବୃଦ୍ଧି କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେନ୍ଦ୍ର ସରକାର ଭିତ୍ତିଭୂମି ଓ କୃଷି ଭଳି ଦୁଇଟି ଅତିରିକ୍ତ ସେସରେ ୧୮ ପ୍ରତିଶତ ଟିକସ ଆଦାୟ କରୁଛନ୍ତି। ଯେଉଥିପାଇଁ ତୈଳଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଏହି ଦୁଇଟି ସେସ ଛାଡ଼ କଲେ ତୈଳଦର କମିବ ବୋଲି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଅନ୍ୟପକ୍ଷେ ବିଧାନସଭାରେ ଏ ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଆଣିଥିବା କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା  । ସାଢେ ଦଶଟାରେ ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଧାୟକ ତାରା ବାହିନି ପତି, ସୁରେଶ ରାଉତରାୟ, ଅଧିରାଜ ପାଣିଗ୍ରାହୀ ପ୍ରମୁଖ ସାଇକେଲରେ ଆସି ବିଧାନସଭାରେ ପହଞ୍ଚିଥିଲେ । ଗୃହ ବାହାରେ ସେମାନେ ତୈଳ ଦର ବୃଦ୍ଧିରେ ପ୍ରତିବାଦ ଜଣାଇଥିଲେ।

23 Feb 2021 By The Sakala

ବିଧାନସଭାରେ ତେଲ ତାତି : ବିରୋଧୀ ଦଳ ଉପନେତା କହିଲେ ତେଲ ଦର ନକମିବା ଉଚିତ

ଭୁବନେଶ୍ବର : ଦେଶରେ ହୁ ହୁ ହୋଇ ତେଲ ଦର ବୃଦ୍ଧି ପାଉଛି। ଲଗାତର ତୈଳ ଦର ବୃଦ୍ଧି କାରଣରୁ ଦେଶରେ ପ୍ରବଳ ଅସନ୍ତୋସ ଦେଖାଦେଇଥିବା ବେଳେ ରାଜ୍ୟ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ତେଲ ଦରକୁ ନେଇ ବିତଣ୍ଡା ଯୁକ୍ତି କରିଛନ୍ତି। ଆଜି ବିଧାନସଭାରେ ଗଣମାଧ୍ୟମ ପ୍ରତିନିଧୀମାନଙ୍କ ତେଲ ଦର ବୃଦ୍ଧି ନେଇ ତାଙ୍କ ମନ୍ତବ୍ୟ ଜାଣିବାକୁ ଚାହିଁବାରୁ ସେ ବିତଣ୍ଡା ଯୁକ୍ତି କରିଥିଲେ।  ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ ଦେଶରେ ତେଲ ଦର କମିବାର କୌଣସି ଆବଶ୍ୟକତା ନାହିଁ। ତୈଳ ଦର ଯେତିକି ଅଛି ସେତିକି ଥାଉ। ଦେଶର ଉନ୍ନତି ପାଇଁ ତେଲ ଦର ବଢୁଥିବା ବିଷ୍ଣୁ ସେଠୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଜର୍ମାନି ଓ ଫ୍ରାନ୍ସରେ ତେଲ ଦର ୧୦୦ ଉପରେ ରହୁଛି। ଆମ ଦେଶରେ ସେମିତି ୧୦୦ ଟପିଛି। ଏଥିରେ କୌଣସି ଅସୁବିଧା ନାହିଁ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି।

ତୈଳଦର ବୃଦ୍ଧିକୁ ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ହୋଇଛି । ତୈଳ ଦର ବୃଦ୍ଧି ନେଇ କଂଗ୍ରେସର ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ବେଳେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, ୨୦୧୬ରେ ୧୦୧ତମ ସମ୍ବିଧାନ ସଂଶୋଧନ ଅଧିନିୟମ ଅନୁସାରେ ଅଶୋଧିତ ତୈଳ, ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ, ଗ୍ୟାସ ଓ ମଦକୁ ଜିଏସ୍‌ଟିରୁ ବାଦ୍ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଅତିରିକ୍ତ ସେସ ଯୋଗୁ ବଢୁଛି ତୈଳଦର। ୨୦୧୪ କୁ ଯଦି ମୂଳ ବର୍ଷ ଧରାଯାଏ ତେବେ ଇତିମଧ୍ୟରେ କେନ୍ଦ୍ର ସରକାର ପେଟ୍ରୋଲରେ ୨୪୭.୪୧ ପ୍ରତିଶତ ଓ ଡିଜେର୍ଲରେ ୭୯୩.୨୬ ପ୍ରତିଶତ ବୃଦ୍ଧି କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେନ୍ଦ୍ର ସରକାର ଭିତ୍ତିଭୂମି ଓ କୃଷି ଭଳି ଦୁଇଟି ଅତିରିକ୍ତ ସେସରେ ୧୮ ପ୍ରତିଶତ ଟିକସ ଆଦାୟ କରୁଛନ୍ତି। ଯେଉଥିପାଇଁ ତୈଳଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଏହି ଦୁଇଟି ସେସ ଛାଡ଼ କଲେ ତୈଳଦର କମିବ ବୋଲି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ।

ଅନ୍ୟପକ୍ଷେ ବିଧାନସଭାରେ ଏ ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଆଣିଥିବା କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା  । ସାଢେ ଦଶଟାରେ ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଧାୟକ ତାରା ବାହିନି ପତି, ସୁରେଶ ରାଉତରାୟ, ଅଧିରାଜ ପାଣିଗ୍ରାହୀ ପ୍ରମୁଖ ସାଇକେଲରେ ଆସି ବିଧାନସଭାରେ ପହଞ୍ଚିଥିଲେ । ଗୃହ ବାହାରେ ସେମାନେ ତୈଳ ଦର ବୃଦ୍ଧିରେ ପ୍ରତିବାଦ ଜଣାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର