ଆଜି ଇଦ୍‌ ଉଲ୍‌ ଫିତର୍, ଚଳଚଞ୍ଚଳ ମସଜିଦ ଓ ଇଦଗା ମୈଦାନ

The Sakala Picture
Published On

ଭୁବନେଶ୍ୱର: ଆଜି ମୁସଲମାନଙ୍କ ବଡ଼ ପର୍ବ ଇଦ। ଏହି ଉପଲକ୍ଷେ ଆଜି ରାଜ୍ୟର ସବୁ ମସଜିଦ ଓ ଇଦଗା ମୈଦାନ ଚଳଚଞ୍ଚଳ ହୋଇଉଠିଲାଣି। ସକାଳୁ ସକାଳୁ ସମୂହ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ ମୁବାରକ ଜଣାଇବେ ସଭିଁଏ। ଏହାପରେ ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ମଉଜର ଆସର ଜମିବ। ଆଜିର ଦିନକୁ ଇସଲାମ ଧର୍ମରେ ବଳିଦାନର ଦିନ ବୋଲି […]

ଭୁବନେଶ୍ୱର: ଆଜି ମୁସଲମାନଙ୍କ ବଡ଼ ପର୍ବ ଇଦ। ଏହି ଉପଲକ୍ଷେ ଆଜି ରାଜ୍ୟର ସବୁ ମସଜିଦ ଓ ଇଦଗା ମୈଦାନ ଚଳଚଞ୍ଚଳ ହୋଇଉଠିଲାଣି। ସକାଳୁ ସକାଳୁ ସମୂହ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ ମୁବାରକ ଜଣାଇବେ ସଭିଁଏ। ଏହାପରେ ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ମଉଜର ଆସର ଜମିବ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଆଜିର ଦିନକୁ ଇସଲାମ ଧର୍ମରେ ବଳିଦାନର ଦିନ ବୋଲି କୁହାଯାଏ । ଇସଲାମ ଧର୍ମାବଲମ୍ବୀମାନେ ଏହି ପର୍ବରେ ଭଗବାନ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ସହିତ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି । ଏହାଛଡ଼ା ନୂଆ ପୋଷାକ, ସାଙ୍ଗସାଥି, ଜ୍ଞାତି-କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ କରିଥାନ୍ତି। ଏଇ ଦିନ କଳିତକରାଳ, ବିଶେଷକରି ପାରିବାରିକ ଝଗଡ଼ାକୁ ମେଣ୍ଟେଇବାକୁ ଚେଷ୍ଟା କରିଥାନ୍ତି ।

ଆହୁରି ପଢ଼ନ୍ତୁ: ନିଖୋଜର ୨୪ ଘଣ୍ଟା ପରେ ଶିଶୁକନ୍ୟା ଉଦ୍ଧାର; ସନ୍ଦିଗ୍ଧ ଅଟକ, ପୁଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର