ଅବ୍ୟବସ୍ଥାରେ ଟିକାକରଣ କେନ୍ଦ୍ର, କିଏ ପାଉଛି ତ କାହା ପାଇଁ ନାହିଁ ଟିକା

The Sakala Picture
Published On

ଭଦ୍ରକ: ମହାମାରୀ କରୋନାର ଦ୍ଵିତୀୟ ଲହରୀ ଏବେ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି। କେନ୍ଦ୍ର ଓ ରାଜ୍ୟ ସରକାର ଏକାଠି ମିଶି ଏହାର ମୁକାବିଲା କରିବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି। ଏପରିକି ବରିଷ୍ଠ ନାଗରୀକ ଓ ୧୮ବର୍ଷରୁ ୪୫ବର୍ଷ ପର୍ଯ୍ୟନ୍ତ ସମସ୍ତ ନାଗରୀକଙ୍କୁ କୋଭିଡ ଟିକା ଦେବା ପାଇଁ ଘୋଷଣା କରାଯାଇଛି । ମାତ୍ର ବିଡମ୍ବନାର ବିଷୟ ଯେ ପ୍ରଥମେ ବରିଷ୍ଠ ନାଗରୀକମାନେ ପ୍ରଥମ ଡୋଜ ଟିକା ନେବା ପରେ ଦ୍ବିତୀୟ ଡୋଜ ଟିକା ପାଇଁ […]

ଭଦ୍ରକ: ମହାମାରୀ କରୋନାର ଦ୍ଵିତୀୟ ଲହରୀ ଏବେ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି। କେନ୍ଦ୍ର ଓ ରାଜ୍ୟ ସରକାର ଏକାଠି ମିଶି ଏହାର ମୁକାବିଲା କରିବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି। ଏପରିକି ବରିଷ୍ଠ ନାଗରୀକ ଓ ୧୮ବର୍ଷରୁ ୪୫ବର୍ଷ ପର୍ଯ୍ୟନ୍ତ ସମସ୍ତ ନାଗରୀକଙ୍କୁ କୋଭିଡ ଟିକା ଦେବା ପାଇଁ ଘୋଷଣା କରାଯାଇଛି । ମାତ୍ର ବିଡମ୍ବନାର ବିଷୟ ଯେ ପ୍ରଥମେ ବରିଷ୍ଠ ନାଗରୀକମାନେ ପ୍ରଥମ ଡୋଜ ଟିକା ନେବା ପରେ ଦ୍ବିତୀୟ ଡୋଜ ଟିକା ପାଇଁ ବାରମ୍ବାର ମେଡିକାଲକୁ ଆସୁଥିଲେ ମଧ୍ଯ ମେଡିକାଲରେ ଟିକା ଅଭାବରୁ ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

ଆରଡି ମେଡିକାଲର ରିପୋର୍ଟ ଅନୁଯାୟୀ ଗତ ମାର୍ଚ୍ଚ ୧୬ରୁ ଅପ୍ରେଲ ମାସ ୨୦ ସୁଧା ୩ହଜାର ୬ଶହ ୩୬ଜଣ ପ୍ରଥମ ଟିକା ନେଇଛନ୍ତି। ହେଲେ ସେମାନଙ୍କ ମଧ୍ଯରୁ କାହାର ୨ମାସ ବିତିଲାଣି ତ ଆଉ କାହାର ଦେଢମାସ ହେଲାଣି । ୨ୟ ଡୋଜ ଟିକା କେତେ କାମ ଦେବ ତାହା ଲୋକଙ୍କୁ ସନ୍ଦେହ ଘେରରେ ପକାଇଛି। ବିଶେଷକରି ବାହାରୁ ଫେରୁଥିବା ପ୍ରବାସୀ ଏବେ ଚିନ୍ତାର କାରଣ ପାଲଟିଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ମେଡିକାଲରେ ଆବଶ୍ଯକତା ଅନୁଯାୟୀ କିଟ ନଥିବାରୁ ଟେଷ୍ଟି ପାଇଁ ସକାଳୁ ସଂଞ୍ଜ ଯାଏଁ ଭିଡ ଜମୁଛି ମେଡିକାଲ ପରିସରରେ। ଏହି ଆରଡି ମେଡିକାଲ ଉପରେ ଚାନ୍ଦବାଲି ଓ ତିହିଡ ବ୍ଲକର ୧୫ପଞ୍ଚାୟତର ଲୋକଙ୍କ ସହ ପଡୋଶୀ କେନ୍ଦ୍ରାପଡା ଓ ଯାଜପୁର ଜିଲାର ଅଧିକାଂଶ ଅଞ୍ଚଳର ଲୋକ ନିର୍ଭର କରିଥାନ୍ତି। ବହୁ ଦୂରଦୂରାନ୍ତରରୁ ଆସୁଥବା ଳୋକ ଟିକା ନପାଇ ନିରାସ ହେଉଥିବା ମଧ୍ୟ ଅବିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ, ଆଜି ନେବ ଅବପାତର ରୂପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର