ରୂପ ବଦଳାଇଛି ରୂପାନ୍ତରଣ: ସୁଦୃଢ଼ ହେଉଛି ଶୈକ୍ଷିକ ଭିତ୍ତିଭୂମି, ସରକାରୀ ସ୍କୁଲରେ ଉପଲବ୍ଧ ଅତ୍ୟାଧୁନିକ ଶିକ୍ଷା ପରିବେଶ
ଭୁବନେଶ୍ବର ( ଅବିନାଶ ମହାପାତ୍ର): ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ଗୁଣାତ୍ମକ ତଥା ସ୍କୁଲଗୁଡ଼ିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଦୃଢ଼ ଶପଥ। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ହେଉଛି ଆମୂଳଚୂଳ ପରିବର୍ତ୍ତନ। ‘୫-ଟି’ ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ବଦଳୁଛି ବିଦ୍ୟାଳୟର ଚେହେରା। ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲରେ ପିଲାଙ୍କୁ ଉନ୍ନତମାନର ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଶିକ୍ଷା ଦେବାଲାଗି ପ୍ରସ୍ତୁତ ହେଉଛି ସୁଦୃଢ଼ ଭିତ୍ତିଭୂମି। ଛାତ୍ରଛାତ୍ରୀ ବହି ଓ କଳାପଟା ବଦଳରେ ଇ-କଣ୍ଟେଣ୍ଟ ଏବଂ ପ୍ରୋଜେକ୍ଟର୍ରେ ପାଠ […]
ଭୁବନେଶ୍ବର ( ଅବିନାଶ ମହାପାତ୍ର): ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ଗୁଣାତ୍ମକ ତଥା ସ୍କୁଲଗୁଡ଼ିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଦୃଢ଼ ଶପଥ। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ହେଉଛି ଆମୂଳଚୂଳ ପରିବର୍ତ୍ତନ। ‘୫-ଟି’ ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ବଦଳୁଛି ବିଦ୍ୟାଳୟର ଚେହେରା। ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲରେ ପିଲାଙ୍କୁ ଉନ୍ନତମାନର ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଶିକ୍ଷା ଦେବାଲାଗି ପ୍ରସ୍ତୁତ ହେଉଛି ସୁଦୃଢ଼ ଭିତ୍ତିଭୂମି। ଛାତ୍ରଛାତ୍ରୀ ବହି ଓ କଳାପଟା ବଦଳରେ ଇ-କଣ୍ଟେଣ୍ଟ ଏବଂ ପ୍ରୋଜେକ୍ଟର୍ରେ ପାଠ ପଢ଼଼ୁଛନ୍ତି। ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସରେ ପଢ଼଼ିବା ସହିତ ରୋବଟିକ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଅତ୍ୟାଧୁନିକ ଜ୍ଞାନ ଆହରଣ କରୁଛନ୍ତି। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନା ଏବେ ବାସ୍ତବ ରୂପ ନେଇଛି। ‘୫-ଟି’ ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ଅଧୀନରେ ରୂପାନ୍ତରିତ ହୋଇଥିବା ପ୍ରଥମ ପର୍ଯ୍ୟାୟର ୧୦୭୫ଟି ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିବାବେଳେ ଏଥିରେ ଭୁବନେଶ୍ୱରର ୧୬ଟି ସ୍କୁଲ ସାମିଲ୍ ହୋଇଥିଲା। ସେହିପରି ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଆଉ ପ୍ରାୟ ୨୩ ସ୍କୁଲ ସାମିଲ କରାଯାଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ଭୁବନେଶ୍ୱରର ୧୨ଟି ସ୍କୁଲ ଚିହ୍ନଟ କରାଯାଇଛି। ସରକାରୀ ହାଇସ୍କୁଲ ଗୁଡ଼ିକରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ, ସାଇନ୍ସଲ୍ୟାବ୍ ଭଳି ଉନ୍ନତ ମାନର ଶିକ୍ଷଣୀୟ ବ୍ୟବସ୍ଥା ଉପଲବ୍ଧ କରାଯାଉଛି। ରୂପାନ୍ତରଣ ଯୋଜନାରେ ସରକାରୀ ସ୍କୁଲଗୁଡ଼ିକର ନବଜାଗରଣ ହେଉଛି। ମୋ ସ୍କୁଲର ବିକାଶ ପାଇଁ ଆସୁଥିବା ‘ସିଏସ୍ଆର’ ପାଣ୍ଠି ସହ ରାଜ୍ୟ ସରକାର ଦୁଇଗୁଣା ଅର୍ଥ ମିଶାଇ ସ୍କୁଲଗୁଡ଼ିକର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରୁଛନ୍ତି। ରାଜ୍ୟ ସରକାରଙ୍କ ‘୫-ଟି’ ଅଧୀନରେ ଏହି ରୂପାନ୍ତରଣ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଥିବାବେଳେ ‘୫-ଟି’ ସଚିବ ଏହାର ତଦାରଖ କରୁଛନ୍ତି।
ସୁଦୃଢ଼ ହେଉଛି ଶୈକ୍ଷିକ ଭିତ୍ତିଭୂମି
ପୁରାତନ ଛାତ୍ରଛାତ୍ରୀ ତଥା ଆଲୁମିନିଙ୍କ ମିଳିତ ସହଭାଗିତାରେ ବଦଳୁଛି ବିଦ୍ୟାଳୟର ଚେହେରା। ପୁରାତନ ଛାତ୍ରଛାତ୍ରୀ ନେଇଛନ୍ତି ରାଜଧାନୀର ପୁରାତନ ଶିକ୍ଷାନୁଷ୍ଠାନର ବିକାଶ ଦାୟିତ୍ୱ। ରାଜ୍ୟର ସରକାରୀ ସ୍କୁଲଗୁଡ଼ିକର ଚିତ୍ର ମୋ ସ୍କୁଲ ଯୋଜନା ବଦଳାଇ ଥିବାବେଳେ ମୋ କଲେଜ ଯୋଜନାରେ କଲେଜଗୁଡ଼ିକର ନବକଳେବର କରାଯାଉଛି। ଏହି ଯୋଜନା ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ଶିକ୍ଷାନୁଷ୍ଠାନର ପରିଚାଳନା କମିଟିକୁ ମଧ୍ୟ ସଂଗଠିତ କରିଛି। ଫଳରେ କେଉଁଠି ଶିକ୍ଷାନୁଷ୍ଠାନ ହତା ପାର୍କର ଭ୍ରମ ସୃଷ୍ଟି କରୁଛି ଆଉ କେଉଁଠି ଇ-ଲାଇବ୍ରେରୀ ଓ ଆଇସିଟି ଲ୍ୟାବ୍ ପିଲାଙ୍କ ପାଠପଢ଼଼ା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ସର୍ବୋପରି ସରକାରୀ ସ୍କୁଲ ଓ କଲେଜଗୁଡ଼ିକର ବିକାଶ ସାଙ୍ଗକୁ ଶିକ୍ଷାର ମାନବୃଦ୍ଧି କରିବାରେ ଏହି ଯୋଜନା ଅବିଶ୍ରାନ୍ତ ପ୍ରକ୍ରିୟା ଜାରି ରଖିଛି। ୨୦୧୭ ନଭେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା ‘ମୋ ସ୍କୁଲ୍’ ଯୋଜନା। ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ସହିତ ସମ୍ମିଳିତ କରିବା ଏବଂ ଶିକ୍ଷା ଓ ଶିକ୍ଷାନୁଷ୍ଠାନ ବିକାଶର ଧାରାକୁ ବଜାୟ ରଖିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସରକାରୀ ସ୍କୁଲଗୁଡ଼ିକରୁ ଅଭିଭାବକ ହରାଉଥିବା ଆସ୍ଥାକୁ ବଜାୟ ରଖିବା ଓ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଂଗଠିତ କରିବା ଥିଲା ଏହି ଯୋଜନାର ଉଦ୍ଦେଶ୍ୟ। ତେବେ ବିଗତ କିଛିଦିନ ମଧ୍ୟରେ ଏହି ଯୋଜନା ବେଶ ସଫଳତା ଲାଭକରିଛି। ‘ମୋ ସ୍କୁଲ୍’ ଯୋଜନାରେ ରାଜଧାନୀର ପ୍ରାୟ ୨ଶହ ସରକାରୀ ସ୍କୁଲ ସାମିଲ୍ ହୋଇଥିବାବେଳେ ୨୦ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇଛନ୍ତି। ଉପାନ୍ତରୁ ଉପକୂଳ ସମସ୍ତ ସ୍କୁଲର ଚିତ୍ର ବଦଳିବା ପ୍ରକ୍ରିୟା ଜାରି ରହିଛି।
ସରକାରୀ ସ୍କୁଲରେ ଅତ୍ୟାଧୁନିକ ଶିକ୍ଷା ପରିବେଶ
ଘରୋଇ ସ୍କୁଲ ସହ ସମକକ୍ଷ ଏବେ ସରକାରୀ ଶିକ୍ଷାନୁଷ୍ଠାନ। ମୋ ସ୍କୁଲ ଓ ରୂପାନ୍ତରଣ ଯୋଜନାରେ ସୁଦୃଢ଼ ହେଉଛି ଭିତ୍ତିଭୂମି। ସ୍କୁଲରେ ଉନ୍ନତମାନର ଶିକ୍ଷାଦାନ ସହ ଅଭିଜ୍ଞ ଶିକ୍ଷକ ନିଯୁକ୍ତି, ଅତ୍ୟାଧୁନିକ ଶୈକ୍ଷିକ ଉପକରଣ ଆଦି ଯୋଗାଇ ଦିଆଯାଉଛି। ବିଶେଷତଃ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ସମସ୍ତ ଆବଶ୍ୟକ ଉପକରଣ ସହିତ ଉତ୍ତମ ଶୈକ୍ଷିକ ବାତାବାରଣ ଉପରେ ଧ୍ୟାନ ଦିଆଯାଉଛି। ଉନ୍ନତ ମାନର ଶ୍ରେଣୀ ଗୃହ, ଖେଳ ପଡ଼ିଆ ସହିତ ଖେଳ ସାମଗ୍ରୀ, ସ୍ମାର୍ଟ ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ୍ ଆଦି ସ୍କୁଲଗୁଡ଼ିକରେ ଯୋଗାଇ ଦିଆଯାଉଛି। ପିଲାମାନଙ୍କୁ ବହି ବଦଳରେ ଏଣିକି ଇ-କଣ୍ଟେଣ୍ଟ ଓ ସ୍ମାର୍ଟ କ୍ଲାସରୁମର ପ୍ରୋଜେକ୍ଟରରେ ପାଠ ପଢ଼଼ାଯାଉଛି। ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଦକ୍ଷ ମଧ୍ୟ କରାଯାଉଛି। ଅତ୍ୟାଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ସେମାନେ କିପରି ଶିକ୍ଷାଦାନ କରିବେ ସେନେଇ ପ୍ରଶିକ୍ଷଣ ନେଉଛନ୍ତି। ଅପରପକ୍ଷେ ସ୍ମାର୍ଟ ସ୍କୁଲରେ ପଢ଼଼ିବା ପାଇଁ ପିଲାମାନଙ୍କ ମଧ୍ୟରେ ପୂର୍ବ ଅପେକ୍ଷା ଆଗ୍ରହ ବଢ଼଼ୁଛି। ଘରୋଇ ସ୍କୁଲ ଭଳି ସୁସଜ୍ଜିତ ଓ ଅତ୍ୟାଧୁନିକ ଶ୍ରେଣୀ ଗୃହ, ପାଠାଗାର ଆଦି ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରୁଛି। ଖାଲି ମାଧ୍ୟମିକ ବିଦ୍ୟାଳୟ ନୁହଁ, ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ମଧ୍ୟ ନବକଳେବର କରାଯାଉଛି।
୫୩ ବର୍ଷର ପ୍ରଜ୍ଞାପୀଠ, ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟ
ଲକ୍ଷ୍ମୀସାଗର ଅଞ୍ଚଳର ଏକ ପ୍ରମୁଖ ତଥା ଶିକ୍ଷାନୁଷ୍ଠାନଭାବେ ପରିଚିତ ଲକ୍ଷ୍ମୀସାଗର ମ୍ୟୁନିସିପାଲିଟି ହାଇସ୍କୁଲ। ୧୯୬୯ ମସିହାରେ ଏହା ପ୍ରତିଷ୍ଠା ହୋଇଥିବା ବେଳେ ୫୩ ବର୍ଷ ମଧ୍ୟରେ ବିଦ୍ୟାଳୟରୁ ଶିକ୍ଷା ଆହରଣ କରି ଅନେକ ଛାତ୍ରଛାତ୍ରୀ ଆଜି ଉଚ୍ଚ ପଦସ୍ଥ ଅଧିକାରୀ ହୋଇପାରିଛନ୍ତି। ଏହି ଖ୍ୟାତନାମା ଶିକ୍ଷାନୁଷ୍ଠାନ ପାଞ୍ଚ ଦଶନ୍ଧି ଧରି ଅନେକ ମଣିଷ ତିଆରି କରିଥିବାବେଳେ ବହୁ ଘାତ ପ୍ରତିଘାତ ସହିଛି। ଅର୍ଦ୍ଧ ଶତକର ଅଧ୍ୟାୟ ଅତିକ୍ରମ କରିଥିବା ଏହି ସ୍ୱର୍ଣ୍ଣିମ ଶିକ୍ଷାନୁଷ୍ଠାନ ସ୍କୁଲ ରୂପାନ୍ତରଣରେ ସାମିଲ୍ ହେବା ପରେ ଏହାର ଗରିମାମୟ ଅଧ୍ୟାୟ ଆହୁରି ଉଜ୍ଜୀବିତ ହୋଇଛି।
ଷାଠିଏ ଦଶକର କଥା। ଲକ୍ଷ୍ମୀସାଗର ଅଞ୍ଚଳରେ ବିଦ୍ୟାଳୟ ଟିଏ ନ ଥିଲା। ପାଠ ପଢ଼଼ିବା ପାଇଁ ଲକ୍ଷ୍ମୀସାଗର ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଅନ୍ୟୁନ ୪/୫ କିମି ବାଟ ଯିବାକୁ ପଡ଼ୁଥିଲା। ସ୍ଥାନୀୟ ଅଞ୍ଚଳବାସୀ ଗାଁରେ ବିଦ୍ୟାଳୟଟିଏ ଖୋଲିବା ପାଇଁ ସୁଦର୍ଶନ ପ୍ରଧାନଙ୍କ ନେତୃତ୍ୱରେ ଗାଁରେ ସ୍କୁଲ ତିଆରି କରିବା ପାଇଁ ନିଷ୍ପତ୍ତି ନେଲେ। ବହୁ ଘାତ ପ୍ରତିଘାତ ପରେ ୧୯୬୯ ମସିହାରେ ଲକ୍ଷ୍ମୀସାଗରରେ ପ୍ରତିଷ୍ଠା ହେଲା ବିଦ୍ୟାଳୟ। ପରବର୍ତ୍ତୀ ସମୟରେ ସରକାରୀ ଅନୁମୋଦନ ମଧ୍ୟ ମିଳିଲା। ମାତ୍ର ହାତ ଗଣତି କେତେକ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଲକ୍ଷ୍ମୀସାଗର ବିଦ୍ୟାଳୟ ଆଜି ଭୁବନେଶ୍ୱର ସହରର ଏକ ପ୍ରଖ୍ୟାତ ମଣିଷ ତିଆରି କାରଖାନାଭାବେ ଖ୍ୟାତି ଅର୍ଜନ କରିଛି। ପ୍ରଜ୍ଞାପୀଠକୁ ୫୩ ବର୍ଷ ଛୁଇଁଥିବାବେଳେ ନିକଟରେ ନିଜର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଛି। ତେବେ ପାଞ୍ଚ ଦଶନ୍ଧି ଧରି ଏହି ଶିକ୍ଷାନୁଷ୍ଠାନରୁ ଶିକ୍ଷା ଲାଭ କରି ଅନେକ ଛାତ୍ରଛାତ୍ରୀ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି। ଅନେକ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରୁ ଶିକ୍ଷା ଆହରଣ କରି ସମାଜରେ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି। ତେବେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ୮ଶହରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନରତ। ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୪୫ ପ୍ରତିଶତ ହୋଇଥିବାବେଳେ ଅବଶିଷ୍ଟାଂଶ ଛାତ୍ର। ତେବେ ଉନ୍ନତ ଶିକ୍ଷା ବ୍ୟବସ୍ଥା ସାଙ୍ଗକୁ ପାରିପାର୍ଶ୍ବିକ ପରିବେଶ ଓ ଶୈକ୍ଷିକ ବାତାବରଣ ସେମାନଙ୍କୁ ଆକୃଷ୍ଟ କରୁଥିବା ବିଦ୍ୟାଳୟ କିଛି ଛାତ୍ରଛାତ୍ରୀ କହିଛନ୍ତି। ପାଠପଢ଼଼ା ସହିତ ଖେଳକୁଦ ଓ ଅନ୍ୟାନ୍ୟ କ୍ଷେତ୍ରରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ବର୍ତ୍ତମାନ ସ୍ଥିତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଅନେକ ଘରୋଇ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିଲେ ମଧ୍ୟ ଏହି ଅନୁଷ୍ଠାନ ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି। ସାମ୍ପ୍ରତିକ ସ୍ଥିତିରେ ଅଧିକାଂଶ ଅଭିଭାବକ ଘରୋଇ ଶିକ୍ଷାନୁଷ୍ଠାନ ମୁହାଁ ହୋଇଥିଲେ ବି ବିଦ୍ୟାଳୟର ଶୈକ୍ଷିକ ପରିବେଶ ଓ ଉନ୍ନତ ଶିକ୍ଷା ପଦ୍ଧତି ପାଇଁ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ହ୍ରାସ ଘଟିନି ଓ ନିଜର ସ୍ୱତନ୍ତ୍ର ପରିଚିତି ବଜାୟ ରଖିଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ବେହେରା କହିଛନ୍ତି। ‘୫-ଟି’ ରୂପାନ୍ତରଣରେ ସ୍କୁଲର କାୟାକଳ୍ପ ବଦଳିବା ପରେ ଛାତ୍ରଛାତ୍ରୀଙ୍କ ନାମଲେଖା ହାରବଢ଼଼ିଛି। ନାମଲେଖା ହାର ସହିତ ପିଲାଙ୍କ ଉପସ୍ଥାନ ମଧ୍ୟ ବୃଦ୍ଧି ହୋଇଥିବା ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି।
ଡାକ୍ତରୀ ଓ ଇଞ୍ଜିନିୟରିଂ ପାଇଁ ପ୍ରଶିକ୍ଷଣ
ସରକାରୀ ସ୍କୁଲର ଭିତ୍ତିଭୂମି ସୁଦୃଢ଼ୀକରଣ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅଭିବନ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଡାକ୍ତରୀ ଓ ଇଞ୍ଜିନିୟରିଂରେ ୧୫ ପ୍ରତିଶର ସିଟ୍ ସଂରକ୍ଷିତ ରହିଛି। ସଂରକ୍ଷିତ ସରକାରୀ ଇଞ୍ଜିନିୟରିଂ ଓ ମେଡିକାଲ୍ ସିଟ୍ରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ପାଠ ପଢ଼଼ିବେ। ସରକାରୀ ସ୍କୁଲର ୧୫ ପ୍ରତିଶତ ଛାତ୍ରଛାତ୍ରୀ ୨୦୨୧-୨୨ ଶିକ୍ଷା ବର୍ଷରେ ସରକାରୀ ମେଡିକାଲ୍ କଲେଜରେ ନାମ ମଧ୍ୟ ଲେଖାଇଥିବାବେଳେ ୨୦୨୨-୨୩ ଶିକ୍ଷାବର୍ଷରୁ ଏହା ଇଞ୍ଜିନିୟରିଂ ସ୍ତରରେ ଆରମ୍ଭ ହୋଇଛି। ଖାଲି ସିଟ୍ ସଂରକ୍ଷିତ କରି ଚୁପ୍ ବସିନାହାନ୍ତି ରାଜ୍ୟ ସରକାର। ପିଲାଙ୍କୁ ନିଟ୍ ଓ ଜେଇଇ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା ମଧ୍ୟ କରଛନ୍ତି। ଦକ୍ଷତା ଭିତ୍ତିରେ ଏକାଦଶ ଶ୍ରେଣୀରୁ ଆଦର୍ଶ ବିଦ୍ୟାଳୟର ପିଲାଙ୍କୁ ଚୟନ କରାଯାଇ ମାଗଣା ନିଟ୍ ଓ ଜେଇଇ ପ୍ରଶିକ୍ଷଣ ଦିଆଯାଉଛି। ପ୍ରତିବର୍ଷ ଏକହଜାର ଛାତ୍ରଛାତ୍ରୀ ଅନ୍ଧାରୁଆସ୍ଥିତ ଆଇକନିକ୍ ଆଦର୍ଶ ବିଦ୍ୟାଳୟରେ ଏହି ପ୍ରଶିକ୍ଷଣ ନେବାର ବ୍ୟବସ୍ଥା ରହିଛି। ମେଧା ଭିତ୍ତିରେ ଏମାନଙ୍କୁ ଚୟନ କରିବା ଲାଗି ବ୍ୟବସ୍ଥା ମଧ୍ୟ ହୋଇଛି। ରାଜ୍ୟ ସରକାରଙ୍କ ଏହି ଯୋଜନା ସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ପିଲାଙ୍କୁ ଆକୃଷ୍ଟ ମଧ୍ୟ କରିଛି। ମୋ ସ୍କୁଲ ପକ୍ଷରୁ ସରକାରୀ ସ୍କୁଲ ପିଲାଙ୍କ ଇଂରାଜୀ ଦକ୍ଷତାବୃଦ୍ଧି ପାଇଁ ସ୍ପୋକନ୍ ଇଂରାଜୀ ଶିକ୍ଷା ପାଇଁ ଗୁରୁତ୍ୱ ଦିଆଯାଉଛି।
ରୂପାନ୍ତରଣରେ ଏସ୍ସିଏସ୍ଟି ଆବାସିକ ବିଦ୍ୟାଳୟ
ସବୁବର୍ଗର ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟର ଅନୁସୂଚିତ ଜନଜାତି(ଏସଟି) ଏବଂ ଅନୁସୂଚିତ ଜାତି(ଏସ୍ସି) ବହୁଳ ଅଞ୍ଚଳ ଗୁଡ଼ିକର ସ୍କୁଲ ରୂପାନ୍ତରଣ କାର୍ଯ୍ୟ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏହି କ୍ରମରେ ରାଜଧାନୀର ଆବାସିକ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରାଯାଉଛି। ଏସଟି ଓ ଏସସି ବର୍ଗର ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ ସହ ସେମାନଙ୍କ ଶାରୀରିକ ବିକାଶ(ପୁଷ୍ଟିସାଧନ)କୁ ଗୁରୁତ୍ୱ ଦିଆଯିବା ଲାଗି ବ୍ୟବସ୍ଥା ହୋଇଥିବା ବେଳେ ଆବାସିକ ସ୍କୁଲଗୁଡ଼ିକର ୨୪ ଘଣ୍ଟିଆ ଆମୋଦ-ପ୍ରମୋଦ ବ୍ୟବସ୍ଥା ପ୍ରଦାନ କରାଯାଉଛି। ଏସ୍ସିଏସ୍ଟି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ, ସ୍କୁଲ ଓ ଗଣଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ, ପୂର୍ତ୍ତ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ସହଯୋଗରେ କାର୍ଯ୍ୟ ତ୍ୱରାନ୍ୱିତ ହେଉଥିବାବେଳେ ସ୍କୁଲଗୁଡ଼ିକରେ ସାଂସ୍କୃତିକ ମଞ୍ଚ, ମୁକ୍ତାକାଶ ରଙ୍ଗମଞ୍ଚ, ସକାଳ ପ୍ରାର୍ଥନା ଓ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ବୈଠକ ହେବା ଭଳି ଭିତ୍ତିଭୂମି ନିର୍ମାଣକୁ ପ୍ରାଥମିକତା ଦିଆଯାଇଛି। ଆଦିବାସୀ ପିଲାଟିଏ ନିଜ ବାପାମାଆଙ୍କ ଠାରୁ ଦୂରରେ ରହି ଶିକ୍ଷା ଗ୍ରହଣ କରୁଥିବାରୁ ମାନସିକ ସ୍ତରରେ ଯେପରି ପିଲାଟି ସକାରାତ୍ମକ ରହିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ପ୍ରତି ଭିତ୍ତିଭୂମିରେ ନିରାପତ୍ତା, ନିରବଚ୍ଛିନ୍ନ ଶୁଦ୍ଧ ପାନୀୟ ଜଳ ଯୋଗାଣ, ଉଜ୍ଜ୍ୱଳ ଆଲୋକ, ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା କରାଯାଉଛି।
ସ୍ମାର୍ଟସିଟି ପିଲାଙ୍କୁ ଅଲିମ୍ପିକ୍ସ ପ୍ରେରଣା
ଅଲମ୍ପିକ୍ସ କଣ? ଏଥିରେ କେଉଁ କେଉଁ ବିଭାଗର ଖେଳ ଅନ୍ତର୍ଭୁକ୍ତ? ଏଥିପାଇଁ ପ୍ରସ୍ତୁତି କିପରି କରାଯାଏ? ଏ ସମ୍ପର୍କରେ ଜ୍ଞାନ ସ୍କୁଲ ପାଠ୍ୟକ୍ରମରୁ ପିଲାମାନେ ପାଇବେ। କେବଳ ପାଠ୍ୟକ୍ରମଭିତ୍ତିକ ଶିକ୍ଷା ନୁହେଁ; ବିଭିନ୍ନ ଖେଳକୁଦରେ ମଧ୍ୟ ଦକ୍ଷ ହେବେ ଛାତ୍ରଛାତ୍ରୀ। ତୃଣମୂଳ ସ୍ତରରୁ ପିଲାମାନେ ଅଲିମ୍ପିକ୍ସ ପ୍ରସ୍ତୁତି ସମ୍ପର୍କିତ ଜ୍ଞାନ ଆହରଣ କରିବେ। ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତ ମଧ୍ୟ ହେବେ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମରେ ୬୩ଟି ବିଦ୍ୟାଳୟରେ ଓଭିଇପି ଆରମ୍ଭ ହୋଇଛି। ରାଜ୍ୟ ସରକାର ପାଇଲଟ୍ ପ୍ରକଳ୍ପ ଭାବେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ୯୦ଟି ସ୍କୁଲରେ ଓଭିଇପି(ଅଲମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ) ଆରମ୍ଭ କରିଛନ୍ତି। ଅଲମ୍ପିକ୍ସ ସହିତ ଏସିଆନ୍ ଗେମ୍, ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଆଦି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସ୍କୁଲ ସ୍ତରରୁ ପିଲାଙ୍କୁ ପ୍ରସ୍ତୁତ କରାଯାଉଛି। ତୃଣମୂଳ ସ୍ତରରୁ ସ୍କୁଲର ପିଲାଙ୍କୁ ଅଲିମ୍ପିକ୍ସ ବାବଦରେ ଜ୍ଞାନ ଦେବା ଓ ବିଭିନ୍ନ ଗୋଷ୍ଠୀ କ୍ରୀଡ଼ା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଅଭିନବ ଯୋଜନା ଆରମ୍ଭ କରିଛନ୍ତି। ପାଇଲଟ୍ ପ୍ରକଳ୍ପ ଭାବେ ‘ଓଡ଼ିଶା ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’ ପାଇଁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ୯୦ଟି ସ୍କୁଲ ଚିହ୍ନଟ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ମହାନଗର ନିଗମରେ ୬୩ଟି ଏବଂ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ମହାନଗର ନିଗମର ୨୭ଟି ସ୍କୁଲରେ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେହିପରି ହକିର କ୍ରେଜ୍କୁ ବଢ଼଼ାଇବା ପାଇଁ ସରକାରୀ ସ୍କୁଲ ସ୍ତରରେ ‘ମୋ ସ୍କୁଲ ହକି କ୍ଲବ୍’ ପ୍ରତିଷ୍ଠା ସହ ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।
ବିକାଶର ମଙ୍ଗ ଧରିଛନ୍ତି ଆଲୁମ୍ନି
ପୁରାତନ ଛାତ୍ରଛାତ୍ରୀ ନେଇଛନ୍ତି ସରକାରୀ ଶିକ୍ଷାନୁଷ୍ଠାନର ବିକାଶ ଦାୟିତ୍ୱ। ମିଳିତ ସହଭାଗିତାରେ ବଦଳୁଛି ସ୍କୁଲ ଓ କଲେଜର ଚେହେରା। ସରକାରୀ ସ୍କୁଲଗୁଡ଼ିକର ଚିତ୍ର ମୋ ସ୍କୁଲ ଯୋଜନା ବଦଳାଇ ଥିବାବେଳେ ଏଥିରେ ବିକାଶର ସାରଥି ଭାବେ ପୁରାତନ ଛାତ୍ରଛାତ୍ରୀ ତଥା ଆଲୁମିନିମାନେ ଗୁରୁଦାୟିତ୍ୱ ବହନ କରୁଛନ୍ତି। ଏହି ଯୋଜନା ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ଶିକ୍ଷାନୁଷ୍ଠାନର ପରିଚାଳନା କମିଟିକୁ ମଧ୍ୟ ସଂଗଠିତ କରିଛି। ତେବେ ମୋ ସ୍କୁଲ ସହିତ ଭୁବନେଶ୍ୱରର ୨୭୮ଟି ସ୍କୁଲ ସାମିଲ୍ ହୋଇଥିବାବେଳେ ପ୍ରାୟ ୨୦ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଏଥିସହ ଯୋଡ଼ି ହୋଇଛନ୍ତି। ସ୍କୁଲର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ ପାଣ୍ଠିକୁ ୧୪୭କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ‘୫-ଟି’ ସ୍କୁଲ ରୂପାନ୍ତରଣ ଯୋଜନାରେ ଦୁଇ ପର୍ଯ୍ୟାୟର ୩୦ରୁ ଅଧିକ ବିଦ୍ୟାଳୟର ନବକଳେବର ସରିଥିବାବେଳେ ତୃତୀୟ ପର୍ଯ୍ୟାୟରେ ପ୍ରାୟ ୧୦ଟି ସ୍କୁଲର ରୂପାନ୍ତରଣ ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି।
ସାତ ଦଶନ୍ଧିର ମଣିଷ ତିଆରି କାରଖାନା, ୟୁନିଟ୍ ୩ ରାଜଧାନୀ ଉଚ୍ଚ ବିଦ୍ୟାଳୟ
ୟୁନିଟ୍ ୩ ରାଜଧାନୀ ଉଚ୍ଚବିଦ୍ୟାଳୟ ତଥା କ୍ୟାପିଟାଲ୍ ହାଇସ୍କୁଲ୍। ରାଜଧାନୀର ଦ୍ୱିତୀୟ ସର୍ବପୁରାତନ ବିଦ୍ୟାଳୟ। ୭୩ ବର୍ଷର ଏହି ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ବହୁ ଛାତ୍ରଛାତ୍ରୀ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖାତି ଅର୍ଜନ କରିଛନ୍ତି। ୭ ଦଶନ୍ଧି ଧରି ଏହି ପ୍ର୍ରଜ୍ଞାପୀଠ ନିଜର ସ୍ୱତନ୍ତ୍ର ସ୍ଥାନ ମଧ୍ୟ ଜାତୀୟସ୍ତରରେ ବଜାୟ ରଖିଛି। ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀର ମାନ୍ୟତା ଦେବା ପରେ ସରକାରଙ୍କ ଦ୍ୱାରା ୧୯୫୧ ମସିହା ଜୁଲାଇ ୧୬ ତାରିଖରେ କ୍ୟାପିଟାଲ୍ ହାଇସ୍କୁଲ ପ୍ରତିଷ୍ଠା କରାଯାଇଥିଲା। ଗଣେଶ ଚନ୍ଦ୍ର ମିଶ୍ର ଏହି ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ୨୦୧୨ ମସିହାରେ ଏହି ପ୍ରଜ୍ଞାପୀଠ ୬୦ ବର୍ଷ ପୂରଣ କରିଥିବାବେଳେ ଏହାର ସ୍ମୃତି ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଡାକ ଟିକଟ ଉନ୍ମୋଚନ କରାଯାଇଥିଲା। ତେବେ ଏହି ମଣିଷ ତିଆରି କାରଖାନା ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଉତ୍ପାଦନ କରିବାର ଏକ ସମୃଦ୍ଧ ଇତିହାସ ରଖିଛି। ଯେଉଁମାନେ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ଭାବରେ ସେବା କରୁଛନ୍ତି ଏବଂ ଆମ ରାଜ୍ୟ ତଥା ଆମ ଦେଶ ପାଇଁ ଗର୍ବ ଅର୍ଜନ କରିଛନ୍ତି। ସେମାନଙ୍କ ମଧ୍ୟରେ ଆଲୁମିନି ହେଉଛନ୍ତି ଡକ୍ଟର ପ୍ରଦ୍ୟୁତ୍ ରଥ, ଡକ୍ଟର ଜଗନ୍ନାଥ ମହାପାତ୍ର, ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ, ସୀତାଂଶୁ କର ପ୍ରମୁଖ। ଯଦିଓ ଏକ ବାଳକ ଉଚ୍ଚ ବିଦ୍ୟାଳୟ ଭାବରେ ଆରମ୍ଭ ହୋଇଥିଲା, କିନ୍ତୁ ଏହା ଠିକ୍ ସମୟରେ ଏକ ସହ-ଶିକ୍ଷା ବିଦ୍ୟାଳୟରେ ପରିଣତ ହେଲା। ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରାୟ ୧୪ ଶହ ଛାତ୍ରଛାତ୍ରୀ ଅଧ୍ୟୟନରତ। ୧୫ ଏକର ଏବଂ ୫୩୯ ଡେସିମଲ ଜମିରେ ବ୍ୟାପିଥିବା ଏହି ବିଦ୍ୟାଳୟ ଏହାର ସମୃଦ୍ଧ ଇତିହାସରେ ଗର୍ବ ଜାରିରଖିଛି ଏବଂ ମାନଦଣ୍ଡ ସୃଷ୍ଟି କରିବାରେ ଲାଗିଛି।
ସେହିପରି ଆଲୁମିନିଙ୍କ ସହାୟତାରେ ବିଦ୍ୟାଳୟର ୨୭ଟି ବିଭିନ୍ନ ପ୍ରକଳ୍ପର ବିକାଶ କରାଯାଇଛି। ଏହା ସହ ‘୫-ଟି’ ରୂପାନ୍ତରଣ ଯୋଜନା ମଧ୍ୟ ବିଦ୍ୟାଳୟରେ ଉନ୍ନତମାନର ଶ୍ରେଣୀଗୃହ, ସ୍ମାର୍ଟ ଲାଇବ୍ରେରୀ, ଉତ୍ତମ ଖେଳପଡ଼ିଆ ଆଦି ଉପଲବ୍ଧ କରାଯାଇଛି। ମୋ ସ୍କୁଲ ଯୋଜନା ଅଧୀନରେ ପୁରାତନ ଛାତ୍ରଛାତ୍ରୀ ପ୍ରାୟ ୩୯ଲକ୍ଷ ୬୮ ହଜାର ଟଙ୍କା ପ୍ରଦାନ କରିଥିବାବେଳେ ରାଜ୍ୟ ସରକାର ଏହା ସହ ଦୁଇଗୁଣା ଅର୍ଥରାଶି ମିଶାଇ ପାଖାପାଖି ୮୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି।