ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ଆସିବ ନୂଆ ମାର୍ଗଦର୍ଶିକା

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ଶୀତଳଭଣ୍ଡାର ଅଭାବୀ ସ୍ଥିତି କୃଷି ଓ କୃଷକ ସଶକ୍ତିକରଣକୁ ବ୍ୟାପକ ଭାବେ ପ୍ରଭାବିତ କରୁଛି। ତେବେ ଓଡ଼ିଶା ବିଦ୍ୟୁତ୍‌‌ ନିୟାମକ ଆୟୋଗ ଶୀତଳଭଣ୍ଡାର କ୍ଷେତ୍ରକୁ ବିଦ୍ୟୁତ୍‌‌ ଦର ୧ ଟଙ୍କା ୬୦ ପଇସା କମ୍‌‌ କରିବା ପରେ ରାଜ୍ୟରେ ଶୀତଳଭଣ୍ଡାରଗୁଡ଼ିକର ପୁନରୁଦ୍ଧାର ହେବା ନେଇ ସରକାର ମିଶନ ମୋଡ୍‌‌ରେ କାମ କରୁଛନ୍ତି। ଏହିକ୍ରମରେ ଶୀତଳଭଣ୍ଡାର ପ୍ରତିଷ୍ଠା ନେଇ ନୂଆ ମାର୍ଗଦର୍ଶିକା ଆସିବ ବୋଲି କୃଷି ଓ କୃଷକ ସଶକ୍ତିକରଣ ଓ ସମବାୟ ବିଭାଗ […]

ଭୁବନେଶ୍ୱର : ରାଜ୍ୟରେ ଶୀତଳଭଣ୍ଡାର ଅଭାବୀ ସ୍ଥିତି କୃଷି ଓ କୃଷକ ସଶକ୍ତିକରଣକୁ ବ୍ୟାପକ ଭାବେ ପ୍ରଭାବିତ କରୁଛି। ତେବେ ଓଡ଼ିଶା ବିଦ୍ୟୁତ୍‌‌ ନିୟାମକ ଆୟୋଗ ଶୀତଳଭଣ୍ଡାର କ୍ଷେତ୍ରକୁ ବିଦ୍ୟୁତ୍‌‌ ଦର ୧ ଟଙ୍କା ୬୦ ପଇସା କମ୍‌‌ କରିବା ପରେ ରାଜ୍ୟରେ ଶୀତଳଭଣ୍ଡାରଗୁଡ଼ିକର ପୁନରୁଦ୍ଧାର ହେବା ନେଇ ସରକାର ମିଶନ ମୋଡ୍‌‌ରେ କାମ କରୁଛନ୍ତି। ଏହିକ୍ରମରେ ଶୀତଳଭଣ୍ଡାର ପ୍ରତିଷ୍ଠା ନେଇ ନୂଆ ମାର୍ଗଦର୍ଶିକା ଆସିବ ବୋଲି କୃଷି ଓ କୃଷକ ସଶକ୍ତିକରଣ ଓ ସମବାୟ ବିଭାଗ ପକ୍ଷରୁ କୁହାଯାଇଛି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ରାଜ୍ୟରେ ଶୀତଳଭଣ୍ଡାର ନିର୍ମାଣ ଓ ବ୍ୟବହାରରେ ଉତ୍କର୍ଷତା ଅଣାଯିବ। ଏନେଇ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଗଣେଶ ଚତୁର୍ଥୀ, ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ଉତ୍ସବମୁଖର ଗାଁଠୁ ସହର

ବୁଧବାର ରାଜ୍ୟ କୃଷି ଭବନରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜ୍ୟର ସମସ୍ତ ଶୀତଳଭଣ୍ଡାରଗୁଡ଼ିକର ସ୍ଥିତି ସମୀକ୍ଷା କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ, କୃଷି ଓ ଖାଦ୍ୟ ଉତ୍ପାଦନ, ସମବାୟ ଓ ଉଦ୍ୟାନ କୃଷିର ପ୍ରମୁଖ ଶାସନ ସଚିବ ଓ ନିର୍ଦ୍ଦେଶକମାନଙ୍କୁ ଏନେଇ ଏକ କମିଟି ଗଠନ ନେଇ ମନ୍ତ୍ରୀ ଶ୍ରୀସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କମିଟି ଗଠନ ହୋଇଛି। ଏହି କମିଟି ଶୀତଳଭଣ୍ଡାର ସମ୍ପର୍କିତ ତଥ୍ୟକୁ ତର୍ଜମା କରି ବିଭିନ୍ନ ଦିଗ ଉପରେ ଚୁଡ଼ାନ୍ତ ନିଷ୍ପତ୍ତି ନେବ। କମିଟି ପ୍ରଥମେ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ସଂଗ୍ରହ କରିବ। ବିଭିନ୍ନ ଜିଲ୍ଲାର ଉତ୍ପାଦନ କ୍ଷମତାକୁ ଦୃଷ୍ଟିରେ ରଖି ଶୀତଳଭଣ୍ଡାର ନିର୍ମାଣ ନେଇ ପଦକ୍ଷେପ ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ: ଆସନ୍ତା ୨୦ ବେଳକୁ ପୁଣି ଏକ ଲଘୁଚାପ ଆଶଙ୍କା, ୧୮ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷାର ପ୍ରଭାବ

ନୂଆ ମାର୍ଗଦର୍ଶିକାକୁ ସରଳ କରିବା ଦିଗରେ ସରକାର ପଦକ୍ଷେପ ନେବେ। ସେହିଭଳି ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ କ୍ଷେତ୍ର ପ୍ରଦର୍ଶନୀମାନ କରାଯିବ। ସେହିଭଳି କୋରାପୁଟ ଜିଲ୍ଲା ଆଳୁ ଚାଷକୁ ପ୍ରୋତ୍ସାହିତ କରାଯାଉଥିବା ହେତୁ ସେଠାରେ ଶୀତଳଭଣ୍ଡାର ପ୍ରତିଷ୍ଠା ଉପରେ ପ୍ରାଥମିକତା ଦିଆଯିବ। ସେହିଭଳି ସମନ୍ୱିତ ପାକ୍‌‌(ପ୍ରାଥମିକ କୃଷି ସମବାୟ ସମିତି) ହାଉସ୍‌‌ ଗଠନ କରାଯିବ। କୃଷକ ଉତ୍ପାଦକ ଗୋଷ୍ଠୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏହାର ପରିଚାଳନା ଦାୟିତ୍ୱ ନିଆଯିବ। ସେହିଭଳି ଶୀତଳଭଣ୍ଡାର, ଶୀତଳ ଚ୍ୟାମ୍ପର ଓ ଇଣ୍ଟିଗ୍ରେଟେଡ୍‌‌ ପ୍ୟାକ୍‌‌ ହାଉସଗୁଡ଼ିକର ସମନ୍ୱିତ ପରିଚାଳନା ପାଇଁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ପାଣିରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

ଉକ୍ତ ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ଚଢ଼ା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିଭାର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଶୀତଳଭଣ୍ଡାର ପ୍ରତିଷ୍ଠା ଓ ପରିଚାଳନାର ବିଭିନ୍ନ ଦିଗ ଉପରେ ମତପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ସମବାୟ ନିବନ୍ଧକ, ଓରେଡାର ମୁଖ୍ୟ ପରିଚାଳକ ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରଫେସରମାନେ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର