ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡିର ବାଜିମାତ୍‌, ଦୁଇଟି ଅଧ୍ୟକ୍ଷ ପଦ ହାତେଇଲା ବିଜେଡ଼ି

The Sakala Picture
Published On

ବରଗଡ଼/ଢେଙ୍କାନାଳ : ରାଜ୍ୟର ଦୁଇଟି ଏନଏସି ନିର୍ବାଚନରେ ପୁଣିଥରେ ବାଜିମାତ୍‌ କରିଛି ବିଜୁ ଜନତା ଦଳ। ବରଗଡ଼ ଜିଲ୍ଲାର ଅତାବିରା ଓ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍‌ଏସିରେ ହୋଇଥିବା ନିର୍ବାଚନରେ ବିଜେଡି ପ୍ରବଳ ଜନସମର୍ଥନ ପାଇବା ସହ ଦୁଇଟି ଏନଏସିର ଅଧ୍ୟକ୍ଷ ପଦ ହାତେଇଛି। ବରଗଡ଼  ଅତାବିରା ଏନ୍‌ଏସି ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅଧ୍ୟକ୍ଷ ପଦ ସହ ୧୧ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଗୋଟିଏ ୱାର୍ଡରେ କଂଗ୍ରେସ […]

ବରଗଡ଼/ଢେଙ୍କାନାଳ : ରାଜ୍ୟର ଦୁଇଟି ଏନଏସି ନିର୍ବାଚନରେ ପୁଣିଥରେ ବାଜିମାତ୍‌ କରିଛି ବିଜୁ ଜନତା ଦଳ। ବରଗଡ଼ ଜିଲ୍ଲାର ଅତାବିରା ଓ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍‌ଏସିରେ ହୋଇଥିବା ନିର୍ବାଚନରେ ବିଜେଡି ପ୍ରବଳ ଜନସମର୍ଥନ ପାଇବା ସହ ଦୁଇଟି ଏନଏସିର ଅଧ୍ୟକ୍ଷ ପଦ ହାତେଇଛି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ବରଗଡ଼  ଅତାବିରା ଏନ୍‌ଏସି ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅଧ୍ୟକ୍ଷ ପଦ ସହ ୧୧ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅନ୍ୟପଟେ ଢେଙ୍କାନାଳ ହିନ୍ଦୋଳ ଏନ୍‌ଏସିର ୧୬ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅଧ୍ୟକ୍ଷ ପଦ ସହ ୧୧ଟି ୱାର୍ଡରେ ବିଜେଡି ଜିତିଥିବା ବେଳେ ୫ଟି ୱାର୍ଡରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ସୂଚନାଯୋଗ୍ୟ ଗତ ଏପ୍ରିଲ ୩ ତାରିଖରେ ବରଗଡ଼ ଜିଲ୍ଲାର ଅତାବିରା ଓ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍‌ଏସିରେ ଶାନ୍ତିଶୃଙ୍ଖଳାର ସହ ଭୋଟ ହୋଇଥିବା ବେଳେ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା।  ଅତାବିରା ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡି ପ୍ରାର୍ଥୀ ବନମାଳି ବରିହା ବିଜୟୀ ହୋଇଛନ୍ତି। ସେ ୪୮୨୮ ଖଣ୍ଡ ଭୋଟ୍‌ ବ୍ୟବଧାନରେ ସର୍ବମୋଟ୍‌ ୬୫୬୫ ଖଣ୍ଡ ଭୋଟ୍‌ ପାଇଁ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଦଳର ସବିତା ଭୁଏଙ୍କୁ ମିଳିଛି ୧୭୩୭ ଭୋଟ୍‌ ଏବଂ ବିଜେପିର ଲକ୍ଷ୍ମୀ ବେହେରା ୧୫୩୨ ଖଣ୍ଡ ଭୋଟ୍‌ ପାଇଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ସେହିପରି ଅତାବିରା ୱାର୍ଡ ନମ୍ବର ୧ରେ କଂଗ୍ରେସ ପ୍ରାର୍ଥୀ ଦୀପକ ରାୟ ବିଜୟୀ ହୋଇଥିବା ବେଳେ ୱାର୍ଡ ନମ୍ବର ୨ରେ ବିଜେଡି ପ୍ରାର୍ଥୀ ସିବାନନ୍ଦ ତ୍ରିପାଠୀ, ୱାର୍ଡ ନମ୍ବର ୩ରେ ବିଜେଡି ପ୍ରାର୍ଥୀ ନେପାଳ ପ୍ରଧାନ, ୱାର୍ଡ ନମ୍ବର ୪ରେ ବିଜେଡି ପ୍ରାର୍ଥୀ ସବିତା ମଲ୍ଲିକ, ୱାର୍ଡ ନମ୍ବର ୫ରେ ବିଜେଡି ପ୍ରାର୍ଥୀ ରାଜୀବ କହରା, ୱାର୍ଡ ନମ୍ବର ୬ରେ ବିଜେଡି ପ୍ରାର୍ଥୀ ପ୍ରମିଳା ପ୍ରଧାନ, ୱାର୍ଡ ନମ୍ବର ୭ରେ ବିଜେଡି ପ୍ରାର୍ଥୀ ବିଲୋସ ଜନପୁରୀ, ୱାର୍ଡ ନମ୍ବର ୮ରେ ବିଜେଡି ପ୍ରାର୍ଥୀ ରେଣୁକା ପ୍ରଧାନ, ୱାର୍ଡ ନମ୍ବର ୯ରେ ବିଜେଡି ପ୍ରାର୍ଥୀ ନାରାୟଣ ସାହୁ, ୱାର୍ଡ ନମ୍ବର ୧୦ରେ ବିଜେଡି ପ୍ରାର୍ଥୀ ସୁରେଖା ବାଗ, ୱାର୍ଡ ନମ୍ବର ୧୧ରେ ବିଜେଡି ପ୍ରାର୍ଥୀ ଅନୁସୂୟା ବିଶ୍ୱାଲ ଓ ୱାର୍ଡ ନମ୍ବର ୧୨ରେ ବିଜେଡି ପ୍ରାର୍ଥୀ ଯମୁନା ଭୁଏ ବିଜୟୀ ହୋଇଛନ୍ତି।

ଅନ୍ୟପଟେ ହିନ୍ଦୋଳ ଏନଏସି ଅଧ୍ୟକ୍ଷ ଭାବେ ବିଜେଡିର କେଶବ ପ୍ରଧାନ ୪୫୪୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ହିନ୍ଦୋଳ ଏନଏସି ଅଧ୍ୟକ୍ଷ ପଦ ପାଇଁ ଲଢୁଥିବା ବିଜେପିର ସୌଭାଗିନୀ ପ୍ରଧାନ ୩୯୨୩ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ରୀତା ପଳେଇଙ୍କୁ୨୧୯ ଖଣ୍ଡ ଭୋଟ ମିଳିଛି। ହିନ୍ଦୋଳ ଏନଏସି ନିର୍ବାଚନରେ ମୋଟ ୧୬ଟି ୱାର୍ଡରୁ ବିଜେଡି ୧୧ଟି ୱାର୍ଡରେ ବିଜୟୀ ହୋଇଥିବା ବେଳେ, ବିଜେପି ୫ ୱାର୍ଡରେ ବିଜୟୀ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର