ଦୁର୍ଘଟଣାରେ ଶୂନ୍ୟ ଜୀବନହାନୀ ସୁନିଶ୍ଚିତ କରିବା ଲକ୍ଷ୍ୟ, ୫୫ ଟ୍ରମା କେୟାର ୟୁନିଟ୍‌‌ ସ୍ଥାପନ କାର୍ଯ୍ୟ ଆରମ୍ଭ

The Sakala Picture
Published On

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ହ୍ରାସ କରିବା ଦିଗରେ ଜନସଚେତନତା ହେଉଛି ସବୁଠାରୁ ବଡ଼ ଅସ୍ତ୍ର। ତେବେ ସଡ଼କ ଦୁର୍ଘଟଣାରେ ଶୂନ୍ୟ ଜୀବନହାନିକୁ ଲକ୍ଷ୍ୟ ହାସଲ କରିବା ଦିଗରେ ବେଶ୍‌‌ ଉପାଦେୟ ସାବ୍ୟସ୍ତ ହେଉଛି ଟ୍ରମା କେୟାର ବ୍ୟବସ୍ଥା। ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ପର୍ଯ୍ୟନ୍ତ ଆହତ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଘରୋଇ ଡାକ୍ତରଖାନାରେ ଏହି ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ଟ୍ରମା […]

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ହ୍ରାସ କରିବା ଦିଗରେ ଜନସଚେତନତା ହେଉଛି ସବୁଠାରୁ ବଡ଼ ଅସ୍ତ୍ର। ତେବେ ସଡ଼କ ଦୁର୍ଘଟଣାରେ ଶୂନ୍ୟ ଜୀବନହାନିକୁ ଲକ୍ଷ୍ୟ ହାସଲ କରିବା ଦିଗରେ ବେଶ୍‌‌ ଉପାଦେୟ ସାବ୍ୟସ୍ତ ହେଉଛି ଟ୍ରମା କେୟାର ବ୍ୟବସ୍ଥା। ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ପର୍ଯ୍ୟନ୍ତ ଆହତ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଘରୋଇ ଡାକ୍ତରଖାନାରେ ଏହି ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ଟ୍ରମା କେୟାର ବ୍ୟବସ୍ଥାରେ ଉନ୍ନତି ଆଣିବା ଲକ୍ଷ୍ୟରେ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଜାତୀୟ ରାଜପଥର ପ୍ରତି ୫୦ କିମି ଅନ୍ତରରେ ଗୋଟିଏ ଲେବୁଲ-୩ ସ୍ତରର ଟ୍ରମା କେୟାର ପ୍ରତିଷ୍ଠା ସ୍ଥାପନ ଯୋଜନା ସହ ୫୫ଟିର କାର୍ଯ୍ୟ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ସୂଚନା ଅନୁସାରେ, ଜାତୀୟ ରାଜପଥର ଦୁର୍ଘଟଣା ପ୍ରବଣ ଅଞ୍ଚଳକୁ ଚିହ୍ନଟ କରାଯାଇ ତାହାର ୫୦ କିମି ବ୍ୟବଧାନରେ ଗୋଟିଏ ଲେଖାଏଁ ଟ୍ରମା କେୟାର ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି। ରାଜ୍ୟ ସରକାରଙ୍କର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସବ୍‌‌ ଡିଭିଜନ୍‌‌ ହସ୍ପିଟାଲରେ ଟ୍ରମା କେୟାର ୟୁନିଟ୍‌‌ ସ୍ଥାପନ କରାଯିବ। ସେହିପରି ଏଥିରେ ଘରୋଇ ଡାକ୍ତରଖାନାକୁ ସାମିଲ କରାଯାଇ ରାଜ୍ୟ ସରକାର ସେଠାରେ ଟ୍ରମା କେୟାର ଭିତ୍ତିଭୂମି ସ୍ଥାପନରେ ସହଯୋଗ କରିବେ। ଯେ କୌଣସି ଦୁର୍ଘଟଣାଗ୍ରସ୍ତକୁ ସେଠାରେ ତୁରନ୍ତ ଚିକିତ୍ସା ପ୍ରଦାନ କରାଯିବ। ଦୁର୍ଘଟଣାର ଆହତଙ୍କ ଜୀବନ ରକ୍ଷା ପାଇଁ ପ୍ରଥମ ୪୮ ଘଣ୍ଟା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଏହି ସମୟରେ ଯଦି ରୋଗୀଙ୍କୁ ଉପଯୁକ୍ତ ସ୍ଥାନରେ ପହଞ୍ଚଯିବ ଏବଂ ଚିକିତ୍ସା ପାଇଁ ଅର୍ଥ ଦାବି କରା ନ ଯାଏ ତା ହେଲେ ଚିକିତ୍ସାରେ ଅବହେଳା ହେବ ନାହିଁ; ବରଂ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯାଇ ଜୀବନ ରକ୍ଷା କରାଯାଇ ପାରିବ। ଏଥିପାଇଁ ରାଜ୍ୟ ସରକାର ସଡ଼କ ସୁରକ୍ଷା ପାଣ୍ଠିରୁ ଖର୍ଚ୍ଚ ଭରଣା ବ୍ୟବସ୍ଥା କରିଛନ୍ତି। ଟ୍ରମା କେୟାର ଚିକିତ୍ସା ପାଇଁ ୧୮ଟି କର୍ପୋରେଟର ହସ୍ପିଟାଲକୁ ନିୟୋଜିତ କରାଯାଇଛି। ସେଠାରେ ଲେବୁଲ-୧ ସ୍ତରର ଟ୍ରମା କେୟାର ୟୁନିଟ୍‌‌ ରହିଛି।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

ନୂଆ ଟ୍ରମା କେୟାର ସେଣ୍ଟର ନିର୍ମାଣ ସହିତ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି, ଭିତ୍ତିଭୂମି ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ନିକଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ସୁପ୍ରିମ୍‌‌ କୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ସୁପାରିସ ଅନୁସାରେ ଅଦ୍ୟାବଧି ରାଜ୍ୟ ସରକାର ୩୩ଟି ଟ୍ରମା କେୟାର ସେଣ୍ଟର (ଟିଏଫ୍‌‌ସି) ନିର୍ମାଣ ପାଇଁ ପଦକ୍ଷେପ ନେଇଛନ୍ତି। ଏହା ବାଦ୍‌‌ ୫୫ଟି ଲେବୁଲ୍‌‌-୩ ସ୍ତରର ଟ୍ରମା କେୟାର ପ୍ରତିଷ୍ଠା ପାଇଁ ଚଳିତ ବର୍ଷ ପଦକ୍ଷେପ ନିଆଯିବ। ଏନ୍‌‌ଏଚ୍‌‌ଏଆଇ ଚିହ୍ନଟ କରିଥିବା ମୋଟ ୮୯ ବ୍ଲାଇଣ୍ଡ ସ୍ପଟ ମଧ୍ୟରୁ ୮୪ଟି ସ୍ଥାନରେ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ଟ୍ରମା କେୟାର ସୁବିଧା ଥିବା ଡାକ୍ତରଖାନାରେ ମାନବସମ୍ବଳ, ଆବଶ୍ୟକ ଯନ୍ତ୍ରପତି ସମ୍ପର୍କରେ ସମୀକ୍ଷା କରାଯାଉଛି। ନୂଆ କାଜୁଆଲିଟି ଓ ଟ୍ରମା କେୟାର ଏବଂ ନିଃଶୁଳ୍କ ଟ୍ରମା ଚିକିତ୍ସା ପାଣ୍ଠି ଗଠନ ପ୍ରସ୍ତାବକୁ ଅର୍ଥ ବିଭାଗର ମଞ୍ଜୁରୀ ମିଳିଛି। ବର୍ତ୍ତମାନ ସୁଦ୍ଧା ୩୬ଟି ଟିଏଫ୍‌‌ସି ଆଇଆରଏଡି ପୋର୍ଟାଲରେ ପଞ୍ଜିକୃତ ହୋଇଥିଲା ବେଳେ ୩୧୮ ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ଉପଲବ୍ଧ କରାଯାଇଛି। ଟିସିଏଫ୍‌‌କୁ ଆବଶ୍ୟକ ସରଞ୍ଜାମ ଯୋଗାଣ ପାଇଁ ଓଡ଼ିଶା ମେଡିକାଲ କର୍ପୋରେସନ୍‌‌ ଲିମିଟେଡ୍‌‌କୁ କୁହାଯାଇଛି। କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ଏସ୍‌‌ସିବି ମେଡିକାଲ କଲେଜ, ପାଣିକୋଇଲି ସ୍ଥିତ ଟିସିଏଫ୍‌‌ରେ ପ୍ରି ହସ୍ପିଟାଲ ଟ୍ରମା ଟେକ୍ନିସିଆନ୍‌‌ କୋର୍ସ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମାର୍ଗଦର୍ଶିକା ଅନୁସାରେ ଅନ୍ୟ ସ୍ଥାନରେ ଏହି ପାଠ୍ୟକ୍ରମ ଆରମ୍ଭ କରାଯିବ। ଏସ୍‌‌ସିବି ମେଡିକାଲ କଲେଜ, ବୁର୍ଲା ସ୍ଥିତ ଭୀମସାର ମେଡିକାଲ କଲେଜ ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଚିକିତ୍ସା ଭିତ୍ତିଭୂମି, ମାନବସମ୍ବଳ, ସଚେତନତା କାର୍ଯ୍ୟକ୍ରମ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଅନୁଦାନ ଯୋଗାଇବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ। ସେହିପରି ଟ୍ରମା କେୟାର ପାଇଁ ନର୍ସିଂ, ଫାର୍ମାସିଷ୍ଟ ତଥା ସହଯୋଗୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଗୋଲ୍ଡେନ୍‌‌ ଆୱାର ମଧ୍ୟରେ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ତାମିଲନାଡ଼ୁ ସରକାର ନେଇଥିବା ପଦକ୍ଷେପ ଅନୁଧ୍ୟାନ କରିବା ନିମନ୍ତେ ଖୁବ୍‌‌ ଶୀଘ୍ର ସ୍ୱାସ୍ଥ୍ୟ ଓ ପରିବହନ ଅଧିକାରୀଙ୍କର ଏକ ଦଳ ସେଠାକୁ ଗସ୍ତ କରିବ। ସେଠାରେ ନିଆଯାଇ ଥିବା ଭଲ ପଦକ୍ଷେପକୁ ଓଡ଼ିଶାରେ ଲାଗୁ କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

03 Apr 2023 By The Sakala

ଦୁର୍ଘଟଣାରେ ଶୂନ୍ୟ ଜୀବନହାନୀ ସୁନିଶ୍ଚିତ କରିବା ଲକ୍ଷ୍ୟ, ୫୫ ଟ୍ରମା କେୟାର ୟୁନିଟ୍‌‌ ସ୍ଥାପନ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ହ୍ରାସ କରିବା ଦିଗରେ ଜନସଚେତନତା ହେଉଛି ସବୁଠାରୁ ବଡ଼ ଅସ୍ତ୍ର। ତେବେ ସଡ଼କ ଦୁର୍ଘଟଣାରେ ଶୂନ୍ୟ ଜୀବନହାନିକୁ ଲକ୍ଷ୍ୟ ହାସଲ କରିବା ଦିଗରେ ବେଶ୍‌‌ ଉପାଦେୟ ସାବ୍ୟସ୍ତ ହେଉଛି ଟ୍ରମା କେୟାର ବ୍ୟବସ୍ଥା। ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ପର୍ଯ୍ୟନ୍ତ ଆହତ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଘରୋଇ ଡାକ୍ତରଖାନାରେ ଏହି ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ଟ୍ରମା କେୟାର ବ୍ୟବସ୍ଥାରେ ଉନ୍ନତି ଆଣିବା ଲକ୍ଷ୍ୟରେ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଜାତୀୟ ରାଜପଥର ପ୍ରତି ୫୦ କିମି ଅନ୍ତରରେ ଗୋଟିଏ ଲେବୁଲ-୩ ସ୍ତରର ଟ୍ରମା କେୟାର ପ୍ରତିଷ୍ଠା ସ୍ଥାପନ ଯୋଜନା ସହ ୫୫ଟିର କାର୍ଯ୍ୟ ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ଜାତୀୟ ରାଜପଥର ଦୁର୍ଘଟଣା ପ୍ରବଣ ଅଞ୍ଚଳକୁ ଚିହ୍ନଟ କରାଯାଇ ତାହାର ୫୦ କିମି ବ୍ୟବଧାନରେ ଗୋଟିଏ ଲେଖାଏଁ ଟ୍ରମା କେୟାର ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି। ରାଜ୍ୟ ସରକାରଙ୍କର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସବ୍‌‌ ଡିଭିଜନ୍‌‌ ହସ୍ପିଟାଲରେ ଟ୍ରମା କେୟାର ୟୁନିଟ୍‌‌ ସ୍ଥାପନ କରାଯିବ। ସେହିପରି ଏଥିରେ ଘରୋଇ ଡାକ୍ତରଖାନାକୁ ସାମିଲ କରାଯାଇ ରାଜ୍ୟ ସରକାର ସେଠାରେ ଟ୍ରମା କେୟାର ଭିତ୍ତିଭୂମି ସ୍ଥାପନରେ ସହଯୋଗ କରିବେ। ଯେ କୌଣସି ଦୁର୍ଘଟଣାଗ୍ରସ୍ତକୁ ସେଠାରେ ତୁରନ୍ତ ଚିକିତ୍ସା ପ୍ରଦାନ କରାଯିବ। ଦୁର୍ଘଟଣାର ଆହତଙ୍କ ଜୀବନ ରକ୍ଷା ପାଇଁ ପ୍ରଥମ ୪୮ ଘଣ୍ଟା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଏହି ସମୟରେ ଯଦି ରୋଗୀଙ୍କୁ ଉପଯୁକ୍ତ ସ୍ଥାନରେ ପହଞ୍ଚଯିବ ଏବଂ ଚିକିତ୍ସା ପାଇଁ ଅର୍ଥ ଦାବି କରା ନ ଯାଏ ତା ହେଲେ ଚିକିତ୍ସାରେ ଅବହେଳା ହେବ ନାହିଁ; ବରଂ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯାଇ ଜୀବନ ରକ୍ଷା କରାଯାଇ ପାରିବ। ଏଥିପାଇଁ ରାଜ୍ୟ ସରକାର ସଡ଼କ ସୁରକ୍ଷା ପାଣ୍ଠିରୁ ଖର୍ଚ୍ଚ ଭରଣା ବ୍ୟବସ୍ଥା କରିଛନ୍ତି। ଟ୍ରମା କେୟାର ଚିକିତ୍ସା ପାଇଁ ୧୮ଟି କର୍ପୋରେଟର ହସ୍ପିଟାଲକୁ ନିୟୋଜିତ କରାଯାଇଛି। ସେଠାରେ ଲେବୁଲ-୧ ସ୍ତରର ଟ୍ରମା କେୟାର ୟୁନିଟ୍‌‌ ରହିଛି।

ନୂଆ ଟ୍ରମା କେୟାର ସେଣ୍ଟର ନିର୍ମାଣ ସହିତ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି, ଭିତ୍ତିଭୂମି ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ନିକଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ସୁପ୍ରିମ୍‌‌ କୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ସୁପାରିସ ଅନୁସାରେ ଅଦ୍ୟାବଧି ରାଜ୍ୟ ସରକାର ୩୩ଟି ଟ୍ରମା କେୟାର ସେଣ୍ଟର (ଟିଏଫ୍‌‌ସି) ନିର୍ମାଣ ପାଇଁ ପଦକ୍ଷେପ ନେଇଛନ୍ତି। ଏହା ବାଦ୍‌‌ ୫୫ଟି ଲେବୁଲ୍‌‌-୩ ସ୍ତରର ଟ୍ରମା କେୟାର ପ୍ରତିଷ୍ଠା ପାଇଁ ଚଳିତ ବର୍ଷ ପଦକ୍ଷେପ ନିଆଯିବ। ଏନ୍‌‌ଏଚ୍‌‌ଏଆଇ ଚିହ୍ନଟ କରିଥିବା ମୋଟ ୮୯ ବ୍ଲାଇଣ୍ଡ ସ୍ପଟ ମଧ୍ୟରୁ ୮୪ଟି ସ୍ଥାନରେ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ଟ୍ରମା କେୟାର ସୁବିଧା ଥିବା ଡାକ୍ତରଖାନାରେ ମାନବସମ୍ବଳ, ଆବଶ୍ୟକ ଯନ୍ତ୍ରପତି ସମ୍ପର୍କରେ ସମୀକ୍ଷା କରାଯାଉଛି। ନୂଆ କାଜୁଆଲିଟି ଓ ଟ୍ରମା କେୟାର ଏବଂ ନିଃଶୁଳ୍କ ଟ୍ରମା ଚିକିତ୍ସା ପାଣ୍ଠି ଗଠନ ପ୍ରସ୍ତାବକୁ ଅର୍ଥ ବିଭାଗର ମଞ୍ଜୁରୀ ମିଳିଛି। ବର୍ତ୍ତମାନ ସୁଦ୍ଧା ୩୬ଟି ଟିଏଫ୍‌‌ସି ଆଇଆରଏଡି ପୋର୍ଟାଲରେ ପଞ୍ଜିକୃତ ହୋଇଥିଲା ବେଳେ ୩୧୮ ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ଉପଲବ୍ଧ କରାଯାଇଛି। ଟିସିଏଫ୍‌‌କୁ ଆବଶ୍ୟକ ସରଞ୍ଜାମ ଯୋଗାଣ ପାଇଁ ଓଡ଼ିଶା ମେଡିକାଲ କର୍ପୋରେସନ୍‌‌ ଲିମିଟେଡ୍‌‌କୁ କୁହାଯାଇଛି। କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ଏସ୍‌‌ସିବି ମେଡିକାଲ କଲେଜ, ପାଣିକୋଇଲି ସ୍ଥିତ ଟିସିଏଫ୍‌‌ରେ ପ୍ରି ହସ୍ପିଟାଲ ଟ୍ରମା ଟେକ୍ନିସିଆନ୍‌‌ କୋର୍ସ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମାର୍ଗଦର୍ଶିକା ଅନୁସାରେ ଅନ୍ୟ ସ୍ଥାନରେ ଏହି ପାଠ୍ୟକ୍ରମ ଆରମ୍ଭ କରାଯିବ। ଏସ୍‌‌ସିବି ମେଡିକାଲ କଲେଜ, ବୁର୍ଲା ସ୍ଥିତ ଭୀମସାର ମେଡିକାଲ କଲେଜ ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଚିକିତ୍ସା ଭିତ୍ତିଭୂମି, ମାନବସମ୍ବଳ, ସଚେତନତା କାର୍ଯ୍ୟକ୍ରମ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଅନୁଦାନ ଯୋଗାଇବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ। ସେହିପରି ଟ୍ରମା କେୟାର ପାଇଁ ନର୍ସିଂ, ଫାର୍ମାସିଷ୍ଟ ତଥା ସହଯୋଗୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଗୋଲ୍ଡେନ୍‌‌ ଆୱାର ମଧ୍ୟରେ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ତାମିଲନାଡ଼ୁ ସରକାର ନେଇଥିବା ପଦକ୍ଷେପ ଅନୁଧ୍ୟାନ କରିବା ନିମନ୍ତେ ଖୁବ୍‌‌ ଶୀଘ୍ର ସ୍ୱାସ୍ଥ୍ୟ ଓ ପରିବହନ ଅଧିକାରୀଙ୍କର ଏକ ଦଳ ସେଠାକୁ ଗସ୍ତ କରିବ। ସେଠାରେ ନିଆଯାଇ ଥିବା ଭଲ ପଦକ୍ଷେପକୁ ଓଡ଼ିଶାରେ ଲାଗୁ କରାଯିବ ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର