ଭୁବନେଶ୍ୱରରେ ଆରମ୍ଭ ହେବ ଭ୍ରାମ୍ୟମାଣ ଟିକାକରଣ
୪୫ ବର୍ଷରୁ ଅଧିକ ବୟସ୍କଙ୍କ ଦ୍ୱିତୀୟ ଡୋଜ ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଆସନ୍ତାକାଲିଠୁ ପାଇଲଟ ପ୍ରକଳ୍ପ ଭାବେ ଟିକାକରଣ କରାଯିବ। ଭୁବନେଶ୍ୱର ରସୁଲଗଡ଼ ଛକରେ ଥିବା ଏସପ୍ଲାନେଡ୍ ମଲର ପାର୍କିଂ ସ୍ଥଳରେ ଆରମ୍ଭ ହେବ ଭ୍ରାମ୍ୟମାଣ ଟିକାକରଣ। ପ୍ରଥମ ଦିନରେ ୪ଶହ ଜଣଙ୍କୁ ଦିଆଯିବ ଟିକା। ପରେ ଦୈନିକ ୫ଶହ ଲେଖାଏଁ ଟିକା ଦିଆଯିବ। ଏଥିପାଇଁ ଅନଲାଇନରେ ସ୍ଲଟ ବୁକିଂ କରିବାକୁ ପଡ଼ିବ। ଲକଡାଉନ ସମୟରେ ଯେଉଁମାନେ ଟିକା ନେବାକୁ ଯିବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର […]
୪୫ ବର୍ଷରୁ ଅଧିକ ବୟସ୍କଙ୍କ ଦ୍ୱିତୀୟ ଡୋଜ ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଆସନ୍ତାକାଲିଠୁ ପାଇଲଟ ପ୍ରକଳ୍ପ ଭାବେ ଟିକାକରଣ କରାଯିବ। ଭୁବନେଶ୍ୱର ରସୁଲଗଡ଼ ଛକରେ ଥିବା ଏସପ୍ଲାନେଡ୍ ମଲର ପାର୍କିଂ ସ୍ଥଳରେ ଆରମ୍ଭ ହେବ ଭ୍ରାମ୍ୟମାଣ ଟିକାକରଣ।
ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି
ପ୍ରଥମ ଦିନରେ ୪ଶହ ଜଣଙ୍କୁ ଦିଆଯିବ ଟିକା। ପରେ ଦୈନିକ ୫ଶହ ଲେଖାଏଁ ଟିକା ଦିଆଯିବ। ଏଥିପାଇଁ ଅନଲାଇନରେ ସ୍ଲଟ ବୁକିଂ କରିବାକୁ ପଡ଼ିବ। ଲକଡାଉନ ସମୟରେ ଯେଉଁମାନେ ଟିକା ନେବାକୁ ଯିବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ମୋଟର ସାଇକେଲରେ କେବଳ ଜଣେ ଏବଂ ଚାରି ଚକିଆ ଯାନରେ ହିତାଧିକାରୀ ଓ ତାଙ୍କ ଡ୍ରାଇଭର ଟିକାକରଣ ପାଇଁ ଆସିପାରିବେ।
ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ
ତେବେ ଏହା କେବଳ ଟ୍ରାଏଲରେ ଆରମ୍ଭ କରାୟାଇଛି । ଆଗାମୀ ଦିନରେ ଲୋକଙ୍କ ସୁବିଧା ଦୃଷ୍ଟିରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଏଭଳି ବ୍ୟବସ୍ଥା କରାଯିବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି।






