ବିଏମସି ପକ୍ଷରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଦ୍ବିତୀୟ ଡୋଜ୍ ଟିକାକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

The Sakala Picture
Published On

ଭୁବନେଶ୍ୱର: କରୋନା ସଂକ୍ରମଣ ଦୃତ ଗତିରେ ବ୍ୟାପୁଥିବା ବେଳେ ଟିକାକରଣକୁ ମଧ୍ୟ ଜୋରଦାର କରାଯାଇଛି। ରାଜଧାନୀ ଭୁବନେଶ୍ବରରେ କରୋନା ଟିକାକରଣ ପାଇଁ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମେ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଛି। ଅନ୍ୟପଟେ ଘରୋଇ ହସ୍ପିଟାଲରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକାଦାନ ବନ୍ଦ ରହିଛି। ଫଳରେ ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ୍ ଟିକା ନେଇଥିବା ଲୋକ ଭ୍ୟାକ୍ସିନ୍ କେଉଁଠି ନେବେ ଦ୍ୱନ୍ଦ୍ୱରେ ପଡ଼ିଥିଲେ । […]

ଭୁବନେଶ୍ୱର: କରୋନା ସଂକ୍ରମଣ ଦୃତ ଗତିରେ ବ୍ୟାପୁଥିବା ବେଳେ ଟିକାକରଣକୁ ମଧ୍ୟ ଜୋରଦାର କରାଯାଇଛି। ରାଜଧାନୀ ଭୁବନେଶ୍ବରରେ କରୋନା ଟିକାକରଣ ପାଇଁ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମେ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଛି। ଅନ୍ୟପଟେ ଘରୋଇ ହସ୍ପିଟାଲରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକାଦାନ ବନ୍ଦ ରହିଛି। ଫଳରେ ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ୍ ଟିକା ନେଇଥିବା ଲୋକ ଭ୍ୟାକ୍ସିନ୍ କେଉଁଠି ନେବେ ଦ୍ୱନ୍ଦ୍ୱରେ ପଡ଼ିଥିଲେ । ସେମାନଙ୍କ ଲାଗି ବିଏମସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ରସୁଲଗଡ଼ ସ୍ଥିତ ଏସପ୍ଲାନେଡ୍ ମଲର ପାର୍କିଂରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ। ଏଥିଲାଗି ଆଜି ଅପରାହ୍ଣ ୫ଟାରୁ ବୁକିଂ ଆରମ୍ଭ ହେବ। ମେ ୮ ତାରିଖ ଲାଗି ୪୦୦ ସ୍ଲଟ୍ ରହିଛି। ମେ ୯ରେ ରବିବାର ଟିକାକରଣ ବନ୍ଦ ରହିବ। ମେ ୧୦ରୁ ୧୫ ତାରିଖ ଯାଏ ୫୦୦ ସ୍ଲଟ୍ ରହିଛି । ଏସପ୍ଲାନେଡ୍ ମଲର ପ୍ରସ୍ଥାନ ଗେଟରେ ଟିକା ଦିଆଯିବ ବୋଲି ବିଏମସି ସୂଚନା ଦେଇଛି । ସ୍ଲଟ୍ ବୁକିଂ କରଥିବା ବ୍ୟକ୍ତି ମଲର ପ୍ରବେଶ ଗେଟ୍ ଦେଇ ପାର୍କିଂକୁ ଯିବେ । ଟିକାକରଣ ନହେବା ଯାଏ କେହି ଗାଡ଼ିରୁ ଓହ୍ଲାଇବେ ନାହିଁ। ଟିକାଦେବା ପରେ ପାର୍କିଂ ଏରିଆରେ ୩୦ ମିନିଟ୍ ଅପେକ୍ଷା କରିବା ପରେ ଯାଇ ପାରିବେ । ପ୍ରଥମ ଡୋଜ୍ ଟିକା ଘରୋଇ କିମ୍ବା ସରକାରୀ ଯେ କୌଣସି ସ୍ଥାନରେ ନେଇଥିଲେ ମଧ୍ୟ ଏସପ୍ଲାନେଡରେ ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ ।

07 May 2021 By The Sakala

https://www.thesakala.in/latest-odisha-news/drive-in-for-2nd-dose-of-covid19-vaccination-for-45-age-group-at-parking-lot-of-esplanade-mall/article-2028
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର