ଲିଭିଗଲା ଆଲୁଅ, ଏକ ଘଣ୍ଟା ପାଇଁ ଅନ୍ଧାର ହେଲା ସାରା ଦୁନିଆ; ବିଶ୍ୱ ପାଳିଲା ଆର୍ଥ ଆୱାର

The Sakala Picture
Published On

ଭୁବନେଶ୍ୱର: ବିଶ୍ୱ ପାଳିଲା ଆର୍ଥ ଆୱାର। ଏକ ଘଣ୍ଟା ପାଇଁ ଅନ୍ଧାର ହେଲା ସାରା ଦୁନିଆ । ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଗୋଟିଏ ଘଣ୍ଟା ପାଇଁ ସାରା ବିଶ୍ୱରେ ପାଳିତ ହୋଇଛି ଆର୍ଥ ଆୱାର । ଜଳବାୟୁ ପରିବର୍ତ୍ତନର ଆହ୍ୱାନ ଏବଂ ଶକ୍ତି ସଞ୍ଚୟର ବାର୍ତା ନେଇ ଆର୍ଥ ଆୱାର ପାଳିତ ହେଉଛି । ୱାର୍ଲଡ୍‌ ୱାଇଡ୍‌ ଫଣ୍ଡ ଫର୍‌ ନେଚର ବା WWF ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଉଛି […]

ଭୁବନେଶ୍ୱର: ବିଶ୍ୱ ପାଳିଲା ଆର୍ଥ ଆୱାର। ଏକ ଘଣ୍ଟା ପାଇଁ ଅନ୍ଧାର ହେଲା ସାରା ଦୁନିଆ । ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଗୋଟିଏ ଘଣ୍ଟା ପାଇଁ ସାରା ବିଶ୍ୱରେ ପାଳିତ ହୋଇଛି ଆର୍ଥ ଆୱାର । ଜଳବାୟୁ ପରିବର୍ତ୍ତନର ଆହ୍ୱାନ ଏବଂ ଶକ୍ତି ସଞ୍ଚୟର ବାର୍ତା ନେଇ ଆର୍ଥ ଆୱାର ପାଳିତ ହେଉଛି । ୱାର୍ଲଡ୍‌ ୱାଇଡ୍‌ ଫଣ୍ଡ ଫର୍‌ ନେଚର ବା WWF ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍‌ ରହିଛି ‘Invest on Our planet’ । ଏକ ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ଦେଶର ବିଭିନ୍ନ ସ୍ଥାନରେ ଏହାକୁ ପାଳନ କରାଯାଇଛି। କୋଲକତାର ହଓ୍ଵାରା ବ୍ରିଜ୍‌, ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନ, ଅକ୍ଷରଧାମ ମନ୍ଦିର, ମୁମ୍ବାଇରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସର ଲାଇଟକୁ ବନ୍ଦ ରଖାଯାଇଥିଲା। ନବୀନ ନିବାସରେ ମଧ୍ୟ ଆର୍ଥ ଆୱାର ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଘଣ୍ଟା ପାଇଁ ଅନ୍ଧାର ହୋଇଗଲା ନବୀନ ନିବାସ । ବନ୍ଦ ରହିଲା ସମସ୍ତ ଲାଇଟ୍ । ଆର୍ଥ ଆଓ୍ବାର ପାଇଁ ଲାଇଟ୍ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିଲେ ଆହ୍ବାନ । ତାଙ୍କ ଆହ୍ବାନ କ୍ରମେ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ନବୀନ ନିବାସର ସମସ୍ତ ଲାଇଟ୍ ବନ୍ଦ ରହିଥିଲା ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

କେବଳ ନବୀନ ନିବାସର ଲାଇଟ୍ ବନ୍ଦ ରହି ନଥିଲା । ଏହି ସମୟରେ ଲାଇଟ୍ ବନ୍ଦ ରଖିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ । ତାଙ୍କ ଆହ୍ବାନ କ୍ରମେ ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ ସହ ଲୋକମାନେ ଏହି ସମୟରେ ଲାଇଟ ବନ୍ଦ ରଖିଥିଲେ ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ଭୁବନେଶ୍ବର କମିଶନରେଟ ଅଫିସରେ ଲାଇଟ୍ ବନ୍ଦ ରହିଥିବା ବେଳେ ଷ୍ଟିଲ୍ ସିଟି ରାଉରକେଲା ଏକ ଘଣ୍ଟା ପାଇଁ ଅନ୍ଧାର ହୋଇଯାଇଥିଲା ।

ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ୨୦୦୪ରୁ ଆର୍ଥ ଆଓ୍ବାର ପାଳିତ ହୋଇ ଆସୁଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବିଜୁଳି ବନ୍ଦ ରଖିବାକୁ ରାଜ୍ୟବାସୀଙ୍କୁ ଦେଇଥିଲେ ଆହ୍ବାନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର