କରୋନାରେ ସିଆରପିଏଫ୍ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ ଦେହାନ୍ତ
ଭୁବନେଶ୍ୱର: କରୋନା ନେଲା ଆଉ ଜଣେ ଯୋଦ୍ଧାଙ୍କ ଜୀବନ । କୋଭିଡରେ ଆଖି ବୁଜିଲେ ଆଉ ଜଣେ କରୋନା ଯୋଦ୍ଧା । ଭୁବନେଶ୍ବର ସିଆରପିଏଫ୍ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ କୋଭିଡରେ ଦେହାନ୍ତ ହୋଇଥିବା ଜଣାପଡିଛି । କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ ସିଆରପିଏଫ୍ ଗ୍ରୁପ୍ ସେଣ୍ଟର ଡିଆଇଜି। ସୂଚନା ମୁତାବକ ଡିଆଇଜି ସୁନୀଲ କୁମାର ପାର୍ଥ ୨୬ ଏପ୍ରିଲରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଦେହ ଅସୁସ୍ଥ ହେବାରୁ ରାଜଧାନୀର ଏକ […]
ଭୁବନେଶ୍ୱର: କରୋନା ନେଲା ଆଉ ଜଣେ ଯୋଦ୍ଧାଙ୍କ ଜୀବନ । କୋଭିଡରେ ଆଖି ବୁଜିଲେ ଆଉ ଜଣେ କରୋନା ଯୋଦ୍ଧା । ଭୁବନେଶ୍ବର ସିଆରପିଏଫ୍ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ କୋଭିଡରେ ଦେହାନ୍ତ ହୋଇଥିବା ଜଣାପଡିଛି । କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ ସିଆରପିଏଫ୍ ଗ୍ରୁପ୍ ସେଣ୍ଟର ଡିଆଇଜି।
ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା
ସୂଚନା ମୁତାବକ ଡିଆଇଜି ସୁନୀଲ କୁମାର ପାର୍ଥ ୨୬ ଏପ୍ରିଲରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଦେହ ଅସୁସ୍ଥ ହେବାରୁ ରାଜଧାନୀର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି ।
ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
କରୋନା କାଳରେ ତାଙ୍କ କାର୍ଯ୍ୟଶୈଳୀକୁ ବେଶ ପ୍ରସଂସା କରାଯାଇଛି । ପ୍ରଥମ ୱେଭ୍ କରୋନା ସଂକ୍ରମଣ ବେଳେ ସିଆରପିଏଫ୍ କ୍ୟାମ୍ପସରେ ଜଣଙ୍କର ବି ମୃତ୍ୟୁ ହୋଇନଥିଲା । ସୁନୀଲଙ୍କ ନିଧନ ଅପୂରଣୟୀ କ୍ଷତି ସୃଷ୍ଟି କରିଛି ।






