ଶ୍ରୀମନ୍ଦିର ପାଇଁ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ୩୦୦ କୋଟିର ବଜେଟ; ଅର୍ଥ ସବକମିଟି ବୈଠକରେ ବ୍ୟୟ ବରାଦକୁ ମଞ୍ଜୁରୀ

The Sakala Picture
Published On

ପୁରୀ: ଶ୍ରୀମନ୍ଦିର ପାଇଁ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ୩୦୦କୋଟି ୭୯ ଲକ୍ଷ ଟଙ୍କାର ବଜେଟ୍‌‌ ପ୍ରସ୍ତୁତ ହୋଇଛି। ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଅର୍ଥ ସବ୍‌‌ କମିଟି ବୈଠକରେ ଏହି ବଜେଟ୍‌‌ ଅଟକଳ କରାଯାଇଛି। ତେବେ ପ୍ରସ୍ତୁତ ବଜେଟ୍‌‌ ଅନୁଯାୟୀ, ବିଭିନ୍ନ ଉତ୍ସରୁ ୩୦୦ କୋଟି ୭୯ ଲକ୍ଷ ଟଙ୍କା ଆୟ ଲକ୍ଷ ରଖାଯାଇଥିବା ବେଳେ ୨୬୨ କୋଟି ୪୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ରାଜସ୍ୱ ସୂତ୍ରରୁ ୧୮୭ କୋଟି ୭୩ ଲକ୍ଷ […]

ପୁରୀ: ଶ୍ରୀମନ୍ଦିର ପାଇଁ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ୩୦୦କୋଟି ୭୯ ଲକ୍ଷ ଟଙ୍କାର ବଜେଟ୍‌‌ ପ୍ରସ୍ତୁତ ହୋଇଛି। ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଅର୍ଥ ସବ୍‌‌ କମିଟି ବୈଠକରେ ଏହି ବଜେଟ୍‌‌ ଅଟକଳ କରାଯାଇଛି। ତେବେ ପ୍ରସ୍ତୁତ ବଜେଟ୍‌‌ ଅନୁଯାୟୀ, ବିଭିନ୍ନ ଉତ୍ସରୁ ୩୦୦ କୋଟି ୭୯ ଲକ୍ଷ ଟଙ୍କା ଆୟ ଲକ୍ଷ ରଖାଯାଇଥିବା ବେଳେ ୨୬୨ କୋଟି ୪୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ରାଜସ୍ୱ ସୂତ୍ରରୁ ୧୮୭ କୋଟି ୭୩ ଲକ୍ଷ ଆୟ ହେବାକୁ ଥିବା ବେଳେ ୧୪୩କୋଟି ୩୪ ଲକ୍ଷ ଟଙ୍କା ବ୍ୟୟ ହେବ। ଫଳରେ ରାଜସ୍ୱ ଆୟରୁ ୪୪ କୋଟି ୩୯ ଲକ୍ଷ ଟଙ୍କା ବଳକା ରହିବ ବୋଲି ଲକ୍ଷ୍ୟ ରଖାଯାଇଛି। ସେହିପରି ପୁଞ୍ଜି ଆୟ (ଦାନ ଓ ଅନ୍ୟାନ୍ୟ ସୂତ୍ରରୁ) ୧୧୩ କୋଟି ୬ ଲକ୍ଷ ଟଙ୍କା ଲକ୍ଷ୍ୟ ରହିଥିବା ବେଳେ ୧୧୯ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକର କରାଯାଇଛି। ଫଳରେ ପୁଞ୍ଜି ଆୟଠାରୁ ବ୍ୟୟ ୬ କୋଟି ୯ ଲକ୍ଷ ଟଙ୍କା ଅଧିକ ଅଟକଳ ହୋଇଛି। ମୋଟାମୋଟି ଏଥର ୩୮ କୋଟି ୩୦ ଲକ୍ଷ ଟଙ୍କାର ବଳକା ବଜେଟ୍‌‌ ପ୍ରସ୍ତୁତ ହୋଇଛି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଆୟ ମଧ୍ୟରେ ସର୍ବାଧିକ ୧୧୮ କୋଟି ୯୪ ଲକ୍ଷ ଟଙ୍କା ସରକାରୀ ସହାୟତା ଏବଂ ଜମି ଅଧିଗ୍ରହଣ କ୍ଷତିପୂରଣରୁ ୫୦ କୋଟି ଟଙ୍କା ମିଳିବ ବୋଲି ଲକ୍ଷ୍ୟ ରଖାଯାଇଛି। ଆୟର ଅନ୍ୟ ଏକ ବଡ଼ ଉତ୍ସ ହେଉଛି ସୁଧ ଅର୍ଥ। ଅର୍ଥାତ୍‌‌ ବିଭିନ୍ନ ବ୍ୟାଙ୍କରେ କର୍ପସ ଫଣ୍ଡ, ଫାଉଣ୍ଡେଶନ ଫଣ୍ଡ ଏବଂ ଟେମ୍ପୁଲ ଫଣ୍ଡରେ ମହାପ୍ରଭୁଙ୍କ ଟଙ୍କା ସ୍ଥାୟୀ ଜମା ରଖାଯାଇଛି। ସୁଧ ବାବଦରେ ପ୍ରାୟ ୬୦କୋଟି ୩୨ ଲକ୍ଷ ଟଙ୍କା ମିଳିବ। ସେହିପରି ମହାପ୍ରଭୁଙ୍କ ବିଭିନ୍ନ ଖଣିରୁ ୧୫ କୋଟି, ହୁଣ୍ଡି ଏବଂ ଦାନରୁ ୩୧.୩୯କୋଟି, ଭକ୍ତ ନିବାସରୁ ୧୦କୋଟି ୩୦ ଲକ୍ଷ ଏବଂ ଅନ୍ୟାନ୍ୟ ବାବଦରେ ୧୪ କୋଟି ୮୪ ଲକ୍ଷ ଟଙ୍କା ମିଳିବ ବୋଲି ଲକ୍ଷ୍ୟ ରଖିଛି ମନ୍ଦିର ପ୍ରଶାସନ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ସେହିପରି ବ୍ୟୟ ମଧ୍ୟରେ ସର୍ବାଧିକ କର୍ପସ ଫଣ୍ଡରେ ୫୯ କୋଟି ୪୬ ଲକ୍ଷ ଜମା କରାଯିବ। କର୍ମଚାରୀଙ୍କ ଦରମା ବାବଦରେ ୪୫ କୋଟି ୯୩ ଲକ୍ଷ, ମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣ ସହିତ ଅନ୍ୟାନ୍ୟ ବିକାଶମୂଳକ କାମ ବାବଦରେ ୨୬ କୋଟି ୮ ଲକ୍ଷ, ଫାଉଣ୍ଡେଶନ ଫଣ୍ଡରେ ଜମା ହେବ ୨୧କୋଟି ୫୦ ଲକ୍ଷ, ଦୈନିକ ପାଳିଆ ସେବକ ପୁରସ୍କାର ବାବଦରେ ୧୮ କୋଟି, ରଥଯାତ୍ରା ଏବଂ ସ୍ନାନଯାତ୍ରା ପାଇଁ ୧୬କୋଟି ୬୨ ଲକ୍ଷ, ନୀତିକାନ୍ତି ସମ୍ପର୍କୀତ ଖର୍ଚ୍ଚ ବାବଦରେ ୮କୋଟି ୮୯ ଲକ୍ଷ, ପିଣ୍ଡିକା, ପରିମାଣିକ ଏବଂ ଭିତରକାଠ ଦର୍ଶନୀ ପାଇଁ ସେବକଙ୍କୁ ୭ କୋଟି, ପ୍ରଶାସନିକ ବ୍ୟୟ ବାବଦ ୩୦କୋଟି ୫୬ଲକ୍ଷ, ସେବକ ପରିବାର ସ୍ୱାସ୍ଥ୍ୟ ବୀମା ପାଇଁ ୫ କୋଟି, ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ପାଇଁ ୫ କୋଟି, ସେବକଙ୍କ କଲ୍ୟାଣ ପାଇଁ ୫କୋଟି ୫୧ଲକ୍ଷ, ସେବକ ବାସଗୃହ ଯୋଜନା ନିମନ୍ତେ ୩କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ କହିଥିଲେ ଯେ, ଅର୍ଥ ସବ୍‌‌ କମିଟି ବୈଠକରେ ବଜେଟ୍‌‌ ଅଟକଳ ହୋଇଛି। ଗତବର୍ଷ ବଳକା ବଜେଟ୍‌‌ ଥିବାବେଳେ ଏଥର ମଧ୍ୟ ବଳକା ବଜେଟ୍‌‌ ପ୍ରସ୍ତୁତ ହୋଇଛି। ପରିଚାଳନା କମିଟି ବୈଠକରେ ବଜେଟ୍‌‌କୁ ଅନୁମୋଦନ ଦିଆଯିବ। ତେବେ ମହାପ୍ରଭୁଙ୍କ ଜମି ଡିଜିଟାଲାଇଜେସନ ପାଇଁ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାକୁ ରାଜ୍ୟ ସରକାର ଓର୍‌‌ସାକ୍‌‌କୁ ପ୍ରଦାନ କରିବେ ବୋଲି କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ସମେତ ଅର୍ଥ ସବ୍‌‌ କମିଟିର ସଦସ୍ୟମାନେ ଯୋଗଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର