ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ, ନବୀନ ଓଡ଼ିଶା ଗଠନ ପାଇଁ ଶପଥ ନେବେ ବିଜେଡି କର୍ମୀ

The Sakala Picture
Published On

ଭୁବନେଶ୍ବର: ନବୀନ ଓଡ଼ିଶା ଗଠନ କରିବା ପାଇଁ ବିଜୁ ଜୟନ୍ତୀରେ ଶପଥ ନେବେ ବିଜେଡି କର୍ମୀ। ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ ପାଳନ ନେଇ କର୍ମୀଙ୍କୁ ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମାର୍ଚ୍ଚ ୫ ତାରିଖରୁ ୨୫ ତାରିଖ ଯାଏଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀସ୍ତରରେ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ନବୀନ ଓଡିଶା ଗଠନ ଦିଗରେ ପ୍ରବନ୍ଧ, ତର୍କ, ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ। ବିଜୁ ଯୁବ […]

ଭୁବନେଶ୍ବର: ନବୀନ ଓଡ଼ିଶା ଗଠନ କରିବା ପାଇଁ ବିଜୁ ଜୟନ୍ତୀରେ ଶପଥ ନେବେ ବିଜେଡି କର୍ମୀ। ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ ପାଳନ ନେଇ କର୍ମୀଙ୍କୁ ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମାର୍ଚ୍ଚ ୫ ତାରିଖରୁ ୨୫ ତାରିଖ ଯାଏଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀସ୍ତରରେ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ନବୀନ ଓଡିଶା ଗଠନ ଦିଗରେ ପ୍ରବନ୍ଧ, ତର୍କ, ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ବିଜୁ ଯୁବ ଏବଂ ଛାତ୍ର ଜନତା ଦଳକୁ ଏଥିପାଇଁ ଦାୟିତ୍ବ ଦିଆଯାଇଛି। ଏପ୍ରିଲ ୧୭ରେ ବିଜୟୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ମାର୍ଚ୍ଚ ୮ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ରାଜ୍ୟସ୍ତରରେ ପାଳନ କରାଯିବ। ମାର୍ଚ୍ଚ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ମହିଳା ସମାବେଶ ଆୟୋଜନ କରାଯିବ। ରାଜ୍ୟରେ ମହିଳାଙ୍କ ସାମାଜିକ, ଅର୍ଥନୈତିକ ସଶକ୍ତିକରଣ ଦିଗରେ ବିଜୁବାବୁଙ୍କ ଅବଦାନ ଓ ରାଜ୍ୟ ସରକାରଙ୍କ ମହିଳା କଲ୍ୟାଣ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯିବ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ମାର୍ଚ୍ଚ ୫ ତାରିଖରେ ସକାଳ ୬ଟାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣରୁ ବିଜୁ ଜୟନ୍ତୀ ପାଳନର ଶୁଭାରମ୍ଭ କରାଯିବ। ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସାଇକେଲ ଶୋଭାଯାତ୍ରା କରାଯିବ। ଅପରାହ୍ନରେ କର୍ମକର୍ତ୍ତାଙ୍କୁ ନେଇ ସାଧାରଣ ସଭା ଆୟୋଜନ କରାଯିବ । ଏଥିରେ ନବୀନ ଓଡ଼ିଶା ଗଠନ ପାଇଁ ଶପଥ ନେବେ କର୍ମୀ ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର