ଆଜି ବିଧାନସଭାରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍

The Sakala Picture
Published On

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଆଜି ଗୃହରେ ଆଗତ ହେବ। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ଉପସ୍ଥାପନ କରିବେ। ଏହାକୁ ନେଇ ସାଧାରଣରେ ବେଶ୍‌‌ ଉତ୍କଣ୍ଠା ପ୍ରକାଶ ପାଇଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରଙ୍କ ପଞ୍ଚମ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାରୁ ରାଜ୍ୟ ସରକାର ଏଥିରେ କିଛି ନୂଆ ଯୋଜନା ଆଣିପାରନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ ସ୍ଥିରୀକରଣ ପାଣ୍ଠି ପରି ଦୀର୍ଘମିଆଦୀ ତଥା ପ୍ରଭାବୀ, ଲକ୍ଷ୍ୟଭଦେୀ ଯୋଜନାର […]

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଆଜି ଗୃହରେ ଆଗତ ହେବ। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ଉପସ୍ଥାପନ କରିବେ। ଏହାକୁ ନେଇ ସାଧାରଣରେ ବେଶ୍‌‌ ଉତ୍କଣ୍ଠା ପ୍ରକାଶ ପାଇଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରଙ୍କ ପଞ୍ଚମ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାରୁ ରାଜ୍ୟ ସରକାର ଏଥିରେ କିଛି ନୂଆ ଯୋଜନା ଆଣିପାରନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ ସ୍ଥିରୀକରଣ ପାଣ୍ଠି ପରି ଦୀର୍ଘମିଆଦୀ ତଥା ପ୍ରଭାବୀ, ଲକ୍ଷ୍ୟଭଦେୀ ଯୋଜନାର ଶୁଭାରମ୍ଭ କରିଥିଲେ। ତେଣୁ ରାଜ୍ୟ ସରକାର ନିଜ ଶେଷ ପୂର୍ଣ୍ଣାଙ୍ଗ ବଜେଟରେ ଏପରି କିଛି ଜନମଙ୍ଗଳକାରୀ ଯୋଜନା ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ମନେ କରାଯାଉଛି।

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

ସୂଚନା ଅନୁଯାୟୀ,  ଆଜି ଗୃହକାର୍ଯ୍ୟର ଦ୍ୱିତୀୟାର୍ଦ୍ଧରେ ଅର୍ଥମନ୍ତ୍ରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିବେ। ରାଜ୍ୟ ସରକାରଙ୍କ ଫ୍ଲାଗସିପ୍‌‌ ଯୋଜନା ଯଥା ବିଏସ୍‌‌କେୱାଇ, କାଳିଆର ଲୋକପ୍ରିୟତା ଏବେ ଶୀର୍ଷରେ ଥିବାବେଳେ ଏହାକୁ ଅନ୍ୟ ସରକାର ଅନୁକରଣ କରୁଛନ୍ତି। ଏହି ଦୁଇ ଯୋଜନା ସାଧାରଣ ଲୋକ ଏବଂ ଚାଷୀଙ୍କ ପାଇଁ ବରଦାନ ସାଜିଛି। ତେଣୁ ଏହି ଯୋଜନା ପାଇଁ ଅଧିକ ବ୍ୟୟବରାଦ ହେବାର ସମ୍ଭାବନା ରହିଛି। ସେହିପରି ଆଗତ ହେବାକୁ ଥିବା ବଜେଟରେ ଅଧିକ ବ୍ୟୟବରାଦ ହୋଇପାରେ। ଭିତ୍ତିଭୂମି ବିକାଶ, ରୂପାନ୍ତରଣ କାର୍ଯ୍ୟକ୍ରମକୁ ସରକାର ଏବେ ବେଶ୍‌‌ ପ୍ରାଧାନ୍ୟ ଦେଉଥିବା ବେଳେ ବଜେଟରେ ଏନେଇ ଅଧିକ ବ୍ୟୟବରାଦ ହେବାର ସମ୍ଭାବନା ରହିଛି ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ୨୦୨୩-୨୪ ବର୍ଷ ପାଇଁ ଆଗତ ହେବାକୁ ଥିବା ବଜେଟର ଆକାର ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ ହେବା ନେଇ ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

24 Feb 2023 By The Sakala

ଆଜି ବିଧାନସଭାରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଆଜି ଗୃହରେ ଆଗତ ହେବ। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ଉପସ୍ଥାପନ କରିବେ। ଏହାକୁ ନେଇ ସାଧାରଣରେ ବେଶ୍‌‌ ଉତ୍କଣ୍ଠା ପ୍ରକାଶ ପାଇଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରଙ୍କ ପଞ୍ଚମ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାରୁ ରାଜ୍ୟ ସରକାର ଏଥିରେ କିଛି ନୂଆ ଯୋଜନା ଆଣିପାରନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ ସ୍ଥିରୀକରଣ ପାଣ୍ଠି ପରି ଦୀର୍ଘମିଆଦୀ ତଥା ପ୍ରଭାବୀ, ଲକ୍ଷ୍ୟଭଦେୀ ଯୋଜନାର ଶୁଭାରମ୍ଭ କରିଥିଲେ। ତେଣୁ ରାଜ୍ୟ ସରକାର ନିଜ ଶେଷ ପୂର୍ଣ୍ଣାଙ୍ଗ ବଜେଟରେ ଏପରି କିଛି ଜନମଙ୍ଗଳକାରୀ ଯୋଜନା ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ମନେ କରାଯାଉଛି।

ସୂଚନା ଅନୁଯାୟୀ,  ଆଜି ଗୃହକାର୍ଯ୍ୟର ଦ୍ୱିତୀୟାର୍ଦ୍ଧରେ ଅର୍ଥମନ୍ତ୍ରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିବେ। ରାଜ୍ୟ ସରକାରଙ୍କ ଫ୍ଲାଗସିପ୍‌‌ ଯୋଜନା ଯଥା ବିଏସ୍‌‌କେୱାଇ, କାଳିଆର ଲୋକପ୍ରିୟତା ଏବେ ଶୀର୍ଷରେ ଥିବାବେଳେ ଏହାକୁ ଅନ୍ୟ ସରକାର ଅନୁକରଣ କରୁଛନ୍ତି। ଏହି ଦୁଇ ଯୋଜନା ସାଧାରଣ ଲୋକ ଏବଂ ଚାଷୀଙ୍କ ପାଇଁ ବରଦାନ ସାଜିଛି। ତେଣୁ ଏହି ଯୋଜନା ପାଇଁ ଅଧିକ ବ୍ୟୟବରାଦ ହେବାର ସମ୍ଭାବନା ରହିଛି। ସେହିପରି ଆଗତ ହେବାକୁ ଥିବା ବଜେଟରେ ଅଧିକ ବ୍ୟୟବରାଦ ହୋଇପାରେ। ଭିତ୍ତିଭୂମି ବିକାଶ, ରୂପାନ୍ତରଣ କାର୍ଯ୍ୟକ୍ରମକୁ ସରକାର ଏବେ ବେଶ୍‌‌ ପ୍ରାଧାନ୍ୟ ଦେଉଥିବା ବେଳେ ବଜେଟରେ ଏନେଇ ଅଧିକ ବ୍ୟୟବରାଦ ହେବାର ସମ୍ଭାବନା ରହିଛି ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ୨୦୨୩-୨୪ ବର୍ଷ ପାଇଁ ଆଗତ ହେବାକୁ ଥିବା ବଜେଟର ଆକାର ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ ହେବା ନେଇ ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର