ଦିବଂଗତ ବିଧାୟକ ନବ ଦାସଙ୍କ ସମ୍ମାନରେ ବନ୍ଦ ରହିଲା ଆଜିର ଗୃହ କାର୍ଯ୍ୟ

The Sakala Picture
Published On

ଭୁବନେଶ୍ବର: ଦିବଂଗତ ବିଧାୟକ ନବ ଦାସଙ୍କ ସମ୍ମାନରେ ଆଜିର ଗୃହ କାର୍ଯ୍ୟ ବନ୍ଦ ରହିଲା। ଆସନ୍ତାକାଲି ଦିନ ୧୦ଟା ୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ ଆରୁଖ । ଗୃହରେ ଦିବଂଗତ ମନ୍ତ୍ରୀ ଓ ବିଧାୟକଙ୍କ ଉଦେଶ୍ୟରେ ପ୍ରଥମେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିବଙ୍ଗତ ସଦସ୍ୟ ନବକିଶୋର ଦାସ, ଗଙ୍ଗାଧର ଦାସ ଓ ଅର୍ଜୁନ ଚରଣ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ନବଦାସଙ୍କ ଦେହାନ୍ତଙ୍କୁ ନେଇ ମର୍ମାହତ […]

ଭୁବନେଶ୍ବର: ଦିବଂଗତ ବିଧାୟକ ନବ ଦାସଙ୍କ ସମ୍ମାନରେ ଆଜିର ଗୃହ କାର୍ଯ୍ୟ ବନ୍ଦ ରହିଲା। ଆସନ୍ତାକାଲି ଦିନ ୧୦ଟା ୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ ଆରୁଖ ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଗୃହରେ ଦିବଂଗତ ମନ୍ତ୍ରୀ ଓ ବିଧାୟକଙ୍କ ଉଦେଶ୍ୟରେ ପ୍ରଥମେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିବଙ୍ଗତ ସଦସ୍ୟ ନବକିଶୋର ଦାସ, ଗଙ୍ଗାଧର ଦାସ ଓ ଅର୍ଜୁନ ଚରଣ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ନବଦାସଙ୍କ ଦେହାନ୍ତଙ୍କୁ ନେଇ ମର୍ମାହତ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଓଡିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ସ୍ୱର୍ଗତ ଦାସଙ୍କ ଅବଦାନ ଅତୁଳନୀୟ । କୋଭିଡ ମହାମାରୀ ସମୟରେ ଓଡିଶାରେ ଯେପରି ଭାବରେ ପରିଚାଳନା କରିଛନ୍ତି ତାହା ସର୍ବଦା ମନେ ରହିବ। ମେଡିକାଲ କଲେଜ ନିର୍ମାଣ ଠାରୁ କୋଭିଡ ପରିଚାଳନାରେ ନବଦାସଙ୍କ ଭୂମିକା ରାଜ୍ୟବାସୀଙ୍କ ମନରେ ସର୍ବଦା ମନେ ରହିବ ବୋଲି ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସମର୍ଥନ କରିଥିଲେ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବାମପନ୍ଥୀ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ। ପରେ ବାଚସ୍ପତି ବିକ୍ରମ ଆରୁଖ ଏହି ଶୋକ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଦିବଂଗତ ସଦସ୍ୟଙ୍କ ଉଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ସମସ୍ତ ବିଧାୟକ । ଏହାପରେ ଦିବଂଗତ ବିଧାୟକ ନବ ଦାସଙ୍କ ସମ୍ମାନରେ ଆସନ୍ତାକିଲା ଦିନ ୧୦ଟା ୩୦ ଯାଏ ଗୃହକୁ ମୁଳତବୀ ଘୋଷଣା କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର