ଚଳନ୍ତା ଟ୍ରେନ୍‌‌ରୁ ଡେଇଁପଡ଼ିଲେ ଯୁବକ, ମୃତ୍ୟୁ ମୁହଁରୁ ଟାଣି ଆଣିଲେ ଆରପିଏଫ୍‌ କନଷ୍ଟେବଳ ସୂର୍ଯ୍ୟକାନ୍ତ ସାହୁ

The Sakala Picture
Published On

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନରେ ଏକ ଚଳନ୍ତା ଟ୍ରେନରୁ ଜଣେ ଯୁବକ ପ୍ଲାଟଫର୍ମକୁ ଡେଇଁପନ୍ତିଛନ୍ତି। ସେ ଟ୍ରେନରୁ ଡେଇଁ ରେଳଧାରଣା ଭିତରକୁ ଟାଣି ହୋଇ ଯାଉଥିବାବେଳେ ସେଠାରେ କାର୍ଯ୍ୟରତ ଜଣେ ଆରପିଏଫ କନଷ୍ଟେବଳ ତାଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇ ଦେଇଛନ୍ତି। ରବିବାର ଅପରାହ୍ନ ୧୨ଟା ୪୦ରେ ବ୍ରହ୍ମପୁର ରେଳ ଷ୍ଟେସନ ୧ନଂ ପ୍ଲାଟଫର୍ମରେ ଏହି ଘଟଣା ଘଟିଛି। ଉଦ୍ଧାର ହୋଇଥିବା ଯୁବକ ଜଣକ ହେଲେ ଆସାମ ଜଖଲବନ୍ଧ ଥାନା ସକମୁଠିର ଜୟଶଙ୍କର ମୁଣ୍ଡା (୩୪)। ଜୟଶଙ୍କର […]

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନରେ ଏକ ଚଳନ୍ତା ଟ୍ରେନରୁ ଜଣେ ଯୁବକ ପ୍ଲାଟଫର୍ମକୁ ଡେଇଁପନ୍ତିଛନ୍ତି। ସେ ଟ୍ରେନରୁ ଡେଇଁ ରେଳଧାରଣା ଭିତରକୁ ଟାଣି ହୋଇ ଯାଉଥିବାବେଳେ ସେଠାରେ କାର୍ଯ୍ୟରତ ଜଣେ ଆରପିଏଫ କନଷ୍ଟେବଳ ତାଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇ ଦେଇଛନ୍ତି। ରବିବାର ଅପରାହ୍ନ ୧୨ଟା ୪୦ରେ ବ୍ରହ୍ମପୁର ରେଳ ଷ୍ଟେସନ ୧ନଂ ପ୍ଲାଟଫର୍ମରେ ଏହି ଘଟଣା ଘଟିଛି। ଉଦ୍ଧାର ହୋଇଥିବା ଯୁବକ ଜଣକ ହେଲେ ଆସାମ ଜଖଲବନ୍ଧ ଥାନା ସକମୁଠିର ଜୟଶଙ୍କର ମୁଣ୍ଡା (୩୪)।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ଜୟଶଙ୍କର ଓ ତାଙ୍କ ପତ୍ନୀ ଜଖଲବନ୍ଧରୁ ଚେନ୍ନାଇ ଯାଉଥିଲେ। ସେମାନେ ବ୍ରହ୍ମପୁରରେ ଓହ୍ଲାଇ ଅନ୍ୟ ଏକ ଟ୍ରେନରେ ଚେନ୍ନାଇ ଯିବାକୁ ଯୋଜନା କରିଥିଲେ। ଏହି ସମୟରେ ହାୱଡ଼ା ମେଲ ଏକ୍ସପ୍ରେସ ଟ୍ରେନ ଚେନ୍ନାଇରୁ ଭୁବନେଶ୍ୱର ଯାଉଥିଲା। ଏହି ଟ୍ରେନ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ଜୟଶଙ୍କର ଓ ତାଙ୍କ ପତ୍ନୀ ସେଥିରେ ଚଢ଼ିଥିଲେ। ହେଲେ ସେମାନେ ଚେନ୍ନାଇ ଯିବା ବଦଳରେ ଭୁଲ ଟ୍ରେନ୍‌‌ରେ ଚଢ଼ି ଯାଇଥିବା ଜାଣିବାକୁ ପାଇଥିଲେ। ଟ୍ରେନ ଷ୍ଟେସନରେ ଠିଆ ହୋଇଥିବା ବେଳେ ଜୟଶଙ୍କରଙ୍କ ପତ୍ନୀ ତଳକୁ ଓହ୍ଲାଇ ସାରିଥିଲେ। କିନ୍ତୁ ଜୟଶଙ୍କର ଓହ୍ଲାଇବା ବେଳକୁ ଟ୍ରେନ ଷ୍ଟେସନରୁ ଛାଡ଼ି ଦେଇଥିଲା। ଟ୍ରେନ ଚାଲୁଥିବା ଅବସ୍ଥାରେ ଜୟଶଙ୍କର ୧ନଂ ପ୍ଲାଟଫର୍ମକୁ ଡେଇଁପଡ଼ିଥିଲେ। ଟ୍ରେନରୁ ଡେଇଁବା ପରେ ସେ ପ୍ଲାଟଫର୍ମରେ ପଡ଼ିଯାଇଥିଲେ ଏବଂ ତାଙ୍କ ଶରୀର ଟ୍ରେନ୍‌‌ ଓ ପ୍ଲାଟଫର୍ମ ଭିତରେ ଚାପି ହେବାକୁ ଯାଉଥିଲା। ଏହି ସମୟରେ ପ୍ଲାଟଫର୍ମରେ କାର୍ଯ୍ୟରତ ଆରପିଏଫ କନଷ୍ଟେବଳ ସୂର୍ଯ୍ୟକାନ୍ତ ସାହୁ ତୁରନ୍ତ ତାଙ୍କ ନିକଟକୁ ଦୌଡ଼ି ଆସି ତାଙ୍କୁ ଦୂରକୁ ଟାଣି ନେଇଥିଲେ। ଫଳରେ ଜୟଶଙ୍କରଙ୍କ ଜୀବନ ବଞ୍ଚିଯାଇଛି। ତେବେ ସେ ସାମାନ୍ୟ ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

20 Feb 2023 By The Sakala

ଚଳନ୍ତା ଟ୍ରେନ୍‌‌ରୁ ଡେଇଁପଡ଼ିଲେ ଯୁବକ, ମୃତ୍ୟୁ ମୁହଁରୁ ଟାଣି ଆଣିଲେ ଆରପିଏଫ୍‌ କନଷ୍ଟେବଳ ସୂର୍ଯ୍ୟକାନ୍ତ ସାହୁ

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନରେ ଏକ ଚଳନ୍ତା ଟ୍ରେନରୁ ଜଣେ ଯୁବକ ପ୍ଲାଟଫର୍ମକୁ ଡେଇଁପନ୍ତିଛନ୍ତି। ସେ ଟ୍ରେନରୁ ଡେଇଁ ରେଳଧାରଣା ଭିତରକୁ ଟାଣି ହୋଇ ଯାଉଥିବାବେଳେ ସେଠାରେ କାର୍ଯ୍ୟରତ ଜଣେ ଆରପିଏଫ କନଷ୍ଟେବଳ ତାଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇ ଦେଇଛନ୍ତି। ରବିବାର ଅପରାହ୍ନ ୧୨ଟା ୪୦ରେ ବ୍ରହ୍ମପୁର ରେଳ ଷ୍ଟେସନ ୧ନଂ ପ୍ଲାଟଫର୍ମରେ ଏହି ଘଟଣା ଘଟିଛି। ଉଦ୍ଧାର ହୋଇଥିବା ଯୁବକ ଜଣକ ହେଲେ ଆସାମ ଜଖଲବନ୍ଧ ଥାନା ସକମୁଠିର ଜୟଶଙ୍କର ମୁଣ୍ଡା (୩୪)।

ଜୟଶଙ୍କର ଓ ତାଙ୍କ ପତ୍ନୀ ଜଖଲବନ୍ଧରୁ ଚେନ୍ନାଇ ଯାଉଥିଲେ। ସେମାନେ ବ୍ରହ୍ମପୁରରେ ଓହ୍ଲାଇ ଅନ୍ୟ ଏକ ଟ୍ରେନରେ ଚେନ୍ନାଇ ଯିବାକୁ ଯୋଜନା କରିଥିଲେ। ଏହି ସମୟରେ ହାୱଡ଼ା ମେଲ ଏକ୍ସପ୍ରେସ ଟ୍ରେନ ଚେନ୍ନାଇରୁ ଭୁବନେଶ୍ୱର ଯାଉଥିଲା। ଏହି ଟ୍ରେନ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ଜୟଶଙ୍କର ଓ ତାଙ୍କ ପତ୍ନୀ ସେଥିରେ ଚଢ଼ିଥିଲେ। ହେଲେ ସେମାନେ ଚେନ୍ନାଇ ଯିବା ବଦଳରେ ଭୁଲ ଟ୍ରେନ୍‌‌ରେ ଚଢ଼ି ଯାଇଥିବା ଜାଣିବାକୁ ପାଇଥିଲେ। ଟ୍ରେନ ଷ୍ଟେସନରେ ଠିଆ ହୋଇଥିବା ବେଳେ ଜୟଶଙ୍କରଙ୍କ ପତ୍ନୀ ତଳକୁ ଓହ୍ଲାଇ ସାରିଥିଲେ। କିନ୍ତୁ ଜୟଶଙ୍କର ଓହ୍ଲାଇବା ବେଳକୁ ଟ୍ରେନ ଷ୍ଟେସନରୁ ଛାଡ଼ି ଦେଇଥିଲା। ଟ୍ରେନ ଚାଲୁଥିବା ଅବସ୍ଥାରେ ଜୟଶଙ୍କର ୧ନଂ ପ୍ଲାଟଫର୍ମକୁ ଡେଇଁପଡ଼ିଥିଲେ। ଟ୍ରେନରୁ ଡେଇଁବା ପରେ ସେ ପ୍ଲାଟଫର୍ମରେ ପଡ଼ିଯାଇଥିଲେ ଏବଂ ତାଙ୍କ ଶରୀର ଟ୍ରେନ୍‌‌ ଓ ପ୍ଲାଟଫର୍ମ ଭିତରେ ଚାପି ହେବାକୁ ଯାଉଥିଲା। ଏହି ସମୟରେ ପ୍ଲାଟଫର୍ମରେ କାର୍ଯ୍ୟରତ ଆରପିଏଫ କନଷ୍ଟେବଳ ସୂର୍ଯ୍ୟକାନ୍ତ ସାହୁ ତୁରନ୍ତ ତାଙ୍କ ନିକଟକୁ ଦୌଡ଼ି ଆସି ତାଙ୍କୁ ଦୂରକୁ ଟାଣି ନେଇଥିଲେ। ଫଳରେ ଜୟଶଙ୍କରଙ୍କ ଜୀବନ ବଞ୍ଚିଯାଇଛି। ତେବେ ସେ ସାମାନ୍ୟ ଆହତ ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର