ଜେନେରେଟର୍‌ ଧୂଆଁ ହେଲା କାଳ; ଘରେ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ, ଜଣେ ଗୁରୁତର

The Sakala Picture
Published On

ମୋହନା: ଜେନେରେଟର୍‌ ଧୂଆଁ ହେଲା କାଳ । ଘରେ ଶୋଇଥିବା ବେଳେ ଜେନେରେଟର୍‌ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଧୂଆଁ ଯୋଗୁଁ ଅନ୍ୟ ଜଣେ ଗୁରୁତର ମଧ୍ୟ ହୋଇଛନ୍ତି । ଗଜପତି ଜିଲ୍ଲା ମୋହନାର ଆର୍ ଉଦୟଗିରି ଥାନା ଅନ୍ତର୍ଗତ ବେତେରସିଂ ଗାଁରେ ଘଟିଛି ଏହି ଅଘଟଣ । ମୃତକଙ୍କ ମଧ୍ୟରେ ଗଣେଷ ନାୟକ(୨୦) ଅମ୍ବିକା ନାୟକ (୧୨) ଥିବା ବେଳେ ଝୁମୁରି ନାୟକ(୭) ଗୁରୁତର ଥିବା ଜଣାପଡିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ […]

ମୋହନା: ଜେନେରେଟର୍‌ ଧୂଆଁ ହେଲା କାଳ । ଘରେ ଶୋଇଥିବା ବେଳେ ଜେନେରେଟର୍‌ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଧୂଆଁ ଯୋଗୁଁ ଅନ୍ୟ ଜଣେ ଗୁରୁତର ମଧ୍ୟ ହୋଇଛନ୍ତି । ଗଜପତି ଜିଲ୍ଲା ମୋହନାର ଆର୍ ଉଦୟଗିରି ଥାନା ଅନ୍ତର୍ଗତ ବେତେରସିଂ ଗାଁରେ ଘଟିଛି ଏହି ଅଘଟଣ । ମୃତକଙ୍କ ମଧ୍ୟରେ ଗଣେଷ ନାୟକ(୨୦) ଅମ୍ବିକା ନାୟକ (୧୨) ଥିବା ବେଳେ ଝୁମୁରି ନାୟକ(୭) ଗୁରୁତର ଥିବା ଜଣାପଡିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

ସୂଚନା ଅନୁସାରେ, ବେତାରସିଂ ଗାଁର କମଳ ନାୟକଙ୍କ ପରିବାରରେ ଭୋଜି ଚାଲିଥିଲା । ହେଲେ କମଳ ନାୟକଙ୍କ ପରିବାର ଭୋଜି ଭାତ ଖାଇ ଘରେ ଶୋଇଥିଲେ । ସକାଳୁ ସେମାନେ ଘରୁ ନ ଉଠିବାରୁ ଭୋର ୪ଟା ସମୟରେ ପରିବାର ଲୋକେ ଉଠାଇଥିଲେ । ଘର ସମୁଖରେ ଗୋଟିଏ ଜେନେରେଟର୍ ଲାଗିଥିଲା । ଜେନେରେଟର୍‌ ଧୂଆଁ ଯୋଗୁଁ ସମସ୍ତେ ଶ୍ୱାସରୁଦ୍ଧ ହୋଇଥିବା ଅନୁମାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ଲୋକ ଭବନରେ ୨ ଆଇଆର୍‌ଏସ୍‌ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣା, ନିନ୍ଦା କଲା ବିଜେଡି

ପରିବାର ଲୋକେ ଗୋଟିଏ ଅଟୋ ସାହାଯ୍ୟରେ ସକାଳୁ ସକାଳୁ ସେମାନଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଗଣେଶ ନାୟକ ଓ ଅମ୍ବିକା ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଝୁମୁରି ନାୟକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଏନେଇ ଡାକ୍ତରଖାନାରେ ଚନ୍ଦ୍ରଗିରି ପୋଲିସ ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।

ଆହୁରି ପଢ଼ନ୍ତୁ:  INS ଚିଲିକାରେ ଆଉ ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

18 Feb 2023 By The Sakala

ଜେନେରେଟର୍‌ ଧୂଆଁ ହେଲା କାଳ; ଘରେ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ, ଜଣେ ଗୁରୁତର

ମୋହନା: ଜେନେରେଟର୍‌ ଧୂଆଁ ହେଲା କାଳ । ଘରେ ଶୋଇଥିବା ବେଳେ ଜେନେରେଟର୍‌ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଧୂଆଁ ଯୋଗୁଁ ଅନ୍ୟ ଜଣେ ଗୁରୁତର ମଧ୍ୟ ହୋଇଛନ୍ତି । ଗଜପତି ଜିଲ୍ଲା ମୋହନାର ଆର୍ ଉଦୟଗିରି ଥାନା ଅନ୍ତର୍ଗତ ବେତେରସିଂ ଗାଁରେ ଘଟିଛି ଏହି ଅଘଟଣ । ମୃତକଙ୍କ ମଧ୍ୟରେ ଗଣେଷ ନାୟକ(୨୦) ଅମ୍ବିକା ନାୟକ (୧୨) ଥିବା ବେଳେ ଝୁମୁରି ନାୟକ(୭) ଗୁରୁତର ଥିବା ଜଣାପଡିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ବେତାରସିଂ ଗାଁର କମଳ ନାୟକଙ୍କ ପରିବାରରେ ଭୋଜି ଚାଲିଥିଲା । ହେଲେ କମଳ ନାୟକଙ୍କ ପରିବାର ଭୋଜି ଭାତ ଖାଇ ଘରେ ଶୋଇଥିଲେ । ସକାଳୁ ସେମାନେ ଘରୁ ନ ଉଠିବାରୁ ଭୋର ୪ଟା ସମୟରେ ପରିବାର ଲୋକେ ଉଠାଇଥିଲେ । ଘର ସମୁଖରେ ଗୋଟିଏ ଜେନେରେଟର୍ ଲାଗିଥିଲା । ଜେନେରେଟର୍‌ ଧୂଆଁ ଯୋଗୁଁ ସମସ୍ତେ ଶ୍ୱାସରୁଦ୍ଧ ହୋଇଥିବା ଅନୁମାନ କରାଯାଉଛି ।

ପରିବାର ଲୋକେ ଗୋଟିଏ ଅଟୋ ସାହାଯ୍ୟରେ ସକାଳୁ ସକାଳୁ ସେମାନଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଗଣେଶ ନାୟକ ଓ ଅମ୍ବିକା ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଝୁମୁରି ନାୟକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଏନେଇ ଡାକ୍ତରଖାନାରେ ଚନ୍ଦ୍ରଗିରି ପୋଲିସ ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର