ଚାଷୀଙ୍କ ସ୍ୱାର୍ଥ, ଗରିବଙ୍କ ଆହାର ପାଇଁ କେନ୍ଦ୍ର ବିରୋଧରେ ଆଜିଠୁ ବିଜେଡିର ଗର୍ଜନ

The Sakala Picture
Published On

ଭୁବନେଶ୍ୱର: କେନ୍ଦ୍ର ସରକାର ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି। ଗରିବ ପେଟର ଭୋକ, ଚାଷୀର ଦୁର୍ଦ୍ଦଶା ଦେଖିବାକୁ କେନ୍ଦ୍ର ସରକାରଙ୍କର ଆଗ୍ରହ ନାହିଁ କି ଧୈର୍ଯ୍ୟ ନାହିଁ। ଚାଷୀଙ୍କ ସହିତ ଜଡ଼ିତ ହଜାର ହଜାର କୋଟି ଟଙ୍କାର ସବ୍‌‌ସିଡି ଦେବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ନୁହଁ। ମାତ୍ର ଏକ ଦାୟିତ୍ୱସମ୍ପନ୍ନ ଦଳ ଭାବେ ଏହାକୁ ଗ୍ରହଣ କରାଯିବ ନାହିଁ ଏବଂ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଅବହେଳା ଓ ଉଦାସୀନତା ବିରୋଧରେ ତୀବ୍ର ପ୍ରତିବାଦ କରିବାକୁ […]

ଭୁବନେଶ୍ୱର: କେନ୍ଦ୍ର ସରକାର ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି। ଗରିବ ପେଟର ଭୋକ, ଚାଷୀର ଦୁର୍ଦ୍ଦଶା ଦେଖିବାକୁ କେନ୍ଦ୍ର ସରକାରଙ୍କର ଆଗ୍ରହ ନାହିଁ କି ଧୈର୍ଯ୍ୟ ନାହିଁ। ଚାଷୀଙ୍କ ସହିତ ଜଡ଼ିତ ହଜାର ହଜାର କୋଟି ଟଙ୍କାର ସବ୍‌‌ସିଡି ଦେବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ନୁହଁ। ମାତ୍ର ଏକ ଦାୟିତ୍ୱସମ୍ପନ୍ନ ଦଳ ଭାବେ ଏହାକୁ ଗ୍ରହଣ କରାଯିବ ନାହିଁ ଏବଂ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଅବହେଳା ଓ ଉଦାସୀନତା ବିରୋଧରେ ତୀବ୍ର ପ୍ରତିବାଦ କରିବାକୁ ଚେତାବନୀ ଦେଇଛି ବିଜେଡି। ସୋମବାର ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡଃ ଅରୁଣ ସାହୁ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଦଳ ଆସନ୍ତା ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜଭବନରୁ ନେଇ ଜିଲ୍ଲା ମୁଖ୍ୟାଳୟ ଓ ପଞ୍ଚାୟତ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିବ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ। ଏଥିରେ କେବଳ ଦଳୀୟ କର୍ମକର୍ତ୍ତା ନୁହନ୍ତି; କୃଷକ, ସାଧାରଣ ନାଗରିକମାନେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଅମାନବୀୟ ନିଷ୍ପତ୍ତି ବିରୋଧରେ ପ୍ରତିବାଦ ଜଣାଇବେ।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

ଅରୁଣ କହିଛନ୍ତି ଯେ କୋଭିଡ୍‌‌ ମହାମାରୀ ହେତୁ ଓଡ଼ିଶା ସମେତ ସମଗ୍ର ଦେଶରେ ଜନସାଧାରଣ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡପିଛା ୫ କେଜି ଲେଖାଏଁ ଚାଉଳ ଦିଆଯାଉଥିଲା। ମାତ୍ର କେନ୍ଦ୍ର ସରକାର ହଠାତ୍‌‌ ଏହାକୁ ବନ୍ଦ କରିବା ଦ୍ୱାରା ରାଜ୍ୟର ୩.୨୫ କୋଟି ଲୋକଙ୍କ ଖାଦ୍ୟ ସୁରକ୍ଷା ବାଧାପ୍ରାପ୍ତ ହୋଇଛି। ଗରିବ ଲୋକଙ୍କ ମୁହଁରୁ ଆହାର ଛଡ଼ାଇ ନେବା କେନ୍ଦ୍ର ସରକାରଙ୍କୁ ବେଶ୍‌‌ ଜଣା।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଗରିବ ଓ ଚାଷୀ ବିରୋଧୀ ଭାବରେ କାର୍ଯ୍ୟ କରୁଛନ୍ତି। ଚଳିତ ବଜେଟରେ ଶସ୍ୟ କ୍ରୟ ପାଣ୍ଠିରେ ୨୦,୦୦୦ କୋଟି ଟଙ୍କା ହ୍ରାସ କରାଯାଇଛି ଏବଂ ଓଡ଼ିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମ୍‌‌ କରିଛନ୍ତି। ଫଳରେ ପଶ୍ଚିମ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ସହ ରାଜ୍ୟର ସବୁ ଚାଷୀ ଏହାଦ୍ୱାରା ପ୍ରଭାବିତ ହେବେ। ପୂର୍ବରୁ ଓଡ଼ିଶାରୁ ୧୮ ଲକ୍ଷ ମେଟ୍ରିକ୍‌‌ ଟନ୍‌‌ ଚାଉଳ ଉଠୁଥିବାବେଳେ ବର୍ତ୍ତମାନ ତାହାକୁ ମାତ୍ର ୪ ଲକ୍ଷ ଟନ୍‌‌କୁ ହ୍ରାସ କରାଯାଇଛି। କେବଳ ବରଗଡ଼ ପରି ଗୋଟିଏ ଜିଲ୍ଲା ୪ ଲକ୍ଷ ଟନ୍‌‌ ଉତ୍ପାଦନ ହେଉଛି; ତେଣୁ ଓଡ଼ିଶାର ଅନ୍ୟ ୨୯ଟି ଜିଲ୍ଲାର ଚାଷୀ କ’ଣ କରିବେ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି। ଏହାର ପ୍ରତିବାଦରେ ବିଜେଡି ଆସନ୍ତା ୧୪ ତାରିଖରେ ରାଜଭବନ ସମ୍ମୁଖରେ ଆନ୍ଦୋଳନ କରିବ। ୧୫ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାରେ ବିଜୁ ଜନତା ଦଳ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ହେଡକ୍ୱାର୍ଟରରେ ସାମୂହିକ ଅଂଶଗ୍ରହଣ ପାଇଁ ଆନ୍ଦୋଳନ କାର୍ଯ୍ୟକ୍ରମ ଆୟୋଜନ କରିବେ। ୧୬ରେ ବିଜୁ ଜନତା ଦଳ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଓଡ଼ିଶାର ପ୍ରତ୍ୟେକ ବ୍ଲକ ସମ୍ମୁଖରେ ପ୍ରଦର୍ଶନ ଏବଂ ଆନ୍ଦୋଳନ କରିବେ ଏବଂ ପିଏମ୍‌‌ଜିକେଏୱାଇ କେନ୍ଦ୍ର ଦ୍ୱାରା ପୁନଃ ଆରମ୍ଭ ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ଯଦି ୧୫ ଦିନ ମଧ୍ୟରେ ଦାବି ପୂରଣ ନହୁଏ ତେବେ ବିଜେଡି ଓଡ଼ିଶାର କୃଷକଙ୍କୁ ଅବହେଳା ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବ। ଆମେ ରାଜ୍ୟବାସୀଙ୍କ ଅଧିକାର ପାଇଁ ଲଢ଼ୁଛୁ। ଚାଷୀଙ୍କ ସମସ୍ୟା ଦୂର ପାଇଁ ଲଢ଼େଇ କରୁଛୁ। କିନ୍ତୁ ବିଜେପି ପରିସ୍ଥିତିକୁ ଗୋଳିଆ କରି ସେଥିରୁ ରାଜନୈତିକ ଫାଇଦା ହାସଲ ପାଇଁ ଆନ୍ଦୋଳନର ନାଟକ କରୁଛି ବୋଲି ଡ. ସାହୁ କହିଛନ୍ତି।

14 Feb 2023 By The Sakala

ଚାଷୀଙ୍କ ସ୍ୱାର୍ଥ, ଗରିବଙ୍କ ଆହାର ପାଇଁ କେନ୍ଦ୍ର ବିରୋଧରେ ଆଜିଠୁ ବିଜେଡିର ଗର୍ଜନ

ଭୁବନେଶ୍ୱର: କେନ୍ଦ୍ର ସରକାର ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି। ଗରିବ ପେଟର ଭୋକ, ଚାଷୀର ଦୁର୍ଦ୍ଦଶା ଦେଖିବାକୁ କେନ୍ଦ୍ର ସରକାରଙ୍କର ଆଗ୍ରହ ନାହିଁ କି ଧୈର୍ଯ୍ୟ ନାହିଁ। ଚାଷୀଙ୍କ ସହିତ ଜଡ଼ିତ ହଜାର ହଜାର କୋଟି ଟଙ୍କାର ସବ୍‌‌ସିଡି ଦେବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ନୁହଁ। ମାତ୍ର ଏକ ଦାୟିତ୍ୱସମ୍ପନ୍ନ ଦଳ ଭାବେ ଏହାକୁ ଗ୍ରହଣ କରାଯିବ ନାହିଁ ଏବଂ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଅବହେଳା ଓ ଉଦାସୀନତା ବିରୋଧରେ ତୀବ୍ର ପ୍ରତିବାଦ କରିବାକୁ ଚେତାବନୀ ଦେଇଛି ବିଜେଡି। ସୋମବାର ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡଃ ଅରୁଣ ସାହୁ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଦଳ ଆସନ୍ତା ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜଭବନରୁ ନେଇ ଜିଲ୍ଲା ମୁଖ୍ୟାଳୟ ଓ ପଞ୍ଚାୟତ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିବ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ। ଏଥିରେ କେବଳ ଦଳୀୟ କର୍ମକର୍ତ୍ତା ନୁହନ୍ତି; କୃଷକ, ସାଧାରଣ ନାଗରିକମାନେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଅମାନବୀୟ ନିଷ୍ପତ୍ତି ବିରୋଧରେ ପ୍ରତିବାଦ ଜଣାଇବେ।

ଅରୁଣ କହିଛନ୍ତି ଯେ କୋଭିଡ୍‌‌ ମହାମାରୀ ହେତୁ ଓଡ଼ିଶା ସମେତ ସମଗ୍ର ଦେଶରେ ଜନସାଧାରଣ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡପିଛା ୫ କେଜି ଲେଖାଏଁ ଚାଉଳ ଦିଆଯାଉଥିଲା। ମାତ୍ର କେନ୍ଦ୍ର ସରକାର ହଠାତ୍‌‌ ଏହାକୁ ବନ୍ଦ କରିବା ଦ୍ୱାରା ରାଜ୍ୟର ୩.୨୫ କୋଟି ଲୋକଙ୍କ ଖାଦ୍ୟ ସୁରକ୍ଷା ବାଧାପ୍ରାପ୍ତ ହୋଇଛି। ଗରିବ ଲୋକଙ୍କ ମୁହଁରୁ ଆହାର ଛଡ଼ାଇ ନେବା କେନ୍ଦ୍ର ସରକାରଙ୍କୁ ବେଶ୍‌‌ ଜଣା।

ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଗରିବ ଓ ଚାଷୀ ବିରୋଧୀ ଭାବରେ କାର୍ଯ୍ୟ କରୁଛନ୍ତି। ଚଳିତ ବଜେଟରେ ଶସ୍ୟ କ୍ରୟ ପାଣ୍ଠିରେ ୨୦,୦୦୦ କୋଟି ଟଙ୍କା ହ୍ରାସ କରାଯାଇଛି ଏବଂ ଓଡ଼ିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମ୍‌‌ କରିଛନ୍ତି। ଫଳରେ ପଶ୍ଚିମ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ସହ ରାଜ୍ୟର ସବୁ ଚାଷୀ ଏହାଦ୍ୱାରା ପ୍ରଭାବିତ ହେବେ। ପୂର୍ବରୁ ଓଡ଼ିଶାରୁ ୧୮ ଲକ୍ଷ ମେଟ୍ରିକ୍‌‌ ଟନ୍‌‌ ଚାଉଳ ଉଠୁଥିବାବେଳେ ବର୍ତ୍ତମାନ ତାହାକୁ ମାତ୍ର ୪ ଲକ୍ଷ ଟନ୍‌‌କୁ ହ୍ରାସ କରାଯାଇଛି। କେବଳ ବରଗଡ଼ ପରି ଗୋଟିଏ ଜିଲ୍ଲା ୪ ଲକ୍ଷ ଟନ୍‌‌ ଉତ୍ପାଦନ ହେଉଛି; ତେଣୁ ଓଡ଼ିଶାର ଅନ୍ୟ ୨୯ଟି ଜିଲ୍ଲାର ଚାଷୀ କ’ଣ କରିବେ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି। ଏହାର ପ୍ରତିବାଦରେ ବିଜେଡି ଆସନ୍ତା ୧୪ ତାରିଖରେ ରାଜଭବନ ସମ୍ମୁଖରେ ଆନ୍ଦୋଳନ କରିବ। ୧୫ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାରେ ବିଜୁ ଜନତା ଦଳ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ହେଡକ୍ୱାର୍ଟରରେ ସାମୂହିକ ଅଂଶଗ୍ରହଣ ପାଇଁ ଆନ୍ଦୋଳନ କାର୍ଯ୍ୟକ୍ରମ ଆୟୋଜନ କରିବେ। ୧୬ରେ ବିଜୁ ଜନତା ଦଳ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଓଡ଼ିଶାର ପ୍ରତ୍ୟେକ ବ୍ଲକ ସମ୍ମୁଖରେ ପ୍ରଦର୍ଶନ ଏବଂ ଆନ୍ଦୋଳନ କରିବେ ଏବଂ ପିଏମ୍‌‌ଜିକେଏୱାଇ କେନ୍ଦ୍ର ଦ୍ୱାରା ପୁନଃ ଆରମ୍ଭ ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ।

ଯଦି ୧୫ ଦିନ ମଧ୍ୟରେ ଦାବି ପୂରଣ ନହୁଏ ତେବେ ବିଜେଡି ଓଡ଼ିଶାର କୃଷକଙ୍କୁ ଅବହେଳା ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବ। ଆମେ ରାଜ୍ୟବାସୀଙ୍କ ଅଧିକାର ପାଇଁ ଲଢ଼ୁଛୁ। ଚାଷୀଙ୍କ ସମସ୍ୟା ଦୂର ପାଇଁ ଲଢ଼େଇ କରୁଛୁ। କିନ୍ତୁ ବିଜେପି ପରିସ୍ଥିତିକୁ ଗୋଳିଆ କରି ସେଥିରୁ ରାଜନୈତିକ ଫାଇଦା ହାସଲ ପାଇଁ ଆନ୍ଦୋଳନର ନାଟକ କରୁଛି ବୋଲି ଡ. ସାହୁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର