ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ଘୃଣ୍ୟ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି: ବିଜେଡି

The Sakala Picture
Published On

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା। କ୍ରାଇମବ୍ରାଞ୍ଚ ତଦନ୍ତରୁ ଧୀରେ ଧୀରେ ସତ ପଦାକୁ ଆସୁଥିବାବେଳେ ବିଜେପି ଏହାକୁ ନେଇ ହୀନ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି। ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ବିଜେପିର କିଛି ନେତା ପ୍ରତିଦିନ ଲୋକଙ୍କୁ ନୂଆ ନୂଆ ଉଦ୍ଭଟ […]

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା। କ୍ରାଇମବ୍ରାଞ୍ଚ ତଦନ୍ତରୁ ଧୀରେ ଧୀରେ ସତ ପଦାକୁ ଆସୁଥିବାବେଳେ ବିଜେପି ଏହାକୁ ନେଇ ହୀନ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି। ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ବିଜେପିର କିଛି ନେତା ପ୍ରତିଦିନ ଲୋକଙ୍କୁ ନୂଆ ନୂଆ ଉଦ୍ଭଟ କାହାଣୀ ଶୁଣାଉଛନ୍ତି। କୌତୂହଳର ବିଷୟ ହେଲା, ସେମାନଙ୍କର ଗୋଟିଏ କାହାଣୀ ସହ ଅନ୍ୟ କାହାଣୀର ତାଳମେଳ ରହୁନାହିଁ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ଏଭଳି ଏକ ସମ୍ବେଦନଶୀଳ ମାମଲାରେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜେପି ନେତାମାନେ ଯେଭଳି ନିମ୍ନ ସ୍ତରର ରାଜନୀତି କରୁଛନ୍ତି, ତାହା ଦେଖି ଓଡ଼ିଶାବାସୀ ସେମାନଙ୍କୁ ଘୃଣା କରିବା ଆରମ୍ଭ କଲେଣି। ଏମିତି ହାସ୍ୟାସ୍ପଦ ବୟାନବାଜି କରୁଥିବା ବିଜେପି ନେତାମାନେ ଆଗାମୀ ଦିନରେ ସତ ପଦାକୁ ଆସିବା ପରେ ଲୋକଙ୍କୁ ମୁହଁ ଦେଖାଇ ପାରିବେ ତ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌

08 Feb 2023 By The Sakala

ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ଘୃଣ୍ୟ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି: ବିଜେଡି

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା। କ୍ରାଇମବ୍ରାଞ୍ଚ ତଦନ୍ତରୁ ଧୀରେ ଧୀରେ ସତ ପଦାକୁ ଆସୁଥିବାବେଳେ ବିଜେପି ଏହାକୁ ନେଇ ହୀନ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି। ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ବିଜେପିର କିଛି ନେତା ପ୍ରତିଦିନ ଲୋକଙ୍କୁ ନୂଆ ନୂଆ ଉଦ୍ଭଟ କାହାଣୀ ଶୁଣାଉଛନ୍ତି। କୌତୂହଳର ବିଷୟ ହେଲା, ସେମାନଙ୍କର ଗୋଟିଏ କାହାଣୀ ସହ ଅନ୍ୟ କାହାଣୀର ତାଳମେଳ ରହୁନାହିଁ।

ଏଭଳି ଏକ ସମ୍ବେଦନଶୀଳ ମାମଲାରେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜେପି ନେତାମାନେ ଯେଭଳି ନିମ୍ନ ସ୍ତରର ରାଜନୀତି କରୁଛନ୍ତି, ତାହା ଦେଖି ଓଡ଼ିଶାବାସୀ ସେମାନଙ୍କୁ ଘୃଣା କରିବା ଆରମ୍ଭ କଲେଣି। ଏମିତି ହାସ୍ୟାସ୍ପଦ ବୟାନବାଜି କରୁଥିବା ବିଜେପି ନେତାମାନେ ଆଗାମୀ ଦିନରେ ସତ ପଦାକୁ ଆସିବା ପରେ ଲୋକଙ୍କୁ ମୁହଁ ଦେଖାଇ ପାରିବେ ତ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର