ବିଜେଡିରେ ସାମିଲ ହେଲେ ପିପିଲର ୪ ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି

The Sakala Picture
Published On

ଭୁବନେଶ୍ୱର: କରୋନା କଟକଣା ମଧ୍ଯରେ ମେ ୧୬ରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ। ଆଉ ଏଥିପାଇଁ ପ୍ରସ୍ତୁତ ୩ଦିଳ। ବିଜେପି , ବିଜେଡି ଏବଂ କଂଗ୍ରେସ। ହେଲେ ପିପଲି ଉପନିର୍ବାଚନରେ ଦଳ ଆମର ପୁରା ପ୍ରସ୍ତୁତ ଅଛି ବୋଲି କଂଗ୍ରେସ କହୁଥିବା ବେଳେ କଂଗ୍ରେସ କର୍ମୀ ଆସି ବିଜେଡିରେ ମିଶିଛନ୍ତି। ଯାହାପରେ ବିଜେଡିର ଶକ୍ତି ବଢ଼ିବାରେ ଲାଗିଛି। ପିପିଲି ନିର୍ବାଚନ ମଣ୍ଡଳୀର ୪ଟି ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଆଜି ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି। […]

ଭୁବନେଶ୍ୱର: କରୋନା କଟକଣା ମଧ୍ଯରେ ମେ ୧୬ରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ। ଆଉ ଏଥିପାଇଁ ପ୍ରସ୍ତୁତ ୩ଦିଳ। ବିଜେପି , ବିଜେଡି ଏବଂ କଂଗ୍ରେସ। ହେଲେ ପିପଲି ଉପନିର୍ବାଚନରେ ଦଳ ଆମର ପୁରା ପ୍ରସ୍ତୁତ ଅଛି ବୋଲି କଂଗ୍ରେସ କହୁଥିବା ବେଳେ କଂଗ୍ରେସ କର୍ମୀ ଆସି ବିଜେଡିରେ ମିଶିଛନ୍ତି। ଯାହାପରେ ବିଜେଡିର ଶକ୍ତି ବଢ଼ିବାରେ ଲାଗିଛି। ପିପିଲି ନିର୍ବାଚନ ମଣ୍ଡଳୀର ୪ଟି ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଆଜି ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ପିପିଲି ବ୍ଲକ ଅନ୍ତର୍ଗତ ସରସ୍ୱତୀପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ବାଲୁଙ୍କେଶ୍ୱର ମହାପାତ୍ର, ରୁପୁଦେଈପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ନୃସିଂହ ବେହେରା, ଯଶୁଆପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି କାଳୁଚରଣ ପ୍ରଧାନ ଏବଂ ରଥ-ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଜୟନ୍ତ କୁମାର ପରିଡ଼ା ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି। ଏମାନଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି। ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ଆଜିର ଏହି ମିଶ୍ରଣ ପର୍ବରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ପ୍ରତାପ କେଶରୀ ଦେବ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର