ଗଣତନ୍ତ୍ର ଦିବସରେ ଦିଲ୍ଲୀରୁ ଶୁଭିବ ଓଡ଼ିଆ ଝିଅ ସୋନାଲି ସାହୁଙ୍କ କମାଣ୍ଡ୍

The Sakala Picture
Published On

ଭୁବନେଶ୍ୱର: ଗଣତନ୍ତ୍ର ଦିବସରେ ଦିଲ୍ଲୀରୁ ଶୁଭିବ ଓଡ଼ିଆ ଝିଅର କମାଣ୍ଡ୍ । ଦେଶର ଭବିଷ୍ୟତ ଯୋଦ୍ଧାର ଗର୍ଜନ ଶୁଣିବ ଶତ୍ରୁ ଦେଶ । ଓଡ଼ିଶା ପାଇଁ ଗର୍ବ ଓ ଗୌରବ ସାଜିଛନ୍ତି ପାଇକ ମାଟିର ଝିଅ ସୋନାଲି ସାହୁ । ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ଏନସିସି ବାଳିକା ବିଭାଗର ନେତୃତ୍ବ ନେଉଛନ୍ତି ଖୋର୍ଦ୍ଧାର ସୋନାଲି। ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନସିସି କ୍ୟାଡ଼େଟ୍ ସୋନାଲି ସାହୁ । ଚଳିତବର୍ଷ କର୍ତ୍ତବ୍ୟପଥ ଗଣତନ୍ତ୍ର ଦିବସ ପରେଡ଼ରେ ସର୍ବଭାରତୀୟ ଏନସିସି […]

ଭୁବନେଶ୍ୱର: ଗଣତନ୍ତ୍ର ଦିବସରେ ଦିଲ୍ଲୀରୁ ଶୁଭିବ ଓଡ଼ିଆ ଝିଅର କମାଣ୍ଡ୍ । ଦେଶର ଭବିଷ୍ୟତ ଯୋଦ୍ଧାର ଗର୍ଜନ ଶୁଣିବ ଶତ୍ରୁ ଦେଶ । ଓଡ଼ିଶା ପାଇଁ ଗର୍ବ ଓ ଗୌରବ ସାଜିଛନ୍ତି ପାଇକ ମାଟିର ଝିଅ ସୋନାଲି ସାହୁ । ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ଏନସିସି ବାଳିକା ବିଭାଗର ନେତୃତ୍ବ ନେଉଛନ୍ତି ଖୋର୍ଦ୍ଧାର ସୋନାଲି। ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନସିସି କ୍ୟାଡ଼େଟ୍ ସୋନାଲି ସାହୁ । ଚଳିତବର୍ଷ କର୍ତ୍ତବ୍ୟପଥ ଗଣତନ୍ତ୍ର ଦିବସ ପରେଡ଼ରେ ସର୍ବଭାରତୀୟ ଏନସିସି ବାଳିକା କଣ୍ଟିଜେଣ୍ଟର ନେତୃତ୍ୱ ନେବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

୧୪୮ଜଣିଆ ଏନସିସିର ବାଳିକା କଣ୍ଟିଜେଣ୍ଟର କମାଣ୍ଡିଂ ଭୂମିକାରେ ସେ ଦାୟିତ୍ୱ ତୁଲାଉଛନ୍ତି । କର୍ତ୍ତବ୍ୟପଥରେ ବାଳିକା ଏନସିସି କଣ୍ଟିଜେଣ୍ଟର ନେତୃତ୍ୱ ନେବାର ସ୍ୱପ୍ନସାକାର ହୋଇଥିବାରୁ ଏହା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ସୋନାଲି କହିଛନ୍ତି । ଅତ୍ୟନ୍ତ କଠିନ ଏବଂ କଷ୍ଟସାଧ୍ୟ ଚୟନ ପ୍ରକ୍ରିୟାରେ କର୍ତ୍ତବ୍ୟପଥ ପରେଡ ପାଇଁ ୧୪୮ଜଣ ବାଳିକା କ୍ୟାଡେଟଙ୍କୁ ଚୟନ କରାଯାଇଛି । ଏଥିରେ ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟରୁ ସୋନାଲି ସାହୁଙ୍କ ସମେତ ୯ଜଣ ବାଳିକା ସାମିଲ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଜାନୁଆରୀ ୫ ତାରିଖରୁ ସୋନାଲିଙ୍କ ନେତୃତ୍ୱରେ ୧୪୮ ଜଣ ବାଳିକା କ୍ୟାଡେଟ୍ କର୍ତ୍ତବ୍ୟପଥରେ ଅଭ୍ୟାସ ଜାରି ରଖିଛନ୍ତି । ଖୋର୍ଦ୍ଧା ପ୍ରାଣନାଥ କଲେଜରେ ସାଇକୋଲୋଜି ଅନର୍ସରେ ଅଧ୍ୟୟନ କରୁଥିବା ଗୁରୁଜଙ୍ଗ ଗାଁର ସୋନାଲି କର୍ତ୍ତବ୍ୟପଥରେ ବାଳିକା କଣ୍ଟିଜେଣ୍ଟର ନେତୃତ୍ୱ ନେବା ତାଙ୍କର ଏକ ବିଶେଷ ଅଭିଜ୍ଞତା ହେବ ବୋଲି କହିଛନ୍ତି । ଏହାର ଶ୍ରେୟ ସେ ବାପା, ମାଆ, ସାଂଗସାଥୀ, ପରିବାରବର୍ଗ ଓ ବିଶେଷ କରି କଲେଜର ଏନସିସି ଶିକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ ବିକାଶ ମଣ୍ଡଳଙ୍କୁ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

23 Jan 2023 By The Sakala

ଗଣତନ୍ତ୍ର ଦିବସରେ ଦିଲ୍ଲୀରୁ ଶୁଭିବ ଓଡ଼ିଆ ଝିଅ ସୋନାଲି ସାହୁଙ୍କ କମାଣ୍ଡ୍

ଭୁବନେଶ୍ୱର: ଗଣତନ୍ତ୍ର ଦିବସରେ ଦିଲ୍ଲୀରୁ ଶୁଭିବ ଓଡ଼ିଆ ଝିଅର କମାଣ୍ଡ୍ । ଦେଶର ଭବିଷ୍ୟତ ଯୋଦ୍ଧାର ଗର୍ଜନ ଶୁଣିବ ଶତ୍ରୁ ଦେଶ । ଓଡ଼ିଶା ପାଇଁ ଗର୍ବ ଓ ଗୌରବ ସାଜିଛନ୍ତି ପାଇକ ମାଟିର ଝିଅ ସୋନାଲି ସାହୁ । ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ଏନସିସି ବାଳିକା ବିଭାଗର ନେତୃତ୍ବ ନେଉଛନ୍ତି ଖୋର୍ଦ୍ଧାର ସୋନାଲି। ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନସିସି କ୍ୟାଡ଼େଟ୍ ସୋନାଲି ସାହୁ । ଚଳିତବର୍ଷ କର୍ତ୍ତବ୍ୟପଥ ଗଣତନ୍ତ୍ର ଦିବସ ପରେଡ଼ରେ ସର୍ବଭାରତୀୟ ଏନସିସି ବାଳିକା କଣ୍ଟିଜେଣ୍ଟର ନେତୃତ୍ୱ ନେବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି।

୧୪୮ଜଣିଆ ଏନସିସିର ବାଳିକା କଣ୍ଟିଜେଣ୍ଟର କମାଣ୍ଡିଂ ଭୂମିକାରେ ସେ ଦାୟିତ୍ୱ ତୁଲାଉଛନ୍ତି । କର୍ତ୍ତବ୍ୟପଥରେ ବାଳିକା ଏନସିସି କଣ୍ଟିଜେଣ୍ଟର ନେତୃତ୍ୱ ନେବାର ସ୍ୱପ୍ନସାକାର ହୋଇଥିବାରୁ ଏହା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ସୋନାଲି କହିଛନ୍ତି । ଅତ୍ୟନ୍ତ କଠିନ ଏବଂ କଷ୍ଟସାଧ୍ୟ ଚୟନ ପ୍ରକ୍ରିୟାରେ କର୍ତ୍ତବ୍ୟପଥ ପରେଡ ପାଇଁ ୧୪୮ଜଣ ବାଳିକା କ୍ୟାଡେଟଙ୍କୁ ଚୟନ କରାଯାଇଛି । ଏଥିରେ ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟରୁ ସୋନାଲି ସାହୁଙ୍କ ସମେତ ୯ଜଣ ବାଳିକା ସାମିଲ ହୋଇଛନ୍ତି ।

ଜାନୁଆରୀ ୫ ତାରିଖରୁ ସୋନାଲିଙ୍କ ନେତୃତ୍ୱରେ ୧୪୮ ଜଣ ବାଳିକା କ୍ୟାଡେଟ୍ କର୍ତ୍ତବ୍ୟପଥରେ ଅଭ୍ୟାସ ଜାରି ରଖିଛନ୍ତି । ଖୋର୍ଦ୍ଧା ପ୍ରାଣନାଥ କଲେଜରେ ସାଇକୋଲୋଜି ଅନର୍ସରେ ଅଧ୍ୟୟନ କରୁଥିବା ଗୁରୁଜଙ୍ଗ ଗାଁର ସୋନାଲି କର୍ତ୍ତବ୍ୟପଥରେ ବାଳିକା କଣ୍ଟିଜେଣ୍ଟର ନେତୃତ୍ୱ ନେବା ତାଙ୍କର ଏକ ବିଶେଷ ଅଭିଜ୍ଞତା ହେବ ବୋଲି କହିଛନ୍ତି । ଏହାର ଶ୍ରେୟ ସେ ବାପା, ମାଆ, ସାଂଗସାଥୀ, ପରିବାରବର୍ଗ ଓ ବିଶେଷ କରି କଲେଜର ଏନସିସି ଶିକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ ବିକାଶ ମଣ୍ଡଳଙ୍କୁ ଦେଇଛନ୍ତି।

https://www.thesakala.in/latest-odisha-news/odia-girl-sonali-shau-will-lead-ncc-girls-wing-at-republic-day/article-18363
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର