ଅଦୃଶ୍ୟ ଠକଙ୍କ ଜାଲରେ ଫସିଗଲେ ଏ-କ୍ଲାସ୍‌‌ ଠିକାଦାର, ଶ୍ରମିକ ଯୋଗାଇବା ଆଳରେ ଠକିନେଲେ ୬୬ ହଜାର

The Sakala Picture
Published On

ଭୁବନେଶ୍ୱର: ନୂଆବର୍ଷ, ନୂଆ ଚାଲ୍‌‌ ଆଉ ନୂଆଧରଣ ଠକେଇ। ଏଥର ଏ-କ୍ଲାସ୍‌‌ ଠିକାଦାରଙ୍କୁ ଠକେଇ ଜାଲରେ ଫସାଇଛନ୍ତି ଅଦୃଶ୍ୟ ଠକ। କୋଲକାତାରେ ଯୋଜନା କରି ଭୁବନେଶ୍ୱରରୁ ଠକେଇ କରି ଟଙ୍କା ନେଇ ଯାଇଛନ୍ତି। ଠିକାଦାରଙ୍କୁ ଶ୍ରମିକ ଯୋଗାଇବା ଆଳରେ ୬୬ ହଜାର ଟଙ୍କା ଚୂନ ଲଗାଇଛନ୍ତି ସାଇବର ଠକ। ଠକେଇର ଶିକାର ଠିକାଦାର ହେଲେ ନିତ୍ୟାନନ୍ଦ ପାଢ଼ୀ। ତାଙ୍କୁ ମୁର୍ସିଦାବାଦରୁ ଶ୍ରମିକ ପଠାଉଛି କହି ପର୍ଯ୍ୟାୟକ୍ରମେ ୬୬ ହଜାର ଟଙ୍କା ଲୁଟିଛି ଠକ। ଏ ନେଇ ସେ […]

ଭୁବନେଶ୍ୱର: ନୂଆବର୍ଷ, ନୂଆ ଚାଲ୍‌‌ ଆଉ ନୂଆଧରଣ ଠକେଇ। ଏଥର ଏ-କ୍ଲାସ୍‌‌ ଠିକାଦାରଙ୍କୁ ଠକେଇ ଜାଲରେ ଫସାଇଛନ୍ତି ଅଦୃଶ୍ୟ ଠକ। କୋଲକାତାରେ ଯୋଜନା କରି ଭୁବନେଶ୍ୱରରୁ ଠକେଇ କରି ଟଙ୍କା ନେଇ ଯାଇଛନ୍ତି। ଠିକାଦାରଙ୍କୁ ଶ୍ରମିକ ଯୋଗାଇବା ଆଳରେ ୬୬ ହଜାର ଟଙ୍କା ଚୂନ ଲଗାଇଛନ୍ତି ସାଇବର ଠକ। ଠକେଇର ଶିକାର ଠିକାଦାର ହେଲେ ନିତ୍ୟାନନ୍ଦ ପାଢ଼ୀ। ତାଙ୍କୁ ମୁର୍ସିଦାବାଦରୁ ଶ୍ରମିକ ପଠାଉଛି କହି ପର୍ଯ୍ୟାୟକ୍ରମେ ୬୬ ହଜାର ଟଙ୍କା ଲୁଟିଛି ଠକ। ଏ ନେଇ ସେ ସାଇବର୍‌‌ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ କରୁଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଏମିତି ଥିଲା ପୂରା ଯୋଜନା

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ଏ-କ୍ଲାସ୍‌‌ ଠିକାଦାର ନିତ୍ୟାନନ୍ଦଙ୍କ ନିକଟକୁ କିଛିଦିନ ତଳେ ଏକ ଅଜଣା ନମ୍ୱରରୁ ଫୋନ୍‌‌ ଆସିଥିଲା। ଆଉ କଲିକତାରେ ଶ୍ରମିକ ଆବଶ୍ୟକ ବୋଲି ପଚାରିଥିଲେ। ଠିକାଦର ରାଜି ହେବା ପରେ; ସାଇବର ଠକ ଆରମ୍ଭ କରିଥିଲା ଅପରେସନ୍‌‌। ଟ୍ରେନ୍‌‌ ଟିକଟ୍‌‌ ଲାଗି ପ୍ରଥମେ ୫ ହଜାର ଟଙ୍କା ଆଗ୍ରୀମ ମାଗି ଟଙ୍କା ନେଇଯାଇଥିଲା ସାଇବର ଠକ। ଆଲିଗଡ଼ ଦୋୱା ଷ୍ଟେସନରେ ପହଞ୍ଚିବା ପରେ ୧୮ ଜଣଙ୍କ ପିଛା ଖର୍ଚ୍ଚ ଟିକଟ୍‌‌ ବାବଦ ୧୫ ହଜାର ଟଙ୍କା ଆବଶ୍ୟକ କହି ପୁଣି ଟଙ୍କା ମାଗିବା ପରେ ଠିକାଦାର ଦେଇଥିଲେ। ମିଛରେ ଟ୍ରେନରେ ବସିବା କହି ଛଳନା କରିଥିଲା ଠକ। ଗ୍ୟାସ୍‌‌ ସିଲିଣ୍ଡର ସାଙ୍ଗରେ ନେଇ ଆସିଥିଲୁ, ରେଳବାଇ ଥାନା ହାବୁଡ଼ରେ ପଡ଼ିଯାଇଛି। ଆଉ ୩୩ ହଜାର ଜରିମାନା ଦେବାକୁ ପଡ଼ିବ କହି ଠିକାଦାର କଲ୍‌‌ କରି ଟଙ୍କା ମାଗିଥିଲେ। ଠିକାଦାର ୩୩ ହଜାର ପଠାଇ ସାରିବା ପରେ ଟ୍ରାଞ୍ଜାକ୍ସନ ସୀମା ସରିଯାଇଥିବା କହି ଆଉ ୧୩ ହଜାର ଜିଆର୍‌‌ପି ଅଧିକାରୀଙ୍କ ଆକାଉଣ୍ଟକୁ ପଠାଇବାକୁ ଠକ କହିଥିଲା। ଏପରି ନୂଆ ଚାଲ୍‌‌ ଖେଳି ଠିକାଦାରଙ୍କଠାରୁ ୬୬ ହଜାର ଟଙ୍କା ଗୋଲ କରି ନେଇଚାଲେ।

ଆହୁରି ପଢ଼ନ୍ତୁ: କଲେଜ ଆଗରେ ଭୁଜାଲି ଦେଖାଇ ଯୁବତୀଙ୍କୁ ଧମକାଇଲା ଯୁବକ, ଥାନାରେ ଅଟକ

ସେତିକିରେ ସାଇବର ଗ୍ୟାଙ୍ଗ୍‌‌ର ମନ ଶାନ୍ତି ହୋଇନଥିଲା। ଗୋଟିଏ ରୁମ୍‌‌ରେ ଟ୍ରେନ୍‌‌ ଯାତ୍ରାର ଶଦ୍ଦ, ଜିଆର୍‌‌ପି, ଟିଟି, ଚା ବିକ୍ରେତା ଓ ଜରିମାନା କାଟିବା ବେଳର କାନ୍ଦ ବୋବାଳି ଆଦି ଥିଲା। କିନ୍ତୁ ଏସବୁ ଥିଲା ସାଇବର୍‌‌ ଗ୍ୟାଙ୍ଗର ମିଛ ଅଭିନୟ। ପରେ କିଷନଗଞ୍ଜ ଷ୍ଟେସନରେ ମାଜିଷ୍ଟ୍ରେଟ୍‌‌ ତଦନ୍ତ ଚାଲୁଥିବା କହି ଆଉ ୩୦ ହଜାର ଟଙ୍କା ଠକ ମାଗିଥିଲା। ଏଥିରେ ଠିକାଦାରଙ୍କ ସନ୍ଦେହ ହେବାରୁ ନିଜର ଜଣେ ସମ୍ପର୍କୀୟ ରେଳ ଅଧିକାରୀଙ୍କୁ ପଚାରିବାରୁ ଘଟଣାର ସତ୍ୟାସତ୍ୟ ସାମ୍‌‌ନାକୁ ଆସିଥିଲା। କଲ୍‌‌ ଆସିଥିବା ନମ୍ୱର ଗତିବିଧି ଗୋଟିଏ ସ୍ଥାନରେ ଥିଲା, ୧୮ ଜଣ ଶ୍ରମିକ ଧରାପଡ଼ିବା ମାମଲା ସମ୍ପୂର୍ଣ୍ଣ ମିଛ ଥିଲା। ସେ ଠକେଇର ଶିକାର ହୋଇଥିବା ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

22 Jan 2023 By The Sakala

ଅଦୃଶ୍ୟ ଠକଙ୍କ ଜାଲରେ ଫସିଗଲେ ଏ-କ୍ଲାସ୍‌‌ ଠିକାଦାର, ଶ୍ରମିକ ଯୋଗାଇବା ଆଳରେ ଠକିନେଲେ ୬୬ ହଜାର

ଭୁବନେଶ୍ୱର: ନୂଆବର୍ଷ, ନୂଆ ଚାଲ୍‌‌ ଆଉ ନୂଆଧରଣ ଠକେଇ। ଏଥର ଏ-କ୍ଲାସ୍‌‌ ଠିକାଦାରଙ୍କୁ ଠକେଇ ଜାଲରେ ଫସାଇଛନ୍ତି ଅଦୃଶ୍ୟ ଠକ। କୋଲକାତାରେ ଯୋଜନା କରି ଭୁବନେଶ୍ୱରରୁ ଠକେଇ କରି ଟଙ୍କା ନେଇ ଯାଇଛନ୍ତି। ଠିକାଦାରଙ୍କୁ ଶ୍ରମିକ ଯୋଗାଇବା ଆଳରେ ୬୬ ହଜାର ଟଙ୍କା ଚୂନ ଲଗାଇଛନ୍ତି ସାଇବର ଠକ। ଠକେଇର ଶିକାର ଠିକାଦାର ହେଲେ ନିତ୍ୟାନନ୍ଦ ପାଢ଼ୀ। ତାଙ୍କୁ ମୁର୍ସିଦାବାଦରୁ ଶ୍ରମିକ ପଠାଉଛି କହି ପର୍ଯ୍ୟାୟକ୍ରମେ ୬୬ ହଜାର ଟଙ୍କା ଲୁଟିଛି ଠକ। ଏ ନେଇ ସେ ସାଇବର୍‌‌ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ କରୁଛି।

ଏମିତି ଥିଲା ପୂରା ଯୋଜନା

ଏ-କ୍ଲାସ୍‌‌ ଠିକାଦାର ନିତ୍ୟାନନ୍ଦଙ୍କ ନିକଟକୁ କିଛିଦିନ ତଳେ ଏକ ଅଜଣା ନମ୍ୱରରୁ ଫୋନ୍‌‌ ଆସିଥିଲା। ଆଉ କଲିକତାରେ ଶ୍ରମିକ ଆବଶ୍ୟକ ବୋଲି ପଚାରିଥିଲେ। ଠିକାଦର ରାଜି ହେବା ପରେ; ସାଇବର ଠକ ଆରମ୍ଭ କରିଥିଲା ଅପରେସନ୍‌‌। ଟ୍ରେନ୍‌‌ ଟିକଟ୍‌‌ ଲାଗି ପ୍ରଥମେ ୫ ହଜାର ଟଙ୍କା ଆଗ୍ରୀମ ମାଗି ଟଙ୍କା ନେଇଯାଇଥିଲା ସାଇବର ଠକ। ଆଲିଗଡ଼ ଦୋୱା ଷ୍ଟେସନରେ ପହଞ୍ଚିବା ପରେ ୧୮ ଜଣଙ୍କ ପିଛା ଖର୍ଚ୍ଚ ଟିକଟ୍‌‌ ବାବଦ ୧୫ ହଜାର ଟଙ୍କା ଆବଶ୍ୟକ କହି ପୁଣି ଟଙ୍କା ମାଗିବା ପରେ ଠିକାଦାର ଦେଇଥିଲେ। ମିଛରେ ଟ୍ରେନରେ ବସିବା କହି ଛଳନା କରିଥିଲା ଠକ। ଗ୍ୟାସ୍‌‌ ସିଲିଣ୍ଡର ସାଙ୍ଗରେ ନେଇ ଆସିଥିଲୁ, ରେଳବାଇ ଥାନା ହାବୁଡ଼ରେ ପଡ଼ିଯାଇଛି। ଆଉ ୩୩ ହଜାର ଜରିମାନା ଦେବାକୁ ପଡ଼ିବ କହି ଠିକାଦାର କଲ୍‌‌ କରି ଟଙ୍କା ମାଗିଥିଲେ। ଠିକାଦାର ୩୩ ହଜାର ପଠାଇ ସାରିବା ପରେ ଟ୍ରାଞ୍ଜାକ୍ସନ ସୀମା ସରିଯାଇଥିବା କହି ଆଉ ୧୩ ହଜାର ଜିଆର୍‌‌ପି ଅଧିକାରୀଙ୍କ ଆକାଉଣ୍ଟକୁ ପଠାଇବାକୁ ଠକ କହିଥିଲା। ଏପରି ନୂଆ ଚାଲ୍‌‌ ଖେଳି ଠିକାଦାରଙ୍କଠାରୁ ୬୬ ହଜାର ଟଙ୍କା ଗୋଲ କରି ନେଇଚାଲେ।

ସେତିକିରେ ସାଇବର ଗ୍ୟାଙ୍ଗ୍‌‌ର ମନ ଶାନ୍ତି ହୋଇନଥିଲା। ଗୋଟିଏ ରୁମ୍‌‌ରେ ଟ୍ରେନ୍‌‌ ଯାତ୍ରାର ଶଦ୍ଦ, ଜିଆର୍‌‌ପି, ଟିଟି, ଚା ବିକ୍ରେତା ଓ ଜରିମାନା କାଟିବା ବେଳର କାନ୍ଦ ବୋବାଳି ଆଦି ଥିଲା। କିନ୍ତୁ ଏସବୁ ଥିଲା ସାଇବର୍‌‌ ଗ୍ୟାଙ୍ଗର ମିଛ ଅଭିନୟ। ପରେ କିଷନଗଞ୍ଜ ଷ୍ଟେସନରେ ମାଜିଷ୍ଟ୍ରେଟ୍‌‌ ତଦନ୍ତ ଚାଲୁଥିବା କହି ଆଉ ୩୦ ହଜାର ଟଙ୍କା ଠକ ମାଗିଥିଲା। ଏଥିରେ ଠିକାଦାରଙ୍କ ସନ୍ଦେହ ହେବାରୁ ନିଜର ଜଣେ ସମ୍ପର୍କୀୟ ରେଳ ଅଧିକାରୀଙ୍କୁ ପଚାରିବାରୁ ଘଟଣାର ସତ୍ୟାସତ୍ୟ ସାମ୍‌‌ନାକୁ ଆସିଥିଲା। କଲ୍‌‌ ଆସିଥିବା ନମ୍ୱର ଗତିବିଧି ଗୋଟିଏ ସ୍ଥାନରେ ଥିଲା, ୧୮ ଜଣ ଶ୍ରମିକ ଧରାପଡ଼ିବା ମାମଲା ସମ୍ପୂର୍ଣ୍ଣ ମିଛ ଥିଲା। ସେ ଠକେଇର ଶିକାର ହୋଇଥିବା ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର