‘ଆବାସ’ ତାଲିକା ପ୍ରକାଶ ଆଜି: ଅଭିଯୋଗ ନିମନ୍ତେ ଟୋଲ୍‌‌ ଫ୍ରି ନମ୍ବର ଓ ଅନଲାଇନ୍‌‌ ସୁବିଧା ବ୍ୟବସ୍ଥା

The Sakala Picture
Published On

ଭୁବନେଶ୍ୱର: ପିଏମ୍‌‌ ଆବାସ (ଗ୍ରାମୀଣ) ଏବଂ ଫନୀ ପ୍ରପୀଡ଼ିତଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ମଞ୍ଜୁର ପକ୍କାଘର ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ ଦେଇ ମନୋନୟନରେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇଛନ୍ତିି ରାଜ୍ୟ ସରକାର। ଏ ନେଇ ସୋମବାର ସମ୍ଭାବ୍ୟ ତାଲିକା ପ୍ରକାଶ ପାଇବା ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସୂଚନା ମିଳିଛି। ମନୋନୀତ ହିତାଧିକାରୀଙ୍କ ନାମ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, ଗ୍ରାମର ପ୍ରମୁଖ ସ୍ଥାନରେ ପ୍ରଦର୍ଶନ ପାଇଁ ନିଷ୍ପତ୍ତି […]

ଭୁବନେଶ୍ୱର: ପିଏମ୍‌‌ ଆବାସ (ଗ୍ରାମୀଣ) ଏବଂ ଫନୀ ପ୍ରପୀଡ଼ିତଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ମଞ୍ଜୁର ପକ୍କାଘର ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ ଦେଇ ମନୋନୟନରେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇଛନ୍ତିି ରାଜ୍ୟ ସରକାର। ଏ ନେଇ ସୋମବାର ସମ୍ଭାବ୍ୟ ତାଲିକା ପ୍ରକାଶ ପାଇବା ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସୂଚନା ମିଳିଛି। ମନୋନୀତ ହିତାଧିକାରୀଙ୍କ ନାମ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, ଗ୍ରାମର ପ୍ରମୁଖ ସ୍ଥାନରେ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ହୋଇଛି ଏବଂ ଏ ଦିଗରେ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏଥିରେ ଯଦି କାହାରି ଆପତ୍ତି ରହିଥାଏ ବା ତାଲିକାରେ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବା କେହି ଉପଲବ୍ଧି କରନ୍ତି ତେବେ ସେ ସମ୍ପର୍କରେ ୨୪ ତାରିଖ ପର୍ଯ୍ୟନ୍ତ ଅଭିଯୋଗ କରାଯିବାକୁ ମଧ୍ୟ ସୁଯୋଗ ଦିଆଯାଇଛି। ଟୋଲ୍‌‌ ଫ୍ରି ନମ୍ବର, ଅନଲାଇନ ବା ସ୍ୱତନ୍ତ୍ର ଦରଖାସ୍ତ ଦେଇ ଏହି ଅଭିଯୋଗ କରାଯିବ। ସରଜମିନ ତଦନ୍ତ ଓ ଗ୍ରାମସଭା ଅନୁମୋଦନ ପରେ ସମ୍ପୃକ୍ତ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବାକୁ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ପଞ୍ଚାୟୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀଙ୍କ ସୂଚନା ଦେଇଛନ୍ତିି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ସ୍ୱତନ୍ତ୍ରରେ ୧.୪୨ ଲକ୍ଷ ଘର ଫନୀ ପ୍ରଭାବିତଙ୍କ ପାଇଁ ମଞ୍ଜୁର କରାଯାଇଛି। ଅବଶିଷ୍ଟ ୮.୧୭ ଗୃହ ସାଧାରଣ ହିତାଧିକାରୀଙ୍କ ଉଦ୍ଦିଷ୍ଟ। ଯେପରି ଯୋଗ୍ୟ ପରିବାର ଏହି ଯୋଜନାରେ ଗୃହ ପାଇପାରିବେ ସେନେଇ ପଦକ୍ଷେପ ନିଆଯାଉଛି। ବିଭାଗ ପକ୍ଷରୁ ଯେଉଁ ହିତାଧିକାରୀ ତାଲିକା ପ୍ରସ୍ତୁତ ହୋଇଛି ତାହା ଉପରେ ଯଦି କୌଣସି ଅଭିଯୋଗ ଥାଏ ତାହେଲେ ବିଭାଗ ପକ୍ଷରୁ ଉଦ୍ଦିଷ୍ଟ ଅଭିଯୋଗ ଦରଖାସ୍ତ ଫର୍ମକୁ ପୂରଣ କରି ପଞ୍ଚାୟତ ବା ବ୍ଲକ କାର୍ଯ୍ୟାଳୟରେ ରଖାଯାଇଥିବା ଅଭିଯୋଗ ବାକ୍ସରେ ନିଜର ଲିଖÒତ ଅଭିଯୋଗ ଦାଖଲ କରିପାରିବେ। ସେହିପରି ଟୋଲ ଫ୍ରି ନମ୍ୱର ୧୮୦୦୩୪୫୬୭୭୦ ବା ୧୫୫୩୩୫ ରେ ନିଜ ପରିଚୟ ପ୍ରଦାନ କରି ଅଭିଯୋଗ ଦାଖଲ କରିହେବ। ଯଦି କୌଣସି ବ୍ୟକ୍ତି ଅନଲାଇନ୍‌‌ ମାଧ୍ୟମରେ ନିଜ ଅଭିଯୋଗ ଦାଖଲ କରିବାକୁ ଚାହୁଁଥାନ୍ତି ତାହେଲେ ବିଭାଗର ନିର୍ଦ୍ଧାରିତ ପୋର୍ଟାଲର ‘ଅଭିଯୋଗ ଦାଖଲ’ କୁ କ୍ଲିକ୍‌‌ କରି ନିଜର ମୋବାଇଲ ନମ୍ୱର ପଞ୍ଜୀକୃତ କରି ନିଜ ନାମ, ବ୍ଲକ, ଗ୍ରାମ ପଞ୍ଚାୟତ ଆଦି ଠିକଣା ଦେଇ ଅଯୋଗ୍ୟ ପରିବାରଙ୍କ ସମ୍ପର୍କରେ ମଧ୍ୟ ଅଭିଯୋଗ କରାଯାଇପାରିବ ବୋଲି ଶ୍ରୀ ଲୋହାନୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଜାନୁଆରୀ ୨୪ ତାରିଖ ପର୍ଯ୍ୟନ୍ତ ଅଭିଯୋଗ ଦାଖଲ କରିବାର ସମୟସୀମା ଧାର୍ଯ୍ୟ ହୋଇଥିବା ବେଳେ ଏହାପରେ ସରଜମିନ୍‌‌ ତଦନ୍ତ ଆରମ୍ଭ ହେବ। ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। ହିତାଧିକାରୀଙ୍କୁ ଶୀଘ୍ର ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ପ୍ରୋତ୍ସାହିତ କରି ଓଡ଼ିଶା ସରକାର ନିଜସ୍ୱ ପାଣ୍ଠିରୁ ୪ ମାସରେ ଗୃହ କାର୍ଯ୍ୟ ସମାପ୍ତ କରିପାରୁଥିବା ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ଏବଂ ୬ ମାସରେ ସମାପ୍ତ କରୁଥିବା ହିତାଧିକାରୀଙ୍କୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି। ସେହିପରି ଏହି ଯୋଜନା ଅନ୍ତର୍ଗତ ଗୃହ ନିର୍ମାଣ ସହାୟତା ରାଶି ଅଣ ସମନ୍ୱିତ କାର୍ଯ୍ୟ ଯୋଜନାରେ ତାଲିକାଭୁକ୍ତ ବା ଅଣ- ଆଇଏପି ଜିଲ୍ଲାମାନଙ୍କରେ ୧,୨୦,୦୦୦ ଟଙ୍କା ହୋଇଥିବାବେଳେ ଆଇଏପି ଜିଲ୍ଲାଗୁଡ଼ିକରେ ୧,୩୦,୦୦୦ ଟଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର